‘ଟାଇମ୍ସ ନାଓ-ଇଟିଜି’ର ପ୍ରାକ୍‌‌ ନିର୍ବାଚନୀ ଆକଳନ: ପୁଣି ବିଜେଡିକୁ ମିଳିବ ବିପୁଳ ସମର୍ଥନ, କ୍ରମାଗତ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ୱର: ପୁଣି ବିଜୁ ଜନତା ଦଳକୁ ମିଳିବ ବିପୁଳ ସମର୍ଥନ। କ୍ରମାଗତ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡିର ଆସନ ସଂଖ୍ୟା ବୃଦ୍ଧି ପାଇବ। ଦୁଇ ସପ୍ତାହ ତଳେ ଇଣ୍ଡିଆ ଟିଭି ସର୍ଭେ ରିପୋର୍ଟ ପରେ ଏବେ ଟାଇମ୍ସ ନାଓ କରିଛି ଏପରି ପୂର୍ବାନୁମାନ। ବର୍ତ୍ତମାନ ବିଧାନସଭା ଓ ଲୋକସଭା ନିର୍ବାଚନ ହେଲେ ବିଜେଡି ପୁନର୍ବାର ବିପୁଳ ବିଜୟ ହାସଲ କରିବ ବୋଲି ଟାଇମ୍ସ ନାଓ ସଂସ୍ଥାର ସର୍ଭେରେ ପ୍ରକାଶ […]

ଭୁବନେଶ୍ୱର: ପୁଣି ବିଜୁ ଜନତା ଦଳକୁ ମିଳିବ ବିପୁଳ ସମର୍ଥନ। କ୍ରମାଗତ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡିର ଆସନ ସଂଖ୍ୟା ବୃଦ୍ଧି ପାଇବ। ଦୁଇ ସପ୍ତାହ ତଳେ ଇଣ୍ଡିଆ ଟିଭି ସର୍ଭେ ରିପୋର୍ଟ ପରେ ଏବେ ଟାଇମ୍ସ ନାଓ କରିଛି ଏପରି ପୂର୍ବାନୁମାନ। ବର୍ତ୍ତମାନ ବିଧାନସଭା ଓ ଲୋକସଭା ନିର୍ବାଚନ ହେଲେ ବିଜେଡି ପୁନର୍ବାର ବିପୁଳ ବିଜୟ ହାସଲ କରିବ ବୋଲି ଟାଇମ୍ସ ନାଓ ସଂସ୍ଥାର ସର୍ଭେରେ ପ୍ରକାଶ ପାଇଛି। ଗତ ନିର୍ବାଚନରେ ବିଜେଡି ୫୬% ଲୋକସଭା ଆସନ ଓ ୭୬% ବିଧାନସଭା ଆସନରେ ବିଜୟୀ ହୋଇଥିଲା। ଏଥର ଫଳାଫଳ କେବଳ ଭିନ୍ନ ହେବ ନାହିଁ; ବିଜେଡି ଉଭୟ ଲୋକସଭା ଓ ବିଧାନସଭାରେ ଅଧିକ ଆସନ ଅକ୍ତିଆର କରିବ। ୨୦୧୯ ନିର୍ବାଚନଠାରୁ ଦଳର ଭୋଟ ହାର ବୃଦ୍ଧି ପାଇବ ଓ ଆସନ ସଂଖ୍ୟା ମଧ୍ୟ ପୂର୍ବାପେକ୍ଷା ବଢ଼଼ିବ ବୋଲି ଟାଇମ୍ସ ନାଓ-ଇଟିଜି ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ଦେଶରେ ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ବୋଲି ମଧ୍ୟ ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓ ଓ ଇଟିଜି ରିପୋର୍ଟରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

୨୦୧୯ ଲୋକସଭା ନିର୍ବାଚନରେ ବିଜେଡି ୪୨.୮% ଭୋଟ ସହ ୧୨ଟି ଲୋକସଭା ଆସନ ଦଖଲ କରିଥିଲା। ଅନୁରୂପ ଭାବରେ ବିଧାନସଭା ନିର୍ବାଚନରେ ଦଳ ଲୋକସଭା ଭୋଟ ଠାରୁ ପାଖାପାଖି ୨% ଅଧିକ ୪୪.୭୧% ଅର୍ଥାତ୍‌‌ ୧.୦୨ କୋଟି ଭୋଟ ପାଇଥିଲା। ୨୦୧୯ରେ ରାଜ୍ୟର ମୋଟ ୩.୨୪ କୋଟି ଭୋଟରଙ୍କ ମଧ୍ୟରୁ ୨.୩୬ କୋଟି ଭୋଟର ମତଦାନ କରିଥିଲେ। ପରବର୍ତ୍ତୀ ସମୟରେ ୨୦୨୩ରେ ପଞ୍ଚାୟତ ଓ ପୌର ନିର୍ବାଚନରେ ଏହି ଭୋଟ ହାର ୧.୨ କୋଟିକୁ ଛୁଇଁଥିଲା। ଫଳାଫଳ ଦେଖିଲେ ପ୍ରାୟ ୫୦%ରୁ ଊର୍ଦ୍ଧ୍ବ ଭୋଟର ବିଜେଡିକୁ ପସନ୍ଦ କରିଥିଲେ। ପରିଣତି ସ୍ୱରୂପ ଦଳ ରାଜ୍ୟର ୩୦ଟି ଜିଲ୍ଲା ପରିଷଦରେ ବିପୁଳ ବିଜୟ ଲାଭ କରିଥିଲା। ନିର୍ବାଚନ ଅନୁଷ୍ଠିତ ହୋଇଥିବା ୩ ମହାନଗର ଓ ୯୦% ପୌରାଞ୍ଚଳରେ ଦଳ ବିଜୟ ବୈଜୟନ୍ତୀ ଉଡ଼ାଇଥିଲା। ଏହି ପରିପ୍ରେକ୍ଷୀରେ ଆଗାମୀ ନିର୍ବାଚନରେ ବିଜେଡି ଅନ୍ୟୂନ ୫୫% ଭୋଟ ସଂଗ୍ରହ ଲକ୍ଷ୍ୟ ରଖିଛି। ପଞ୍ଚାୟତ ଓ ପୌର ସଫଳତାକୁ ବିଧାନସଭା ଓ ଲୋକସଭା ନିର୍ବାଚନରେ ଦୋହରାଇବା ନିମନ୍ତେ ବିଜେଡି ଯେଉଁ ଅଭେଦ୍ୟ ରଣନୀତି ପ୍ରସ୍ତୁତ କରିଛି ତାହା ଆଗାମୀ ନିର୍ବାଚନରେ ଦଳକୁ ବିପୁଳ ସଫଳତା ଦେବ ବୋଲି ଆକଳନ କରାଯାଉଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

18 Aug 2023 By The Sakala

‘ଟାଇମ୍ସ ନାଓ-ଇଟିଜି’ର ପ୍ରାକ୍‌‌ ନିର୍ବାଚନୀ ଆକଳନ: ପୁଣି ବିଜେଡିକୁ ମିଳିବ ବିପୁଳ ସମର୍ଥନ, କ୍ରମାଗତ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପୁଣି ବିଜୁ ଜନତା ଦଳକୁ ମିଳିବ ବିପୁଳ ସମର୍ଥନ। କ୍ରମାଗତ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡିର ଆସନ ସଂଖ୍ୟା ବୃଦ୍ଧି ପାଇବ। ଦୁଇ ସପ୍ତାହ ତଳେ ଇଣ୍ଡିଆ ଟିଭି ସର୍ଭେ ରିପୋର୍ଟ ପରେ ଏବେ ଟାଇମ୍ସ ନାଓ କରିଛି ଏପରି ପୂର୍ବାନୁମାନ। ବର୍ତ୍ତମାନ ବିଧାନସଭା ଓ ଲୋକସଭା ନିର୍ବାଚନ ହେଲେ ବିଜେଡି ପୁନର୍ବାର ବିପୁଳ ବିଜୟ ହାସଲ କରିବ ବୋଲି ଟାଇମ୍ସ ନାଓ ସଂସ୍ଥାର ସର୍ଭେରେ ପ୍ରକାଶ ପାଇଛି। ଗତ ନିର୍ବାଚନରେ ବିଜେଡି ୫୬% ଲୋକସଭା ଆସନ ଓ ୭୬% ବିଧାନସଭା ଆସନରେ ବିଜୟୀ ହୋଇଥିଲା। ଏଥର ଫଳାଫଳ କେବଳ ଭିନ୍ନ ହେବ ନାହିଁ; ବିଜେଡି ଉଭୟ ଲୋକସଭା ଓ ବିଧାନସଭାରେ ଅଧିକ ଆସନ ଅକ୍ତିଆର କରିବ। ୨୦୧୯ ନିର୍ବାଚନଠାରୁ ଦଳର ଭୋଟ ହାର ବୃଦ୍ଧି ପାଇବ ଓ ଆସନ ସଂଖ୍ୟା ମଧ୍ୟ ପୂର୍ବାପେକ୍ଷା ବଢ଼଼ିବ ବୋଲି ଟାଇମ୍ସ ନାଓ-ଇଟିଜି ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ଦେଶରେ ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ବୋଲି ମଧ୍ୟ ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓ ଓ ଇଟିଜି ରିପୋର୍ଟରେ କୁହାଯାଇଛି।

୨୦୧୯ ଲୋକସଭା ନିର୍ବାଚନରେ ବିଜେଡି ୪୨.୮% ଭୋଟ ସହ ୧୨ଟି ଲୋକସଭା ଆସନ ଦଖଲ କରିଥିଲା। ଅନୁରୂପ ଭାବରେ ବିଧାନସଭା ନିର୍ବାଚନରେ ଦଳ ଲୋକସଭା ଭୋଟ ଠାରୁ ପାଖାପାଖି ୨% ଅଧିକ ୪୪.୭୧% ଅର୍ଥାତ୍‌‌ ୧.୦୨ କୋଟି ଭୋଟ ପାଇଥିଲା। ୨୦୧୯ରେ ରାଜ୍ୟର ମୋଟ ୩.୨୪ କୋଟି ଭୋଟରଙ୍କ ମଧ୍ୟରୁ ୨.୩୬ କୋଟି ଭୋଟର ମତଦାନ କରିଥିଲେ। ପରବର୍ତ୍ତୀ ସମୟରେ ୨୦୨୩ରେ ପଞ୍ଚାୟତ ଓ ପୌର ନିର୍ବାଚନରେ ଏହି ଭୋଟ ହାର ୧.୨ କୋଟିକୁ ଛୁଇଁଥିଲା। ଫଳାଫଳ ଦେଖିଲେ ପ୍ରାୟ ୫୦%ରୁ ଊର୍ଦ୍ଧ୍ବ ଭୋଟର ବିଜେଡିକୁ ପସନ୍ଦ କରିଥିଲେ। ପରିଣତି ସ୍ୱରୂପ ଦଳ ରାଜ୍ୟର ୩୦ଟି ଜିଲ୍ଲା ପରିଷଦରେ ବିପୁଳ ବିଜୟ ଲାଭ କରିଥିଲା। ନିର୍ବାଚନ ଅନୁଷ୍ଠିତ ହୋଇଥିବା ୩ ମହାନଗର ଓ ୯୦% ପୌରାଞ୍ଚଳରେ ଦଳ ବିଜୟ ବୈଜୟନ୍ତୀ ଉଡ଼ାଇଥିଲା। ଏହି ପରିପ୍ରେକ୍ଷୀରେ ଆଗାମୀ ନିର୍ବାଚନରେ ବିଜେଡି ଅନ୍ୟୂନ ୫୫% ଭୋଟ ସଂଗ୍ରହ ଲକ୍ଷ୍ୟ ରଖିଛି। ପଞ୍ଚାୟତ ଓ ପୌର ସଫଳତାକୁ ବିଧାନସଭା ଓ ଲୋକସଭା ନିର୍ବାଚନରେ ଦୋହରାଇବା ନିମନ୍ତେ ବିଜେଡି ଯେଉଁ ଅଭେଦ୍ୟ ରଣନୀତି ପ୍ରସ୍ତୁତ କରିଛି ତାହା ଆଗାମୀ ନିର୍ବାଚନରେ ଦଳକୁ ବିପୁଳ ସଫଳତା ଦେବ ବୋଲି ଆକଳନ କରାଯାଉଛି।

https://www.thesakala.in/latest-odisha-news/times-now-etg-pre-election-statistics-naveen-patnaik-will-be-the-cm-for-the-sixth-time/article-24550
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର