ରାଜ୍ୟରେ ଷ୍ଟାର୍ଟଅପ୍‌‌କୁ ମିଳିବ ପ୍ରୋତ୍ସାହନ; ଖୁବଶୀଘ୍ର ଭୁବନେଶ୍ୱରରେ ଖୋଲିବ ‘ଡ୍ରାପର ଷ୍ଟାର୍ଟଅପ୍‌‌ ହାଉସ୍‌’

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଷ୍ଟାର୍ଟଅପ୍‌‌ର ହେବ ଅଭିବୃଦ୍ଧି। ଷ୍ଟାର୍ଟଅପ୍‌‌କୁ ମିଳିବ ପ୍ରୋତ୍ସାହନ। ରାଜ୍ୟରେ ଔଦ୍ୟୋଗିକତାକୁ ଆଗେଇନେବା ପାଇଁ ବେଙ୍ଗାଲୁରୁ ଭଳି ଏଠାରେ ମଧ୍ୟ ପ୍ରତିଷ୍ଠା ହେବ ଏକ ‘ଡ୍ରାପର ଷ୍ଟାର୍ଟଅପ୍‌‌ ହାଉସ୍‌’। ଏହି ଷ୍ଟାର୍ଟଅପ୍‌‌ ହାଉସ୍‌ ରାଜ୍ୟରେ ଷ୍ଟାର୍ଟଅପ୍‌‌ ଉଦ୍ୟୋଗୀମାନଙ୍କୁ ସମର୍ଥନ ଯୋଗାଇବ। ଓଡ଼ିଶାରେ ଏହି ଷ୍ଟାର୍ଟଅପ୍‌‌ ହାଉସ୍‌’ ପ୍ରତିଷ୍ଠା କରିବେ ଟିମ୍‌‌ ଡ୍ରାପର। ଏଥିପାଇଁ କଟକଠାରେ ଷ୍ଟାର୍ଟଅପ୍‌‌ ଓଡ଼ିଶାର ଏକ୍‌‌ଜିକ୍ୟୁଟିଭ ଚେୟାରମ୍ୟାନ ଡଃ ଓମ୍‌‌କାର ରାୟଙ୍କୁ ଭେଟି ଏ ସମ୍ପର୍କରେ ଏକ ବୈଠକରେ ଆଲୋଚନା କରିଛନ୍ତି ଟିମ୍‌‌ […]

ଭୁବନେଶ୍ୱର: ରାଜ୍ୟରେ ଷ୍ଟାର୍ଟଅପ୍‌‌ର ହେବ ଅଭିବୃଦ୍ଧି। ଷ୍ଟାର୍ଟଅପ୍‌‌କୁ ମିଳିବ ପ୍ରୋତ୍ସାହନ। ରାଜ୍ୟରେ ଔଦ୍ୟୋଗିକତାକୁ ଆଗେଇନେବା ପାଇଁ ବେଙ୍ଗାଲୁରୁ ଭଳି ଏଠାରେ ମଧ୍ୟ ପ୍ରତିଷ୍ଠା ହେବ ଏକ ‘ଡ୍ରାପର ଷ୍ଟାର୍ଟଅପ୍‌‌ ହାଉସ୍‌’। ଏହି ଷ୍ଟାର୍ଟଅପ୍‌‌ ହାଉସ୍‌ ରାଜ୍ୟରେ ଷ୍ଟାର୍ଟଅପ୍‌‌ ଉଦ୍ୟୋଗୀମାନଙ୍କୁ ସମର୍ଥନ ଯୋଗାଇବ। ଓଡ଼ିଶାରେ ଏହି ଷ୍ଟାର୍ଟଅପ୍‌‌ ହାଉସ୍‌’ ପ୍ରତିଷ୍ଠା କରିବେ ଟିମ୍‌‌ ଡ୍ରାପର। ଏଥିପାଇଁ କଟକଠାରେ ଷ୍ଟାର୍ଟଅପ୍‌‌ ଓଡ଼ିଶାର ଏକ୍‌‌ଜିକ୍ୟୁଟିଭ ଚେୟାରମ୍ୟାନ ଡଃ ଓମ୍‌‌କାର ରାୟଙ୍କୁ ଭେଟି ଏ ସମ୍ପର୍କରେ ଏକ ବୈଠକରେ ଆଲୋଚନା କରିଛନ୍ତି ଟିମ୍‌‌ ଡ୍ରାପର।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଆଲୋଚନା କାଳରେ ଷ୍ଟାର୍ଟଅପ୍‌‌ ପରିବ୍ୟବସ୍ଥାକୁ ସମର୍ଥନ ଯୋଗାଇଦେବାରେ ରାଜ୍ୟ ସରକାରଙ୍କ ପ୍ରୟାସକୁ ଭୁରି ଭୁରି‌ ପ୍ରଶଂସା କରିଛନ୍ତି ଡ୍ରାପର। ବର୍ତ୍ତମାନ ସମୟରେ ବିଶ୍ବରେ ସଫଳତା ହାସଲ କରିଥିବା ଟେସ୍ ଲା, ସ୍ପେଶଏକ୍ସ, ହଟ୍‌‌ମେଲ୍‌ ଏବଂ ସ୍କାଇପ୍‌ ଭଳି ବୈଷୟିକ କମ୍ପାନୀରେ ପ୍ରାରମ୍ଭରେ ନିବେଶ କରି ପରିଚିତି ଲାଭ କରିଥିବା ଏହି ବିଟ୍‌ ‌କଏନ୍‌ ଅରବପତି ନିବେଶକ ଷ୍ଟାର୍ଟଅପ୍‌‌ଗୁଡିକୁ ମଧ୍ୟ ବ୍ୟାପକ ଆକାରରେ ସମର୍ଥନ ଯୋଗାଇ ଦେଉଛନ୍ତି। ଓଡ଼ିଶାରେ ଷ୍ଟାର୍ଟଅପ୍‌‌ ପରିବ୍ୟବସ୍ଥାକୁ କିଭଳି ଆଗେଇ ନିଆଯାଇପାରିବ ତାହାର ବିବିଧ ଉପାୟ ସମ୍ପର୍କରେ ଡ୍ରାପରଙ୍କ ଟିମ୍‌‌ ଏବଂ ଷ୍ଟାର୍ଟଅପ୍‌‌ ଓଡ଼ିଶା ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଭାରତ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଷ୍ଟାର୍ଟଅପ ରାଙ୍କିଙ୍ଗ ୨୦୨୧ ଅନୁଯାୟୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟଗୁଡିକ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। ଏହାକୁ ଆଗେଇନେବା, ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହିତ ଷ୍ଟାର୍ଟଅପ୍‌‌ ପରିବ୍ୟବସ୍ଥାକୁ ସମର୍ଥନ କରିବାକୁ ଆମେ ଓଡ଼ିଶାରେ ‘ଡ୍ରାପର ଷ୍ଟାର୍ଟଅପ୍‌‌ ହାଉସ’ ସ୍ଥାପନ ନେଇ ଆଲୋଚନା କରିଛୁ। ଏ କ୍ଷେତ୍ରରେ ସକାରାତ୍ମକ ମତାମତ ମିଳିଛି ଏବଂ ଆମେ ମିଳିତ ଭାବରେ କିଭଳି କାର୍ଯ୍ୟ କରିପାରିବୁ ସେ ସମ୍ପର୍କରେ ଆଲୋଚନା ଆରମ୍ଭ କରିଛୁ। ଓଡ଼ିଶାରେ ରହିଥିବା ସମ୍ଭାବନା ଦୃଷ୍ଟିରୁ ଏହାର ପରବର୍ତ୍ତୀ ଲକ୍ଷ୍ୟସ୍ଥଳ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ହୋଇପାରିବ ବୋଲି ଡଃ ରାୟ କହିଛନ୍ତି। ୨୦୩୦ ସୁଦ୍ଧା ୧୦ ଲକ୍ଷ ଉଦ୍ୟୋଗୀ ସୃଷ୍ଟି କରିବାର ଦୂରଦୃଷ୍ଟି ଓ ଲକ୍ଷ୍ୟ ନେଇ ‘ଡ୍ରାପର ଷ୍ଟାର୍ଟଅପ୍‌‌ ହାଉସ’ ସମଗ୍ର ବିଶ୍ୱରେ ଷ୍ଟାର୍ଟଅପ୍‌‌ ଉଦ୍ୟୋଗୀମାନଙ୍କୁ ସମର୍ଥନ ଯୋଗାଇ ଆସୁଛି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

31 Jan 2023 By The Sakala

ରାଜ୍ୟରେ ଷ୍ଟାର୍ଟଅପ୍‌‌କୁ ମିଳିବ ପ୍ରୋତ୍ସାହନ; ଖୁବଶୀଘ୍ର ଭୁବନେଶ୍ୱରରେ ଖୋଲିବ ‘ଡ୍ରାପର ଷ୍ଟାର୍ଟଅପ୍‌‌ ହାଉସ୍‌’

ଭୁବନେଶ୍ୱର: ରାଜ୍ୟରେ ଷ୍ଟାର୍ଟଅପ୍‌‌ର ହେବ ଅଭିବୃଦ୍ଧି। ଷ୍ଟାର୍ଟଅପ୍‌‌କୁ ମିଳିବ ପ୍ରୋତ୍ସାହନ। ରାଜ୍ୟରେ ଔଦ୍ୟୋଗିକତାକୁ ଆଗେଇନେବା ପାଇଁ ବେଙ୍ଗାଲୁରୁ ଭଳି ଏଠାରେ ମଧ୍ୟ ପ୍ରତିଷ୍ଠା ହେବ ଏକ ‘ଡ୍ରାପର ଷ୍ଟାର୍ଟଅପ୍‌‌ ହାଉସ୍‌’। ଏହି ଷ୍ଟାର୍ଟଅପ୍‌‌ ହାଉସ୍‌ ରାଜ୍ୟରେ ଷ୍ଟାର୍ଟଅପ୍‌‌ ଉଦ୍ୟୋଗୀମାନଙ୍କୁ ସମର୍ଥନ ଯୋଗାଇବ। ଓଡ଼ିଶାରେ ଏହି ଷ୍ଟାର୍ଟଅପ୍‌‌ ହାଉସ୍‌’ ପ୍ରତିଷ୍ଠା କରିବେ ଟିମ୍‌‌ ଡ୍ରାପର। ଏଥିପାଇଁ କଟକଠାରେ ଷ୍ଟାର୍ଟଅପ୍‌‌ ଓଡ଼ିଶାର ଏକ୍‌‌ଜିକ୍ୟୁଟିଭ ଚେୟାରମ୍ୟାନ ଡଃ ଓମ୍‌‌କାର ରାୟଙ୍କୁ ଭେଟି ଏ ସମ୍ପର୍କରେ ଏକ ବୈଠକରେ ଆଲୋଚନା କରିଛନ୍ତି ଟିମ୍‌‌ ଡ୍ରାପର।

ଆଲୋଚନା କାଳରେ ଷ୍ଟାର୍ଟଅପ୍‌‌ ପରିବ୍ୟବସ୍ଥାକୁ ସମର୍ଥନ ଯୋଗାଇଦେବାରେ ରାଜ୍ୟ ସରକାରଙ୍କ ପ୍ରୟାସକୁ ଭୁରି ଭୁରି‌ ପ୍ରଶଂସା କରିଛନ୍ତି ଡ୍ରାପର। ବର୍ତ୍ତମାନ ସମୟରେ ବିଶ୍ବରେ ସଫଳତା ହାସଲ କରିଥିବା ଟେସ୍ ଲା, ସ୍ପେଶଏକ୍ସ, ହଟ୍‌‌ମେଲ୍‌ ଏବଂ ସ୍କାଇପ୍‌ ଭଳି ବୈଷୟିକ କମ୍ପାନୀରେ ପ୍ରାରମ୍ଭରେ ନିବେଶ କରି ପରିଚିତି ଲାଭ କରିଥିବା ଏହି ବିଟ୍‌ ‌କଏନ୍‌ ଅରବପତି ନିବେଶକ ଷ୍ଟାର୍ଟଅପ୍‌‌ଗୁଡିକୁ ମଧ୍ୟ ବ୍ୟାପକ ଆକାରରେ ସମର୍ଥନ ଯୋଗାଇ ଦେଉଛନ୍ତି। ଓଡ଼ିଶାରେ ଷ୍ଟାର୍ଟଅପ୍‌‌ ପରିବ୍ୟବସ୍ଥାକୁ କିଭଳି ଆଗେଇ ନିଆଯାଇପାରିବ ତାହାର ବିବିଧ ଉପାୟ ସମ୍ପର୍କରେ ଡ୍ରାପରଙ୍କ ଟିମ୍‌‌ ଏବଂ ଷ୍ଟାର୍ଟଅପ୍‌‌ ଓଡ଼ିଶା ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି।

ଭାରତ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଷ୍ଟାର୍ଟଅପ ରାଙ୍କିଙ୍ଗ ୨୦୨୧ ଅନୁଯାୟୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟଗୁଡିକ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। ଏହାକୁ ଆଗେଇନେବା, ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହିତ ଷ୍ଟାର୍ଟଅପ୍‌‌ ପରିବ୍ୟବସ୍ଥାକୁ ସମର୍ଥନ କରିବାକୁ ଆମେ ଓଡ଼ିଶାରେ ‘ଡ୍ରାପର ଷ୍ଟାର୍ଟଅପ୍‌‌ ହାଉସ’ ସ୍ଥାପନ ନେଇ ଆଲୋଚନା କରିଛୁ। ଏ କ୍ଷେତ୍ରରେ ସକାରାତ୍ମକ ମତାମତ ମିଳିଛି ଏବଂ ଆମେ ମିଳିତ ଭାବରେ କିଭଳି କାର୍ଯ୍ୟ କରିପାରିବୁ ସେ ସମ୍ପର୍କରେ ଆଲୋଚନା ଆରମ୍ଭ କରିଛୁ। ଓଡ଼ିଶାରେ ରହିଥିବା ସମ୍ଭାବନା ଦୃଷ୍ଟିରୁ ଏହାର ପରବର୍ତ୍ତୀ ଲକ୍ଷ୍ୟସ୍ଥଳ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ହୋଇପାରିବ ବୋଲି ଡଃ ରାୟ କହିଛନ୍ତି। ୨୦୩୦ ସୁଦ୍ଧା ୧୦ ଲକ୍ଷ ଉଦ୍ୟୋଗୀ ସୃଷ୍ଟି କରିବାର ଦୂରଦୃଷ୍ଟି ଓ ଲକ୍ଷ୍ୟ ନେଇ ‘ଡ୍ରାପର ଷ୍ଟାର୍ଟଅପ୍‌‌ ହାଉସ’ ସମଗ୍ର ବିଶ୍ୱରେ ଷ୍ଟାର୍ଟଅପ୍‌‌ ଉଦ୍ୟୋଗୀମାନଙ୍କୁ ସମର୍ଥନ ଯୋଗାଇ ଆସୁଛି।

https://www.thesakala.in/latest-odisha-news/draper-startup-house-to-open-in-bhubaneswar-soon/article-18555
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର