ଆଇନକୁ ହାତକୁ ନିଅନ୍ତୁ ନାହିଁ, ଧାରଣାରୁ କ୍ଷାନ୍ତ ରୁହନ୍ତୁ: ଆନ୍ଦୋଳନରୁ ଓହରିବା ପାଇଁ ଡ୍ରାଇଭର ସଂଘକୁ ମୁଖ୍ୟ ଶାସନ ସଚିବଙ୍କ ଅପିଲ୍

The Sakala Picture
Published On

ଭୁବନେଶ୍ୱର: ଆଇନକୁ ହାତକୁ ନିଅନ୍ତୁ ନାହିଁ, ଧାରଣାରୁ କ୍ଷାନ୍ତ ରୁହନ୍ତୁ । ଆନ୍ଦୋଳନରୁ ଓହରିବା ପାଇଁ ଡ୍ରାଇଭର ସଂଘକୁ ଏପରି ଅପିଲ୍ କରିଛନ୍ତି ମୁଖ୍ୟ ଶାସନ ସଚିବ । ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟବାସୀ ଅସୁବିଧା ଭୋଗିଛନ୍ତି । ଆନ୍ଦୋଳନ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇଛି । ଡ୍ରାଇଭରମାନଙ୍କ ଦାବି ସମ୍ପର୍କରେ ବିଚାର କରାଯିବା ପାଇଁ ସହୃଦୟତାର ସହିତ ପ୍ରତିଶ୍ରୁତି ଦିଆଯାଇଛି । ମୁଖ୍ୟ […]

ଭୁବନେଶ୍ୱର: ଆଇନକୁ ହାତକୁ ନିଅନ୍ତୁ ନାହିଁ, ଧାରଣାରୁ କ୍ଷାନ୍ତ ରୁହନ୍ତୁ । ଆନ୍ଦୋଳନରୁ ଓହରିବା ପାଇଁ ଡ୍ରାଇଭର ସଂଘକୁ ଏପରି ଅପିଲ୍ କରିଛନ୍ତି ମୁଖ୍ୟ ଶାସନ ସଚିବ । ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟବାସୀ ଅସୁବିଧା ଭୋଗିଛନ୍ତି । ଆନ୍ଦୋଳନ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇଛି । ଡ୍ରାଇଭରମାନଙ୍କ ଦାବି ସମ୍ପର୍କରେ ବିଚାର କରାଯିବା ପାଇଁ ସହୃଦୟତାର ସହିତ ପ୍ରତିଶ୍ରୁତି ଦିଆଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଡ୍ରାଇଭର ସଂଘକୁ ନିବେଦନ କରି କହିଛନ୍ତି ଯେ ଆଇନକୁ ହାତକୁ ନିଅନ୍ତୁ ନାହିଁ, ଧାରଣାରୁ କ୍ଷାନ୍ତ ରୁହନ୍ତୁ ।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

ପ୍ରଦୀପ ଜେନା ଆହୁରି ମଧ୍ୟ କହିଛନ୍ତି କି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟକ୍ରମେ ଆମେ କହିଥିଲୁ ଯେ, ୩ ମାସ ମଧ୍ୟରେ ସମାଧାନ କରିବୁ । ଏ ସମ୍ପର୍କରେ ଲିଖିତ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି । ଏହାପରେ ଡ୍ରାଇଭର ମହାସଂଘ ପକ୍ଷରୁ ଆମକୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ୧ ଘଣ୍ଟା ମଧ୍ୟରେ ସକରାତ୍ମକ ନିଷ୍ପତ୍ତି ଜଣାଇବେ । କିନ୍ତୁ ଆଜି ମଧ୍ୟ କିଛି ସ୍ଥାନରେ ଧର୍ମଘଟ ଚାଲୁ ରହିଛି । ଆଲୋଚନା ସକରାତ୍ମକ ପରେ ବି ଧାରଣା ଦେବା ଠିକ୍ ନୁହେଁ ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ଡିଜିପି ସୁନୀଲ ବଂଶଲଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ, ଆନ୍ଦୋଳନରେ ଏବେ ଅଣଡ୍ରାଇଭର ପଶି ହିଂସା ପ୍ରଦର୍ଶନ କରୁଛନ୍ତି । ଏଥିପ୍ରତି ଡ୍ରାଇଭର ମହାସଂଘ ଦୃଷ୍ଟି ଦେବା ଦରକାର । ଦେଶର ୩ଟି ରାଜ୍ୟ ଡ୍ରାଇଭରଙ୍କ ପାଇଁ କିଛି ବ୍ୟବସ୍ଥା କରିଛନ୍ତି । ଓଡ଼ିଶା ସରକାର ମଧ୍ୟ ଦାବି ପୂରଣର ପ୍ରତିଶ୍ରୁତି ଦେଇଛନ୍ତି । ଡ୍ରାଇଭରମାନେ ଧର୍ମଘଟରୁ ଓହରି ଯାଆନ୍ତୁ ବୋଲି ଅପିଲ କରିଛନ୍ତି ମୁଖ୍ୟ ଶାସନ ସଚିବ ।

ଆହୁରି ପଢ଼ନ୍ତୁ: ଆଜି ଶଙ୍ଖ ଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ; ପରାଜିତ ନେତାଙ୍କ ସହ କଥା ହେବେ ନବୀନ

17 Mar 2023 By The Sakala

ଆଇନକୁ ହାତକୁ ନିଅନ୍ତୁ ନାହିଁ, ଧାରଣାରୁ କ୍ଷାନ୍ତ ରୁହନ୍ତୁ: ଆନ୍ଦୋଳନରୁ ଓହରିବା ପାଇଁ ଡ୍ରାଇଭର ସଂଘକୁ ମୁଖ୍ୟ ଶାସନ ସଚିବଙ୍କ ଅପିଲ୍

ଭୁବନେଶ୍ୱର: ଆଇନକୁ ହାତକୁ ନିଅନ୍ତୁ ନାହିଁ, ଧାରଣାରୁ କ୍ଷାନ୍ତ ରୁହନ୍ତୁ । ଆନ୍ଦୋଳନରୁ ଓହରିବା ପାଇଁ ଡ୍ରାଇଭର ସଂଘକୁ ଏପରି ଅପିଲ୍ କରିଛନ୍ତି ମୁଖ୍ୟ ଶାସନ ସଚିବ । ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟବାସୀ ଅସୁବିଧା ଭୋଗିଛନ୍ତି । ଆନ୍ଦୋଳନ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇଛି । ଡ୍ରାଇଭରମାନଙ୍କ ଦାବି ସମ୍ପର୍କରେ ବିଚାର କରାଯିବା ପାଇଁ ସହୃଦୟତାର ସହିତ ପ୍ରତିଶ୍ରୁତି ଦିଆଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଡ୍ରାଇଭର ସଂଘକୁ ନିବେଦନ କରି କହିଛନ୍ତି ଯେ ଆଇନକୁ ହାତକୁ ନିଅନ୍ତୁ ନାହିଁ, ଧାରଣାରୁ କ୍ଷାନ୍ତ ରୁହନ୍ତୁ ।

ପ୍ରଦୀପ ଜେନା ଆହୁରି ମଧ୍ୟ କହିଛନ୍ତି କି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟକ୍ରମେ ଆମେ କହିଥିଲୁ ଯେ, ୩ ମାସ ମଧ୍ୟରେ ସମାଧାନ କରିବୁ । ଏ ସମ୍ପର୍କରେ ଲିଖିତ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି । ଏହାପରେ ଡ୍ରାଇଭର ମହାସଂଘ ପକ୍ଷରୁ ଆମକୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ୧ ଘଣ୍ଟା ମଧ୍ୟରେ ସକରାତ୍ମକ ନିଷ୍ପତ୍ତି ଜଣାଇବେ । କିନ୍ତୁ ଆଜି ମଧ୍ୟ କିଛି ସ୍ଥାନରେ ଧର୍ମଘଟ ଚାଲୁ ରହିଛି । ଆଲୋଚନା ସକରାତ୍ମକ ପରେ ବି ଧାରଣା ଦେବା ଠିକ୍ ନୁହେଁ ।

ଡିଜିପି ସୁନୀଲ ବଂଶଲଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ, ଆନ୍ଦୋଳନରେ ଏବେ ଅଣଡ୍ରାଇଭର ପଶି ହିଂସା ପ୍ରଦର୍ଶନ କରୁଛନ୍ତି । ଏଥିପ୍ରତି ଡ୍ରାଇଭର ମହାସଂଘ ଦୃଷ୍ଟି ଦେବା ଦରକାର । ଦେଶର ୩ଟି ରାଜ୍ୟ ଡ୍ରାଇଭରଙ୍କ ପାଇଁ କିଛି ବ୍ୟବସ୍ଥା କରିଛନ୍ତି । ଓଡ଼ିଶା ସରକାର ମଧ୍ୟ ଦାବି ପୂରଣର ପ୍ରତିଶ୍ରୁତି ଦେଇଛନ୍ତି । ଡ୍ରାଇଭରମାନେ ଧର୍ମଘଟରୁ ଓହରି ଯାଆନ୍ତୁ ବୋଲି ଅପିଲ କରିଛନ୍ତି ମୁଖ୍ୟ ଶାସନ ସଚିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର