ରାଉରକେଲାରେ ମୁଖ୍ୟମନ୍ତ୍ରୀ : ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଦେଖିବେ ଭାରତ – ସ୍ପେନ ମ୍ୟାଚ

The Sakala Picture
Published On

ରାଉରକେଲା : ରାଉରକେଲାରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଚଳିତ ବିଶ୍ବକପ୍‌ର ଚତୁର୍ଥ ମ୍ୟାଚ୍‌ ଭାରତ ଓ ସ୍ପେନ ମୁକାବିଲା ଦେଖିବେ। ଦର୍ଶନମାନଙ୍କ ସହ ନବୀନ ମ୍ୟାଚ ଦେଖିବା ସହ ଭାରତୀୟ ଦଳକୁ ବିଶ୍ବକପ୍‌ ଅଭିଯାନରେ ଉତ୍ସାହିତ କରିବେ। ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ପହଞ୍ଚି ମୁଖ୍ୟମନ୍ତ୍ରୀ ପ୍ରଥମେ ୱ୍ଲାଡକପ୍ ଭିଲେଜ ପରିଦର୍ଶନ କରିଛନ୍ତି। ସେଠାରେ ଖେଳାଳିମାନଙ୍କ ରହିବା ନିମନ୍ତେ ହୋଇଥିବା ଅତ୍ୟାଧୁନିକ ବ୍ୟବସ୍ଥାକୁ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ। […]

ରାଉରକେଲା : ରାଉରକେଲାରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଚଳିତ ବିଶ୍ବକପ୍‌ର ଚତୁର୍ଥ ମ୍ୟାଚ୍‌ ଭାରତ ଓ ସ୍ପେନ ମୁକାବିଲା ଦେଖିବେ। ଦର୍ଶନମାନଙ୍କ ସହ ନବୀନ ମ୍ୟାଚ ଦେଖିବା ସହ ଭାରତୀୟ ଦଳକୁ ବିଶ୍ବକପ୍‌ ଅଭିଯାନରେ ଉତ୍ସାହିତ କରିବେ। ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ପହଞ୍ଚି ମୁଖ୍ୟମନ୍ତ୍ରୀ ପ୍ରଥମେ ୱ୍ଲାଡକପ୍ ଭିଲେଜ ପରିଦର୍ଶନ କରିଛନ୍ତି। ସେଠାରେ ଖେଳାଳିମାନଙ୍କ ରହିବା ନିମନ୍ତେ ହୋଇଥିବା ଅତ୍ୟାଧୁନିକ ବ୍ୟବସ୍ଥାକୁ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

ଷ୍ଟାଡିୟମ ସଂଲଗ୍ନ ‘ୱ୍ଲାଡକପ୍ ଭିଲେଜରେ ସମସ୍ତ ଅତ୍ୟାବଶ୍ୟକ ବ୍ୟବସ୍ଥା ନିର୍ମାଣ ହୋଇଛି।  ଏହି ୪ ତାରକା ବିଶିଷ୍ଟ ବିଲ୍‌ଡିଂରେ ୨୨୫ଟି କୋଠରୀ ରହିଛି। ପ୍ରତ୍ୟେକ କୋଠରୀରେ ଦୁଇ ଜଣ ଖେଳାଳି ରହିପାରିବେ। ଏକା ସମୟରେ ମୋଟ୍‌ ୮ଟି ଦଳର ଖେଳାଳି, କୋଚ୍‌, ସପୋର୍ଟ‌୍ ଷ୍ଟାଫ୍‌ଙ୍କୁ ଏଠାରେ ରଖାଯାଇପାରିବ। ଏତଦ୍‌ବ୍ୟତୀତ, ଅତ୍ୟାଧୁନିକ ଫିଟ୍‌ନେସ ସେଣ୍ଟର୍‌, ହାଇଡ୍ରୋଥେରାପି ପୁଲ୍‌, ବାଷ୍ପ ସ୍ନାନ ବ୍ୟବସ୍ଥା, ଷ୍ଟିମ୍‌, ଭିଡିଓ ବୋର୍ଡ ରୁମ୍‌, ଡ୍ରେସିଂ ରୁମ୍‌, ୮ଟି ଚେଞ୍ଜିଂ ରୁମ୍‌ (ପ୍ରତ୍ୟେକରେ ୧୮ଟି ଲେଖାଏଁ କ୍ୟାବିନେଟ୍‌) ସମେତ ଅତିରିକ୍ତ ଅଭ୍ୟାସ ପଡ଼ିଆ ଆଦି ଉପଲବ୍ଧ।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ସେପଟେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହୋଇଛି ଇଂଲଣ୍ଡ ଓ ଓ୍ବେଲସ ମଧ୍ୟରେ ମ୍ୟାଚ । ୭ଟାରେ ମୁହାଁମୁହିଁ ହେବେ ଇଣ୍ଡିଆ ଓ ସ୍ପେନ । ଉଭୟଙ୍କ ମଧ୍ୟରେ ହେବ କଡ଼ା ଟକ୍କର । ପୁଲ ପର୍ଯ୍ୟାୟରେ ଭାରତ ବିଜୟରୁ ଅଭିଯାନ କରିବାକୁ ଲକ୍ଷ୍ୟ ରଖିଛି । ଭାରତ ପୁଲ୍ ଡିରେ ଥିବାବେଳେ ଏହି ପୁଲ୍‌ରେ ସ୍ପେନ ଓ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳ ଅଛନ୍ତି । ଅନ୍ୟପଟେ କଳିଙ୍ଗରେ ଆର୍ଜେଣ୍ଟିନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଥିବାବେଳେ ଅର୍ଜେଣ୍ଟିନା ପ୍ରଥମ ମ୍ୟାଚ ଜିତିଛି । ସେହିପରି ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ୮-୦ ଗୋଲରେ ବଡ ବିଜୟ ହାସଲ କରିଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର