ଟିପିସିଓଡିଏଲ୍‌ର ଏକକାଳୀନ ସମାଧାନ ଯୋଜନା, ବକେୟା ବିଦ୍ୟୁତ୍‌ ବିଲ୍ ଉପରେ ୩୦% ପର୍ଯ୍ୟନ୍ତ ରିଆତି

The Sakala Picture
Published On

ଭୁବନେଶ୍ୱର: ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଏକକାଳୀନ ସମାଧାନ ଯୋଜନା (ଓଟିଏସ୍) ସଫଳତାର ସହ କାର୍ଯ୍ୟକାରୀ କରାଯାଇଛି ଯାହାକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି)ଙ୍କ ଅନୁମୋଦନ ମିଳିଛି। ଏହି ସ୍କିମ୍ ରେ ଯୋଗ୍ୟ ଗ୍ରାହକମାନେ ୨୦୨୦ ମେ’ ୩୧ ସୁଦ୍ଧା ଥିବା ବକେୟା ବିଦ୍ୟୁତ ବିଲ୍ ଉପରେ ୩୦% ପର୍ଯ୍ୟନ୍ତ ରିଆତି ପାଇପାରିବେ। ନିର୍ଦ୍ଦିଷ୍ଟ ଭାବେ ଦୀର୍ଘଦିନରୁ ବିଦ୍ୟୁତ ବିଲ୍ ବକେୟା ରଖିଥିବା ସମସ୍ତ ଲୋ-ଟେନ୍‌ସନ୍ ବିଦ୍ୟୁତ ଗ୍ରାହକମାନେ ସେମାନଙ୍କ ଅତୀତ […]

ଭୁବନେଶ୍ୱର: ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଏକକାଳୀନ ସମାଧାନ ଯୋଜନା (ଓଟିଏସ୍) ସଫଳତାର ସହ କାର୍ଯ୍ୟକାରୀ କରାଯାଇଛି ଯାହାକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି)ଙ୍କ ଅନୁମୋଦନ ମିଳିଛି। ଏହି ସ୍କିମ୍ ରେ ଯୋଗ୍ୟ ଗ୍ରାହକମାନେ ୨୦୨୦ ମେ’ ୩୧ ସୁଦ୍ଧା ଥିବା ବକେୟା ବିଦ୍ୟୁତ ବିଲ୍ ଉପରେ ୩୦% ପର୍ଯ୍ୟନ୍ତ ରିଆତି ପାଇପାରିବେ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ନିର୍ଦ୍ଦିଷ୍ଟ ଭାବେ ଦୀର୍ଘଦିନରୁ ବିଦ୍ୟୁତ ବିଲ୍ ବକେୟା ରଖିଥିବା ସମସ୍ତ ଲୋ-ଟେନ୍‌ସନ୍ ବିଦ୍ୟୁତ ଗ୍ରାହକମାନେ ସେମାନଙ୍କ ଅତୀତ ବକେୟାର ମୂଳ ରାଶି ଉପରେ ଏକକାଳୀନ ୩୦% ପର୍ଯ୍ୟନ୍ତ ରିଆତି ପାଇପାରିବେ। ସେମାନେ ବିଳମ୍ବିତ ପେମେଣ୍ଟ ସରଚାର୍ଜ ଉପରେ ଅତିରିକ୍ତ ୮୦% ରିଆତି ମଧ୍ୟ ପାଇପାରିବେ। ସେହିପରି, ସମସ୍ତ ହାଇଟେନ୍‌ସନ୍ ଓ ଏକ୍ସଟ୍ରା ହାଇ ଟେନ୍‌ସନ୍ ଗ୍ରାହକମାନେ ବିଳମ୍ବିତ ପେମେଣ୍ଟ ସରଚାର୍ଜ ଉପରେ ୬୦% ପର୍ଯ୍ୟନ୍ତ ରିଆତି ପାଇପାରିବେ। ଗ୍ରାହକମାନେ ଦେୟମୁକ୍ତ ନମ୍ବର ୧୯୧୨/୧୮୦୦-୩୪୫-୭୧୨୨କୁ କଲ୍ କରି ଏବଂ ୯୧୨୪୯୯୮୭୨୯କୁ ହ୍ୱାଟ୍ସଆପ୍ କରି ମଧ୍ୟ ପଞ୍ଜୀକରଣ କରିପାରିବେ। ଏହି ଯୋଜନାର ଶେଷ ତାରିଖ ଜୁଲାଇ ୩୧ ରହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର