ରାଜ୍ୟରେ ୪ଟି ନୂଆ ଇଏସଆଇ ହସ୍ପିଟାଲ ଖୋଲିବାକୁ ମିଳିଛି ଅନୁମୋଦନ, ଜାଣନ୍ତୁ କେଉଁଠି ହେବ….

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ୪ଟି ଇଏସ୍ଆଇ ହସ୍ପିଟାଲ ପ୍ରତିଷ୍ଠା ନେଇ କେନ୍ଦ୍ରୀୟ ଅନୁମୋଦନ ମିଳିଛି। ଆଜି ଲୋକସଭାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଏକ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତେଲି କହିଛନ୍ତି ଯେ, ଓଡ଼ିଶାରେ ୪ଟି ନୂଆ ଇଏସଆଇ ହସ୍ପିଟାଲ ସ୍ଥାପନ ନିମନ୍ତେ ନୀତିଗତ ଅନୁମୋଦନ ଦିଆଯାଇଛି । ଏହି ୪ଟି ଇଏସଆଇ ହସପିଟାଲ ଭୁବନେଶ୍ୱରର ଜଗନ୍ନାଥ ପ୍ରସାଦ, ଯାଜପୁରର ଡୁବୁରୀ, ପାରାଦୀପ ଓ ଝାରସୁଗୁଡ଼ାରେ ସ୍ଥାପନ ହେବ । ପାରାଦୀପରେ ୩୦ ବେଡ୍ […]

ଭୁବନେଶ୍ୱର: ରାଜ୍ୟରେ ୪ଟି ଇଏସ୍ଆଇ ହସ୍ପିଟାଲ ପ୍ରତିଷ୍ଠା ନେଇ କେନ୍ଦ୍ରୀୟ ଅନୁମୋଦନ ମିଳିଛି। ଆଜି ଲୋକସଭାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଏକ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତେଲି କହିଛନ୍ତି ଯେ, ଓଡ଼ିଶାରେ ୪ଟି ନୂଆ ଇଏସଆଇ ହସ୍ପିଟାଲ ସ୍ଥାପନ ନିମନ୍ତେ ନୀତିଗତ ଅନୁମୋଦନ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ଏହି ୪ଟି ଇଏସଆଇ ହସପିଟାଲ ଭୁବନେଶ୍ୱରର ଜଗନ୍ନାଥ ପ୍ରସାଦ, ଯାଜପୁରର ଡୁବୁରୀ, ପାରାଦୀପ ଓ ଝାରସୁଗୁଡ଼ାରେ ସ୍ଥାପନ ହେବ । ପାରାଦୀପରେ ୩୦ ବେଡ୍ ବିଶିଷ୍ଟ, ଝାରସୁଗୁଡ଼ା ଓ ଡୁବୁରୀରେ ୧୦୦ ଲେଖାଏଁ ବେଡ୍ ବିଶିଷ୍ଟ ଓ ଭୁବନେଶ୍ୱରର ଜଗନ୍ନାଥ ପ୍ରସାଦରେ ୧୫୦ ବେଡ୍ ବିଶିଷ୍ଟ ହସ୍ପିଟାଲ ସ୍ଥାପନକୁ ମଞ୍ଜୁରୀ ଦିଆଯାଇଛି । ଏବେ ଭୁବନେଶ୍ୱରସ୍ଥିତ ଇଏସଆଇ ସ୍କିମ ହସ୍ପିଟାଲକୁ ୫୦ରୁ ୧୦୦ ବେଡକୁ ମଧ୍ୟ ବୃଦ୍ଧି ଓ ଉନ୍ନୀତିକରଣ ନିମନ୍ତେ ନୀତିଗତ ଅନୁମତି ଦିଆଯାଇଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ରାଜଧାନୀ ଭୁବନେଶ୍ୱରର ଜଗନ୍ନାଥ ପ୍ରସାଦ, ଯାଜପୁରର ଡୁବୁରୀ, ଜଗତସିଂହପୁରର ପାରାଦୀପ ଏବଂ ଝାରସୁଗୁଡ଼ା। ସେହିପରି ରାଜଧାନୀରେ ଥିବା ୫୦ ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍ପିଟାଲକୁ ଅପ୍-ଗ୍ରେଡ୍ କରାଯାଅ ୧୦୦ ଶଯ୍ୟା ବିଶିଷ୍ଟ କରାଯିବାକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି। କେନ୍ଦ୍ରାପଡ଼ା ଏମପି ଅନୁଭବ ମହାନ୍ତିଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ତେଲି ଆହୁରି ମଧ୍ୟ କହିଛନ୍ତି ସାରା ଦେଶର ୫୧ଟି ଇଏସ୍ଆଇସି ହସ୍ପିଟାଲ, ୧୦୯ଟି ଇଏସ୍ଆଇ ସ୍କିମ୍ ହସ୍ପିଟାଲ ରହିଛି। ସେହିପରି ସାରା ଦେଶରେ ୧୫୦୨ଟି ଇଏସଆଇ ଡିସପେନସାରୀ ରହିଛି। ତନ୍ମଧ୍ୟରୁ ଓଡ଼ିଶାରେ ୨ଟି ଇଏସଆଇ ହସ୍ପିଟାଲ ଓ ୬ଟି ଇଏସଆଇଏସ୍ ହସ୍ପିଟାଲ ଏବଂ ୪୧ଟି ଇଏସଆଇ ଡିସପେସନାରୀ କାର୍ଯ୍ୟକ୍ଷମ ରହିଛି।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର