ରାଜ୍ୟରେ ଉପରମୁହାଁ ପାରଦ: ୩୮ ଡିଗ୍ରୀ ଉପରେ ୫ ସହରର ତାପମାତ୍ରା

The Sakala Picture
Published On

ଭୁବନେଶ୍ବର: ତତଲା ତାଓ୍ବାରେ ସିଝୁଛି ଓଡ଼ିଶା । ଉପାନ୍ତରୁ ଉପକୂଳ ଯାଏଁ ଉପରମୁହାଁ ରହିଛି ପାରଦ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଉପକୂଳ ଓଡିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା ବଢିବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆଜି ୧୬ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଛି। ୫ ସହରର ତାପମାତ୍ରା ୩୮ ଡିଗ୍ରୀ କିମ୍ବା ତାଠୁ ଅଧିକ ରହିଥିବା ବେଳେ ରାଜଧାନୀ […]

ଭୁବନେଶ୍ବର: ତତଲା ତାଓ୍ବାରେ ସିଝୁଛି ଓଡ଼ିଶା । ଉପାନ୍ତରୁ ଉପକୂଳ ଯାଏଁ ଉପରମୁହାଁ ରହିଛି ପାରଦ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଉପକୂଳ ଓଡିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା ବଢିବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆଜି ୧୬ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଛି। ୫ ସହରର ତାପମାତ୍ରା ୩୮ ଡିଗ୍ରୀ କିମ୍ବା ତାଠୁ ଅଧିକ ରହିଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ କରାଯାଇଛି। ଅନୁଗୁଳ ୩୮.୧ ଡିଗ୍ରୀ, ଝାରସୁଗୁଡା ଏବଂ ଭଦ୍ରକ ୩୮ ଡିଗ୍ରୀ ଲେଖାଏଁ ରେକର୍ଡ କରାଯାଇଛି। ଏଥିସହ ୩୮.୮ ଡିଗ୍ରୀ ତାପମାତ୍ର ସହ ତାଳଚେର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର