ଗୁଜୁରାଟରେ କନିଷ୍ଠ କିରାଣୀ ପଦବୀ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲା: ମାଲକାନଗିରିରୁ ଗିରଫ ହେଲେ ଶିକ୍ଷକ

The Sakala Picture
Published On

ମାଲକାନଗିରି: ଗୁଜରାଟରେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍, ମାଲକାନଗିରିରୁ ଶିକ୍ଷକ ଗିରଫ । ଗୁଜରାଟ ପଞ୍ଚାୟତ ସର୍ଭିସ ସିଲେକ୍ସନ ବୋର୍ଡ ତରଫରୁ ଗତ କିଛି ଦିନ ତଳେ କନିଷ୍ଠ କିରାଣୀ ପଦବୀ ପାଇଁ ପରୀକ୍ଷା ହେବାର ଥିଲା । କିନ୍ତୁ ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ ହେବାରୁ ଏହି ପରୀକ୍ଷାକୁ ବାତିଲ କରାଯାଇଛି । ଏହି ପରୀକ୍ଷାର ପ୍ରଶ୍ନ ପତ୍ର ଲିକ ହେବା ପରେ ଏହାର ଉତ୍ତର ମାଲକାନଗିରି ଜିଲ୍ଲାର କର୍ତ୍ତନପାଲୀ ସରକାରୀ ହାଇସ୍କୁଲର ସରୋଜ ମାଲୁ ନାମକ […]

ମାଲକାନଗିରି: ଗୁଜରାଟରେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍, ମାଲକାନଗିରିରୁ ଶିକ୍ଷକ ଗିରଫ । ଗୁଜରାଟ ପଞ୍ଚାୟତ ସର୍ଭିସ ସିଲେକ୍ସନ ବୋର୍ଡ ତରଫରୁ ଗତ କିଛି ଦିନ ତଳେ କନିଷ୍ଠ କିରାଣୀ ପଦବୀ ପାଇଁ ପରୀକ୍ଷା ହେବାର ଥିଲା । କିନ୍ତୁ ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ ହେବାରୁ ଏହି ପରୀକ୍ଷାକୁ ବାତିଲ କରାଯାଇଛି । ଏହି ପରୀକ୍ଷାର ପ୍ରଶ୍ନ ପତ୍ର ଲିକ ହେବା ପରେ ଏହାର ଉତ୍ତର ମାଲକାନଗିରି ଜିଲ୍ଲାର କର୍ତ୍ତନପାଲୀ ସରକାରୀ ହାଇସ୍କୁଲର ସରୋଜ ମାଲୁ ନାମକ ଜଣେ ଶିକ୍ଷକ ଏହି ଉତ୍ତର ଲେଖି ପ୍ରଦାନ କରିଥିବାରୁ ମାଲକାନଗିରି ପୋଲିସ ସରୋଜକୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ସୂଚନା ଅନୁସାରେ, ଗୁଜରାଟ ପଞ୍ଚାୟତ ବିଭାଗ ତରଫରୁ କନିଷ୍ଠ କିରାଣୀ ପାଇଁ ରାଜ୍ୟରୁ ୯ ଲକ୍ଷ ୫୩ ହଜାର ପିଲା ମାତ୍ର ୧୧୮୧ ଟି ପୋଷ୍ଟ ପାଇଁ ନାମ ପଞ୍ଜିକରଣ କରିଥିଲେ। ଏହି ପରୀକ୍ଷା ରାଜ୍ୟର ୨୯୯୫ଟି ସେଣ୍ଟରରେ ପରୀକ୍ଷା ହେବାର ଥିଲା। କିନ୍ତୁ ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇଥିଲା। ଏପରିକି ଲିକ୍‌ ହୋଇଥିବା ପ୍ରଶ୍ନ ଗୁଡ଼ିକର ସମସ୍ତ ଉତ୍ତର ମଧ୍ୟ ପରୀକ୍ଷା ପୂର୍ବରୁ ଭାଇରାଲ ହୋଇଯାଇଥିଲା । ଯାହାକୁ କର୍ତ୍ତନପାଲୀ ସରକାରୀ ହାଇସ୍କୁଲର ଶିକ୍ଷକ ସରୋଜ ମାଲୁ ପ୍ରସ୍ତୁତ କରି ଗୁଜରାଟ ପଠାଇଥିଲେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆଜ୍ଞାମାଳ ବିଜେ ପରେ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ହେଲା ରଥକାଠ ଅନୁକୂଳ

ପ୍ରଶ୍ନପତ୍ର ଲିକ୍‌ ଯୋଗୁ ପରୀକ୍ଷାକୁ ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଥିଲା । ଗୁଜରାଟ ପୁଲିସ ତଦନ୍ତ ଆରମ୍ଭ କରି ମୋଟ ୧୫ଜଣଙ୍କୁ ଗିରଫ କରିବା ପରେ ମାଲକାନଗିରିରୁ ଉତ୍ତର ଆସିଥିବା ଜାଣିବାକୁ ପାଇଥିଲା । ତେଣୁ ଗୁଜରାଟ ପୁଲିସର ଗୋଟିଏ ଟିମ୍‌ ମାଲକାନଗିରି ଆସି ସରୋଜଙ୍କୁ ଗିରଫ କରିଛି । ତାଙ୍କୁ ଗୁଜରାଟ ନେଇ ଅଧିକ ପଚରାଉଚୁରା କରିବା ପରେ କୋର୍ଟ ଚାଲାଣ କରିବ ବୋଲି ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଟାଇଁ ଟାଇଁ ଖରାରେ ହନ୍ତସନ୍ତ ରାଜଧାନୀବାସୀ, ଅପରାହ୍ନ ୨ଟା ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା

31 Jan 2023 By The Sakala

ଗୁଜୁରାଟରେ କନିଷ୍ଠ କିରାଣୀ ପଦବୀ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲା: ମାଲକାନଗିରିରୁ ଗିରଫ ହେଲେ ଶିକ୍ଷକ

ମାଲକାନଗିରି: ଗୁଜରାଟରେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍, ମାଲକାନଗିରିରୁ ଶିକ୍ଷକ ଗିରଫ । ଗୁଜରାଟ ପଞ୍ଚାୟତ ସର୍ଭିସ ସିଲେକ୍ସନ ବୋର୍ଡ ତରଫରୁ ଗତ କିଛି ଦିନ ତଳେ କନିଷ୍ଠ କିରାଣୀ ପଦବୀ ପାଇଁ ପରୀକ୍ଷା ହେବାର ଥିଲା । କିନ୍ତୁ ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ ହେବାରୁ ଏହି ପରୀକ୍ଷାକୁ ବାତିଲ କରାଯାଇଛି । ଏହି ପରୀକ୍ଷାର ପ୍ରଶ୍ନ ପତ୍ର ଲିକ ହେବା ପରେ ଏହାର ଉତ୍ତର ମାଲକାନଗିରି ଜିଲ୍ଲାର କର୍ତ୍ତନପାଲୀ ସରକାରୀ ହାଇସ୍କୁଲର ସରୋଜ ମାଲୁ ନାମକ ଜଣେ ଶିକ୍ଷକ ଏହି ଉତ୍ତର ଲେଖି ପ୍ରଦାନ କରିଥିବାରୁ ମାଲକାନଗିରି ପୋଲିସ ସରୋଜକୁ ଗିରଫ କରିଛି।

ସୂଚନା ଅନୁସାରେ, ଗୁଜରାଟ ପଞ୍ଚାୟତ ବିଭାଗ ତରଫରୁ କନିଷ୍ଠ କିରାଣୀ ପାଇଁ ରାଜ୍ୟରୁ ୯ ଲକ୍ଷ ୫୩ ହଜାର ପିଲା ମାତ୍ର ୧୧୮୧ ଟି ପୋଷ୍ଟ ପାଇଁ ନାମ ପଞ୍ଜିକରଣ କରିଥିଲେ। ଏହି ପରୀକ୍ଷା ରାଜ୍ୟର ୨୯୯୫ଟି ସେଣ୍ଟରରେ ପରୀକ୍ଷା ହେବାର ଥିଲା। କିନ୍ତୁ ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇଥିଲା। ଏପରିକି ଲିକ୍‌ ହୋଇଥିବା ପ୍ରଶ୍ନ ଗୁଡ଼ିକର ସମସ୍ତ ଉତ୍ତର ମଧ୍ୟ ପରୀକ୍ଷା ପୂର୍ବରୁ ଭାଇରାଲ ହୋଇଯାଇଥିଲା । ଯାହାକୁ କର୍ତ୍ତନପାଲୀ ସରକାରୀ ହାଇସ୍କୁଲର ଶିକ୍ଷକ ସରୋଜ ମାଲୁ ପ୍ରସ୍ତୁତ କରି ଗୁଜରାଟ ପଠାଇଥିଲେ ବୋଲି ଜଣାପଡ଼ିଛି।

ପ୍ରଶ୍ନପତ୍ର ଲିକ୍‌ ଯୋଗୁ ପରୀକ୍ଷାକୁ ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଥିଲା । ଗୁଜରାଟ ପୁଲିସ ତଦନ୍ତ ଆରମ୍ଭ କରି ମୋଟ ୧୫ଜଣଙ୍କୁ ଗିରଫ କରିବା ପରେ ମାଲକାନଗିରିରୁ ଉତ୍ତର ଆସିଥିବା ଜାଣିବାକୁ ପାଇଥିଲା । ତେଣୁ ଗୁଜରାଟ ପୁଲିସର ଗୋଟିଏ ଟିମ୍‌ ମାଲକାନଗିରି ଆସି ସରୋଜଙ୍କୁ ଗିରଫ କରିଛି । ତାଙ୍କୁ ଗୁଜରାଟ ନେଇ ଅଧିକ ପଚରାଉଚୁରା କରିବା ପରେ କୋର୍ଟ ଚାଲାଣ କରିବ ବୋଲି ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର