ପଦ୍ମପୁର ଉପନିର୍ବାଚନ: ପ୍ରଚାର ଶେଷ, ସୋମବାର ଭୋଟ ଗ୍ରହଣ

The Sakala Picture
Published On

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ଗତକାଲି ପ୍ରଚାର ଶେଷ ହୋଇଛି। ଶେଷଦିନରେ ତିନି ପ୍ରମୁଖ ରାଜନୈତିକ ଦଳ ଜୋରଦାର ପ୍ରଚାର କରିଛନ୍ତି । ଆସନ୍ତା ୫ ତାରିଖରେ ପଦ୍ମପୁର ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହେବ । ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଚାଲିବ। ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨,୫୭,୪୭୪ ଜଣ ଭୋଟର ୩୧୯ ଗୋଟି ବୁଥ୍‍ ରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ୧,୨୯,୪୯୭ ଜଣ ପୁରୁଷ ଭୋଟର, […]

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ଗତକାଲି ପ୍ରଚାର ଶେଷ ହୋଇଛି। ଶେଷଦିନରେ ତିନି ପ୍ରମୁଖ ରାଜନୈତିକ ଦଳ ଜୋରଦାର ପ୍ରଚାର କରିଛନ୍ତି । ଆସନ୍ତା ୫ ତାରିଖରେ ପଦ୍ମପୁର ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହେବ । ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଚାଲିବ। ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨,୫୭,୪୭୪ ଜଣ ଭୋଟର ୩୧୯ ଗୋଟି ବୁଥ୍‍ ରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ୧,୨୯,୪୯୭ ଜଣ ପୁରୁଷ ଭୋଟର, ୧,୨୭,୯୬୫ ଜଣ ମହିଳା ଭୋଟର, ୧୨ ଜଣ ତୃତୀୟ ଲିଙ୍ଗ ଭୋଟର ଏବଂ ୧୯୯ ଜଣ ସର୍ଭିସ୍‍ ଭୋଟର ମତଦାନ କରିବେ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ମତଦାନ ପାଇଁ ପୋଲିଂ ଅଧିକାରୀମାନେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସାରିଛନ୍ତି । ପୋଲିଂ କର୍ମଚାରୀମାନେ ରବିବାର ସନ୍ଧ୍ୟା ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକରେ ନିଜ ନିଜର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଇବେ । ମତଦାନ କେନ୍ଦ୍ରରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ୭୪ ଗୋଟି ବୁଥ୍‍କୁ ଉତ୍ତେଜନାପ୍ରବଣ ଓ ୭୮ ଗୋଟି ବୁଥ୍‍କୁ ସମ୍ୱେଦନଶୀଳ ବୁଥ୍‍ ଭାବେ ଚିହ୍ନଟ କରାଯାଇଥିବା ବେଳେ ୯ କମ୍ପାନୀ (ସିପିଏଫ୍‍) ସେଣ୍ଟ୍ରାଲ ପାରାମିଲିଟାରୀ ଫୋର୍ସ ମୁତୟନ ହେବା ସହ ୪୧ ପ୍ଲାଟୁନ୍‍ ରାଜ୍ୟ ପୁଲିସ ବଳଙ୍କୁ ବ୍ୟାପକ ସୁରକ୍ଷା ଦୃଷ୍ଟିରୁ ମୁତୟନ କରାଯିବ। ଏଥିରୁ ୧୬୦ ଗୋଟି ବୁଥ୍‍ ରେ ୱେବ୍‍ କାଷ୍ଟିଂ କରାଯିବା ସହ ଉତ୍ତେଜନାପ୍ରବଣ ବୁଥ୍‍ଗୁଡ଼ିକରେ ୯୮ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ମଡେଲ ବୁଥ୍‌ ୧୫ଟି ଏବଂ ପିଙ୍କ ବୁଥ୍‌ ୬ଟି କରାଯାଇଛି । ୩୧୯ଟି ବୁଥ୍‌ ପାଇଁ ୧୨୭୬ ଜଣ ପୋଲିଂ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । କୌଣସି ପୋଲିଂ ଅଧିକାରୀଙ୍କ କିଛି ଅସୁବିଧା ହେଲେ ତାଙ୍କୁ ପରିବର୍ତ୍ତନ କରାଯିବାକୁ ୧୨୮ ଜଣଙ୍କୁ ରିଜର୍ଭ ପୋଲିଂ ଅଧିକାରୀଙ୍କୁ ରଖାଯାଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ମାନବେନ୍ଦ୍ର ପ୍ରତାପ ସିଂହ ବ୍ୟୟ ପର୍ଯ୍ୟବେକ୍ଷକ ଭାବେ ଭାରତୀୟ ରାଜସ୍ୱ ସେବାର ବରଷ୍ଠି ଅଧିକାରୀ ଡି.ଏମ୍‍ ରାମପ୍ରସାଦ ଗୁପ୍ତା ଏବଂ ପୁଲିସ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ଭାରତୀୟ ପୁଲିସ ସେବା ଅଧିକାରୀ ହେମନ୍ତ ଚୌହାନଙ୍କୁ ନିଯିୁକ୍ତ କରାଯାଇଛି ବୋଲି ସିଇଓ ସୂଚନା ଦେଇଛନ୍ତି।

04 Dec 2022 By The Sakala

ପଦ୍ମପୁର ଉପନିର୍ବାଚନ: ପ୍ରଚାର ଶେଷ, ସୋମବାର ଭୋଟ ଗ୍ରହଣ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ଗତକାଲି ପ୍ରଚାର ଶେଷ ହୋଇଛି। ଶେଷଦିନରେ ତିନି ପ୍ରମୁଖ ରାଜନୈତିକ ଦଳ ଜୋରଦାର ପ୍ରଚାର କରିଛନ୍ତି । ଆସନ୍ତା ୫ ତାରିଖରେ ପଦ୍ମପୁର ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହେବ । ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଚାଲିବ। ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨,୫୭,୪୭୪ ଜଣ ଭୋଟର ୩୧୯ ଗୋଟି ବୁଥ୍‍ ରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ୧,୨୯,୪୯୭ ଜଣ ପୁରୁଷ ଭୋଟର, ୧,୨୭,୯୬୫ ଜଣ ମହିଳା ଭୋଟର, ୧୨ ଜଣ ତୃତୀୟ ଲିଙ୍ଗ ଭୋଟର ଏବଂ ୧୯୯ ଜଣ ସର୍ଭିସ୍‍ ଭୋଟର ମତଦାନ କରିବେ।

ମତଦାନ ପାଇଁ ପୋଲିଂ ଅଧିକାରୀମାନେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସାରିଛନ୍ତି । ପୋଲିଂ କର୍ମଚାରୀମାନେ ରବିବାର ସନ୍ଧ୍ୟା ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକରେ ନିଜ ନିଜର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଇବେ । ମତଦାନ କେନ୍ଦ୍ରରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ୭୪ ଗୋଟି ବୁଥ୍‍କୁ ଉତ୍ତେଜନାପ୍ରବଣ ଓ ୭୮ ଗୋଟି ବୁଥ୍‍କୁ ସମ୍ୱେଦନଶୀଳ ବୁଥ୍‍ ଭାବେ ଚିହ୍ନଟ କରାଯାଇଥିବା ବେଳେ ୯ କମ୍ପାନୀ (ସିପିଏଫ୍‍) ସେଣ୍ଟ୍ରାଲ ପାରାମିଲିଟାରୀ ଫୋର୍ସ ମୁତୟନ ହେବା ସହ ୪୧ ପ୍ଲାଟୁନ୍‍ ରାଜ୍ୟ ପୁଲିସ ବଳଙ୍କୁ ବ୍ୟାପକ ସୁରକ୍ଷା ଦୃଷ୍ଟିରୁ ମୁତୟନ କରାଯିବ। ଏଥିରୁ ୧୬୦ ଗୋଟି ବୁଥ୍‍ ରେ ୱେବ୍‍ କାଷ୍ଟିଂ କରାଯିବା ସହ ଉତ୍ତେଜନାପ୍ରବଣ ବୁଥ୍‍ଗୁଡ଼ିକରେ ୯୮ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ମଡେଲ ବୁଥ୍‌ ୧୫ଟି ଏବଂ ପିଙ୍କ ବୁଥ୍‌ ୬ଟି କରାଯାଇଛି । ୩୧୯ଟି ବୁଥ୍‌ ପାଇଁ ୧୨୭୬ ଜଣ ପୋଲିଂ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । କୌଣସି ପୋଲିଂ ଅଧିକାରୀଙ୍କ କିଛି ଅସୁବିଧା ହେଲେ ତାଙ୍କୁ ପରିବର୍ତ୍ତନ କରାଯିବାକୁ ୧୨୮ ଜଣଙ୍କୁ ରିଜର୍ଭ ପୋଲିଂ ଅଧିକାରୀଙ୍କୁ ରଖାଯାଇଛି ।

ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ମାନବେନ୍ଦ୍ର ପ୍ରତାପ ସିଂହ ବ୍ୟୟ ପର୍ଯ୍ୟବେକ୍ଷକ ଭାବେ ଭାରତୀୟ ରାଜସ୍ୱ ସେବାର ବରଷ୍ଠି ଅଧିକାରୀ ଡି.ଏମ୍‍ ରାମପ୍ରସାଦ ଗୁପ୍ତା ଏବଂ ପୁଲିସ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ଭାରତୀୟ ପୁଲିସ ସେବା ଅଧିକାରୀ ହେମନ୍ତ ଚୌହାନଙ୍କୁ ନିଯିୁକ୍ତ କରାଯାଇଛି ବୋଲି ସିଇଓ ସୂଚନା ଦେଇଛନ୍ତି।

https://www.thesakala.in/latest-odisha-news/tomorrow-padampur-bye-election-polling/article-17054
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର