ବିଦେଶ ମାଟିରୁ ବସିଲା କ୍ୟାବିନେଟ୍ ବୈଠକ, ଜାପାନରୁ କ୍ୟାବିନେଟ୍ ବୈଠକରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର : ପ୍ରଥମ ଥର ପାଇଁ ବିଦେଶ ମାଟିରୁ ବସିଲା ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ପ୍ରତିନିଧି ଦଳ ଜାପାନ ଗସ୍ତରେ ଥିବା ସମୟରେ ସେଠାରୁ ଭର୍ଚୁଆଲ ମୋଡ଼ରେ କ୍ୟାବିନେଟ୍‌ ବୈଠକରେ ଯୋଗଦେଇଥିଲେ। ଓଡିଶାଠାରୁ ୬ ହଜାର କିଲୋମିଟର ଦୂରରେ ଜାପାନର କ୍ୟୋଟୋଠାରୁ ମୁଖ୍ୟମନ୍ତ୍ରୀ ଡିଜିଟାଲ ମାଧ୍ୟମରେ କ୍ୟାବିନେଟ ବୈଠକ ପରିଚାଳନା କରିଥିବା ବେଳେ ଜାପାନରେ ଥିବା ମୁଖ୍ୟ ଶାସନ ସଚିବ,ଶିଳ୍ପ ମନ୍ତ୍ରୀ, ଶିଳ୍ପ ସଚିବ ପ୍ରମୁଖ ମଧ୍ୟ ଡିଜିଟାଲ ମାଧ୍ୟମରେ […]

ଭୁବନେଶ୍ବର : ପ୍ରଥମ ଥର ପାଇଁ ବିଦେଶ ମାଟିରୁ ବସିଲା ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ପ୍ରତିନିଧି ଦଳ ଜାପାନ ଗସ୍ତରେ ଥିବା ସମୟରେ ସେଠାରୁ ଭର୍ଚୁଆଲ ମୋଡ଼ରେ କ୍ୟାବିନେଟ୍‌ ବୈଠକରେ ଯୋଗଦେଇଥିଲେ। ଓଡିଶାଠାରୁ ୬ ହଜାର କିଲୋମିଟର ଦୂରରେ ଜାପାନର କ୍ୟୋଟୋଠାରୁ ମୁଖ୍ୟମନ୍ତ୍ରୀ ଡିଜିଟାଲ ମାଧ୍ୟମରେ କ୍ୟାବିନେଟ ବୈଠକ ପରିଚାଳନା କରିଥିବା ବେଳେ ଜାପାନରେ ଥିବା ମୁଖ୍ୟ ଶାସନ ସଚିବ,ଶିଳ୍ପ ମନ୍ତ୍ରୀ, ଶିଳ୍ପ ସଚିବ ପ୍ରମୁଖ ମଧ୍ୟ ଡିଜିଟାଲ ମାଧ୍ୟମରେ ଯୋଡି ହୋଇଥିଲେ। ଏଥି ସହିତ ରାଜ୍ୟ ଲୋକସେବା ଭବନରେ ମନ୍ତ୍ରୀ ଓ ସଚିବ ମାନେ ଏହି ବୈଠକରେ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୭ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ଏହି ପ୍ରସ୍ତାବ ମଧ୍ୟରେ FPO ପାଇଁ  ସହାୟତା ପାଣ୍ଠି ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ଓଡ଼ିଶା ପରିବାର ପାଇଁ ଖୋଲିବ ନୂଆ ନିର୍ଦ୍ଦେଶାଳୟ। ରାଜ୍ୟ ବାହାରେ ଓ ପ୍ରବାସୀ ଓଡ଼ିଆଙ୍କ ସୁବିଧା ପାଇଁ ଖୋଲିବ ନିର୍ଦ୍ଦେଶାଳୟ । ସେହିପରି ୭ଟି ଗ୍ରାମୀଣ ପାଇପ୍ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଂଜୁରୀ ମିଳିଛି।  ବଲାଙ୍ଗୀରରେ ୬ଟି ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ ପ୍ରଦାନ କରାଯାଇଛି। ବଲାଙ୍ଗୀର, ପୁଇଁତଳା, ଆଗଲପୁର, ଲୋଇସିଂହାରେ ପ୍ରକଳ୍ପ । ସେହିପରି ଦେଓଗାଁ, ତୁରେଇକେଲା ଓ ମୁରିବାହଲରେ ହେବ ପ୍ରକଳ୍ପ । ଅନ୍ୟପଟେ ଷୋଡ଼ଶ ଓଡ଼ିଶା ବିଧାନସଭାର ଦ୍ବାଦଶ ଅଧିବେଶନର ସତ୍ରାବସାନକୁ ମୋହର ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

ଆଜିର କ୍ୟାବିନେଟ ବୈକ ହେଉଛି ପ୍ରଥମ ଡିଜିଟାଲ୍ କ୍ୟାବିନେଟ୍। ଯେଉଁଥିରେ ମୁଖ୍ୟମନ୍ତ୍ରୀ ବିଦେଶରୁ ଓଡ଼ିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟୱାର୍କ (OSWAN) ମାଧ୍ୟମରେ ଦସ୍ତାବିଜ୍ ସହିତ ଡିଜିଟାଲ୍ ମୋଡ୍ ମାଧ୍ୟମରେ ବୈଠକ କରିଥିଲେ। ଏହି ଅନନ୍ୟ ପ୍ଲାଟଫର୍ମକୁ ବ୍ୟବହାର କରି ଡିଜିଟାଲ୍ ମୋଡରେ ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ କ୍ୟାବିନେଟ୍ ମନ୍ତ୍ରୀମାନେ ନିଷ୍ପତ୍ତି ସୂତ୍ର ଉପରେ ଆଲୋଚନା କରିଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଶାସନ ବ୍ୟବସ୍ଥାର ଫଳପ୍ରଦତା ତଥା ଜନସେବା ପ୍ରଦାନରେ ଆମର ୫ଟି ବ୍ୟବସ୍ଥାର ଅଂଶ ଭାବରେ ଅତ୍ୟାଧୁନିକ ଜ୍ଞାନକ କୌଶଳ ବ୍ୟବହାର କରିବାରେ ଆମେ ଅଗ୍ରଣୀ ଅଟୁ। ଉତ୍ତମ ଶାସନ ତଥା ସାଧାରଣ ସାମଗ୍ରୀ ଏବଂ ସେବା ବିତରଣରେ ପରିବର୍ତ୍ତନ ଆଣିବାରେ ଟେକ୍ନୋଲୋଜି ଏକ ସକ୍ଷମ ଉପକରଣ ଭାବରେ କାର୍ଯ୍ୟ କରିଛି। ”ଟେକ୍ନୋଲୋଜି ସରକାରଙ୍କ ମଧ୍ୟରେ ଏକ ସହଯୋଗୀ ପରିବେଶରେ ଶାରୀରିକ ଉପସ୍ଥିତିର ଆବଶ୍ୟକତାକୁ ଦୂର କରିଛି ।ଏହି ଡିଜିଟାଲ୍ କ୍ୟାବିନେଟ୍ ଟେକ୍ନୋଲୋଜିର ସୀମା ଏବଂ ଶାସନର ଗତିକୁ ବହୁ ଆଗକୁ ନେଇଛି। OSWAN ହେଉଛି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଯୁକ୍ତିବିଦ୍ୟା ଯାହା ତଥ୍ୟ, ଭିଡିଓ ଏବଂ ଭଏସ୍ ଟ୍ରାଫିକ୍ ବହନ କରିବାରେ ସହଜ ହୋଇପାରେ।ଆନ୍ତଃବିଭାଗୀୟ ଯୋଗାଯୋଗ ଏବଂ ତଥ୍ୟ ବଣ୍ଟନକୁ ବି ସହଜ କରିଥାଏ। ଏହି ଅଭିନବ ପ୍ଲାଟଫର୍ମ ସରକାରୀ ଅଧିକାରୀମାନଙ୍କୁ ଡକ୍ୟୁମେଣ୍ଟରେ ସହଯୋଗ କରିବାକୁ, ମତାମତ ବାଣ୍ଟିବାକୁ ଏବଂ ରିଅଲ-ଟାଇମରେ ପରିବର୍ତ୍ତନକୁ ଟ୍ରାକ୍ କରିବାକୁ ସକ୍ଷମ କରିଥାଏ, ଯାହା ପ୍ରକଳ୍ପ ଏବଂ ପଦକ୍ଷେପ ଉପରେ ଏକତ୍ର କାର୍ଯ୍ୟ କରିବା ସହଜ କରିଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର