ହରିଦାସପୁର-ପାରାଦୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଦାବି, ରେଳମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

The Sakala Picture
Published On

ନୂଆଦିଲ୍ଲୀ : ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ କାର୍ଯ୍ୟକ୍ଷମକୁ ଦୁଇ ବର୍ଷରୁ ଅଧିକ ଦିନ ବିତିଲାଣି। ଅଥଚ କେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ଦୀର୍ଘ ବର୍ଷର ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଦାବି ପୂରଣ ହେଇପାରିଲା ନାହିଁ। କେବଳ ମାଲବାହୀ ଟ୍ରେନ୍ ଚଳାଚଳରେ ସୀମିତ ରହିଯାଇଥିବାରୁ ଜିଲ୍ଲାବାସୀଙ୍କ କେନ୍ଦ୍ରାପଡ଼ାରୁ ରେଳଯାତ୍ରା ସ୍ବପ୍ନ ଅଧୁରା ରହି ଯାଇଛି। ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତି ସମ୍ବନ୍ଧୀୟ ଏନ୍‌ଓସି ମିଳି ସାରିସାରିଥିବା ବେଳେ କେଉଁ କ‌ାରଣ ପାଇଁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ ହେଇପାରୁନାହିଁ, ତାହାକୁ ନେଇ ପ୍ରଶ୍ନ […]

ନୂଆଦିଲ୍ଲୀ : ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ କାର୍ଯ୍ୟକ୍ଷମକୁ ଦୁଇ ବର୍ଷରୁ ଅଧିକ ଦିନ ବିତିଲାଣି। ଅଥଚ କେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ଦୀର୍ଘ ବର୍ଷର ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଦାବି ପୂରଣ ହେଇପାରିଲା ନାହିଁ। କେବଳ ମାଲବାହୀ ଟ୍ରେନ୍ ଚଳାଚଳରେ ସୀମିତ ରହିଯାଇଥିବାରୁ ଜିଲ୍ଲାବାସୀଙ୍କ କେନ୍ଦ୍ରାପଡ଼ାରୁ ରେଳଯାତ୍ରା ସ୍ବପ୍ନ ଅଧୁରା ରହି ଯାଇଛି। ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତି ସମ୍ବନ୍ଧୀୟ ଏନ୍‌ଓସି ମିଳି ସାରିସାରିଥିବା ବେଳେ କେଉଁ କ‌ାରଣ ପାଇଁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ ହେଇପାରୁନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି ବିଜେଡିର ସଂସଦୀୟ ଦଳ। ତୁରନ୍ତ ପାରାଦୀପ-ହରିଦାସପୁରରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବାକୁ ବିଜେଡି ସଂସଦୀୟ ଦଳ ଦାବି କରିବା ସହ ରେଳ ମନ୍ତ୍ରୀ ଅଶିନୀ ବୈଷ୍ଣବଙ୍କୁ ଭେଟି ଦାବି ପତ୍ର ଦେଇଛି।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦର ତାଳତୋଳା ଗ୍ରାମରେ ଶ୍ରୀରାମ ନବମୀ ପାଳିତ, ୩୭ତମ ନବାହ୍ନ ପାରାୟଣ ଆରମ୍ଭ

ରେଳ ବିକାଶ କ୍ଷେତ୍ରରେ ୭୫ ବର୍ଷ ହେଲା କେନ୍ଦ୍ର ସରକାର ଓଡ଼ିଶାର ଦାବିକୁ ଅଣଦେଖା କରିଚାଲିଛନ୍ତି । ସ୍ବାଧିନତା ପରଠୁ କେନ୍ଦ୍ରରେ ବିଭିନ୍ନ ସରକାର ଆସିଛି ଓ ଯାଇଛି କିନ୍ତୁ ଓଡ଼ିଶାର ଭାଗ୍ୟ ବଦଳିନି। ରେଳ ସଂଯୋଗୀକରଣ ନେଇ ସବୁବେଳେ ସବୁ ସରକାର ବୈମାତୃକ ମନୋଭାବ ପୋଷଣ କରିଆସିଛନ୍ତି । ରାଜ୍ୟ ସରକାର ରେଳବାଇକୁ ମାଗଣା ଜମି ପ୍ରଦାନ ସହ ୫୦ ପ୍ରତିଶତ ପ୍ରକଳ୍ପ ଖର୍ଚ୍ଚ ବହନ କରିଆସୁଛନ୍ତି ।ହେଲେ ରେଳବାଇ କିନ୍ତୁ ରାଜ୍ୟ ପ୍ରତି ଚରମଉଦାସୀନତା ପ୍ରଦର୍ଶନ କରିଆସୁଛି ।

ଆହୁରି ପଢ଼ନ୍ତୁ: ରାଉରକେଲା ପୋଲିସ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

୨୦୨୦, ସେପ୍ଟେମ୍ବର ୨୩ ତାରିଖରେ ହରିଦାସପୁର-ପାରାଦୀପ ମଧ୍ୟରେ ବିଧିବଦ୍ଧ ଭାବେ ମାଲବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ କିନ୍ତୁ ୨୪ ବର୍ଷ ଲାଗି ଯାଇଥିଲା। ମାଲବାହୀ ଟ୍ରେନ୍ ଚଳାଚଳ ପରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳକୁ ନେଇ ଦାବି ଉଠିବା ପରେ ଯାତ୍ରୀଙ୍କ ସୁବିଧା ନିମେନ୍ତ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତି ଚାଲିଥିବା ରେଳବାଇ ପକ୍ଷରୁ ଯୁକ୍ତି ବଢ଼ାଯାଇଥିଲା। ଇତିମଧ୍ୟରେ ୯ଟି ଷ୍ଟେସନ୍‌ କାମ ସରିବା ସହିତ ଯାତ୍ରୀବାହୀ ଟ୍ରେନ୍‌ ପରୀକ୍ଷାମୂଳକ ଭାବେ ଚାଲି ସାରିଲାଣି। ଏଚ୍‌ଆରପିସିଏସ୍‌ ମଧ୍ୟ ଏନ୍‌ଓସି ଦେଇ ସାରିଲାଣି। ରେଳବାଇ ନିରାପତ୍ତା କମିସନ୍‌ଙ୍କ ତରଫରୁ ବି ଅନୁମତି ମିଳିସାରିଛି। ତଥାପି ଜିଲ୍ଲାବାସୀଙ୍କ ଦୀର୍ଘ ବର୍ଷର ଦାବି ପ୍ରତି ରେଳବାଇ କର୍ତୃପକ୍ଷଙ୍କ ଅଣଦେଖା କରିଚାଲିଛନ୍ତି।

ଏହି ଟ୍ରାକରେ ମାଲ ପରିବହନ ହେଉଥିବାବେଳେ ଯାତ୍ରୀ ପରିବହନ ସୁବିଧା ଆରମ୍ଭ ହୋଇପାରୁନି । ଯାତ୍ରୀ ପରିବହନ ହେଲେ ଏହି ରେଳ ଲାଇନ କେନ୍ଦ୍ରାପଡ଼ାକୁ ଦେଶର ରେଳ ମାନଚିତ୍ରରେ ଯୋଡିପାରନ୍ତା ।କିନ୍ତୁ ଏଥିପ୍ରତି ରେଳବାଇ ଦୃଷ୍ଟି ଦେଉନି ବୋଲି ଅଭିଯୋଗ କରିଛି ବିଜେଡି । ତେଣୁ ତୁରନ୍ତ ପାରାଦୀପ-ହରିଦାସପୁରରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବାକୁ ବିଜେଡି ସଂସଦୀୟ ଦଳ ଦାବି କରିବା ସହ ରେଳ ମନ୍ତ୍ରୀ ଅଶିନୀ ବୈଷ୍ଣବଙ୍କୁ ଭେଟି ଦାବି ପତ୍ର ଦେଇଛି । ଏହି ଟ୍ରାକରେ ଯାତ୍ରୀ ସେବା ଉପଲବ୍ଧ ହେଲେ କେନ୍ଦ୍ରାପଡ଼ାବାସୀ ସ୍ବାଧୀନତାର ୭୫ ବର୍ଷ ପରେ ସୁବିଧା ପାଇପାରିବେ ।

16 Dec 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର