ଆଜି ବିଶ୍ୱ ହସ୍ତୀ ଦିବସ: ଜଙ୍ଗଲରେ ପୂରୁନି ପେଟ, ଜନବସତିମୁହାଁ ହାତୀ

The Sakala Picture
Published On

ଭୁବନେଶ୍ୱର: ବାଘ, ଭାଲୁ ଓ ସିଂହଙ୍କ ତୁଳନାରେ ହାତୀଙ୍କୁ ଶାନ୍ତ ସ୍ୱଭାବର ପ୍ରାଣୀ ଭାବେ ଗଣାଯାଉଥିଲେ ହେଁ ହାତୀ ଆକ୍ରମଣରେ ଦିନକୁ ଦିନ ମଣିଷଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟିଛି। ଚଳିତବର୍ଷର ପ୍ରଥମ ତ୍ରୈମାସିକରେ ହାତୀ ଆକ୍ରମଣରେ ରାଜ୍ୟରେ ୫୭ ଜଣଙ୍କ ଜୀବନ ଯାଇଛି। ହାତୀମାନଙ୍କ ପେଟ ପୂରୁ ନ ଥିବା ଯୋଗୁଁ ସେମାନେ ହିଂସ୍ର ପାଲଟୁଛନ୍ତି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ସାଧାରଣତଃ ଗୋଟିଏ ହାତୀ ଦିନକୁ ୧ କୁଇଣ୍ଟାଲ୍‌‌ରୁ ଦେଢ଼ […]

ଭୁବନେଶ୍ୱର: ବାଘ, ଭାଲୁ ଓ ସିଂହଙ୍କ ତୁଳନାରେ ହାତୀଙ୍କୁ ଶାନ୍ତ ସ୍ୱଭାବର ପ୍ରାଣୀ ଭାବେ ଗଣାଯାଉଥିଲେ ହେଁ ହାତୀ ଆକ୍ରମଣରେ ଦିନକୁ ଦିନ ମଣିଷଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟିଛି। ଚଳିତବର୍ଷର ପ୍ରଥମ ତ୍ରୈମାସିକରେ ହାତୀ ଆକ୍ରମଣରେ ରାଜ୍ୟରେ ୫୭ ଜଣଙ୍କ ଜୀବନ ଯାଇଛି। ହାତୀମାନଙ୍କ ପେଟ ପୂରୁ ନ ଥିବା ଯୋଗୁଁ ସେମାନେ ହିଂସ୍ର ପାଲଟୁଛନ୍ତି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

ସାଧାରଣତଃ ଗୋଟିଏ ହାତୀ ଦିନକୁ ୧ କୁଇଣ୍ଟାଲ୍‌‌ରୁ ଦେଢ଼ କୁଇଣ୍ଟାଲର ଖାଦ୍ୟ ଆବଶ୍ୟକତା କରିଥାଏ। ୨୦୦-୨୫୦ ଲିଟର ପାଣି ପିଇଥାଏ। ଏହି ପରିମାଣରେ ଖାଦ୍ୟ ମିଳିଲେ ହିଁ ହାତୀର ପେଟ ପୁରିଥାଏ। ମାତ୍ର ଜଙ୍ଗଲରେ ହାତୀମାନଙ୍କୁ ଏତେ ପରିମାଣରେ ଆଉ ଖାଦ୍ୟ ପଦାର୍ଥ ମିଳିପାରୁ ନ ଥିବାରୁ ସେମାନେ ଜଙ୍ଗଲରୁ ବାହାରି ଆସୁଛନ୍ତି ଓ କ୍ଷେତ କିମ୍ବା ଜନବସତି ମୁହାଁ ହେଉଛନ୍ତି। ଏହି ସମୟରେ ହାତୀ-ମଣିଷଙ୍କ ମଧ୍ୟରେ ଘମାଘୋଟ୍‌‌ ଲଢ଼େଇ ହେଉଛି ଓ ଏଥିରେ ଲୋକଙ୍କ ଜୀବନ ଯାଉଛି। ହାତୀମାନେ ଶିଆଳି, ଡିମ୍ବିରି, କୁମ୍ଭୀ, ତାଳ, ଆମ୍ବ ଓ ପଣସ ଭଳି ଖାଦ୍ୟ ଖାଉଥିବା ବେଳେ ବାଉଁଶକୁ ପ୍ରମୁଖ ଖାଦ୍ୟ ଭାବେ ଖାଇଥାନ୍ତି। ପୂର୍ବରୁ ରାଜ୍ୟର ବିଭିନ୍ନ ଜଙ୍ଗଲରେ ବ୍ୟାପକ ବାଉଁଶ ମିଳୁଥିଲା। ହେଲେ ଏବେ ଜଙ୍ଗଲରେ ହାତୀଙ୍କୁ ଖାଇବା ପାଇଁ ଆବଶ୍ୟକୀୟ ପରିମାଣରେ ବାଉଁଶ ମିଳୁ ନ ଥିବା ଅଭିଯୋଗ ହୋଇଛି। ଯାହାପାଇଁ ହାତୀଙ୍କ ପାଇଁ ଜଙ୍ଗଲରେ ଖାଦ୍ୟାଭାବ ସମସ୍ୟା ସୃଷ୍ଟି ହୋଇଛି। ସେଭ୍‌‌ ଏଲିଫ୍ୟାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟର ଟ୍ରଷ୍ଟି ତଥା ପୂର୍ବତନ ଆଇଏଫ୍‌‌ଏସ୍‌‌ ଅଧିକାରୀ ଜିତଶତ୍ରୁ ମହାନ୍ତି କହିଛନ୍ତି ଯେ ଜଙ୍ଗଲରେ ପ୍ରଚୁର ମାତ୍ରାରେ ଖାଦ୍ୟ ଉପଲବ୍ଧ କରାଇଲେ ହାତୀମାନେ ଆଉ ବାହାରକୁ ଆସିବେ ନାହିଁ। ରାଜ୍ୟ ସରକାର ଏ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ସେଭ୍‌‌ ଏଲିଫ୍ୟାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟ ମଧ୍ୟ ସିଡ୍‌‌ବଲ୍‌‌ ଜରିଆରେ ଶାଳିଆ ବାଉଁଶ ଚାରାରୋପଣ ପାଇଁ କାର୍ଯ୍ୟ କରୁଛି। ବାଉଁଶ ବୁଦା ବଢ଼଼ିବା ପାଇଁ ୪-୫ ବର୍ଷ ସମୟ ଆବଶ୍ୟକ ହୋଇଥାଏ। ତେଣୁ ବିଶ୍ୱ ହସ୍ତୀଦିବସରେ ପ୍ରତ୍ୟେକ ବ୍ୟାପକ ଚାରାରୋପଣ କରିବାକୁ ଶପଥ ନେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଜଙ୍ଗଲରେ ଖାଦ୍ୟାଭାବ ସାଙ୍ଗକୁ ଏପ୍ରିଲ୍‌‌, ମେ ଏବଂ ଜୁନ୍‌‌ ମାସରେ ରାଜ୍ୟରେ ଉତ୍ପାଦନ ହେଉଥିବା ଅଧିକାଂଶ ଫଳ ପାଚୁଥିବା ବେଳେ ହାତୀମାନେ ଏହାକୁ ଖାଇବାକୁ ଆସୁଛନ୍ତି ଓ ଏହି ସମୟରେ ଲୋକମାନେ ଫଳ ସଂଗ୍ରହ କରିବାକୁ ଯାଇ ମୃତ୍ୟୁମୁଖରେ ପଡ଼ିଛନ୍ତି। ପ୍ରାଣ ହରାଇଥିବା ୫୭ ଜଣଙ୍କ ମଧ୍ୟରୁ ୧୪ ଜଣଙ୍କ ପ୍ରାଣ ଆମ୍ବ ବଗିଚାରେ ଯାଇଥିବା ବେଳେ ୩ ଜଣ କାଜୁ ବଗିଚା, ୭ ଜଣ ବାହାରକୁ ଯାଇଥିବା ବେଳେ ପ୍ରାଣ ହରାଇଛନ୍ତି। ସେହିପରି ୭ ଟି ଗାଁରେ ବୁଲୁଥିବା ସମୟରେ ପ୍ରାଣ ହରାଇବା ସହିତ ୩ ଜଣ ନିଜ ଫସଲ କ୍ଷେତରେ ଏବଂ ଜଙ୍ଗଲକୁ କାଠ, କେନ୍ଦୁ, ଶାଳପତ୍ର ସଂଗ୍ରହ, ମହୂଲ ଫୁଲ ଓ ଛତୁ ସଂଗ୍ରହ ପାଇଁ ଯାଇ ୮ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଗତ ବର୍ଷ ରାଜ୍ୟରେ ୧୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚଳିତବର୍ଷ ପ୍ରଥମ ୩ ମାସରେ ଏହି ସଂଖ୍ୟା ୫୭ରେ ପହଞ୍ଚିଯାଇଛି।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

ଅନ୍ୟପଟେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ହାତୀ ମଣିଷ ଲଢ଼େଇ ରୋକିବା ପାଇଁ ଅନେକ ପଦକ୍ଷେପ ନେଉଥିବା ନେଇ ଦାବି କରୁଛି। ଏଥିପାଇଁ ବାହାର ରାଜ୍ୟର ପରାମର୍ଶଦାତାଙ୍କୁ କୋଟି କୋଟି ଟଙ୍କା ଦିଆଯାଇଥିବା ସତ୍ତ୍ବେ ହାତୀ ମଣିଷ ଲଢ଼େଇ ହ୍ରାସ ନ ହେବା ଓ ଗତ ୭ବର୍ଷ ମଧ୍ୟରେ ପ୍ରତିବର୍ଷ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜୁନ୍‌‌ ଓ ଜୁଲାଇରେ ହାତୀ ଖଜୁରୀ ଖାଇଥାନ୍ତି। ହେଲେ ଖଜୁରୀ ଗଛର ବହୁଳ କାଟିବା କାରଣରୁ ଏହା ଅଭାବ ହୋଇପଡ଼ିଛି। ତାମିଲନାଡୁକୁ ଖଜୁରି ଗଛ ରପ୍ତାନୀ ବଢ଼଼ିବା ସହିତ ଅନୁଗୁଳ, ଙ୍କୋନାଳ, ଦେବଗଡ଼ ଜିଲ୍ଲାରେ ଗତ ତିନିବର୍ଷରେ ହଜାର ହଜାର ଖଜୁରୀ ଗଛ କଟାଯାଇଥିବା ଜଣାପଡ଼ିଛି। ବଡ଼ କଥା ହେଉଛି ଯେ ଅନ୍ୟ କିଛି ରାଜ୍ୟ ଯଥା କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ଆଦି ତୁଳନାରେ ଓଡ଼ିଶାରେ ହାତୀ ସଂଖ୍ୟା କମ୍‌‌ ଥିଲେ ମଧ୍ୟ ସେହି ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ଅଧିକ ହାତୀ ମଣିଷ ଲଢ଼େଇ ହେଉଛି ଓ ଏଥିରେ ଅଧିକ ଲୋକ ପ୍ରାଣ ହରାଉଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

12 Aug 2023 By The Sakala

ଆଜି ବିଶ୍ୱ ହସ୍ତୀ ଦିବସ: ଜଙ୍ଗଲରେ ପୂରୁନି ପେଟ, ଜନବସତିମୁହାଁ ହାତୀ

ଭୁବନେଶ୍ୱର: ବାଘ, ଭାଲୁ ଓ ସିଂହଙ୍କ ତୁଳନାରେ ହାତୀଙ୍କୁ ଶାନ୍ତ ସ୍ୱଭାବର ପ୍ରାଣୀ ଭାବେ ଗଣାଯାଉଥିଲେ ହେଁ ହାତୀ ଆକ୍ରମଣରେ ଦିନକୁ ଦିନ ମଣିଷଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟିଛି। ଚଳିତବର୍ଷର ପ୍ରଥମ ତ୍ରୈମାସିକରେ ହାତୀ ଆକ୍ରମଣରେ ରାଜ୍ୟରେ ୫୭ ଜଣଙ୍କ ଜୀବନ ଯାଇଛି। ହାତୀମାନଙ୍କ ପେଟ ପୂରୁ ନ ଥିବା ଯୋଗୁଁ ସେମାନେ ହିଂସ୍ର ପାଲଟୁଛନ୍ତି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସାଧାରଣତଃ ଗୋଟିଏ ହାତୀ ଦିନକୁ ୧ କୁଇଣ୍ଟାଲ୍‌‌ରୁ ଦେଢ଼ କୁଇଣ୍ଟାଲର ଖାଦ୍ୟ ଆବଶ୍ୟକତା କରିଥାଏ। ୨୦୦-୨୫୦ ଲିଟର ପାଣି ପିଇଥାଏ। ଏହି ପରିମାଣରେ ଖାଦ୍ୟ ମିଳିଲେ ହିଁ ହାତୀର ପେଟ ପୁରିଥାଏ। ମାତ୍ର ଜଙ୍ଗଲରେ ହାତୀମାନଙ୍କୁ ଏତେ ପରିମାଣରେ ଆଉ ଖାଦ୍ୟ ପଦାର୍ଥ ମିଳିପାରୁ ନ ଥିବାରୁ ସେମାନେ ଜଙ୍ଗଲରୁ ବାହାରି ଆସୁଛନ୍ତି ଓ କ୍ଷେତ କିମ୍ବା ଜନବସତି ମୁହାଁ ହେଉଛନ୍ତି। ଏହି ସମୟରେ ହାତୀ-ମଣିଷଙ୍କ ମଧ୍ୟରେ ଘମାଘୋଟ୍‌‌ ଲଢ଼େଇ ହେଉଛି ଓ ଏଥିରେ ଲୋକଙ୍କ ଜୀବନ ଯାଉଛି। ହାତୀମାନେ ଶିଆଳି, ଡିମ୍ବିରି, କୁମ୍ଭୀ, ତାଳ, ଆମ୍ବ ଓ ପଣସ ଭଳି ଖାଦ୍ୟ ଖାଉଥିବା ବେଳେ ବାଉଁଶକୁ ପ୍ରମୁଖ ଖାଦ୍ୟ ଭାବେ ଖାଇଥାନ୍ତି। ପୂର୍ବରୁ ରାଜ୍ୟର ବିଭିନ୍ନ ଜଙ୍ଗଲରେ ବ୍ୟାପକ ବାଉଁଶ ମିଳୁଥିଲା। ହେଲେ ଏବେ ଜଙ୍ଗଲରେ ହାତୀଙ୍କୁ ଖାଇବା ପାଇଁ ଆବଶ୍ୟକୀୟ ପରିମାଣରେ ବାଉଁଶ ମିଳୁ ନ ଥିବା ଅଭିଯୋଗ ହୋଇଛି। ଯାହାପାଇଁ ହାତୀଙ୍କ ପାଇଁ ଜଙ୍ଗଲରେ ଖାଦ୍ୟାଭାବ ସମସ୍ୟା ସୃଷ୍ଟି ହୋଇଛି। ସେଭ୍‌‌ ଏଲିଫ୍ୟାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟର ଟ୍ରଷ୍ଟି ତଥା ପୂର୍ବତନ ଆଇଏଫ୍‌‌ଏସ୍‌‌ ଅଧିକାରୀ ଜିତଶତ୍ରୁ ମହାନ୍ତି କହିଛନ୍ତି ଯେ ଜଙ୍ଗଲରେ ପ୍ରଚୁର ମାତ୍ରାରେ ଖାଦ୍ୟ ଉପଲବ୍ଧ କରାଇଲେ ହାତୀମାନେ ଆଉ ବାହାରକୁ ଆସିବେ ନାହିଁ। ରାଜ୍ୟ ସରକାର ଏ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ସେଭ୍‌‌ ଏଲିଫ୍ୟାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟ ମଧ୍ୟ ସିଡ୍‌‌ବଲ୍‌‌ ଜରିଆରେ ଶାଳିଆ ବାଉଁଶ ଚାରାରୋପଣ ପାଇଁ କାର୍ଯ୍ୟ କରୁଛି। ବାଉଁଶ ବୁଦା ବଢ଼଼ିବା ପାଇଁ ୪-୫ ବର୍ଷ ସମୟ ଆବଶ୍ୟକ ହୋଇଥାଏ। ତେଣୁ ବିଶ୍ୱ ହସ୍ତୀଦିବସରେ ପ୍ରତ୍ୟେକ ବ୍ୟାପକ ଚାରାରୋପଣ କରିବାକୁ ଶପଥ ନେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଜଙ୍ଗଲରେ ଖାଦ୍ୟାଭାବ ସାଙ୍ଗକୁ ଏପ୍ରିଲ୍‌‌, ମେ ଏବଂ ଜୁନ୍‌‌ ମାସରେ ରାଜ୍ୟରେ ଉତ୍ପାଦନ ହେଉଥିବା ଅଧିକାଂଶ ଫଳ ପାଚୁଥିବା ବେଳେ ହାତୀମାନେ ଏହାକୁ ଖାଇବାକୁ ଆସୁଛନ୍ତି ଓ ଏହି ସମୟରେ ଲୋକମାନେ ଫଳ ସଂଗ୍ରହ କରିବାକୁ ଯାଇ ମୃତ୍ୟୁମୁଖରେ ପଡ଼ିଛନ୍ତି। ପ୍ରାଣ ହରାଇଥିବା ୫୭ ଜଣଙ୍କ ମଧ୍ୟରୁ ୧୪ ଜଣଙ୍କ ପ୍ରାଣ ଆମ୍ବ ବଗିଚାରେ ଯାଇଥିବା ବେଳେ ୩ ଜଣ କାଜୁ ବଗିଚା, ୭ ଜଣ ବାହାରକୁ ଯାଇଥିବା ବେଳେ ପ୍ରାଣ ହରାଇଛନ୍ତି। ସେହିପରି ୭ ଟି ଗାଁରେ ବୁଲୁଥିବା ସମୟରେ ପ୍ରାଣ ହରାଇବା ସହିତ ୩ ଜଣ ନିଜ ଫସଲ କ୍ଷେତରେ ଏବଂ ଜଙ୍ଗଲକୁ କାଠ, କେନ୍ଦୁ, ଶାଳପତ୍ର ସଂଗ୍ରହ, ମହୂଲ ଫୁଲ ଓ ଛତୁ ସଂଗ୍ରହ ପାଇଁ ଯାଇ ୮ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଗତ ବର୍ଷ ରାଜ୍ୟରେ ୧୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚଳିତବର୍ଷ ପ୍ରଥମ ୩ ମାସରେ ଏହି ସଂଖ୍ୟା ୫୭ରେ ପହଞ୍ଚିଯାଇଛି।

ଅନ୍ୟପଟେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ହାତୀ ମଣିଷ ଲଢ଼େଇ ରୋକିବା ପାଇଁ ଅନେକ ପଦକ୍ଷେପ ନେଉଥିବା ନେଇ ଦାବି କରୁଛି। ଏଥିପାଇଁ ବାହାର ରାଜ୍ୟର ପରାମର୍ଶଦାତାଙ୍କୁ କୋଟି କୋଟି ଟଙ୍କା ଦିଆଯାଇଥିବା ସତ୍ତ୍ବେ ହାତୀ ମଣିଷ ଲଢ଼େଇ ହ୍ରାସ ନ ହେବା ଓ ଗତ ୭ବର୍ଷ ମଧ୍ୟରେ ପ୍ରତିବର୍ଷ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜୁନ୍‌‌ ଓ ଜୁଲାଇରେ ହାତୀ ଖଜୁରୀ ଖାଇଥାନ୍ତି। ହେଲେ ଖଜୁରୀ ଗଛର ବହୁଳ କାଟିବା କାରଣରୁ ଏହା ଅଭାବ ହୋଇପଡ଼ିଛି। ତାମିଲନାଡୁକୁ ଖଜୁରି ଗଛ ରପ୍ତାନୀ ବଢ଼଼ିବା ସହିତ ଅନୁଗୁଳ, ଙ୍କୋନାଳ, ଦେବଗଡ଼ ଜିଲ୍ଲାରେ ଗତ ତିନିବର୍ଷରେ ହଜାର ହଜାର ଖଜୁରୀ ଗଛ କଟାଯାଇଥିବା ଜଣାପଡ଼ିଛି। ବଡ଼ କଥା ହେଉଛି ଯେ ଅନ୍ୟ କିଛି ରାଜ୍ୟ ଯଥା କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ଆଦି ତୁଳନାରେ ଓଡ଼ିଶାରେ ହାତୀ ସଂଖ୍ୟା କମ୍‌‌ ଥିଲେ ମଧ୍ୟ ସେହି ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ଅଧିକ ହାତୀ ମଣିଷ ଲଢ଼େଇ ହେଉଛି ଓ ଏଥିରେ ଅଧିକ ଲୋକ ପ୍ରାଣ ହରାଉଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର