ପୁଣି ବିରାଟ ଓ ଗମ୍ଭୀରଙ୍କ ମଧ୍ୟରେ ବାକ୍ ଯୁଦ୍ଧ, ଉଭୟଙ୍କର କଟିଲା ଶତପ୍ରତିଶତ ମ୍ୟାଚ ଫି’

The Sakala Picture
Published On

ଲକ୍ଷ୍ନୌ: ପୁଣି ଥରେ ବିରାଟ କ‌ୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଛି। ଗତକାଲି ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ଲକ୍ଷ୍ନୌ –ବାଙ୍ଗାଲୋର ଆଇପିଏଲ୍ ମ୍ୟାଚ ପରେ ଏଭଳି ଅଭାବନୀୟ ଘଟଣା ଘଟିିଛି। ଆରସିବି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ହରାଇବା ପରେ ବିରାଟ ଓ ଲକ୍ଷ୍ନୌ ମେଣ୍ଟର ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡ଼ିଆ ଭିତରେ କୌଣସି କାରଣକୁ ନେଇ ବାକ୍-ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ପରେ ଅମିତ ମିଶ୍ର, ବାଙ୍ଗାଲୋର କ୍ୟାପଟେନ୍ ଫାପ୍ ଡୁ […]

ଲକ୍ଷ୍ନୌ: ପୁଣି ଥରେ ବିରାଟ କ‌ୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଛି। ଗତକାଲି ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ଲକ୍ଷ୍ନୌ –ବାଙ୍ଗାଲୋର ଆଇପିଏଲ୍ ମ୍ୟାଚ ପରେ ଏଭଳି ଅଭାବନୀୟ ଘଟଣା ଘଟିିଛି। ଆରସିବି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ହରାଇବା ପରେ ବିରାଟ ଓ ଲକ୍ଷ୍ନୌ ମେଣ୍ଟର ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡ଼ିଆ ଭିତରେ କୌଣସି କାରଣକୁ ନେଇ ବାକ୍-ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ପରେ ଅମିତ ମିଶ୍ର, ବାଙ୍ଗାଲୋର କ୍ୟାପଟେନ୍ ଫାପ୍ ଡୁ ପ୍ଲେସିସ୍ ଓ ଲକ୍ଷ୍ନୌ କୋଚ୍ ବିଜୟ ଦାହିୟା ଦୁହିଁଙ୍କୁ ଅଲଗା କରିଦେଇଥିଲେ। ବାଙ୍ଗାଲୋରଠାରୁ ଲକ୍ଷ୍ନୌ ହାରିଯିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ତେବେ ଏହି ଘଟଣାରେ ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟ ଅନୁସାରେ ଦୁଇ ଖେଳାଳିଙ୍କୁ ଜରିମାନା କରାଯାଇଛି। ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ମେଣ୍ଟର ଗୌତମ ଗମ୍ଭୀରଙ୍କ ଶତପ୍ରତିଶତ ମ୍ୟାଚଫି କାଟି ଦିଆଯାଇଛି। ସେହିପରି ଆରସିବି ବ୍ୟାଟର ବିରାଟ କୋହଲିଙ୍କର ମଧ୍ୟ ଶତପ୍ରତିଶତ ମ୍ୟାଚଫି କଟାଯାଇଛି। ଦୁହେଁ ଆଇପିଏଲ୍ କୋଡ ଅଫ୍ କଣ୍ଡକ୍ଟର ଧାରା ୨-୨୧ ଅନ୍ତର୍ଗତ ଲେଭଲ୍ -୨ ଅବମାନନା କରିଥିବା ସ୍ବୀକାର କରିଛନ୍ତି। ସେହିପରି ଏହି ଘଟଣାରେ ‌ଲକ୍ଷ୍ନୌର ବୋଲର ନବୀନ୍-ଉଲ୍-ହକଙ୍କର ୫୦ ପ୍ରତିଶତ ମ୍ୟାଚ ଫି କଟାଯାଇଛି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

 

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର