ନବରଙ୍ଗପୁର CDMOଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ଦୁର୍ବ୍ୟବହାର

The Sakala Picture
Published On

ନବରଙ୍ଗପୁର: ପୁଣି ସରକାରୀ କର୍ମଚାରୀଙ୍କୁ ନାଲି ଆଖି ଦେଖାଇଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁ । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସର୍ବସାଧାରଣରେ ଦୁର୍ବବ୍ୟହାର ପ୍ରଦର୍ଶନ କରିଛନ୍ତି । ନିଜ ଆଚରଣ ଓ ଉଚ୍ଚାରଣକୁ ନେଇ ସବୁବେଳେ ବିବାଦରେ ରହୁଥିବା କେନ୍ଦ୍ରମନ୍ତ୍ରୀ ପୁଣି ଥରେ ସରକାରୀ ଅଧିକାରୀଙ୍କ ଉପରେ ନିଜ ରାଗ ଶୁଝାଉଥିବା ଦେଖିବାକୁ ମିଳିଛି । ଆଜି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମିତ ନୂଆ ଅକ୍ସିଜେନ ପ୍ଲାଣ୍ଟ ପରିଦର୍ଶନରେ ଯାଇଥିବା ବେଳେ ସିଡିଏମଓଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀଙ୍କ […]

ନବରଙ୍ଗପୁର: ପୁଣି ସରକାରୀ କର୍ମଚାରୀଙ୍କୁ ନାଲି ଆଖି ଦେଖାଇଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁ । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସର୍ବସାଧାରଣରେ ଦୁର୍ବବ୍ୟହାର ପ୍ରଦର୍ଶନ କରିଛନ୍ତି । ନିଜ ଆଚରଣ ଓ ଉଚ୍ଚାରଣକୁ ନେଇ ସବୁବେଳେ ବିବାଦରେ ରହୁଥିବା କେନ୍ଦ୍ରମନ୍ତ୍ରୀ ପୁଣି ଥରେ ସରକାରୀ ଅଧିକାରୀଙ୍କ ଉପରେ ନିଜ ରାଗ ଶୁଝାଉଥିବା ଦେଖିବାକୁ ମିଳିଛି । ଆଜି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମିତ ନୂଆ ଅକ୍ସିଜେନ ପ୍ଲାଣ୍ଟ ପରିଦର୍ଶନରେ ଯାଇଥିବା ବେଳେ ସିଡିଏମଓଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀଙ୍କ ବ୍ୟବହାରକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟରେ ସ୍କୁଲରୁ ଆରମ୍ଭ କରି ମେଡିକାଲ ପର୍ଯ୍ୟନ୍ତ ସବୁଠି ୫ଟି ରୂପାନ୍ତରଣ କାର୍ଯ୍ୟ ଚାଲିଛି । ପ୍ରଶାସନିକସ୍ତରରେ ଏହାଦ୍ବାରା ବ୍ୟାପକ ପରିବର୍ତ୍ତନ ଆସିଛି । ଖୋଦ ପ୍ରଧାନମନ୍ତ୍ରୀ ମଧ୍ୟ ୫ଟି ରୂପାନ୍ତରଣକୁ ପ୍ରଶଂସା କରୁଛନ୍ତି । ହେଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁଙ୍କୁ ବୋଧହୁଏ ସ୍ବାସ୍ଥ୍ୟ କ୍ଷେତ୍ରରେ ରୂପାନ୍ତରଣ ହଜମ ହେଉନି । ସେଥିପାଇଁ ସେ ନିଜ ରାଗ ସିଡିଏମଓଙ୍କ ଉପରେ ଶୁଝାଇବା ସହ ସର୍ବସାଧାରଣରେ ଗାଳି କରୁଛନ୍ତି।

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି

କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଆଚରଣକୁ ଜିଲ୍ଲାର ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଆଚରଣ ଗ୍ରହଣୀୟ ଓ ଶୋଭନୀୟ ନୁହେଁ ବୋଲି କହିଛନ୍ତି ଜିଲ୍ଲାବାସୀ । ସରକାରୀ ଅଧିକାରୀଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଅସହିଷ୍ଣୁତା ନୂଆ ନୁହେଁ । ପୂର୍ବରୁ ମଧ୍ୟ ମୟୂରଭଂଜ ଓ କଳାହାଣ୍ଡିରେ ସରକାରୀ ଅଧିକାରୀଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁ। ଏପରିକି ଟୁଡୁଙ୍କ ବିରୋଧରେ ଏ ସଂକ୍ରାନ୍ତ ଫୌଜଦାରୀ ମୋକଦ୍ଦମା ବିଚାରାଧୀନ ରହିଛି । ଯେଉଁଠିକି ଟୁଡୁ ଯାଉଛନ୍ତି ସବୁଠି ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଆସୁଛନ୍ତି । ଏହାକୁ ନେଇ ବିଭିନ୍ନ ସମୟରେ ସରକାରୀ ଅଧିକାରୀ ଓ କର୍ମଚାରୀ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ରାଜ୍ୟର ବିକାଶକୁ ଟୁଡୁ ସହିପାରୁନାହାନ୍ତି । ସଂଘୀୟ ବ୍ୟବସ୍ଥାରେ ରାଜ୍ୟରେ କେନ୍ଦ୍ର ଅପେକ୍ଷା ରାଜ୍ୟର ଗୁରୁତ୍ବ ଅଧିକ ହୋଇଥାଏ । ଭାରତ ଏକ ସଂଘୀୟ ବ୍ୟବସ୍ଥା ବୋଲି କେନ୍ଦ୍ରମନ୍ତ୍ରୀ ଭୁଲିଯାଇଥିବା ନେଇ ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି ।

ଆହୁରି ପଢ଼ନ୍ତୁ: ଆଜିଠୁ ଭୀଷଣ କାଳବୈଶାଖୀ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପବନ ସହ ବିିଜୁଳି ଘଡ଼ଘଡ଼ି ଆଶଙ୍କା

14 Jun 2023 By The Sakala

ନବରଙ୍ଗପୁର CDMOଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ଦୁର୍ବ୍ୟବହାର

ନବରଙ୍ଗପୁର: ପୁଣି ସରକାରୀ କର୍ମଚାରୀଙ୍କୁ ନାଲି ଆଖି ଦେଖାଇଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁ । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସର୍ବସାଧାରଣରେ ଦୁର୍ବବ୍ୟହାର ପ୍ରଦର୍ଶନ କରିଛନ୍ତି । ନିଜ ଆଚରଣ ଓ ଉଚ୍ଚାରଣକୁ ନେଇ ସବୁବେଳେ ବିବାଦରେ ରହୁଥିବା କେନ୍ଦ୍ରମନ୍ତ୍ରୀ ପୁଣି ଥରେ ସରକାରୀ ଅଧିକାରୀଙ୍କ ଉପରେ ନିଜ ରାଗ ଶୁଝାଉଥିବା ଦେଖିବାକୁ ମିଳିଛି । ଆଜି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମିତ ନୂଆ ଅକ୍ସିଜେନ ପ୍ଲାଣ୍ଟ ପରିଦର୍ଶନରେ ଯାଇଥିବା ବେଳେ ସିଡିଏମଓଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀଙ୍କ ବ୍ୟବହାରକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟରେ ସ୍କୁଲରୁ ଆରମ୍ଭ କରି ମେଡିକାଲ ପର୍ଯ୍ୟନ୍ତ ସବୁଠି ୫ଟି ରୂପାନ୍ତରଣ କାର୍ଯ୍ୟ ଚାଲିଛି । ପ୍ରଶାସନିକସ୍ତରରେ ଏହାଦ୍ବାରା ବ୍ୟାପକ ପରିବର୍ତ୍ତନ ଆସିଛି । ଖୋଦ ପ୍ରଧାନମନ୍ତ୍ରୀ ମଧ୍ୟ ୫ଟି ରୂପାନ୍ତରଣକୁ ପ୍ରଶଂସା କରୁଛନ୍ତି । ହେଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁଙ୍କୁ ବୋଧହୁଏ ସ୍ବାସ୍ଥ୍ୟ କ୍ଷେତ୍ରରେ ରୂପାନ୍ତରଣ ହଜମ ହେଉନି । ସେଥିପାଇଁ ସେ ନିଜ ରାଗ ସିଡିଏମଓଙ୍କ ଉପରେ ଶୁଝାଇବା ସହ ସର୍ବସାଧାରଣରେ ଗାଳି କରୁଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଆଚରଣକୁ ଜିଲ୍ଲାର ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଆଚରଣ ଗ୍ରହଣୀୟ ଓ ଶୋଭନୀୟ ନୁହେଁ ବୋଲି କହିଛନ୍ତି ଜିଲ୍ଲାବାସୀ । ସରକାରୀ ଅଧିକାରୀଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଅସହିଷ୍ଣୁତା ନୂଆ ନୁହେଁ । ପୂର୍ବରୁ ମଧ୍ୟ ମୟୂରଭଂଜ ଓ କଳାହାଣ୍ଡିରେ ସରକାରୀ ଅଧିକାରୀଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁ। ଏପରିକି ଟୁଡୁଙ୍କ ବିରୋଧରେ ଏ ସଂକ୍ରାନ୍ତ ଫୌଜଦାରୀ ମୋକଦ୍ଦମା ବିଚାରାଧୀନ ରହିଛି । ଯେଉଁଠିକି ଟୁଡୁ ଯାଉଛନ୍ତି ସବୁଠି ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଆସୁଛନ୍ତି । ଏହାକୁ ନେଇ ବିଭିନ୍ନ ସମୟରେ ସରକାରୀ ଅଧିକାରୀ ଓ କର୍ମଚାରୀ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ରାଜ୍ୟର ବିକାଶକୁ ଟୁଡୁ ସହିପାରୁନାହାନ୍ତି । ସଂଘୀୟ ବ୍ୟବସ୍ଥାରେ ରାଜ୍ୟରେ କେନ୍ଦ୍ର ଅପେକ୍ଷା ରାଜ୍ୟର ଗୁରୁତ୍ବ ଅଧିକ ହୋଇଥାଏ । ଭାରତ ଏକ ସଂଘୀୟ ବ୍ୟବସ୍ଥା ବୋଲି କେନ୍ଦ୍ରମନ୍ତ୍ରୀ ଭୁଲିଯାଇଥିବା ନେଇ ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର