ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା, ଅକାରଣେ ଚାଲିଯାଉଛି ମୂଲ୍ୟବାନ ଜୀବନ

The Sakala Picture
Published On

ଭୁବନେଶ୍ୱର: ଜାତୀୟ ରାଜପଥରେ ପୁଲିସ ପାଟ୍ରୋଲିଂ ବଢ଼଼ାଇବା ସହ ଦୁର୍ଘଟଣାଗସ୍ତ ଗାଡ଼ିକୁ ରାଜପଥରୁ ହଟାଇବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ରାଜ୍ୟର ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମୁଖ୍ୟ ସାଧାରଣ ପରିଚାଳକଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଶ୍ରୀମତୀ ପାଢ଼ୀ ଲେଖିଛନ୍ତି ଯେ, ରାଜ୍ୟରେ ଏପ୍ରିଲ୧ରୁ ୭ ତାରିଖ ପର୍ଯ୍ୟନ୍ତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରାଯାଉଛି। ଏହି ସପ୍ତାହରେ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବାକୁ ପ୍ରଚେଷ୍ଟା କରୁଛନ୍ତି। ତେବେ […]

ଭୁବନେଶ୍ୱର: ଜାତୀୟ ରାଜପଥରେ ପୁଲିସ ପାଟ୍ରୋଲିଂ ବଢ଼଼ାଇବା ସହ ଦୁର୍ଘଟଣାଗସ୍ତ ଗାଡ଼ିକୁ ରାଜପଥରୁ ହଟାଇବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ରାଜ୍ୟର ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମୁଖ୍ୟ ସାଧାରଣ ପରିଚାଳକଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଶ୍ରୀମତୀ ପାଢ଼ୀ ଲେଖିଛନ୍ତି ଯେ, ରାଜ୍ୟରେ ଏପ୍ରିଲ୧ରୁ ୭ ତାରିଖ ପର୍ଯ୍ୟନ୍ତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରାଯାଉଛି। ଏହି ସପ୍ତାହରେ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବାକୁ ପ୍ରଚେଷ୍ଟା କରୁଛନ୍ତି। ତେବେ ଦୁର୍ଘଟଣାଗସ୍ତ ଗାଡ଼ି ରାସ୍ତା ଉପରେ ପଡ଼ିରହିବା କାରଣରୁ ଏହି ସପ୍ତାହରେ ଅନେକ ଦୁର୍ଘଟଣାଜନିତ ମୃତ୍ୟୁ ହେଉଛି।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

କେନ୍ଦୁଝର ଜିଲ୍ଲାରେ ଏପ୍ରିଲ ୧ ତାରିଖରେ ଦୁର୍ଘଟଣାଗସ୍ତ ଗାଡ଼ି କାରଣରୁ ୨ଟି ମୃତ୍ୟୁ ହୋଇଛି। ସେହିଭଳି ଜାତୀୟ ରାଜପଥ କର୍ତ୍ତୃପକ୍ଷର ଅଧିକାରୀଙ୍କ ସହ ଯୋଗାଯୋଗ କରାଯିବା ପରେ ମଧ୍ୟ ଦୁର୍ଘଟଣାଗସ୍ତ ଗାଡ଼ିଗୁଡ଼ିକ ରାସ୍ତା ଉପରୁ ହଟୁନାହିଁ। ଯାହାଫଳରେ ଅଧକ ଦୁର୍ଘଟଣା ଘଟୁଛି। ତେବେ ଜାତୀୟ ରାଜପଥରେ ପାଟ୍ରୋଲିଂ କରିବା ସହ ଚାଳକଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ହୋଇଥିଲେ ମଧ୍ୟ କର୍ତ୍ତୃପକ୍ଷ ନିଜ ଦାୟିତ୍ୱ ସମ୍ପାଦନରେ ଅବହେଳା କରୁଛନ୍ତି। କାହାରି ଅବହେଳା ପାଇଁ ମୂଲ୍ୟବାନ ଜୀବନ ଚାଲିଯିବ, ଏହା କେବେ ହେଲେ ଗ୍ରହଣୀୟ ନୁହେଁ। ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରାଯିବା ଦରକାର ବୋଲି ଶ୍ରୀମତୀ ପାଢ଼ୀ ଚିଠିରେ ଉଲ୍ଲେଖ କରିଛନ୍ତି। ସେହିଭଳି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କୁ ପାଟ୍ରୋଲିଂ ଓ ଚାଳକ ନିରାପତ୍ତା ଉପରେ ଧ୍ୟାନ ଦେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର