ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ବାଜିଲା ବିଗୁଲ: କଳିଙ୍ଗ ଷ୍ଟାଡିୟମ୍‌‌ରେ ଆରମ୍ଭ ହେଲା ୨୦୨୩ ପୁରୁଷ ହକି ବିଶ୍ୱକପର ପ୍ରଥମ ମ୍ୟାଚ୍

The Sakala Picture
Published On

ଭୁବନେଶ୍ୱର: ବାଜିଲା ବିଗୁଲ। ଓଡ଼ିଶାରେ ଆଜି ଠାରୁ ଆରମ୍ଭ ହେଲା ଏଫ୍‌‌ଆଇଏଚ୍‌‌ ପୁରୁଷ ହକି ବିଶ୍ୱକପ।  କଳିଙ୍ଗ ଷ୍ଟାଡିୟମ୍‌‌ରେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମ୍ୟାଚ୍‌‌ ଦିନ ୧ଟାରେ ଆରମ୍ଭ ହୋଇଛି। ଏହା ପରେ ଅଷ୍ଟ୍ରେଲିଆ- ଫ୍ରାନ୍ସ  ମଧ୍ୟରେ ଦ୍ୱିତୀୟ ମ୍ୟାଚ୍‌‌ ଅପରାହ୍ଣ ୩ଟାରେ ଖେଳାଯିବ। କଳିଙ୍ଗ ଷ୍ଟାଡିୟମରେ ମ୍ଯାଚ ଦେଖିବାକୁ ଦର୍ଶକଭଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଟିକେଟ ଦେଖାଇ ଜଣକ ପରେ ଜଣେ ଦର୍ଶକ ଷ୍ଟାଡିଅମ ଭିତରକୁ ପ୍ରବେଶ କରୁଛନ୍ତି। ଫାଟକ […]

ଭୁବନେଶ୍ୱର: ବାଜିଲା ବିଗୁଲ। ଓଡ଼ିଶାରେ ଆଜି ଠାରୁ ଆରମ୍ଭ ହେଲା ଏଫ୍‌‌ଆଇଏଚ୍‌‌ ପୁରୁଷ ହକି ବିଶ୍ୱକପ।  କଳିଙ୍ଗ ଷ୍ଟାଡିୟମ୍‌‌ରେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମ୍ୟାଚ୍‌‌ ଦିନ ୧ଟାରେ ଆରମ୍ଭ ହୋଇଛି। ଏହା ପରେ ଅଷ୍ଟ୍ରେଲିଆ- ଫ୍ରାନ୍ସ  ମଧ୍ୟରେ ଦ୍ୱିତୀୟ ମ୍ୟାଚ୍‌‌ ଅପରାହ୍ଣ ୩ଟାରେ ଖେଳାଯିବ। କଳିଙ୍ଗ ଷ୍ଟାଡିୟମରେ ମ୍ଯାଚ ଦେଖିବାକୁ ଦର୍ଶକଭଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଟିକେଟ ଦେଖାଇ ଜଣକ ପରେ ଜଣେ ଦର୍ଶକ ଷ୍ଟାଡିଅମ ଭିତରକୁ ପ୍ରବେଶ କରୁଛନ୍ତି। ଫାଟକ ପାଖରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଷ୍ଟାଡିୟମ ଭିତରକୁ ପ୍ରବେଶ ବେଳେ କାଏନ, ପାଣି ବୋଟଲ, ପାୱାର ବ୍ୟାଙ୍କ, କ୍ୟାମେରା, ହେଲମେଣ୍ଟ ନେବାକୁ ବାରଣ କରାଯାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ସ୍କୁଲ ପ୍ରଧାନ ଶିକ୍ଷକ, ବକେୟା ଦରମା ବିଲ୍ କରାଇବାକୁ ନେଉଥିଲେ ୫୦୦୦ ଲାଞ୍ଚ

ପରେ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଇଂଲଣ୍ଡ ଓ ୱେଲ୍ସ ଅପରାହ୍ଣ ୫ଟାରେ ପ୍ରଥମ ମ୍ୟାଚ୍‌‌ ଖେଳିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ଭାରତ ଓ ସ୍ପେନ୍‌‌ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚରେ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିବେ। ମ୍ୟାଚ୍‌‌ ପରେ ସେ ଖେଳାଳିଙ୍କ ଲାଗି ନିର୍ମାଣ କରାଯାଇଥିବା କ୍ରୀଡ଼ାଗ୍ରାମ୍‌‌ (ଗେମ୍ସ ଭିଲେଜ) ରେ ମୁଖ୍ୟମନ୍ତ୍ରୀ ରାତ୍ରିଯାପନ କରିବେ।

ଆହୁରି ପଢ଼ନ୍ତୁ: ହଜିଗଲା ମାନବିକତା: ଖାଇବାକୁ ମାଗିବାରୁ ନାବାଳିକା ଉପରେ ଗରମ ଚାହା ଢାଳିଦେଲା ପଡ଼ୋଶୀ

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌‌ ଓ ରାଉରକେଲାର ନବନିର୍ମିତ ତଥା ଅତ୍ୟାଧୁନିକ ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍‌‌ରେ ଏକସଙ୍ଗେ ଖେଳ ଅନୁଷ୍ଠିତ ହେବ। ବିଶ୍ୱର ଶ୍ରେଷ୍ଠ ୧୬ଟି ଦଳ ଜାନୁଆରୀ ୧୩ରୁ ୨୯ ତାରିଖ ଯାଏ ହେବାକୁ ଥିବା ଏହି ହକି ମହାସମରରେ ସେମାନଙ୍କ କ୍ରୀଡ଼ା କୌଶଳ ପ୍ରଦର୍ଶନ କରିବେ। ଏଥିରେ ମୋଟ ୪୪ଟି ମ୍ୟାଚ୍‌‌ ଖେଳାଯିବାକୁ ଥିଲାବେଳେ କଳିଙ୍ଗରେ ୨୪ଟି ଓ ରାଉରକେଲାରେ ୨୦ଟି ମ୍ୟାଚ୍‌‌ ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ହାଣିଲେ ଦୁଇ ପୁଅ

13 Jan 2023 By The Sakala

ବାଜିଲା ବିଗୁଲ: କଳିଙ୍ଗ ଷ୍ଟାଡିୟମ୍‌‌ରେ ଆରମ୍ଭ ହେଲା ୨୦୨୩ ପୁରୁଷ ହକି ବିଶ୍ୱକପର ପ୍ରଥମ ମ୍ୟାଚ୍

ଭୁବନେଶ୍ୱର: ବାଜିଲା ବିଗୁଲ। ଓଡ଼ିଶାରେ ଆଜି ଠାରୁ ଆରମ୍ଭ ହେଲା ଏଫ୍‌‌ଆଇଏଚ୍‌‌ ପୁରୁଷ ହକି ବିଶ୍ୱକପ।  କଳିଙ୍ଗ ଷ୍ଟାଡିୟମ୍‌‌ରେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମ୍ୟାଚ୍‌‌ ଦିନ ୧ଟାରେ ଆରମ୍ଭ ହୋଇଛି। ଏହା ପରେ ଅଷ୍ଟ୍ରେଲିଆ- ଫ୍ରାନ୍ସ  ମଧ୍ୟରେ ଦ୍ୱିତୀୟ ମ୍ୟାଚ୍‌‌ ଅପରାହ୍ଣ ୩ଟାରେ ଖେଳାଯିବ। କଳିଙ୍ଗ ଷ୍ଟାଡିୟମରେ ମ୍ଯାଚ ଦେଖିବାକୁ ଦର୍ଶକଭଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଟିକେଟ ଦେଖାଇ ଜଣକ ପରେ ଜଣେ ଦର୍ଶକ ଷ୍ଟାଡିଅମ ଭିତରକୁ ପ୍ରବେଶ କରୁଛନ୍ତି। ଫାଟକ ପାଖରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଷ୍ଟାଡିୟମ ଭିତରକୁ ପ୍ରବେଶ ବେଳେ କାଏନ, ପାଣି ବୋଟଲ, ପାୱାର ବ୍ୟାଙ୍କ, କ୍ୟାମେରା, ହେଲମେଣ୍ଟ ନେବାକୁ ବାରଣ କରାଯାଇଛି।

ପରେ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଇଂଲଣ୍ଡ ଓ ୱେଲ୍ସ ଅପରାହ୍ଣ ୫ଟାରେ ପ୍ରଥମ ମ୍ୟାଚ୍‌‌ ଖେଳିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ଭାରତ ଓ ସ୍ପେନ୍‌‌ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚରେ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିବେ। ମ୍ୟାଚ୍‌‌ ପରେ ସେ ଖେଳାଳିଙ୍କ ଲାଗି ନିର୍ମାଣ କରାଯାଇଥିବା କ୍ରୀଡ଼ାଗ୍ରାମ୍‌‌ (ଗେମ୍ସ ଭିଲେଜ) ରେ ମୁଖ୍ୟମନ୍ତ୍ରୀ ରାତ୍ରିଯାପନ କରିବେ।

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌‌ ଓ ରାଉରକେଲାର ନବନିର୍ମିତ ତଥା ଅତ୍ୟାଧୁନିକ ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍‌‌ରେ ଏକସଙ୍ଗେ ଖେଳ ଅନୁଷ୍ଠିତ ହେବ। ବିଶ୍ୱର ଶ୍ରେଷ୍ଠ ୧୬ଟି ଦଳ ଜାନୁଆରୀ ୧୩ରୁ ୨୯ ତାରିଖ ଯାଏ ହେବାକୁ ଥିବା ଏହି ହକି ମହାସମରରେ ସେମାନଙ୍କ କ୍ରୀଡ଼ା କୌଶଳ ପ୍ରଦର୍ଶନ କରିବେ। ଏଥିରେ ମୋଟ ୪୪ଟି ମ୍ୟାଚ୍‌‌ ଖେଳାଯିବାକୁ ଥିଲାବେଳେ କଳିଙ୍ଗରେ ୨୪ଟି ଓ ରାଉରକେଲାରେ ୨୦ଟି ମ୍ୟାଚ୍‌‌ ଅନୁଷ୍ଠିତ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର