ହକି ବିଶ୍ୱକପ୍ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା, ସ୍କ୍ବାର୍ଡରେ ୨ ଓଡିଆ ଖେଳାଳି ସାମିଲ

The Sakala Picture
Published On

ନୂଆଦିଲ୍ଲୀ: FIH ଓଡିଶା ହକି ପୁରୁଷ ବିଶ୍ୱକପ ୨୦୨୩ ପାଇଁ ହକି ଇଣ୍ଡିଆ ଆଜି ୧୮  ଜଣିଆ ଦଳ ଘୋଷଣା କରିଛି। ୧୩ ଜାନୁଆରୀ ରାଉରକେଲାର ନବ ନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରୁ ଏହି ବିଶ୍ବକପ ଆରମ୍ଭ ହେବ। ହରମନ ପ୍ରିତ ସିଂହଙ୍କ ନେତୃତ୍ବରେ ପଡିଆକୁ ଉହ୍ଲାଇବ ଭାରତୀୟ ଦଳ। ସେହିପରି ଓଡ଼ିଆ ପୁଅ ଅମିତ୍ ରୋହିଦାସଙ୍କୁ ଉପ- ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି।  ଏହି ବିଶ୍ବକପରେ ଗୋଲକିପରର ଦାୟିତ୍ବ ତୂଲାଇବେ  କ୍ରିଷ୍ଣା ବାହାଦୂର ପାଠକ […]

ନୂଆଦିଲ୍ଲୀ: FIH ଓଡିଶା ହକି ପୁରୁଷ ବିଶ୍ୱକପ ୨୦୨୩ ପାଇଁ ହକି ଇଣ୍ଡିଆ ଆଜି ୧୮  ଜଣିଆ ଦଳ ଘୋଷଣା କରିଛି। ୧୩ ଜାନୁଆରୀ ରାଉରକେଲାର ନବ ନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରୁ ଏହି ବିଶ୍ବକପ ଆରମ୍ଭ ହେବ। ହରମନ ପ୍ରିତ ସିଂହଙ୍କ ନେତୃତ୍ବରେ ପଡିଆକୁ ଉହ୍ଲାଇବ ଭାରତୀୟ ଦଳ। ସେହିପରି ଓଡ଼ିଆ ପୁଅ ଅମିତ୍ ରୋହିଦାସଙ୍କୁ ଉପ- ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି।  ଏହି ବିଶ୍ବକପରେ ଗୋଲକିପରର ଦାୟିତ୍ବ ତୂଲାଇବେ  କ୍ରିଷ୍ଣା ବାହାଦୂର ପାଠକ ଓ  ପିଆର ଶ୍ରୀଜେସ । ଏଥିସହ ଉଭୟ ତାଙ୍କର ଚତୁର୍ଥ ବିଶ୍ବକପ ଖେଳିବାକୁ ଯାଉଛନ୍ତି। ଘୋଷଣା ହୋଇଥିବା ୧୮ ଜଣିଆ ଟିମରେ ଓଡ଼ିଶାର ଆଉ ଜଣେ ଖେଳାଳି ସଂଜୀବ ନିଲମ ଖେସ୍  ସାମିଲ ଅଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

୧୩ ଜାନୁଆରୀ ରାଉରକେଲାରେ ଭାରତ ସ୍ପେନ ବିପକ୍ଷରେ ପ୍ରଥମ ମ୍ୟଚ ଖେଳି ବିଶ୍ୱକପ ଅଭିଯାନ ଆରମ୍ଭ କରିବ। ତା’ପରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ପୁଲ ଡି ମ୍ୟାଚ ଆରମ୍ଭ ହେବ। ୱେଲ୍ସ ବିପକ୍ଷ ତୃତୀୟ ପୁଲ୍ ମ୍ୟାଚ୍ ଖେଳିବା ପାଇଁ ସେମାନେ ଭୁବନେଶ୍ୱରରୁ କଳିଙ୍ଗ ଷ୍ଟାଡିୟକୁ ଯିବେ। ନକଆଉଟ୍ ପର୍ଯ୍ୟାୟ ୨୨ ଓ ୨୩ ଜାନୁଆରୀରେ କ୍ରସଓଭର ମ୍ୟାଚ୍ ଏବଂ ୨୫ରେ କ୍ୱାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ୨୭ ଜାନୁଆରୀରେ ସେମିଫାଇନାଲ ମ୍ୟାଚ ଖେଳାଯିବ। ବ୍ରୋଞ୍ଜ ପଦକ ମ୍ୟାଚ୍ ଓ ଫାଇନାଲ୍ ୨୯ ଜାନୁଆରୀରେ ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

ଭାରତୀୟ  ଟିମ: କ୍ରିଷ୍ଣ ବାହାଦୂର ପାଠକ, ଶ୍ରୀଜେଶ ରବୀନ୍ଦ୍ରନ, ହରମନପ୍ରୀତ ସିଂ, ସୁରେନ୍ଦ୍ର କୁମାର,ଜରମନପ୍ରୀତ ସିଂ, ବରୁଣ କୁମାର, ଅମିତ ରୋହିଦାସ ରହିଛନ୍ତି । ସେହିପରି ନୀଲମ ସଂଜୀବ ଖେସ୍, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ନୀଳକଣ୍ଠ ଶର୍ମା, ସାମସେର ସିଂ, ବିବେକ ସାଗର ପ୍ରସଦା, ଅକ୍ଷଦୀପ ସିଂ, ମନଦୀପ ସିଂ, ଲଳିତ ଉପାଧ୍ୟାୟ, ଅଭିଷେକ, ସୁଖଜିତ ସିଂ । ବିକଳ୍ପ ଖେଳାଳି ଭାବେ ରହିଛନ୍ତି ରାଜକୁମାର ପାଲ ଓ ଯୁଗରାଜ ସିଂ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର