ଭୁବନେଶ୍ୱରରେ ଏନ୍‌କାଉଣ୍ଟର: କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇ ଆହତ

The Sakala Picture
Published On

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇକୁ କମିଶନରେଟ ପୁଲିସର ଏନକାଉଣ୍ଟର । ଗତକାଲି ବିଳମ୍ବିତ ରାତିରେ ଜିତୁ ଓରଫ ଜିତେନ୍ଦ୍ର ପଲେଇକୁ ଏନକାଉଣ୍ଟର କଲା ଖାରବେଳନଗର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ । ବାଙ୍କୁଆଳ କୂଅଖାଇ ନଦୀ ପଠାରେ ଜିତୁକୁ ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏରେ ଏନକାଉଣ୍ଟର କରିଛି ପୋଲିସ । ଜିତୁର ବାମ ଗୋଡର ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ […]

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇକୁ କମିଶନରେଟ ପୁଲିସର ଏନକାଉଣ୍ଟର । ଗତକାଲି ବିଳମ୍ବିତ ରାତିରେ ଜିତୁ ଓରଫ ଜିତେନ୍ଦ୍ର ପଲେଇକୁ ଏନକାଉଣ୍ଟର କଲା ଖାରବେଳନଗର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ । ବାଙ୍କୁଆଳ କୂଅଖାଇ ନଦୀ ପଠାରେ ଜିତୁକୁ ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏରେ ଏନକାଉଣ୍ଟର କରିଛି ପୋଲିସ । ଜିତୁର ବାମ ଗୋଡର ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି । ଜିତୁ କାର୍‌ ନେଇ ଭୁବନେଶ୍ୱର ଆସୁଥିବା ବେଳେ ଟଙ୍କପାଣି ରୋଡରେ ପୋଲିସ ଟିମ୍‌ ସହିତ ମୁହାଁମୁହାଁ ହୋଇଥିଲା । ପୋଲିସକୁ ଦେଖିବା ମାତ୍ରେ ଜିତୁ ଆଖିବୁଜା ଗୁଳିମାଡ଼ କରି ଖସିଯିବାକୁ ଉଦ୍ୟମ କରିଥିଲା । ବହୁ ସମୟ ଧରି ପୋଲିସ-ଅପରାଧୀ ମଧ୍ୟରେ ଛକାପଞ୍ଝା ଚାଲିଥିଲା । ଶେଷରେ ଜିତୁକୁ କାବୁ କରିବାକୁ ୧୦ ରାଉଣ୍ଡ ଗୁଳି ଚଳାଇଥିଲା ପୋଲିସ । ଜିତୁର ବାମ ଗୋଡ଼ରେ ଗୁଳି ବାଜିବା ପରେ ଆହତ ହୋଇଛି । ଘଟଣାସ୍ଥଳରେ ବନ୍ଧୁକ, ଖୋକା ପଡ଼ିଛି ଓ କାର ରହିଛି ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଜିତେନ୍ଦ୍ର ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି। ବୋମା ମାଡ଼, ହତ୍ୟା, ହତ୍ୟା ଉଦ୍ୟମ, ଡ଼କାୟତି, ସୁପାରୀ କିଲିଙ୍ଗ ଭଳି ମାମଲା ରହିଛି। ଗତ ୧୭ ତାରଖରେ ୪ ନମ୍ବର ସ୍ଥିତ ସୁନା ଦୋକାନୀ ଶ୍ରୀ ଜୁଏଲର୍ସରେ ବୋମା ମାଡ଼ କରିଥିଲା ଜିତେନ୍ଦ୍ର। କୁଖ୍ୟାତ ଚୋର ହେମନ୍ତ ଦାସର ମୁଖ୍ୟ ସହଯୋଗୀ ଥିଲା ଜିତେନ୍ଦ୍ର ପଲେଇ। ଭୁବନେଶ୍ୱର ସମତେ ଅନ୍ୟ ଜିଲ୍ଲାରେ ଜିତୁ ନାମରେ ୩୦ରୁ ଅଧିକ ଅପରାଧିକ ମାମଲା ରହିଛି । ୨୦୧୧ ମସିହାରେ ଖାରବେଳନଗର ଥାନାର ଜଣେ ହାବିଲଦାରକୁ ଗୁଳିମାଡ଼ କରି ଖସି ପଳେଇ ଥିଲା । ଅପରାଧ ଓ ଅପରାଧୀ ପ୍ରତି ଜିରୋ ଟଲରାନ୍ସ ନୀତି ପୋଲିସ ଅବଲମ୍ବନ କରୁଛି ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

26 Mar 2023 By The Sakala

ଭୁବନେଶ୍ୱରରେ ଏନ୍‌କାଉଣ୍ଟର: କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇ ଆହତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇକୁ କମିଶନରେଟ ପୁଲିସର ଏନକାଉଣ୍ଟର । ଗତକାଲି ବିଳମ୍ବିତ ରାତିରେ ଜିତୁ ଓରଫ ଜିତେନ୍ଦ୍ର ପଲେଇକୁ ଏନକାଉଣ୍ଟର କଲା ଖାରବେଳନଗର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ । ବାଙ୍କୁଆଳ କୂଅଖାଇ ନଦୀ ପଠାରେ ଜିତୁକୁ ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏରେ ଏନକାଉଣ୍ଟର କରିଛି ପୋଲିସ । ଜିତୁର ବାମ ଗୋଡର ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି । ଜିତୁ କାର୍‌ ନେଇ ଭୁବନେଶ୍ୱର ଆସୁଥିବା ବେଳେ ଟଙ୍କପାଣି ରୋଡରେ ପୋଲିସ ଟିମ୍‌ ସହିତ ମୁହାଁମୁହାଁ ହୋଇଥିଲା । ପୋଲିସକୁ ଦେଖିବା ମାତ୍ରେ ଜିତୁ ଆଖିବୁଜା ଗୁଳିମାଡ଼ କରି ଖସିଯିବାକୁ ଉଦ୍ୟମ କରିଥିଲା । ବହୁ ସମୟ ଧରି ପୋଲିସ-ଅପରାଧୀ ମଧ୍ୟରେ ଛକାପଞ୍ଝା ଚାଲିଥିଲା । ଶେଷରେ ଜିତୁକୁ କାବୁ କରିବାକୁ ୧୦ ରାଉଣ୍ଡ ଗୁଳି ଚଳାଇଥିଲା ପୋଲିସ । ଜିତୁର ବାମ ଗୋଡ଼ରେ ଗୁଳି ବାଜିବା ପରେ ଆହତ ହୋଇଛି । ଘଟଣାସ୍ଥଳରେ ବନ୍ଧୁକ, ଖୋକା ପଡ଼ିଛି ଓ କାର ରହିଛି ।

ଜିତେନ୍ଦ୍ର ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି। ବୋମା ମାଡ଼, ହତ୍ୟା, ହତ୍ୟା ଉଦ୍ୟମ, ଡ଼କାୟତି, ସୁପାରୀ କିଲିଙ୍ଗ ଭଳି ମାମଲା ରହିଛି। ଗତ ୧୭ ତାରଖରେ ୪ ନମ୍ବର ସ୍ଥିତ ସୁନା ଦୋକାନୀ ଶ୍ରୀ ଜୁଏଲର୍ସରେ ବୋମା ମାଡ଼ କରିଥିଲା ଜିତେନ୍ଦ୍ର। କୁଖ୍ୟାତ ଚୋର ହେମନ୍ତ ଦାସର ମୁଖ୍ୟ ସହଯୋଗୀ ଥିଲା ଜିତେନ୍ଦ୍ର ପଲେଇ। ଭୁବନେଶ୍ୱର ସମତେ ଅନ୍ୟ ଜିଲ୍ଲାରେ ଜିତୁ ନାମରେ ୩୦ରୁ ଅଧିକ ଅପରାଧିକ ମାମଲା ରହିଛି । ୨୦୧୧ ମସିହାରେ ଖାରବେଳନଗର ଥାନାର ଜଣେ ହାବିଲଦାରକୁ ଗୁଳିମାଡ଼ କରି ଖସି ପଳେଇ ଥିଲା । ଅପରାଧ ଓ ଅପରାଧୀ ପ୍ରତି ଜିରୋ ଟଲରାନ୍ସ ନୀତି ପୋଲିସ ଅବଲମ୍ବନ କରୁଛି ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି ।

https://www.thesakala.in/latest-odisha-news/encounter-in-bhubaneswar-hardcore-criminal-jitendra-palai-injured/article-20142
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର