ବିଭିନ୍ନ ରାଜ୍ଯର ଅକ୍ସିଜେନ ଅଭାବ ଦୂର କରୁଛନ୍ତି ନବୀନ: ମହାରାଷ୍ଟ୍ରକୁ ଅକ୍ସିଜେନ୍ ପଠାଇଥିବାରୁ ଧନ୍ଯବାଦ ଜଣାଇଲେ ଉଦ୍ଧବ ଠାକରେ

The Sakala Picture
Published On

ଭୁବନେଶ୍ୱର: ମହାମାରୀ ସମୟରେ ସଙ୍କଟ ମୋଚନ ସାଜାଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶର ଏବେ ଅନେକ ରାଜ୍ଯ କରୋନା ଯନ୍ତ୍ରଣାରେ କଲବଲ ହେଉଛନ୍ତି। କେଉଁଠି ରୋଗୀ ପାଇଁ ବେଡେ ନାହିଁ ତ ଆଉ କେଉଁଠି ଅକ୍ସିଜେନର ଅଭାବ ଦେଖାଦେଇଛି। ଅକ୍ସିଜେନ ଅଭାବରୁ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି। ତାହାକୁ ଗମ୍ଭୀରତାର ସହ ନେଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ। ସମସ୍ତ ରାଜ୍ୟକୁ ଅକ୍ସିଜେନ ଯୋଗାଇବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ନବୀନ ପଟ୍ଟନାୟକ। ମହାରାଷ୍ଟ୍ରକୁ ଓଡ଼ିଶା ସରକାର ଅକ୍ସିଜେନ ଯୋଗାଇ ଦେଇଥିବାରୁ […]

ଭୁବନେଶ୍ୱର: ମହାମାରୀ ସମୟରେ ସଙ୍କଟ ମୋଚନ ସାଜାଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶର ଏବେ ଅନେକ ରାଜ୍ଯ କରୋନା ଯନ୍ତ୍ରଣାରେ କଲବଲ ହେଉଛନ୍ତି। କେଉଁଠି ରୋଗୀ ପାଇଁ ବେଡେ ନାହିଁ ତ ଆଉ କେଉଁଠି ଅକ୍ସିଜେନର ଅଭାବ ଦେଖାଦେଇଛି। ଅକ୍ସିଜେନ ଅଭାବରୁ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି। ତାହାକୁ ଗମ୍ଭୀରତାର ସହ ନେଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ। ସମସ୍ତ ରାଜ୍ୟକୁ ଅକ୍ସିଜେନ ଯୋଗାଇବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ମହାରାଷ୍ଟ୍ରକୁ ଓଡ଼ିଶା ସରକାର ଅକ୍ସିଜେନ ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକର ଧନ୍ୟବାଦ ଜଣାଇଛନ୍ତି। ବିପଦ ବେଳରେ ବନ୍ଧୁତାର ହାତ ବଢାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉଦ୍ଧବ ଠାକେର ।

ଆହୁରି ପଢ଼ନ୍ତୁ: ଓରାଙ୍ଗଉଟାନ ଚାଲାଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଜଙ୍ଗଲ ମନ୍ତ୍ରୀ

ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମୁଖ୍ୟମନ୍ତ୍ରୀ ଅମ୍ଲଜାନ ଯୋଗାଣରେ ଦିଲ୍ଲୀକୁ ସହଯୋଗ କରିବ। କୋଭିଡ ମୁକାବିଲା ପାଇଁ ଆବଶ୍ୟକୀୟ ସମସ୍ତ ସହାୟତା ମଧ୍ୟ ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ସହାୟତା ଏବଂ ସହଯୋଗକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ ବିବାଦ: ଭିଣୋଇକୁ ଧାରୁଆ ଅସ୍ତ୍ରରେ ହାଣିଲା ଶଳା

ସେହିପରି ଦେଶରେ କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟାକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟକୁ ଅକ୍ସିଜେନ ଯୋଗାଇବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। କୋଭିଡ ମହାମାରୀରେ ଓଡିଶା ସମଗ୍ର ଦେଶକୁ ସାହାଯ୍ୟ କରିବ। ଅକ୍ସିଜେନ ଉତ୍ପାଦନ ବୃଦ୍ଧି ନେଇ ମଧ୍ୟ ସମସ୍ତ ରାଜ୍ୟକୁ ଓଡିଶା ସହଯୋଗ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର