ହାତୀ ଆକ୍ରମଣରେ ୨ ମହିଳାଙ୍କ ମୃତ୍ୟୁ

The Sakala Picture
Published On

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନଖଣ୍ଡ ବଡ଼କନ୍ତକୁଳ ଗାଁରେ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଦ୍ୱୟ ହେଲେ ମୂଳି ପ୍ରଧାନ (୪୫) ଓ ଗୌରୀ ରାଉଳ। ଖବର ଅନୁଯାୟୀ ମୂଳି ଓ ଗୌରୀ ଆଜି ସକାଳେ ନିକଟସ୍ଥ ଆମ୍ବ ବଗିଚାକୁ ଯାଇଥିଲେ। ଏହି ସମୟରେ ଉଭୟ ଏକ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ। ଦନ୍ତା ଉଭୟଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ମୂଳିଙ୍କ ମୃତ୍ୟୁ ଘଟିଥିବା ବେଳେ ଗୌରୀଙ୍କୁ ଗୁରୁତର […]

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନଖଣ୍ଡ ବଡ଼କନ୍ତକୁଳ ଗାଁରେ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଦ୍ୱୟ ହେଲେ ମୂଳି ପ୍ରଧାନ (୪୫) ଓ ଗୌରୀ ରାଉଳ।

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

ଖବର ଅନୁଯାୟୀ ମୂଳି ଓ ଗୌରୀ ଆଜି ସକାଳେ ନିକଟସ୍ଥ ଆମ୍ବ ବଗିଚାକୁ ଯାଇଥିଲେ। ଏହି ସମୟରେ ଉଭୟ ଏକ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ। ଦନ୍ତା ଉଭୟଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ମୂଳିଙ୍କ ମୃତ୍ୟୁ ଘଟିଥିବା ବେଳେ ଗୌରୀଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।ଏହି ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ମହିଳାଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାକୁ ଲୋକେ ଦାବି କରିଛନ୍ତି।  ଖବର ପାଇବା ପରେ ବନ୍ତଳା ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। ମୃତ ମହିଳା ଦ୍ୱୟଙ୍କ ପରିବାରକୁ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପ୍ରସଙ୍ଗରେ ନବୀନଙ୍କ କଡ଼ା ସମାଲୋଚନା: ଓଡ଼ିଶାର ନ୍ୟାଯ୍ୟ ଅଧିକାର ସହ ସାଲିସ୍‌ କରିଛି ରାଜ୍ୟ ବିଜେପି

24 Apr 2023 By The Sakala

ହାତୀ ଆକ୍ରମଣରେ ୨ ମହିଳାଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନଖଣ୍ଡ ବଡ଼କନ୍ତକୁଳ ଗାଁରେ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଦ୍ୱୟ ହେଲେ ମୂଳି ପ୍ରଧାନ (୪୫) ଓ ଗୌରୀ ରାଉଳ।

ଖବର ଅନୁଯାୟୀ ମୂଳି ଓ ଗୌରୀ ଆଜି ସକାଳେ ନିକଟସ୍ଥ ଆମ୍ବ ବଗିଚାକୁ ଯାଇଥିଲେ। ଏହି ସମୟରେ ଉଭୟ ଏକ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ। ଦନ୍ତା ଉଭୟଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ମୂଳିଙ୍କ ମୃତ୍ୟୁ ଘଟିଥିବା ବେଳେ ଗୌରୀଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।ଏହି ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ମହିଳାଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାକୁ ଲୋକେ ଦାବି କରିଛନ୍ତି।  ଖବର ପାଇବା ପରେ ବନ୍ତଳା ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। ମୃତ ମହିଳା ଦ୍ୱୟଙ୍କ ପରିବାରକୁ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର