୭୧ ହଜାର ୬୧୮ ଛାତ୍ରଛାତ୍ରୀଙ୍କୁ ଦିଆଯିବ ମେଧାବୃତ୍ତି, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହ ସ୍କୁଲକୁ କରାଯିବ ପୁରସ୍କୃତ

The Sakala Picture
Published On

ଭୁବନେଶ୍ୱର: ୨୦୨୩-୨୪ରେ ଶିକ୍ଷା ବିଭାଗକୁ ୨୨ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି। ଯାହାକି ଗତବର୍ଷ ତୁଳନାରେ ୫ ପ୍ରତିଶତ ଅଧିକ ରହିଛି । ଏନେଇ ଗଣଶିକ୍ଷା ବିଭାଗ ପ୍ରେସମିଟ୍‌ କରି ସୂଚନା ଦେଇଛି । ଗଣ ଶିକ୍ଷା ବିଭାଗରେ ୫୧ ହଜାର ୫୩୫ଟି ପଦବୀ ସୃଷ୍ଟି ହୋଇଛି । ୫ ଜିଲ୍ଲାର ୨୨୧ ବହୁଭାଷୀ ଶିକ୍ଷକଙ୍କ ଦରମା ୫ହଜାର ୩୭୯କୁ ବୃଦ୍ଧି ପାଇଛି । ୧୯୨୦ ପ୍ରଶିକ୍ଷକ ଓ ପ୍ରଶିକ୍ଷକାଙ୍କ ମାସିକ ପାରିତୋଷିକ ବଢ଼ାଯାଇଛି । […]

ଭୁବନେଶ୍ୱର: ୨୦୨୩-୨୪ରେ ଶିକ୍ଷା ବିଭାଗକୁ ୨୨ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି। ଯାହାକି ଗତବର୍ଷ ତୁଳନାରେ ୫ ପ୍ରତିଶତ ଅଧିକ ରହିଛି । ଏନେଇ ଗଣଶିକ୍ଷା ବିଭାଗ ପ୍ରେସମିଟ୍‌ କରି ସୂଚନା ଦେଇଛି । ଗଣ ଶିକ୍ଷା ବିଭାଗରେ ୫୧ ହଜାର ୫୩୫ଟି ପଦବୀ ସୃଷ୍ଟି ହୋଇଛି । ୫ ଜିଲ୍ଲାର ୨୨୧ ବହୁଭାଷୀ ଶିକ୍ଷକଙ୍କ ଦରମା ୫ହଜାର ୩୭୯କୁ ବୃଦ୍ଧି ପାଇଛି । ୧୯୨୦ ପ୍ରଶିକ୍ଷକ ଓ ପ୍ରଶିକ୍ଷକାଙ୍କ ମାସିକ ପାରିତୋଷିକ ବଢ଼ାଯାଇଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୨୩୭ ଛାତ୍ରାବାସ ପ୍ରତିଷ୍ଠା ପାଇଁ ଅର୍ଥ ମଞ୍ଜୁର ହୋଇଛି । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ୧୩୯ କୋଟି ଟଙ୍କା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଯୁଗରେ ଅଲୋଡ଼ା ହେଉଛି ପୁରୁଣା ବହି, ଅନଲାଇନ ସାଜୁଛି ବାଧକ

୭୧ ହଜାର ୬୧୮ ଛାତ୍ରଛାତ୍ରୀଙ୍କୁ ଦିଆଯିବ ମେଧାବୃତ୍ତି। ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହ ସ୍କୁଲକୁ ମଧ୍ୟ ପୁରସ୍କୃତ କରାଯିବ । ଗ୍ରାମ ପଞ୍ଚାୟତ, ଏସଏଚଜିଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ଛାତ୍ରଛାତ୍ରୀଙ୍କୁ ସାଇକେଲ ପାଇଁ ଦିଆଯିବ ସାଢ଼େ ୩ ହଜାର ଟଙ୍କା । ସ୍କୁଲ ୟୁନିଫର୍ମ ପାଇଁ ୬୦୦ ପରିବର୍ତ୍ତେ ଦିଆଯିବ ୧ ହଜାର ଟଙ୍କା । ଶିଶୁଲେଖା ପାଇଁ ଆର୍ଥିକ ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀଙ୍କୁ ନୋଟବୁକ୍ ସହ ଡାଏରୀ ଦିଆଯିବା ସହ ନବନିଯୁକ୍ତ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

 

ଆହୁରି ପଢ଼ନ୍ତୁ: ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର