ଲାଞ୍ଚୁଆ ବାବୁଙ୍କ ପାଇଁ ବଦନାମ୍‌ ହେଉଛି କମିସନରେଟ୍‍ ପୁଲିସ; ୬ବର୍ଷରେ ଧରାପଡ଼ିଲେଣି ୨୫ରୁ ଊର୍ଦ୍ଧ୍ବ ପୁଲିସ କର୍ମଚାରୀ

The Sakala Picture
Published On

ଭୁବନେଶ୍ୱର: ଲାଞ୍ଚୁଆ ପୁଲିସ ବାବୁଙ୍କ ପାଇଁ ବଦ୍‍ନାମ ହେଉଛି କମିସନରେଟ ପୁଲିସ। ଥାନାକୁ ଅଭିଯୋଗ ନେଇ ଗଲେ ଟଙ୍କା ନ ଦେଲେ ମାମଲା ପଞ୍ଜିକୃତ ହେଉନି ବୋଲି ଆଜି ବି ସେ ବିଶ୍ୱାସ ରହିଛି। ପୁଲିସ ଜନକୈନ୍ଦ୍ରୀକ ଯୋଗୁଁ ଅଭିଯୋଗକାରୀ ଥାନାକୁ ଆସି ଅଭିଯୋଗ ଦେଉଛନ୍ତି। କିନ୍ତୁ କିଛି ପୁଲିସ ବାବୁ ଲାଞ୍ଚ ମାଗିବା ସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ବିସ୍ତାର କରୁଛନ୍ତି ଅମାପ ସମ୍ପତ୍ତିର ସାମ୍ରାଜ୍ୟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା […]

ଭୁବନେଶ୍ୱର: ଲାଞ୍ଚୁଆ ପୁଲିସ ବାବୁଙ୍କ ପାଇଁ ବଦ୍‍ନାମ ହେଉଛି କମିସନରେଟ ପୁଲିସ। ଥାନାକୁ ଅଭିଯୋଗ ନେଇ ଗଲେ ଟଙ୍କା ନ ଦେଲେ ମାମଲା ପଞ୍ଜିକୃତ ହେଉନି ବୋଲି ଆଜି ବି ସେ ବିଶ୍ୱାସ ରହିଛି। ପୁଲିସ ଜନକୈନ୍ଦ୍ରୀକ ଯୋଗୁଁ ଅଭିଯୋଗକାରୀ ଥାନାକୁ ଆସି ଅଭିଯୋଗ ଦେଉଛନ୍ତି। କିନ୍ତୁ କିଛି ପୁଲିସ ବାବୁ ଲାଞ୍ଚ ମାଗିବା ସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ବିସ୍ତାର କରୁଛନ୍ତି ଅମାପ ସମ୍ପତ୍ତିର ସାମ୍ରାଜ୍ୟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ତମାଣ୍ଡୋ ଥାନାର କୋଟିପତି ଏସ୍‍ଆଇ ଅଭିମନ୍ୟୁ ଚୌଧୁରୀ। ତାଙ୍କ ଠାରୁ ସାଢ଼େ ୩ କୋଟି ଟଙ୍କା ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। କେବଳ ଅଭିମନ୍ୟୁ ନୁହନ୍ତି କମିସନରେଟ୍‍ ପୁଲିସରେ ଲାଞ୍ଚ ନେଇ ବହୁ ସମୟରେ ଧରାପଡ଼ିଛନ୍ତି ଅଧିକାରୀ ଓ କର୍ମଚାରୀ। ଏହିକ୍ରମରେ ଗତ ୬ବର୍ଷରେ ଲାଞ୍ଚ ନେବା ସମୟରେ ୨୫ରୁ ଊର୍ଦ୍ଧ୍ବ ପୁଲିସ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏଥିରେ ଡିଏସ୍‍ପି, ଇନ୍ସପେକ୍ଟର ରାଙ୍କ୍‍ଠାରୁ ଏଏସ୍‍ଆଇ ମଧ୍ୟ ରହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଆସନ୍ତା ୨୫ ପର୍ଯ୍ୟନ୍ତ ପ୍ରବଳ ତାତି ଓ ଗୁଳୁଗୁଳି, କାଁ ଭାଁ କାଳବୈଶାଖୀ କମାଇପାରିବନି ତାତି

ସେହିପରି ତମାଣ୍ଡୋ, ବାଲିଅନ୍ତା, ବାଲିପାଟଣା, ଜଟଣୀ, ପାହାଳ, ଧଉଳି ଓ ମଞ୍ଚେଶ୍ୱର ଭଳି ଥାନାଗୁଡ଼ିକରେ ଅଧିକ ସଂଖ୍ୟକ ପୁଲିସ କର୍ମଚାରୀ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି। ଏସବୁ ଥାନାଗୁଡ଼ିକ ସହରର ଉପକଣ୍ଠରେ ଥିବାରୁ ପୁଲିସ ଅଧିକାରୀ ଅବା କର୍ମଚାରୀମାନେ ଲାଞ୍ଚ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରୁଥିବା ଅଭିଯୋଗ ହେଉଛି। ଏଣୁ ଏସବୁ ଥାନାଗୁଡ଼ିକ ଉପରେ ଭିଜିଲାନ୍ସ ଅଧିକାରୀଙ୍କ ଫୋକସ୍‍ ରେ ରହିଛି। ଉକ୍ତ ଥାନାଗୁଡ଼ିକରେ ଗାଁ ଓ କିଛି ଅପାଠୁଆ ଲୋକେ ଅଧିକ ରହୁଥିବାରୁ ମାମଲା ସମାଧାନ ଲାଗି ପୁଲିସ କର୍ମଚାରୀମାନଙ୍କୁ ଲାଞ୍ଚ ଦେଉଛନ୍ତି। କିନ୍ତୁ କିଛି ବ୍ୟକ୍ତି ଏବାବଦରେ ଭିଜିଲାନ୍ସରେ ଜଣାଇବା ପରେ ପଦାକୁ ଆସୁଛି ପୁଲିସ ବାବୁଙ୍କ କାରନାମା।

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି

୫ ବର୍ଷରେ ରାଜ୍ୟରେ ପଡ଼ିଛନ୍ତି ୪୫ ବାବୁ

ଆହୁରି ପଢ଼ନ୍ତୁ: ‘ଏପିକେ’ ଆତଙ୍କ: ଫାଇଲ୍‌‌ ଖୋଲିଲେ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯିବ ଆପଣଙ୍କ ମୋବାଇଲ, ଖାଲି ହୋଇଯିବ ଆକାଉଣ୍ଟ

ଦୁର୍ନୀତିକୁ ପ୍ରୋତ୍ସାହନ ଦେଉନାହାନ୍ତି ରାଜ୍ୟ ସରକାର। ଗତ ୫ ବର୍ଷରେ ସାରା ରାଜ୍ୟରେ ୫ ବର୍ଷରେ ୪୫ ଜଣ ପୁଲିସ ବାବୁ ଭିଜିଲାନ୍ସ ପଞ୍ଝାରେ ପଡ଼ିଲେଣି। ଏଥିରେ ସବ୍‍ଇନ୍ସପେକ୍ଟର, ଇନ୍ସପେକ୍ଟର ଓ ଡିଏସ୍‍ପି ରାଙ୍କର ଅଧିକାରୀ ରହିଛନ୍ତି। ୨୦୧୭ରେ ୯ଟି ମାମଲାରେ ରୁଜୁ ହୋଇଥିଲା। ଏଥିରେ ୩ଜଣ ସବ୍‍ଇନ୍ସପେକ୍ଟର ଓ ୬ଜଣ ଇନ୍ସପେକ୍ଟର ଥିଲେ। ୨୦୧୮ରେ ୧୬ଟି ମାମଲା ରୁଜୁ ହେବା ସହ ୧୨ଜଣ ସବ୍‍ଇନ୍ସପେକ୍ଟର ଓ ୪ଜଣ ଇନ୍ସପେକ୍ଟର ରହିଛନ୍ତି। ୨୦୧୯ରେ ୯ଟି ମାମଲା ରୁଜୁ କରାଯାଇଥିଲା। ଏଥିରେ ୪ଜଣ ଲେଖାଏଁ ସବ୍‍ଇନ୍ସପେକ୍ଟର ଓ ଇନ୍ସପେକ୍ଟର ଏବଂ ଜଣେ ଡିଏସ୍‍ପି ରହିଛନ୍ତି। ୨୦୨୦ରେ ୪ଟି ମାମଲା ରୁଜୁ କରାଯାଇ ୩ଜଣ ସବ୍‍ଇନ୍ସପେକ୍ଟର ଓ ଜଣେ ଇନ୍ସପେକ୍ଟର ଭିଜିଲାନ୍ସ ପଞ୍ଝାରେ ପଡ଼ିଥିଲେ। ସେଭଳି ୨୦୨୧ରେ ୭ଟି ମାମଲା ରୁଜୁ କରାଯାଇଥିଲା। ଏଥିରେ ୪ଜଣ ସବ୍‍ଇନ୍ସପେକ୍ଟର ଓ ୩ ଜଣ ଇନ୍ସପେକ୍ଟର ରହିଥିଲେ।

16 Dec 2022 By The Sakala

ଲାଞ୍ଚୁଆ ବାବୁଙ୍କ ପାଇଁ ବଦନାମ୍‌ ହେଉଛି କମିସନରେଟ୍‍ ପୁଲିସ; ୬ବର୍ଷରେ ଧରାପଡ଼ିଲେଣି ୨୫ରୁ ଊର୍ଦ୍ଧ୍ବ ପୁଲିସ କର୍ମଚାରୀ

ଭୁବନେଶ୍ୱର: ଲାଞ୍ଚୁଆ ପୁଲିସ ବାବୁଙ୍କ ପାଇଁ ବଦ୍‍ନାମ ହେଉଛି କମିସନରେଟ ପୁଲିସ। ଥାନାକୁ ଅଭିଯୋଗ ନେଇ ଗଲେ ଟଙ୍କା ନ ଦେଲେ ମାମଲା ପଞ୍ଜିକୃତ ହେଉନି ବୋଲି ଆଜି ବି ସେ ବିଶ୍ୱାସ ରହିଛି। ପୁଲିସ ଜନକୈନ୍ଦ୍ରୀକ ଯୋଗୁଁ ଅଭିଯୋଗକାରୀ ଥାନାକୁ ଆସି ଅଭିଯୋଗ ଦେଉଛନ୍ତି। କିନ୍ତୁ କିଛି ପୁଲିସ ବାବୁ ଲାଞ୍ଚ ମାଗିବା ସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ବିସ୍ତାର କରୁଛନ୍ତି ଅମାପ ସମ୍ପତ୍ତିର ସାମ୍ରାଜ୍ୟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ତମାଣ୍ଡୋ ଥାନାର କୋଟିପତି ଏସ୍‍ଆଇ ଅଭିମନ୍ୟୁ ଚୌଧୁରୀ। ତାଙ୍କ ଠାରୁ ସାଢ଼େ ୩ କୋଟି ଟଙ୍କା ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। କେବଳ ଅଭିମନ୍ୟୁ ନୁହନ୍ତି କମିସନରେଟ୍‍ ପୁଲିସରେ ଲାଞ୍ଚ ନେଇ ବହୁ ସମୟରେ ଧରାପଡ଼ିଛନ୍ତି ଅଧିକାରୀ ଓ କର୍ମଚାରୀ। ଏହିକ୍ରମରେ ଗତ ୬ବର୍ଷରେ ଲାଞ୍ଚ ନେବା ସମୟରେ ୨୫ରୁ ଊର୍ଦ୍ଧ୍ବ ପୁଲିସ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏଥିରେ ଡିଏସ୍‍ପି, ଇନ୍ସପେକ୍ଟର ରାଙ୍କ୍‍ଠାରୁ ଏଏସ୍‍ଆଇ ମଧ୍ୟ ରହିଛନ୍ତି।

ସେହିପରି ତମାଣ୍ଡୋ, ବାଲିଅନ୍ତା, ବାଲିପାଟଣା, ଜଟଣୀ, ପାହାଳ, ଧଉଳି ଓ ମଞ୍ଚେଶ୍ୱର ଭଳି ଥାନାଗୁଡ଼ିକରେ ଅଧିକ ସଂଖ୍ୟକ ପୁଲିସ କର୍ମଚାରୀ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି। ଏସବୁ ଥାନାଗୁଡ଼ିକ ସହରର ଉପକଣ୍ଠରେ ଥିବାରୁ ପୁଲିସ ଅଧିକାରୀ ଅବା କର୍ମଚାରୀମାନେ ଲାଞ୍ଚ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରୁଥିବା ଅଭିଯୋଗ ହେଉଛି। ଏଣୁ ଏସବୁ ଥାନାଗୁଡ଼ିକ ଉପରେ ଭିଜିଲାନ୍ସ ଅଧିକାରୀଙ୍କ ଫୋକସ୍‍ ରେ ରହିଛି। ଉକ୍ତ ଥାନାଗୁଡ଼ିକରେ ଗାଁ ଓ କିଛି ଅପାଠୁଆ ଲୋକେ ଅଧିକ ରହୁଥିବାରୁ ମାମଲା ସମାଧାନ ଲାଗି ପୁଲିସ କର୍ମଚାରୀମାନଙ୍କୁ ଲାଞ୍ଚ ଦେଉଛନ୍ତି। କିନ୍ତୁ କିଛି ବ୍ୟକ୍ତି ଏବାବଦରେ ଭିଜିଲାନ୍ସରେ ଜଣାଇବା ପରେ ପଦାକୁ ଆସୁଛି ପୁଲିସ ବାବୁଙ୍କ କାରନାମା।

୫ ବର୍ଷରେ ରାଜ୍ୟରେ ପଡ଼ିଛନ୍ତି ୪୫ ବାବୁ

ଦୁର୍ନୀତିକୁ ପ୍ରୋତ୍ସାହନ ଦେଉନାହାନ୍ତି ରାଜ୍ୟ ସରକାର। ଗତ ୫ ବର୍ଷରେ ସାରା ରାଜ୍ୟରେ ୫ ବର୍ଷରେ ୪୫ ଜଣ ପୁଲିସ ବାବୁ ଭିଜିଲାନ୍ସ ପଞ୍ଝାରେ ପଡ଼ିଲେଣି। ଏଥିରେ ସବ୍‍ଇନ୍ସପେକ୍ଟର, ଇନ୍ସପେକ୍ଟର ଓ ଡିଏସ୍‍ପି ରାଙ୍କର ଅଧିକାରୀ ରହିଛନ୍ତି। ୨୦୧୭ରେ ୯ଟି ମାମଲାରେ ରୁଜୁ ହୋଇଥିଲା। ଏଥିରେ ୩ଜଣ ସବ୍‍ଇନ୍ସପେକ୍ଟର ଓ ୬ଜଣ ଇନ୍ସପେକ୍ଟର ଥିଲେ। ୨୦୧୮ରେ ୧୬ଟି ମାମଲା ରୁଜୁ ହେବା ସହ ୧୨ଜଣ ସବ୍‍ଇନ୍ସପେକ୍ଟର ଓ ୪ଜଣ ଇନ୍ସପେକ୍ଟର ରହିଛନ୍ତି। ୨୦୧୯ରେ ୯ଟି ମାମଲା ରୁଜୁ କରାଯାଇଥିଲା। ଏଥିରେ ୪ଜଣ ଲେଖାଏଁ ସବ୍‍ଇନ୍ସପେକ୍ଟର ଓ ଇନ୍ସପେକ୍ଟର ଏବଂ ଜଣେ ଡିଏସ୍‍ପି ରହିଛନ୍ତି। ୨୦୨୦ରେ ୪ଟି ମାମଲା ରୁଜୁ କରାଯାଇ ୩ଜଣ ସବ୍‍ଇନ୍ସପେକ୍ଟର ଓ ଜଣେ ଇନ୍ସପେକ୍ଟର ଭିଜିଲାନ୍ସ ପଞ୍ଝାରେ ପଡ଼ିଥିଲେ। ସେଭଳି ୨୦୨୧ରେ ୭ଟି ମାମଲା ରୁଜୁ କରାଯାଇଥିଲା। ଏଥିରେ ୪ଜଣ ସବ୍‍ଇନ୍ସପେକ୍ଟର ଓ ୩ ଜଣ ଇନ୍ସପେକ୍ଟର ରହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର