ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ପ୍ରତିଷ୍ଠାରେ ବିଳମ୍ବ ଓ ଭାରତୀୟ ମତ୍ସ୍ୟଜୀବୀଙ୍କ ସୁରକ୍ଷାକୁ ନେଇ ସଂସଦରେ ପ୍ରଶ୍ନ ଉଠାଇଲେ ମାନସ ମଙ୍ଗରାଜ

The Sakala Picture
Published On

ଭୁବନେଶ୍ବର: ଦେଶରେ ପ୍ରଦାନମନ୍ତ୍ରୀ କୌଶଳ କେନ୍ଦ୍ର ପ୍ରତିଷ୍ଠାରେ କାହିଁ ବିଳମ୍ଭ ହେଉଛି ? ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ କେତେ ପିଲାଙ୍କୁ ଦକ୍ଷତା ବିକାଶର ତାଲିମ ଦିଆଯାଇଛି ? ରାଜ୍ୟସଭାରେ ଏମିତି ପ୍ରଶ୍ନ କରି କେନ୍ଦ୍ର ସରକାରଙ୍କ ଜବାବ ଚାହିଁଛନ୍ତି ବିଜେଡି ସାସଂଦ ମାନସ ମଙ୍ଗରାଜ । ଏହାଛଡ଼ା ଯବାନଙ୍କୁ ଦେୟ ଯୁକ୍ତ ଛୁଟି ସହ ସାମୁଦ୍ରିକ ସୀମା ଡେଇଁ ମାଛ ମାରି ଗିରଫ ହେଉଥିବା ଭାରତୀୟ ମତ୍ସ୍ୟଜୀବୀଙ୍କ ସମ୍ପର୍କରେ ମଧ୍ୟ ମାନସ ମଙ୍ଗରାଜ ପ୍ରଶ୍ନ କରିଛନ୍ତି […]

ଭୁବନେଶ୍ବର: ଦେଶରେ ପ୍ରଦାନମନ୍ତ୍ରୀ କୌଶଳ କେନ୍ଦ୍ର ପ୍ରତିଷ୍ଠାରେ କାହିଁ ବିଳମ୍ଭ ହେଉଛି ? ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ କେତେ ପିଲାଙ୍କୁ ଦକ୍ଷତା ବିକାଶର ତାଲିମ ଦିଆଯାଇଛି ? ରାଜ୍ୟସଭାରେ ଏମିତି ପ୍ରଶ୍ନ କରି କେନ୍ଦ୍ର ସରକାରଙ୍କ ଜବାବ ଚାହିଁଛନ୍ତି ବିଜେଡି ସାସଂଦ ମାନସ ମଙ୍ଗରାଜ । ଏହାଛଡ଼ା ଯବାନଙ୍କୁ ଦେୟ ଯୁକ୍ତ ଛୁଟି ସହ ସାମୁଦ୍ରିକ ସୀମା ଡେଇଁ ମାଛ ମାରି ଗିରଫ ହେଉଥିବା ଭାରତୀୟ ମତ୍ସ୍ୟଜୀବୀଙ୍କ ସମ୍ପର୍କରେ ମଧ୍ୟ ମାନସ ମଙ୍ଗରାଜ ପ୍ରଶ୍ନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ସାସଂଦଙ୍କ ତିନି ବିଭାଗର ପ୍ରଶ୍ନର ଉତ୍ତର ରଖିଛନ୍ତି ବିଭାଗୀୟ କେନ୍ଦ୍ରମନ୍ତ୍ରୀ । ଶ୍ରୀ ମଙ୍ଗରାଜ ପ୍ରଶ୍ନ କରିଥିଲେ, ଆତ୍ମ ନିର୍ଭର ଭାରତ ପାଇଁ ଦକ୍ଷତା ତାଲିମ ସହ ଏହାର କାର୍ଯ୍ଯକାରିତ ସମ୍ପର୍କରେ ମ୍ୟାପିଙ୍ଗ କରିବା ପାଇଁ ‘ଅସୀମ’ ପୋର୍ଟାଲ ରହିଛି । ଏହି ପୋର୍ଟାଲ ଏବେ କେଉଁ ଅବସ୍ଥାରେ ଅଛି, ଠିକଣା ଢଙ୍ଗରେ ଏହା କାର୍ଯ୍ଯ କରୁଛି କି ନାହିଁ, ସାରା ଦେଶରେ ଏବେ କେତେ ପିଲାଙ୍କ ସମ୍ପର୍କରେ ‘ଅସୀମ’ରେ ତଥ୍ୟ ରହିଛି ? ଏବଂ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ଖୋଲିବାରେ କେନ୍ଦ୍ର କାହିଁକି ବିଳମ୍ଭ କରୁଛି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ମଙ୍ଗରାଜ ।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ଏହାର ଉତ୍ତର ରଖି ଦକ୍ଷତା ବିକାଶ ଓ ଉଦ୍ୟୋମିତା ବିଭାଗ ରାଷ୍ଚ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର ଦର୍ଶାଇଛନ୍ତି, ‘ଅସୀମ’ ପୋର୍ଟାଲରେ ୨୯ ଲକ୍ଷ ପିଲାଙ୍କ ସମ୍ପର୍କରେ ତଥ୍ୟ ଉପଲବ୍ଧ ରହିଛି । ଏହି ପୋର୍ଟାଲରେ ଦେଶରେ କେତେ ଦକ୍ଷତା ବିକାଶ ତାଲିମ ନେଇଥିବା ଶ୍ରମଶକ୍ତି ମହଜୁଦ ଅଛି ସେ ସମ୍ପର୍କରେ ତଥ୍ୟ ରହିଛି । କରୋନା ଯୋଗୁଁ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ପ୍ରତିଷ୍ଠା ଓ କାର୍ଯ୍ଯକ୍ଷମରେ ବିଳମ୍ଭ ହୋଇଛି ବୋଲି ମନ୍ତ୍ରୀ ସ୍ୱୀକାର କରିବା ସହ ଏ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସ୍ପଷ୍ଟ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ସେହିଭଳି ପାରମ୍ପରିକ ମତ୍ସ୍ୟଜୀବୀଙ୍କ ପ୍ରସଙ୍ଗ ଉଠାଇ ସାସଂଦ ଶ୍ରୀ ମଙ୍ଗରାଜ ପ୍ରଶ୍ନ କରିଥିଲେ ଯେ, ଆନ୍ତର୍ଜାତିକ ସାମୁଦ୍ରିକ ସୀମା ଡେଇଁ ଆମ ମତ୍ସ୍ୟଜୀବୀ ମାନେ ମାଛ ଧରୁଥିବାବେଳେ ଅନ୍ୟ ଦେଶର ତଟରକ୍ଷୀ ବାହିନୀ ତାଙ୍କୁ ଗିରଫ କରିୁଛନ୍ତି । ଏଦି ଦିଗରେ ସେମାନଙ୍କୁ ସରକାର କମ ସହଯୋଗ ଓ ସହାୟତା କରୁଛନ୍ତି । ସୀମା ନଡେଇଁବାକୁ ମତ୍ସ୍ୟଜୀବୀ ମାନଙ୍କ ସଚେତନା କରାଇବା ଦିଗରେ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ସେ ଜାଣିବାକୁ ଚାହିଁଥିଲେ ।

ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ ଉତ୍ତରରେ ଦର୍ଶାଇଛନ୍ତି, ସାମୁଦ୍ରିକ ସୀମା ଡେଇଁ ବେଆଇନ ଭାବେ ମାଛ ମାରି ଗିରଫ ହେଉଥିବା ଭାରତୀୟ ମତ୍ସ୍ୟଜୀବୀଙ୍କ ସମ୍ପର୍କରେ ସରକାର ଅବଗତ ହେବା ମାତ୍ରେ ସେମାନଙ୍କୁ ଆଇନ ଗତ ସହାୟତା ଯୋଗାଇ ଦେବାକୁ ସବୁ ପ୍ରକାର ସହଯୋଗ କରୁଛନ୍ତି । କିଭଳି ଶୀଘ୍ର ଏହି ମତ୍ସ୍ୟଜୀବୀମାନେ ଜେଲରୁ ମୁକ୍ତି ପାଇବେ ସେ ଦିଗରେ ସରକାର ପଦକ୍ଷେପ ମଧ୍ୟ ନେଇଛନ୍ତି । ଆନ୍ତର୍ଜାତିକ ସୀମା ନଡେଇଁବାକୁ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଉଛି ଭାରତୀୟ ନୌବାହିନୀ ଓ ତଟରକ୍ଷୀ ବାହିନୀ ଦ୍ୱାରା ଉପକୂଳ ଗାଁ ଗୁଡିକରେ ଲୋକଙ୍କ ସହ ଭାବ ବିନିମୟ କରାଯାଇ, ସେମାନଙ୍କୁ ସଚେତନ କରାଯାଉଛି ।

ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଜରିଆରେ ସେମାନଙ୍କୁ ଦକ୍ଷତା ସମ୍ପନ ତାଲିମ ମଧ୍ୟ ଦିଆଯାଉଛି । ଭୀରତୀୟ ସେନାର ସଶସ୍ତ୍ର ଯବାନ ମାନଙ୍କୁ ଦେୟ ଯୁକ୍ତ ଛୁଟି ବୃଦ୍ଧି ନେଇ ଶ୍ରୀ ମଙ୍ଗରାଜଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ, ସ୍ପଷ୍ଟ କରିଛନ୍ତି ଏବେ ଶସସ୍ତ୍ର ବାହିନୀର ଯବାନଙ୍କୁ ଆବଶ୍ୟକତା ଅନୁସାରେ ଯଥେଷ୍ଟ ପରିମାଣରେ ଦେୟ ଯୁକ୍ତ ଛୁଟି ମିଳୁଛି । ତେଣୁ ଏ ସମ୍ପର୍କରେ ଛୁଟି ବୃଦ୍ଧି ନେଇ ନୂଆ ପ୍ରସ୍ତାବ ଉପରେ ସରକାର ବିଚାର କରୁ ନାହାଁନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର