ରାଜ୍ୟରେ ଆଉ ୧୪ ଆକ୍ରାନ୍ତଙ୍କ ଜୀବନ ନେଲା ମହାମାରୀ କରୋନା, ମୃତ୍ୟୁସଂଖ୍ୟା ୨୦୪୩କୁ ବୃଦ୍ଧି

The Sakala Picture
Published On

ଭୁବନେଶ୍ୱର: କରୋନା ସଂକ୍ରମଣର ନିଆଁ ହୁତ୍‌ ହୁତ୍‌ ହୋଇ ଜଳୁଛି । ରାଜ୍ୟରେ ଟେଷ୍ଟିଂ ବଢ଼ିବା ସହ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା । ବିଗତ ୨୪ ଘଣ୍ଟାରେ ରାଜ୍ୟରୁ ୮ ହଜାର ୬୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନାରେ ଆଉ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୨ ହଜାର ୪୩କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ଜଣେ, କଳାହାଣ୍ଡିରୁ ଜଣେ, ଖୋର୍ଦ୍ଧାରୁ ୨ […]

ଭୁବନେଶ୍ୱର: କରୋନା ସଂକ୍ରମଣର ନିଆଁ ହୁତ୍‌ ହୁତ୍‌ ହୋଇ ଜଳୁଛି । ରାଜ୍ୟରେ ଟେଷ୍ଟିଂ ବଢ଼ିବା ସହ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା । ବିଗତ ୨୪ ଘଣ୍ଟାରେ ରାଜ୍ୟରୁ ୮ ହଜାର ୬୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନାରେ ଆଉ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୨ ହଜାର ୪୩କୁ ବୃଦ୍ଧି ପାଇଛି ।

ଆହୁରି ପଢ଼ନ୍ତୁ: ସାବଧାନ! ଶ୍ରୀମନ୍ଦିରରେ ନାହିଁ ‘ପେଡ୍‌ ଭିଆଇପି ଦର୍ଶନ’ ବ୍ୟବସ୍ଥା, ଜାଲ୍‌ ବିଜ୍ଞାପନ ବିରୋଧରେ ଏଫଆଇଆର

ଗଞ୍ଜାମରୁ ଜଣେ, କଳାହାଣ୍ଡିରୁ ଜଣେ, ଖୋର୍ଦ୍ଧାରୁ ୨ ଜଣ, କୋରାପୁଟରୁ ୩ ଜଣ, ନବରଙ୍ଗପୁରରୁ ଜଣେ, ରାୟଗଡ଼ାରୁ ୨ ଜଣ, ସମ୍ବଲପୁରରୁ ଜଣେ, ସୁନ୍ଦରଗଡ଼ରୁ ୩ ଜଣ କୋଭିଡ୍ ଆକ୍ରାନ୍ତ ଆଖି ବୁଜିଛନ୍ତି ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଜଣେ ଗିରଫ

ଏଯାବତ୍ ରାଜ୍ୟରେ ୪ ଲକ୍ଷ ୪୪ ହଜାର ୧୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩ ଲକ୍ଷ ୮୦ ହଜାର ୪୦୦ ଜଣ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୬୧ ହଜାର ୬୯୮ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

ଆହୁରି ପଢ଼ନ୍ତୁ: ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଜୁଲାଇ ୨୭ରେ ହେବ ଭୋଟିଂ

ଅନ୍ୟପଟେ ଗତ ୧୧ ଦିନ ମଧ୍ୟରେ ୭୧ ହଜାର ୪୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୯ ତାରିଖରେ ୪ ହଜାର ୭୬୧ଟି ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୦ ତାରିଖରେ ୪ ହଜାର ୮୫୧ ଜଣ, ୨୧ରେ ୬ ହଜାର ୧୬୪ ଜଣ, ୨୨ରେ ୬ ହଜାର ୨୧୫ ଜଣ, ୨୩ରେ ୬, ୬୪୭ ଜଣ, ୨୪ରେ ୬ ହଜାର ୧୧୬, ୨୫ରେ ୬ ହଜାର ୫୯୯ ଜଣ, ୨୬ରେ ୬ ହଜାର ୭୩ ଜଣ, ୨୭ରେ ୮ ହଜାର ୩୮୬ ଜଣ, ୨୮ରେ ୬ ହଜାର ୯୯୮ ଜଣ ଏବଂ ୨୯ ତାରିଖରେ ୮ ହଜାର ୬୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

30 Apr 2021 By The Sakala

ରାଜ୍ୟରେ ଆଉ ୧୪ ଆକ୍ରାନ୍ତଙ୍କ ଜୀବନ ନେଲା ମହାମାରୀ କରୋନା, ମୃତ୍ୟୁସଂଖ୍ୟା ୨୦୪୩କୁ ବୃଦ୍ଧି

ଭୁବନେଶ୍ୱର: କରୋନା ସଂକ୍ରମଣର ନିଆଁ ହୁତ୍‌ ହୁତ୍‌ ହୋଇ ଜଳୁଛି । ରାଜ୍ୟରେ ଟେଷ୍ଟିଂ ବଢ଼ିବା ସହ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା । ବିଗତ ୨୪ ଘଣ୍ଟାରେ ରାଜ୍ୟରୁ ୮ ହଜାର ୬୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନାରେ ଆଉ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୨ ହଜାର ୪୩କୁ ବୃଦ୍ଧି ପାଇଛି ।

ଗଞ୍ଜାମରୁ ଜଣେ, କଳାହାଣ୍ଡିରୁ ଜଣେ, ଖୋର୍ଦ୍ଧାରୁ ୨ ଜଣ, କୋରାପୁଟରୁ ୩ ଜଣ, ନବରଙ୍ଗପୁରରୁ ଜଣେ, ରାୟଗଡ଼ାରୁ ୨ ଜଣ, ସମ୍ବଲପୁରରୁ ଜଣେ, ସୁନ୍ଦରଗଡ଼ରୁ ୩ ଜଣ କୋଭିଡ୍ ଆକ୍ରାନ୍ତ ଆଖି ବୁଜିଛନ୍ତି ।

ଏଯାବତ୍ ରାଜ୍ୟରେ ୪ ଲକ୍ଷ ୪୪ ହଜାର ୧୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩ ଲକ୍ଷ ୮୦ ହଜାର ୪୦୦ ଜଣ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୬୧ ହଜାର ୬୯୮ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

ଅନ୍ୟପଟେ ଗତ ୧୧ ଦିନ ମଧ୍ୟରେ ୭୧ ହଜାର ୪୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୯ ତାରିଖରେ ୪ ହଜାର ୭୬୧ଟି ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୦ ତାରିଖରେ ୪ ହଜାର ୮୫୧ ଜଣ, ୨୧ରେ ୬ ହଜାର ୧୬୪ ଜଣ, ୨୨ରେ ୬ ହଜାର ୨୧୫ ଜଣ, ୨୩ରେ ୬, ୬୪୭ ଜଣ, ୨୪ରେ ୬ ହଜାର ୧୧୬, ୨୫ରେ ୬ ହଜାର ୫୯୯ ଜଣ, ୨୬ରେ ୬ ହଜାର ୭୩ ଜଣ, ୨୭ରେ ୮ ହଜାର ୩୮୬ ଜଣ, ୨୮ରେ ୬ ହଜାର ୯୯୮ ଜଣ ଏବଂ ୨୯ ତାରିଖରେ ୮ ହଜାର ୬୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର