କାଲିଠୁ ‘ମେକ୍‍ ଇନ୍‌ ଓଡିଶା କନ୍‌କ୍ଲେଭ୍‌’; ଷ୍ଟାର୍ଟ ଅପ୍‍ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ‘ଷ୍ଟାର୍ଟଅପ୍‍ ଓଡ଼ିଶା’

The Sakala Picture
Published On

ଭୁବନେଶ୍ୱର: ଆସନ୍ତା କାଲିଠୁ ଡିସେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ଶିଳ୍ପ ମହାକୁମ୍ଭ ‘ମେକ୍‍ ଇନ ଓଡ଼ିଶା କନ୍‍କ୍ଲେଭ’ (ଏମ୍‍ଆଇଓ) ୨୦୨୨। ଏହି କନ୍‌କ୍ଲେଭ୍‌ ରାଜ୍ୟରେ ଷ୍ଟାର୍ଟଅପ୍‍ଗୁଡିକରେ ଯଥାସମ୍ଭବ ଅଧିକ ପୁଞ୍ଜିନିବେଶ ଓ ସେଗୁଡିକ ପାଇଁ ଅଧିକ ସୁଯୋଗ ସୃଷ୍ଟି କରାଇବ। ରାଜ୍ୟର ସମୁଦାୟ ଷ୍ଟାର୍ଟଅପ୍‍ ପରିବ୍ୟବସ୍ଥାରେ ନବସୃଜନ ଏବଂ ସମ୍ପ୍ରସାରଣକୁ ଏହି କାର୍ଯ୍ୟକ୍ରମ ପ୍ରୋତ୍ସାହିତ କରିବା ଆଶା କରାଯାଉଛି। ଏହି ପାଞ୍ଚଦିନିଆ କାର୍ଯ୍ୟକ୍ରମ ବିବିଧ କ୍ଷେତ୍ରରେ ଷ୍ଟାର୍ଟଅପ୍‍ଗୁଡିକର ଅଭିବୃଦ୍ଧିକୁ ସୁଗମ କରିବା, ସେଥିପାଇଁ ନେଟୱର୍କ […]

ଭୁବନେଶ୍ୱର: ଆସନ୍ତା କାଲିଠୁ ଡିସେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ଶିଳ୍ପ ମହାକୁମ୍ଭ ‘ମେକ୍‍ ଇନ ଓଡ଼ିଶା କନ୍‍କ୍ଲେଭ’ (ଏମ୍‍ଆଇଓ) ୨୦୨୨। ଏହି କନ୍‌କ୍ଲେଭ୍‌ ରାଜ୍ୟରେ ଷ୍ଟାର୍ଟଅପ୍‍ଗୁଡିକରେ ଯଥାସମ୍ଭବ ଅଧିକ ପୁଞ୍ଜିନିବେଶ ଓ ସେଗୁଡିକ ପାଇଁ ଅଧିକ ସୁଯୋଗ ସୃଷ୍ଟି କରାଇବ। ରାଜ୍ୟର ସମୁଦାୟ ଷ୍ଟାର୍ଟଅପ୍‍ ପରିବ୍ୟବସ୍ଥାରେ ନବସୃଜନ ଏବଂ ସମ୍ପ୍ରସାରଣକୁ ଏହି କାର୍ଯ୍ୟକ୍ରମ ପ୍ରୋତ୍ସାହିତ କରିବା ଆଶା କରାଯାଉଛି। ଏହି ପାଞ୍ଚଦିନିଆ କାର୍ଯ୍ୟକ୍ରମ ବିବିଧ କ୍ଷେତ୍ରରେ ଷ୍ଟାର୍ଟଅପ୍‍ଗୁଡିକର ଅଭିବୃଦ୍ଧିକୁ ସୁଗମ କରିବା, ସେଥିପାଇଁ ନେଟୱର୍କ ପ୍ରସ୍ତୁତି, ତତ୍‍ସମ୍ପର୍କି ଜ୍ଞାନର ପ୍ରସାର ଏବଂ ସହଭାଗିତା କରିବା ସକାଶେ ଏକ ପ୍ଲାଟଫର୍ମ। ଏମ୍‍ଆଇଓରେ ଷ୍ଟାର୍ଟଅପ୍‍ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଏହାକୁ ସମୁଦାୟ ଷ୍ଟାର୍ଟଅପ୍‍ ପରିବ୍ୟବସ୍ଥା ତଥା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଭାବରେ ବିବେଚନା କରାଯିବ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଏଥିସହିତ ରାଜ୍ୟରେ ଅନୁକୂଳ ବ୍ୟବସାୟିକ ପରିବେଶ ସହିତ ସରକାରଙ୍କ ପକ୍ଷରୁ ସମର୍ଥନ ବଳରେ ଓଡ଼ିଶା ବାହାର ଷ୍ଟାର୍ଟଅପ୍‍ଗୁଡିକ ମଧ୍ୟ ଓଡ଼ିଶାରେ ସେମାନଙ୍କର ବ୍ୟବସାୟ ସ୍ଥାପନ ସମ୍ଭାବନାକୁ ଆକଳନ କରିପାରିବେ। ଓଡ଼ିଶାରେ ଷ୍ଟାର୍ଟଅପ୍‍ଗୁଡିକର ସାମର୍ଥ୍ୟ ପ୍ରଦର୍ଶନ କରୁଥିବା ସମ୍ପୂର୍ଣ୍ଣ ନୂତନ ଧରଣର କାର୍ଯ୍ୟକ୍ରମଗୁଡିକ ଜରିଆରେ ରାଜ୍ୟରେ ପୁଞ୍ଜିନିବେଶ ସର୍ବାଧିକ ପରିମାଣରେ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ୍‌ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଓ ମାର୍ଗଦର୍ଶନ ଅଧୀନରେ ଷ୍ଟାର୍ଟଅପ୍‍ ଓଡ଼ିଶା ଦେଶରେ ଓଡ଼ିଶାକୁ ଏକ ପସନ୍ଦଯୋଗ୍ୟ ଷ୍ଟାର୍ଟଅପ୍‍ ସ୍ଥଳରେ ପରିଣତ କରିବା ନିମନ୍ତେ ନିରନ୍ତର କାର୍ଯ୍ୟ କରିଚାଲିବ। ମେକ୍‍ ଇନ ଓଡ଼ିଶାର ବିଷୟବସ୍ତୁ ଆଧାରିତ ଅଧିବେଶନ ପ୍ଲେନାରୀ ହଲ୍‍ ରେ ଆୟୋଜିତ ହେବ ଏବଂ ଏହାକୁ ‘ଷ୍ଟାର୍ଟଅପ୍‍ସ୍‍’ ପାରାଡାଇମ୍‍ ସିଫ୍ଟ ଆଣ୍ଡ ଦି ରୋଡ ଆହେଡ’ ଶୀର୍ଷକ ବିଷୟ ଆଧାରରେ ଷ୍ଟାର୍ଟଅପ୍‍ ଓଡ଼ିଶା ଆୟୋଜନ କରିବ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ଯୋଗଦେବା ଆଶା କରାଯାଉଛି। ଏଥିରେ ଏମଏସ୍‍ଏମ୍‍ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଷ୍ଟାର୍ଟଅପ୍‍ ଓଡ଼ିଶାର ଏକ୍‍ଜିକ୍ୟୁଟିଭ ଚେୟାରମ୍ୟାନ ଡଃ.ଓମ୍‍କାର ରାୟ ଏବଂ ଏସଏମ୍‍ଏମଇର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ପ୍ରମୁଖ ଉପସ୍ଥିତ ରହିବେ। ପ୍ରତିଷ୍ଠିତ ଉଦ୍ୟୋଗୀ ପଦ୍ମଭୂଷଣ ତଥା ଏଚ୍‍ସିଏଲ ଟେକ୍ନୋଲୋଜିସ୍‍ର ସହ-ପ୍ରତିଷ୍ଠାତା ଅଜୟ ଚୌଧରୀ ଉଦ୍‍ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ତାଙ୍କ ସହ ଶିଳ୍ପଜଗତର ନେତୃବୃନ୍ଦ, ୟୁନିକର୍ନ ନେତୃବୃନ୍ଦ ଓ ଅନ୍ୟମାନେ ଏଥିରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ସେମାନଙ୍କ ମଧ୍ୟରେ ଆଇଏଏନ୍‍ର ପ୍ରତିଷ୍ଠାତା ଅଂଶୀଦାର ପଦ୍ମଜା ରୂପାରେଲ୍‍, ଆଇଡିଆ କ୍ୟାପିଟାଲର ପ୍ରତିଷ୍ଠାତା ରାଜ ମିଶ୍ର, ଲେଟ୍‍ସ୍‍ଭେଞ୍ଚରର ସହ-ପ୍ରତିଷ୍ଠାତା ଏବଂ ସିଇଓ-ଶାନ୍ତି ମୋହନ, ପ୍ରେମ ପାର୍ଥସାରଥୀ, ମ୍ୟାନେଜିଂ ପାର୍ଟନର-ପୋନ୍‍ଟାକ୍‍, ମନୋଜ କୁମାର ଅଗ୍ରୱାଲ, ମ୍ୟାନେଜିଂ ପାର୍ଟନର- ସିଫଣ୍ଡ୍‍, ୟୁନିକର୍ନ ଇଣ୍ଡିଆର ପ୍ରତିଷ୍ଠାତା ଓ ମ୍ୟାନେଜିଂ ପାର୍ଟନର ଅନିଲ ଯୋଶୀ ଏବଂ ପର୍ପଲର ସହ-ପ୍ରତିଷ୍ଠାତା ରାହୁଲ ଦାଶ ଏବଂ ପାର୍ଥ ଦାଶ ପ୍ରମୁଖ ଏଥିରେ ଯୋଗଦେବେ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଏହି କନ୍‍କ୍ଲେଭ ଏଭଳି ଏକ ପ୍ଲାଟଫର୍ମ ଯୋଗାଇଦେବ, ଯାହା କେବଳ ଷ୍ଟାର୍ଟଅପ୍‍ ପରିବ୍ୟବସ୍ଥାକୁ ଉତପ୍ରେରିତ କରିବ ନାହିଁ, ଏହା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ଏଗ୍ରିଟେକ୍‍, ଫୁଡ୍‍ ଓ ବେଭରେଜ, ହେଲ୍‍ଥକେୟାର, ମାନୁଫାକ୍‍ଚରିଂ ଏବଂ ନନ୍‍-ଆଇଟି ଷ୍ଟାର୍ଟଅପ୍‍ ଆଦି ବିବିଧ କ୍ଷେତ୍ରର ଯୋଗଦାନରେ ବୃଦ୍ଧି ଘଟାଇବ। ଅନ୍ତର୍ଜାତିକ ସମୁଦାୟଙ୍କ ନିକଟରେ ପହଞ୍ଚିବା ପ୍ରୟାସର ଅଂଶସ୍ୱରୂପ ସରକାର ଜର୍ମାନୀ, ନରୱେ ଏବଂ ଜାପାନ ସହିତ ମେକ୍‍ ଇନ ଓଡ଼ିଶା ୨୦୨୨ କନକ୍ଳେଭର ଅଂଶ ହେବାକୁ ସହଭାଗିତା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ୫୦ଟି ସ୍ୱତନ୍ତ୍ର ଷ୍ଟାର୍ଟଅପ୍‍କୁ ନେଇ ଏକ ଅନନ୍ୟ କଫିଟେବୁଲ ପୁସ୍ତକ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି।

29 Nov 2022 By The Sakala

https://www.thesakala.in/latest-odisha-news/make-in-odisha-conclave-from-tomorrow-startup-odisha-to-accelerate-start-up-growth/article-16950
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର