ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଉ ସ୍ୱପ୍ନ ନୁହେଁ, ଏହା ବର୍ତ୍ତମାନ ଏକ ବାସ୍ତବତା : ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର : ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ’ଆଉ ସ୍ୱପ୍ନ ନୁହେଁ । ଏହା ବର୍ତ୍ତମାନ ଏକ ବାସ୍ତବତା । ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ  ୫-ଟି’ ଉପକ୍ରମରେ ରୂପାନ୍ତରଣ ରାଜ୍ୟରେ ଆଣିଛି ବୈପ୍ଲବିକ ପରିବର୍ତ୍ତନ।ସ୍କୁଲଗୁଡ଼ିକୁ ନୂଆ ରୂପ ଦେବା, ସ୍ମାର୍ଟ ଶିକ୍ଷା ପ୍ରଦାନ କରିବାରେ ‘୫-ଟି’ ବେଶ୍‍ ଉପାଦେୟ ହୋଇଛି। ଆଜି ଆମ ଓଡ଼ିଶାର ସରକାରୀ ସ୍କୁଲଗୁଡିକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ହେଉଛି।  ଶିକ୍ଷାକ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛୁ ବୋଲି ଭୁବନେଶ୍ବରରେ ଚାଲିଥିବା […]

ଭୁବନେଶ୍ବର : ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ’ଆଉ ସ୍ୱପ୍ନ ନୁହେଁ । ଏହା ବର୍ତ୍ତମାନ ଏକ ବାସ୍ତବତା । ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ  ୫-ଟି’ ଉପକ୍ରମରେ ରୂପାନ୍ତରଣ ରାଜ୍ୟରେ ଆଣିଛି ବୈପ୍ଲବିକ ପରିବର୍ତ୍ତନ।ସ୍କୁଲଗୁଡ଼ିକୁ ନୂଆ ରୂପ ଦେବା, ସ୍ମାର୍ଟ ଶିକ୍ଷା ପ୍ରଦାନ କରିବାରେ ‘୫-ଟି’ ବେଶ୍‍ ଉପାଦେୟ ହୋଇଛି। ଆଜି ଆମ ଓଡ଼ିଶାର ସରକାରୀ ସ୍କୁଲଗୁଡିକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ହେଉଛି।  ଶିକ୍ଷାକ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛୁ ବୋଲି ଭୁବନେଶ୍ବରରେ ଚାଲିଥିବା ମେକ୍‌ ଇନ୍ ଓଡିଶା କନକ୍ଲେଭର ଚତୁର୍ଥ ଦିନ ଅର୍ଥାତ ଉଦଯାପନୀ ସନ୍ଧ୍ୟାରେ ‘ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ’ ଅଧିବେଶନରେ ଏହା କହିଛନ୍ତି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ମୁଖ୍ୟମନ୍ତ୍ରୀ କହିଛନ୍ତି ଆମର ବିଦ୍ୟାଳୟ ୫-ଟି’ ଉପକ୍ରମରେ ରୂପାନ୍ତରଣ ହୋଇଛି। ସ୍କୁଲଗୁଡ଼ିକୁ ନୂଆ ରୂପ ଦେବା, ସ୍ମାର୍ଟ ଶିକ୍ଷା ପ୍ରଦାନ କରିବାରେ ‘୫-ଟି’ ବେଶ୍‍ ଉପାଦେୟ ହୋଇଛି।ସରକାରୀ ସ୍କୁଲର ରୂପାନ୍ତରଣ କରାଯାଇ ଏହାକୁ ଘରୋଇ ବିଦ୍ୟାଳୟଠାରୁ ଉନ୍ନତ ପରିଣତ କରାଯିବା, ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିଅରିଂ ପରି ବୃତ୍ତିଗତ ଶିକ୍ଷାରେ ୧୫% ସ୍ଥାନ ସଂରକ୍ଷଣ ପରି ବ୍ୟବସ୍ଥା କରାଯାଇଛି। ଆଜି ଆମର ସ୍ମାର୍ଟ ଶ୍ରେଣୀଗୃହ, ସୁ-ବିକଶିତ ଇ-ଲାଇବ୍ରେରୀ, ଅତ୍ୟାଧୁନିକ ଲାବୋରେଟୋରୀ, ଉନ୍ନତ କ୍ରୀଡା ଭିତ୍ତିଭୂମି ଏବଂ ସରକାରୀ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ଅନୁକୁଳ କ୍ୟାମ୍ପସ୍ ରହିଛି। ୫-ଟି’ ନୀତିଦ୍ବାରା କରାଯାଇଥିବା ଉନ୍ନତ ବ୍ୟବସ୍ଥା ପରେ ପିଲାମାନଙ୍କ ପାଇଁ ନୂତନ ଆକାଂକ୍ଷା ଖୋଲିବା ସହ ପାଠପଢା କ୍ଷେତ୍ରରେ ମଧ୍ୟ ବେଶ ଉନ୍ନତି ଆସିଛି। ଏଥି ସହିତ ବର୍ତ୍ତମାନ ରାଜ୍ୟରେ ପୂର୍ବ ଅପେକ୍ଷା ସରକାରୀ ବିଦ୍ୟାଳୟରେ ନାମଲେଖା ବହୁପରିମାଣରେ ବୃଦ୍ଧି ପାଇବାରେ ଲାଗିଛି।

ଓଡ଼ିଶାର ଦୂରଦୃଷ୍ଟିସମ୍ପନ୍ନ ‘ମୋ ସ୍କୁଲ’ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ପଦକ୍ଷେପ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଏକ ଦୃଶ୍ୟମାନ ପରିବର୍ତ୍ତନ ଆଣି ଜାତୀୟ ପ୍ଲାଟଫର୍ମରେ ଇତିହାସ ସୃଷ୍ଟି କରିଛି। ଆମର ବିଦ୍ୟାଳୟଗୁଡ଼ିକ ଜାତୀୟ ବିଦ୍ୟାଳୟ ମାନ୍ୟତା ସର୍ବେକ୍ଷଣରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ମୋ ସ୍କୁଲ ପଦକ୍ଷେପ, ବିଶ୍ୱର ସର୍ବବୃହତ ଆଲୁମିନି ସଂଯୋଗ କାର୍ଯ୍ୟକ୍ରମ ମଧ୍ୟରେ ଅନ୍ୟତମ ପାଲଟିଛି। ବର୍ତ୍ତମାନ ୩୦ ଲକ୍ଷରୁ ଅଧିକ ଆଲୁମିନି (ପଚରାତନ ଛାତ୍ରଛାତ୍ରୀ)ସଦସ୍ୟଙ୍କ ସାହାଯ୍ୟରେ ଓଡିଶାର ୫୦ ହଜାରରୁ ଅଧିକ ସରକାରୀ ବିଦ୍ୟାଳୟକୁ ନବୀକରଣ କରାଯାଉଛି।

ପ୍ରତ୍ୟେକ ଯୋଗ୍ୟ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ପାଇଁ ମିଶନ୍ ସହିତ ୩୧୫ ଆଦର୍ଶ ବିଦ୍ୟାଲଳ ଏବଂ ଗୋଟିଏ ଆଇକନ୍ OAV ରାଜ୍ୟରେ କାର୍ଯ୍ୟକ୍ଷମ ରହିଛି। ଓଡିଶାର ଭବିଷ୍ୟତ ପିଢି ପାଇଁ ସର୍ବୋତ୍ତମ ଭିତ୍ତିଭୂମି ଯୋଗାଇବା ପାଇଁ ଆମ ସରକାର ଆହୁରି ମଧ୍ୟ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

03 Dec 2022 By The Sakala

https://www.thesakala.in/latest-odisha-news/transformation-in-education-is-not-a-dream-anymore-its-a-reality-now-cm-at-make-in-odisha-conclave/article-17047
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର