ଖୁବ୍ ଶୀଘ୍ର ଭୁବନେଶ୍ୱରରୁ ବ୍ୟାଙ୍କକ୍, ଦୁବାଇ, ସିଙ୍ଗାପୁରକୁ ଉଡ଼ିବ ବିମାନ

The Sakala Picture
Published On

ଭୁବନେଶ୍ୱର : ଖୁବ ଶୀଘ୍ର ଭୁବନେଶ୍ୱର ଆର୍ନ୍ତଜାତିକ ବିମାନବନ୍ଦରରୁ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କକକୁ ବିମାନ ଚଳାଚଳ କରିବ । ଏହି ସବୁ ରୁଟ୍‌ରେ  ବିମାନ ଚଳାଇବାପାଇଁ ଇଣ୍ଡିଗୋ ବିମାନ ସଂସ୍ଥା ଆବେଦନ କରିଥିବାବେଳେ ରାଜ୍ୟ କ୍ୟାବିନେଟ ଆଜି ତାହାକୁ ଅନୁମୋଦନ କରିଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଶ୍ରୀ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଏହିସବୁ ରୁଟ୍‌ରେ ବିମାନ ଚଳାଚଳ ପାଇଁ ବିଭିନ୍ନ ବିମାନ […]

ଭୁବନେଶ୍ୱର : ଖୁବ ଶୀଘ୍ର ଭୁବନେଶ୍ୱର ଆର୍ନ୍ତଜାତିକ ବିମାନବନ୍ଦରରୁ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କକକୁ ବିମାନ ଚଳାଚଳ କରିବ । ଏହି ସବୁ ରୁଟ୍‌ରେ  ବିମାନ ଚଳାଇବାପାଇଁ ଇଣ୍ଡିଗୋ ବିମାନ ସଂସ୍ଥା ଆବେଦନ କରିଥିବାବେଳେ ରାଜ୍ୟ କ୍ୟାବିନେଟ ଆଜି ତାହାକୁ ଅନୁମୋଦନ କରିଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

ଶ୍ରୀ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଏହିସବୁ ରୁଟ୍‌ରେ ବିମାନ ଚଳାଚଳ ପାଇଁ ବିଭିନ୍ନ ବିମାନ ଚଳାଚଳ କମ୍ପାନୀମାନଙ୍କ ଠାରୁ ଆବେଦନ ଆହ୍ୱାନ କରାଯାଇଥିଲା । ତେବେ କେବଳ ଇଣ୍ଡିଗୋ ଏଥିପାଇଁ ଆବେଦନ କରିଥିବାବେଳେ ରାଜ୍ୟ ସରକାର ଆଜି ଏହି ସଂସ୍ଥାକୁ ସବୁଜ ସଙ୍କେତ ଦେଇଛନ୍ତି । ଫଳରେ ସପ୍ତାହକୁ ଯଥାକ୍ରମେ ତିନିଟି ଓ ଦୁଇଟି ୧୮୬ ଆସନ ବିଶିଷ୍ଟ ବିମାନ ଚଳାଚଳ ଆରମ୍ଭ କରିବ । ଏଥି ନିମନ୍ତେ ରାଜ୍ୟ ସରକାର ବିମାନ ଚଳାଚଳର ଖର୍ଚ୍ଚ ବହନ କରିବେ ଏବଂ ଏହାର ଫଳ ସ୍ୱରୂପ ସମସ୍ତ ଟିକଟଖର୍ଚ୍ଚ ସମ୍ପୂର୍ଣ୍ଣ ରୂପେ କମ୍ପାନୀକୁ ପ୍ରଦାନ କରାଯିବ । ଏହା ଆର୍ନ୍ତଜାତୀୟ ବିମାନ ଚଳାଚଳକୁ ସୁଗମ କରିବା ସହିତ ରାଜ୍ୟକୁ ଅଧିକ ରାଜସ୍ୱ ମିଳିପାରିବ ବୋଲି ମୁଖ୍ୟ ସଚିବ କହିଚନ୍ତି ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ: ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଇନିଂ ବକେୟା ଆଦାୟ ପାଇଁ ସମ୍ପତ୍ତି ବ୍ୟାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

ଆନ୍ତର୍ଜାତିକ ବିମାନ ଚଳାଚଳ କ୍ଷେତ୍ରରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାର ସମୃଦ୍ଧ ଖଣିଜ ସମ୍ପଦ, ବୈଷୟିକ ଜ୍ଞାନକୌଶଳ, ଇତିହାସ ଓ ସଂସ୍କୃତି, ପର୍ଯ୍ୟଟନକୁ ସମଗ୍ର ବିଶ୍ୱ ଦରବାରରେ ପରିଚିତ କରାଇବା ନିମନ୍ତେ ଆନ୍ତର୍ଜାତିକ ବିମାନ ଚଳାଚଳର ଆବଶ୍ୟକତା ରହିଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ଭୁବନେଶ୍ୱରରୁ ସିଧାସଳଖ ଦୁବାଇ,ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ଚଳାଚଳ ନିମନ୍ତେ ଟେଣ୍ଡର ଡକାଯାଇଥିଲା । ଏହି ରୁଟରେ ବିମାନ ଚଳାଚଳ ପାଇଁ ଇଣ୍ଡିଗୋ ଆବେଦନ କରିଛି । ଫଳରେ ସପ୍ତାହକୁ ୧୮୬ ସିଟ୍ ବିଶିଷ୍ଟ ଯଥାକ୍ରମେ ୩ଟି ଓ ୨ଟି ବିମାନ ଭୁବନେଶ୍ୱରରୁ ଚଳାଚଳ ଆରମ୍ଭ କରିବ । ଯାହା ଆନ୍ତର୍ଜାତିକ ବିମାନ ଚଳାଚଳକୁ ସୁଗମ କରିବ ।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

27 Dec 2022 By The Sakala

ଖୁବ୍ ଶୀଘ୍ର ଭୁବନେଶ୍ୱରରୁ ବ୍ୟାଙ୍କକ୍, ଦୁବାଇ, ସିଙ୍ଗାପୁରକୁ ଉଡ଼ିବ ବିମାନ

ଭୁବନେଶ୍ୱର : ଖୁବ ଶୀଘ୍ର ଭୁବନେଶ୍ୱର ଆର୍ନ୍ତଜାତିକ ବିମାନବନ୍ଦରରୁ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କକକୁ ବିମାନ ଚଳାଚଳ କରିବ । ଏହି ସବୁ ରୁଟ୍‌ରେ  ବିମାନ ଚଳାଇବାପାଇଁ ଇଣ୍ଡିଗୋ ବିମାନ ସଂସ୍ଥା ଆବେଦନ କରିଥିବାବେଳେ ରାଜ୍ୟ କ୍ୟାବିନେଟ ଆଜି ତାହାକୁ ଅନୁମୋଦନ କରିଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ଶ୍ରୀ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଏହିସବୁ ରୁଟ୍‌ରେ ବିମାନ ଚଳାଚଳ ପାଇଁ ବିଭିନ୍ନ ବିମାନ ଚଳାଚଳ କମ୍ପାନୀମାନଙ୍କ ଠାରୁ ଆବେଦନ ଆହ୍ୱାନ କରାଯାଇଥିଲା । ତେବେ କେବଳ ଇଣ୍ଡିଗୋ ଏଥିପାଇଁ ଆବେଦନ କରିଥିବାବେଳେ ରାଜ୍ୟ ସରକାର ଆଜି ଏହି ସଂସ୍ଥାକୁ ସବୁଜ ସଙ୍କେତ ଦେଇଛନ୍ତି । ଫଳରେ ସପ୍ତାହକୁ ଯଥାକ୍ରମେ ତିନିଟି ଓ ଦୁଇଟି ୧୮୬ ଆସନ ବିଶିଷ୍ଟ ବିମାନ ଚଳାଚଳ ଆରମ୍ଭ କରିବ । ଏଥି ନିମନ୍ତେ ରାଜ୍ୟ ସରକାର ବିମାନ ଚଳାଚଳର ଖର୍ଚ୍ଚ ବହନ କରିବେ ଏବଂ ଏହାର ଫଳ ସ୍ୱରୂପ ସମସ୍ତ ଟିକଟଖର୍ଚ୍ଚ ସମ୍ପୂର୍ଣ୍ଣ ରୂପେ କମ୍ପାନୀକୁ ପ୍ରଦାନ କରାଯିବ । ଏହା ଆର୍ନ୍ତଜାତୀୟ ବିମାନ ଚଳାଚଳକୁ ସୁଗମ କରିବା ସହିତ ରାଜ୍ୟକୁ ଅଧିକ ରାଜସ୍ୱ ମିଳିପାରିବ ବୋଲି ମୁଖ୍ୟ ସଚିବ କହିଚନ୍ତି ।

ଆନ୍ତର୍ଜାତିକ ବିମାନ ଚଳାଚଳ କ୍ଷେତ୍ରରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାର ସମୃଦ୍ଧ ଖଣିଜ ସମ୍ପଦ, ବୈଷୟିକ ଜ୍ଞାନକୌଶଳ, ଇତିହାସ ଓ ସଂସ୍କୃତି, ପର୍ଯ୍ୟଟନକୁ ସମଗ୍ର ବିଶ୍ୱ ଦରବାରରେ ପରିଚିତ କରାଇବା ନିମନ୍ତେ ଆନ୍ତର୍ଜାତିକ ବିମାନ ଚଳାଚଳର ଆବଶ୍ୟକତା ରହିଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ଭୁବନେଶ୍ୱରରୁ ସିଧାସଳଖ ଦୁବାଇ,ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ଚଳାଚଳ ନିମନ୍ତେ ଟେଣ୍ଡର ଡକାଯାଇଥିଲା । ଏହି ରୁଟରେ ବିମାନ ଚଳାଚଳ ପାଇଁ ଇଣ୍ଡିଗୋ ଆବେଦନ କରିଛି । ଫଳରେ ସପ୍ତାହକୁ ୧୮୬ ସିଟ୍ ବିଶିଷ୍ଟ ଯଥାକ୍ରମେ ୩ଟି ଓ ୨ଟି ବିମାନ ଭୁବନେଶ୍ୱରରୁ ଚଳାଚଳ ଆରମ୍ଭ କରିବ । ଯାହା ଆନ୍ତର୍ଜାତିକ ବିମାନ ଚଳାଚଳକୁ ସୁଗମ କରିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର