ଭୋଟ୍‌ ଦେଉଛି ପଦ୍ମପୁର : ଶାନ୍ତିଶୃଙ୍ଖଳାର ସହ ୩୧୯ ବୁଥ୍‌ରେ ଚାଲିଛି ମତଦାନ

The Sakala Picture
Published On

ପଦ୍ମପୁର :ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ଭୋଟିଂ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଭୋଟ୍ ଦେବାକୁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଧାଡ଼ିରେ ଠିଆ ହୋଇ ଭୋଟ୍ ଦେଉଛନ୍ତି ଭୋଟର। ଏହା ଅପରାହ୍ଣ ୪ଟା ଯାଏ ଚାଲିବ। ଆଜି ସକାଳୁ ଭୋଟଗ୍ରହଣ କେନ୍ଦ୍ରରେ ମକ୍‌ ପୋଲ୍ କରାଯାଇଥିଲା । ଏହାପରେ ସକାଳ ୭ରୁ ଆରମ୍ଭ ହୋଇଥିଲା ଭୋଟଗ୍ରହଣ। ପଦ୍ମପୁର ନିର୍ବାଚନ ମଣ୍ଡଳୀର ମୋଟ୍ ୩୧୯ ବୁଥରେ ୨ ଲକ୍ଷ ୬୯ହଜାର ୩୨୬ଜଣ […]

ପଦ୍ମପୁର :ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ଭୋଟିଂ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଭୋଟ୍ ଦେବାକୁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଧାଡ଼ିରେ ଠିଆ ହୋଇ ଭୋଟ୍ ଦେଉଛନ୍ତି ଭୋଟର। ଏହା ଅପରାହ୍ଣ ୪ଟା ଯାଏ ଚାଲିବ। ଆଜି ସକାଳୁ ଭୋଟଗ୍ରହଣ କେନ୍ଦ୍ରରେ ମକ୍‌ ପୋଲ୍ କରାଯାଇଥିଲା । ଏହାପରେ ସକାଳ ୭ରୁ ଆରମ୍ଭ ହୋଇଥିଲା ଭୋଟଗ୍ରହଣ।

ଆହୁରି ପଢ଼ନ୍ତୁ: ପୀଡିତା ସମସ୍ତ ପ୍ରମାଣ ଦେଇସାରିଥିଲେ ମଧ୍ୟ ଖଣ୍ଡପଡ଼ା ଏସ୍‌ଡିପିଓ ଗିରଫ ହେଉନାହାନ୍ତି କାହିଁକି: ବିଜେଡି

ପଦ୍ମପୁର ନିର୍ବାଚନ ମଣ୍ଡଳୀର ମୋଟ୍ ୩୧୯ ବୁଥରେ ୨ ଲକ୍ଷ ୬୯ହଜାର ୩୨୬ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି। ସେଥିମଧ୍ୟରୁ ୧ ଲକ୍ଷ ୩୦ ହଜାର ୩୩୧ ପୁରୁଷ ଓ ୧ ଲକ୍ଷ ୨୮ ହଜାର ୯୮୧ ମହିଳା ଭୋଟର ଅଛନ୍ତି। ଭୋଟ୍ ଗ୍ରହଣ ପାଇଁ ମୋଟ୍ ୧୨ ଶହ ୭୬ ଜଣ ପୋଲିଂ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ମୋଟ୍ ୧୨୦ ବୁଥ ୱେବ୍ କାଷ୍ଟିଂ ବ୍ୟବସ୍ଥା ସାଙ୍ଗକୁ ୬୬ଟି ବୁଥ୍ ସିସିଟିଭି ସର୍ଭେଲାନ୍ସ ଭିତରେ ରହିଛି।ଶାନ୍ତି ଶୃଙ୍ଖଳାର ସହ ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।

ଆହୁରି ପଢ଼ନ୍ତୁ: ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ କଳା ପତାକା ସହ ବାଙ୍କୀରେ ଜୋରଦାର ବିରୋଧ ପ୍ରଦର୍ଶନ

ସମ୍ବେଦନଶୀଳ ଚିହ୍ନଟ ୭୯ଟି ବୁଥ୍ ଉପରେ କଡ଼ା ନଜର ରଖାଯାଇଛି। ମାଓ ଅଧ୍ୟୁଷିତ ୭୪ଟି ବୁଥ୍ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବ୍ୟବସ୍ଥାରେ ୨୦୬ ପୁଲିସ୍ ଅଫିସର, ୨୧ ପ୍ଲାଟୁନ୍ ‌ଆର୍ମଡ ପୁଲିସକୁ ମିଶାଇ ମୋଟ୍ ୧୪୧୩ ପୁଲିସ୍ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ୯ କଂପାନି କେନ୍ଦ୍ରୀୟ ଫୋର୍ସକୁ ମଧ୍ୟ ନିୟୋଜିତ ଅଛନ୍ତି। ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ ୪୪ ଜଣ ସେକ୍ଟର ଅଧିକାରୀଙ୍କୁ ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତ ଦିଆଯାଇଛି। କୌଣସି ବୁଥରେ ଇଭିଏମ୍ ଜନିତ ତ୍ରୁଟି ପରିଲକ୍ଷିତ ହେଲେ ଅଧଘଣ୍ଟା ଭିତରେ କିଭଳି ତାହା ପରିବର୍ତ୍ତନ ହୋଇପାରିବ ସେ ବ୍ୟବସ୍ଥା ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବ୍ଲକସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସାନଅଁଳକୁ ହରାଇ ଚାମ୍ପିୟନ ହେଲା ତିଛିଣି ତ୍ରିଲୋଚନେଶ୍ୱର ଟିମ୍

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶୀଲ କୁମାର ଲୋହାନୀ ଗଣମାଧ୍ୟମକୁ କହିଛନ୍ତି ଯେ ମତଦାନ ନ ସରିବା ଯାଏଁ କୌଣସି ଗଣମାଧ୍ୟମ ଅଥବା ଅନ୍ୟ କୌଣସି ସଂସ୍ଥା ଏକ୍‍ଜିଟ୍‍ ପୋଲ୍‍ କିମ୍ବା ଓପିନିୟନ୍‍ ପୋଲ୍‍ କରାଇ ପାରିବେ ନାହିଁ। ଯଦି ନିୟମ ବିରୋଧରେ ଯାଇ କୌଣସି ସଂସ୍ଥା ଏପରି କରନ୍ତି, ତେବେ ଆଇନ ଅନୁଯାୟୀ ନିଶ୍ଚୟ ଦଣ୍ଡିତ ହେବେ। ନିର୍ବାଚନକୁ ଦୃଷ୍ଟିରେ ରଖି ଡିସେମ୍ବର ୫ ତାରିଖକୁ ସ୍ଥାନୀୟ ଅଞ୍ଚଳରେ ଛୁଟି ଭାବେ ଘୋଷଣା କରାଯାଇଛି। ପଦ୍ମପୁରରେ ଥିବା ବିଭିନ୍ନ ସଂସ୍ଥା ଭୋଟ ଦିନ ବନ୍ଦ ରହିବ। ପଦ୍ମପୁରନିବାସୀ କୌଣସି ସରକାରୀ କର୍ମଚାରୀ ଦୂରରେ ରହୁଥିଲେ ୩ ଦିନ କାଜୁଆଲ୍‍ ଲିଭ୍‍ ନେଇ ଭୋଟ ଦେଇପାରିବେ ବୋଲି ସିଇଓ କହିଛନ୍ତି। ମୋଟ ୩୧୯ଟି ବୁଥ୍‍ରୁ ୩୦୬ଟି ବୁଥ୍‍ର ନାମ ପରିବର୍ତ୍ତନ କରାଯାଇଛି। ସେହିପରି ବୁଥ୍‍ ନଂ ୨୪୧,୨୪୨ ଏବଂ ୨୯୫କୁ ନିକଟସ୍ଥ ଅଞ୍ଚଳକୁ ସ୍ଥାନ୍ତାନ୍ତର କରାଯାଇଛି। ସମସ୍ତ ବୁଥ୍‍ଗୁଡ଼ିକ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଇଭିଏମ୍‍ ଏବଂ ଭିଭିପ୍ୟାଟ ମେସିନ୍‍ ରହିଛି। ରିଜର୍ଭ ଭାବେ ମଧ୍ୟ ଇଭିଏମ୍‍ ଏବଂ ଭିଭିପ୍ୟାଟ୍‍ ମେସିନ୍‍ ରଖାଯାଇଛି।

କୌଣସି ଇଭିଏମ ତ୍ରୁଟି ଦେଖାଗଲେ, ତାହାକୁ ଗଣମାଧ୍ୟମ ଅତିରଞ୍ଜିତ କରି ପ୍ରସାରଣ ନ କରୁ ବୋଲି ସିଇଓ ପରାମର୍ଶ ଦେଇଛନ୍ତି। ପଦ୍ମପୁରରେ ୨,୫୭,୪୭୪ ଭୋଟର ମତଦାନ କରିବେ। ଭୋଟର ପରିଚୟପତ୍ର ବ୍ୟତୀତ ୧୨ଟି ଅନ୍ୟ ବିକଳ୍ପ ପରିଚୟ ଦେଖାଇ ଭୋଟର ମତଦାନ କରିପାରିବେ। ଏହା ମଧ୍ୟରେ ଡ୍ରାଇଭିଂ ଲାଇସେନ୍ସ, ମନରେଗା କାର୍ଡ, ଆଧାର କାର୍ଡ, ସରକାରୀ କର୍ମଚାରୀ କାର୍ଡ, ରାସନ କାର୍ଡ ଇତ୍ୟାଦି ରହିଛି। ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଅବକାରୀ ବିଭାଗ ପକ୍ଷରୁ ଧରପଗଡ଼ ଜାରି ରହିଛି। ପ୍ରତି ବୁଥ୍‍ ବାହାରେ ହେଲ୍ପ ଡେସ୍କ ପ୍ରତିଷ୍ଠା କରାଯାଇଛି। ଗାଁଗୁଡ଼ିକରେ ନିୟୋଜିତ ଭିଏଲଓ ଏହି ହେଲ୍ପ ଡେସ୍କରେ କାର୍ଯ୍ୟ କରିବେ। ଦିବ୍ୟାଙ୍ଗ ଭୋଟମାନଙ୍କ ପାଇଁ ଘରୁ ନେବା ଆଣିବା ପାଇଁ ସ୍ୱତନ୍ତ୍ର ଯାନବାହାନ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପ୍ରାୟ ୯୭ଟି ଗାଡ଼ି ବ୍ୟବସ୍ଥା କରାଯାଇଛି।

ନିର୍ବାଚନମଣ୍ଡଳୀର ମୋଟ ୭୯ଟି ବୁଥ୍‍ ସମ୍ବେଦନଶୀଳ ରହିଛି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କ ଅଧୀନରେ ୯୧ ଜଣ ମାଇକ୍ରୋ ଅବ୍‍ଜରଭର୍‍ ରହିଛନ୍ତି। ୧୫ଟି ବୁଥ୍‍କୁ ମଡେଲ ବୁଥ୍‍ ଘୋଷଣା କରାଯିବା ସହ ସ୍ୱତନ୍ତ୍ର ସୁବିଧା କରାଯାଇଛି। ଏହା ବ୍ୟତୀତ ୬ଟି ବୁଥ୍‍ରେ ସମସ୍ତ ଅଧିକାରୀ ମହିଳା ରହିଛନ୍ତି। ରାଜ୍ୟ ମୁଖ୍ୟାଳୟରୁ ପୋଲିଂ ଅଧିକାରୀମାନେ ବରଗଡ଼ ଜିଲ୍ଲା ପଦ୍ମପୁରସ୍ଥିତ ଆରଏମସି ମାର୍କେଟ ଗସ୍ତ କରିଥିଲେ। ସେହି ସ୍ଥାନରୁ କର୍ମଚାରୀମାନେ ନିଜ ନିଜ ବୁଥକୁ ଯାଇଥିବା ଜଣାପଡ଼ିଛି। ସାମଗ୍ରିକ ଭାବେ ୨୦୬ ପୁଲିସ୍‍ ଅଧିକାରୀଙ୍କ ସମେତ ୧୪୧୩ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ସେହିପରି ୯ ପ୍ଲାଟୁନ୍‍ ଏକାଧିକ କେନ୍ଦ୍ରୀୟ ସୁରକ୍ଷା ବଳ ପଦ୍ମପୁରରେ ନିଯୁକ୍ତ ହୋଇଛନ୍ତି। ପଦ୍ମପୁର ନିର୍ବାଚନମଣ୍ଡଳୀରେ ୧,୨୯,୪୯୭ ଜଣ ପୁରୁଷ ୧,୨୭,୯୬୫ ଜଣ ମହିଳା, ୧୨ ଜଣ ତୃତୀୟ ଲିଙ୍ଗ ଏବଂ ୧୯୯ ଜଣ ସର୍ଭିସ୍‍ ଭୋଟର ରହିଛନ୍ତି।

05 Dec 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର