ପ୍ରବଳ ବର୍ଷା ପାଇଁ ଟ୍ୱିନ ସିଟିକୁ ସତର୍କତା ଜାରି, ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ

The Sakala Picture
Published On

ଭୁବନେଶ୍ବର: ପ୍ରବଳ ବର୍ଷା ପାଇଁ ଟ୍ୱିନ ସିଟିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଘଡଘଡି ସହ ୨ ରୁ ୩ ସେମି ପର୍ଯ୍ୟନ୍ତ ବର୍ଷା ଆଶଙ୍କା କରାଯାଇଛି। ବର୍ଷା ବେଳେ ଟ୍ରାଫିକ୍‌‌ ସମସ୍ୟା ଦେଖାଯିବା ନେଇ ମଧ୍ୟ ସମ୍ଭାବନା ରହିଛି। ଗାଡିମୋଟର ଧିରେ ଚଳାଚଳ କରିବାକୁ ପରମର୍ଶ ଦିଆଯାଇଛି। ପ୍ରବଳ ବର୍ଷା ସମୟରେ ଘରୁ ନ ବାହାରିବାକୁ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହପରି ଆସନ୍ତା ୨୪ଘଣ୍ଟା ପାଇଁ ୧୦ଟି ଜିଲ୍ଲାକୁ […]

ଭୁବନେଶ୍ବର: ପ୍ରବଳ ବର୍ଷା ପାଇଁ ଟ୍ୱିନ ସିଟିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଘଡଘଡି ସହ ୨ ରୁ ୩ ସେମି ପର୍ଯ୍ୟନ୍ତ ବର୍ଷା ଆଶଙ୍କା କରାଯାଇଛି। ବର୍ଷା ବେଳେ ଟ୍ରାଫିକ୍‌‌ ସମସ୍ୟା ଦେଖାଯିବା ନେଇ ମଧ୍ୟ ସମ୍ଭାବନା ରହିଛି। ଗାଡିମୋଟର ଧିରେ ଚଳାଚଳ କରିବାକୁ ପରମର୍ଶ ଦିଆଯାଇଛି। ପ୍ରବଳ ବର୍ଷା ସମୟରେ ଘରୁ ନ ବାହାରିବାକୁ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସେହପରି ଆସନ୍ତା ୨୪ଘଣ୍ଟା ପାଇଁ ୧୦ଟି ଜିଲ୍ଲାକୁ ଅରେଞ୍ଜ ଓ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ନୂଆପଡା, ବଲାଙ୍ଗୀର, ଖୋର୍ଦ୍ଧା, କଟକ, ଅନୁଗୁଳ, ଦେଙ୍କନାଳ, ଦେଓଗଡ, ନୟାଗଡ଼, ପୁରୀ ଏବଂ ଜଗତସିଂହପୁର ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ଯାଜପୁର, ଭଦ୍ରକ, କୋରାପୁଟ,ମାଲକାନଗିରି, ଗଞ୍ଜାମ, କେନ୍ଦ୍ରାପଡ଼ା, କେନ୍ଦୁଝର ସମ୍ବଲପୁର ଏବଂ ଝାରସୁଗୁଡା ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ଅନ୍ୟପକ୍ଷରେ, ଆସନ୍ତା ୧୨ ଘଣ୍ଟାରେ ଲଘୁଚାପ ସମ୍ଭାବନା ରହିଛି। ଦୁଇ ଦିନ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ ।  ଆସନ୍ତା ୧୨ ଘଣ୍ଟାରେ ଲଘୁଚାପର ରୂପନେବ ଘୁର୍ଣ୍ଣିବଳୟ। ଏହାର ପ୍ରଭାବରେ ଆଜି ଆଉ କଲି ରାଜ୍ୟରେ ପ୍ରବଳ ବର୍ଷା ଦେଖିବାକୁ ମିଳିବ। କନ୍ଧମାଳ କଲାହାଣ୍ଡିରେ ପବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ତେବେ ଲାଗୁଚପକୁ ନଜରରେ ରଖି ସମୁଦ୍ର ମଧ୍ୟକୁ ମାତ୍ସଜୀବିଙ୍କୁ ଯିବାକୁ ବାରଣ କରାଯାଇଛି। କୌଣସି ବନ୍ଦରକୁ ବିପଦ ସଂକେତ ଦିଆଯାଇନାହିଁ। ଶନିବାର ଠାରୁ ବର୍ଷା ପରିମାଣ କମିବା ସହ କିଛି ସ୍ଥାନରେ ବର୍ଷା ହେବ। ଲଘୁଚାପ ପ୍ରଭାବରେ ଆଜି ଆଉ ଆସନ୍ତା କାଲି ଭୁବନେଶ୍ୱରରେ ବର୍ଷା ହେବ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର