ଆସିବ ବଡ଼ପୁଞ୍ଜି: ଆସନ୍ତାକାଲି ରାୟପୁରରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌

The Sakala Picture
Published On

ରାୟପୁର: ରାୟପୁରରୁ ଆସିବ ବଡ଼ପୁଞ୍ଜି । ରାୟପୁରରେ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ନିବେଶକଙ୍କୁ କରାଯିବ ନିମନ୍ତ୍ରଣ । କାହିଁକି ଓଡ଼ିଶା ଶିଳ୍ପାୟନ ପାଇଁ ଉତ୍କୃଷ୍ଟ, ତାହା ବୁଝାଇବ ଟିମ୍‌ ଓଡ଼ିଶା । ଆସିବ ଅଧିକ ପୁଞ୍ଜି, ସୃଷ୍ଟି ହେବ ବ୍ୟାପକ ନିଯୁକ୍ତି। ପୁଞ୍ଜିନିବେଶରେ ଓଡ଼ିଶା ଦେଶର ଉତ୍କୃଷ୍ଟ ସ୍ଥାନ। ନିବେଶକଙ୍କୁ ମିଳିବ ପ୍ଲସ୍‌ ଓ୍ବାନ୍‌ ସୁବିଧା। ସିଙ୍ଗ୍‌ଲ ଓ୍ବିଣ୍ଡୋ ସିଷ୍ଟମରେ ସବୁ ଅନୁମତି ସହଜରେ ମିଳିବ। ଜମି ଅଧିଗ୍ରହଣରେ ବି ସମସ୍ୟା ନାହିଁ । ୨୩ ବର୍ଷର […]

ରାୟପୁର: ରାୟପୁରରୁ ଆସିବ ବଡ଼ପୁଞ୍ଜି । ରାୟପୁରରେ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ନିବେଶକଙ୍କୁ କରାଯିବ ନିମନ୍ତ୍ରଣ । କାହିଁକି ଓଡ଼ିଶା ଶିଳ୍ପାୟନ ପାଇଁ ଉତ୍କୃଷ୍ଟ, ତାହା ବୁଝାଇବ ଟିମ୍‌ ଓଡ଼ିଶା । ଆସିବ ଅଧିକ ପୁଞ୍ଜି, ସୃଷ୍ଟି ହେବ ବ୍ୟାପକ ନିଯୁକ୍ତି।

ଆହୁରି ପଢ଼ନ୍ତୁ: ପରୀକ୍ଷା ଅବ୍ୟବସ୍ଥାକୁ ନେଇ ନବୀନଙ୍କ କ୍ଷୋଭ: ଭରସା ଭାଙ୍ଗିଛି ଶିକ୍ଷା ବ୍ୟବସ୍ଥା, ଛାତ୍ରଙ୍କ ସହ ଆଲୋଚନା କରନ୍ତୁ ସରକାର

ପୁଞ୍ଜିନିବେଶରେ ଓଡ଼ିଶା ଦେଶର ଉତ୍କୃଷ୍ଟ ସ୍ଥାନ। ନିବେଶକଙ୍କୁ ମିଳିବ ପ୍ଲସ୍‌ ଓ୍ବାନ୍‌ ସୁବିଧା। ସିଙ୍ଗ୍‌ଲ ଓ୍ବିଣ୍ଡୋ ସିଷ୍ଟମରେ ସବୁ ଅନୁମତି ସହଜରେ ମିଳିବ। ଜମି ଅଧିଗ୍ରହଣରେ ବି ସମସ୍ୟା ନାହିଁ । ୨୩ ବର୍ଷର ସ୍ଥିର ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ବ ବିଶ୍ବର ଶିଳ୍ପପତିଙ୍କୁ ଆକୃଷ୍ଟ କରୁଛି। ଓଡ଼ିଶାରେ ସବୁକ୍ଷେତ୍ରରେ ରହିଛି ନିବେଶ ସୁଯୋଗ। ରାୟପୁରରେ ଆସନ୍ତାକାଲି ଓ ତା’ପର ଦିନ ଦୁଇଦିନ ଧରି ହେବ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ । ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ନେତୃତ୍ବରେ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ରାୟପୁର ଗସ୍ତ କରିଛନ୍ତି । ପୁଞ୍ଜିପତିଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରି ସେମାନଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରାଯିବ ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୩ ରୁ ୫ ଯାଏଁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଦୁବାଇରୁ ଆରମ୍ଭ କରି ଅହମ୍ମଦାବାଦ, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଳୁରୁରୁ ବଡ଼ ପୁଞ୍ଜି ଆସିବା ନେଇ କର୍ପୋରେଟ୍‌ କ୍ୟାପେଟନମାନଙ୍କ ପ୍ରତିଶ୍ରୁତି ମିଳିଛି। ରାୟପୁରରେ ମଧ୍ୟ ବ୍ୟାପକ ପୁଞ୍ଜି ନିବେଶ ପ୍ରତିଶ୍ରୁତି ମିଳିବ ବୋଲି ଆଶା ରଖିଛି ଓଡ଼ିଶା । ଏପଟେ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କାମ ଦ୍ରୁତଗତିରେ ଚାଲିଥିବା ଶିଳ୍ପମନ୍ତ୍ରୀ କହିଛନ୍ତି । ଜମି ଅଧିଗ୍ରହଣ ନିୟମ ଅନୁସାରେ ଚାଲିବା ସହ କେନ୍ଦ୍ରକୁ କେତେକ ଅନୁମତି ମଧ୍ୟ ମଗାଯାଇଛି । ନିବେଶକଙ୍କୁ ଲଗାତାର ନିମନ୍ତ୍ରଣକୁ ବିଶେଷଜ୍ଞମାନେ ପ୍ରଶଂସା କରିଛନ୍ତି ।

ଆହୁରି ପଢ଼ନ୍ତୁ: ମୃତ ବୃଦ୍ଧାଙ୍କୁ ଜୀବିତ ଦର୍ଶାଇ ଭତ୍ତା ଲୁଟ୍: ସାତପଡ଼ାରେ ସାମ୍ନାକୁ ଆସିଲା ସାଂଘାତିକ ଦୁର୍ନୀତି

13 Jul 2023 By The Sakala

ଆସିବ ବଡ଼ପୁଞ୍ଜି: ଆସନ୍ତାକାଲି ରାୟପୁରରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌

ରାୟପୁର: ରାୟପୁରରୁ ଆସିବ ବଡ଼ପୁଞ୍ଜି । ରାୟପୁରରେ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ନିବେଶକଙ୍କୁ କରାଯିବ ନିମନ୍ତ୍ରଣ । କାହିଁକି ଓଡ଼ିଶା ଶିଳ୍ପାୟନ ପାଇଁ ଉତ୍କୃଷ୍ଟ, ତାହା ବୁଝାଇବ ଟିମ୍‌ ଓଡ଼ିଶା । ଆସିବ ଅଧିକ ପୁଞ୍ଜି, ସୃଷ୍ଟି ହେବ ବ୍ୟାପକ ନିଯୁକ୍ତି।

ପୁଞ୍ଜିନିବେଶରେ ଓଡ଼ିଶା ଦେଶର ଉତ୍କୃଷ୍ଟ ସ୍ଥାନ। ନିବେଶକଙ୍କୁ ମିଳିବ ପ୍ଲସ୍‌ ଓ୍ବାନ୍‌ ସୁବିଧା। ସିଙ୍ଗ୍‌ଲ ଓ୍ବିଣ୍ଡୋ ସିଷ୍ଟମରେ ସବୁ ଅନୁମତି ସହଜରେ ମିଳିବ। ଜମି ଅଧିଗ୍ରହଣରେ ବି ସମସ୍ୟା ନାହିଁ । ୨୩ ବର୍ଷର ସ୍ଥିର ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ବ ବିଶ୍ବର ଶିଳ୍ପପତିଙ୍କୁ ଆକୃଷ୍ଟ କରୁଛି। ଓଡ଼ିଶାରେ ସବୁକ୍ଷେତ୍ରରେ ରହିଛି ନିବେଶ ସୁଯୋଗ। ରାୟପୁରରେ ଆସନ୍ତାକାଲି ଓ ତା’ପର ଦିନ ଦୁଇଦିନ ଧରି ହେବ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ । ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ନେତୃତ୍ବରେ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ରାୟପୁର ଗସ୍ତ କରିଛନ୍ତି । ପୁଞ୍ଜିପତିଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରି ସେମାନଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରାଯିବ ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି ।

ଦୁବାଇରୁ ଆରମ୍ଭ କରି ଅହମ୍ମଦାବାଦ, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଳୁରୁରୁ ବଡ଼ ପୁଞ୍ଜି ଆସିବା ନେଇ କର୍ପୋରେଟ୍‌ କ୍ୟାପେଟନମାନଙ୍କ ପ୍ରତିଶ୍ରୁତି ମିଳିଛି। ରାୟପୁରରେ ମଧ୍ୟ ବ୍ୟାପକ ପୁଞ୍ଜି ନିବେଶ ପ୍ରତିଶ୍ରୁତି ମିଳିବ ବୋଲି ଆଶା ରଖିଛି ଓଡ଼ିଶା । ଏପଟେ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କାମ ଦ୍ରୁତଗତିରେ ଚାଲିଥିବା ଶିଳ୍ପମନ୍ତ୍ରୀ କହିଛନ୍ତି । ଜମି ଅଧିଗ୍ରହଣ ନିୟମ ଅନୁସାରେ ଚାଲିବା ସହ କେନ୍ଦ୍ରକୁ କେତେକ ଅନୁମତି ମଧ୍ୟ ମଗାଯାଇଛି । ନିବେଶକଙ୍କୁ ଲଗାତାର ନିମନ୍ତ୍ରଣକୁ ବିଶେଷଜ୍ଞମାନେ ପ୍ରଶଂସା କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର