ବଲିଉଡରେ ଚମକୁଛନ୍ତି ଓଡିଆ ଯୁବ କୋରିଓଗ୍ରାଫର ସୁନିତ୍, ମୁମ୍ବାଇରେ କରୁଛନ୍ତି ଧମାଲ୍

The Sakala Picture
Published On

ବ୍ରହ୍ମପୁର: ବ୍ରହ୍ମପୁରର ଯୁବ କୋରିଓଗ୍ରାଫ୍ ସୁନିତ୍ ଏବେ ମୁମ୍ବାଇରେ ଧମାଲ୍ କରୁଛନ୍ତି। ବ୍ରହ୍ମପୁରରୁ ବଲିଉଡ଼୍ ଯାତ୍ରା କରି ସ୍ୱତନ୍ତ୍ର ପରିଚୟ ପାଇଛନ୍ତି। ଦୃଢ ଇଚ୍ଛାଶକ୍ତି ଓ ନିଜର ଉଦ୍ୟମ, ଚେଷ୍ଟା ବଳରେ ସବୁ କିଛି ହାସଲ କରି ହୁଏ ତାହାକୁ ପ୍ରମାଣିତ କରିଛନ୍ତି। ପିଲାଟି ଦିନରୁ ହିଁ ଡ୍ୟାନ୍ସ ପ୍ରତି ଅନେକ ଆଗ୍ରହ ରଖିଥିବା ସୁନିତ୍ ଏବେ ବଲିଉଡରେ ଚମକୁଛନ୍ତି। ନିକଟରେ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର “ଉଞ୍ଚାଇ’ରେ ଆସିଷ୍ଟାଣ୍ଡ କୋରିଓଗ୍ରାଫର ଭାବେ କାର୍ଯ୍ୟ କରିବା ସହ […]

ବ୍ରହ୍ମପୁର: ବ୍ରହ୍ମପୁରର ଯୁବ କୋରିଓଗ୍ରାଫ୍ ସୁନିତ୍ ଏବେ ମୁମ୍ବାଇରେ ଧମାଲ୍ କରୁଛନ୍ତି। ବ୍ରହ୍ମପୁରରୁ ବଲିଉଡ଼୍ ଯାତ୍ରା କରି ସ୍ୱତନ୍ତ୍ର ପରିଚୟ ପାଇଛନ୍ତି। ଦୃଢ ଇଚ୍ଛାଶକ୍ତି ଓ ନିଜର ଉଦ୍ୟମ, ଚେଷ୍ଟା ବଳରେ ସବୁ କିଛି ହାସଲ କରି ହୁଏ ତାହାକୁ ପ୍ରମାଣିତ କରିଛନ୍ତି। ପିଲାଟି ଦିନରୁ ହିଁ ଡ୍ୟାନ୍ସ ପ୍ରତି ଅନେକ ଆଗ୍ରହ ରଖିଥିବା ସୁନିତ୍ ଏବେ ବଲିଉଡରେ ଚମକୁଛନ୍ତି। ନିକଟରେ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର “ଉଞ୍ଚାଇ’ରେ ଆସିଷ୍ଟାଣ୍ଡ କୋରିଓଗ୍ରାଫର ଭାବେ କାର୍ଯ୍ୟ କରିବା ସହ କେଟି୍ କା ଗୀତରେ ବିଗ୍ ବି ଅମିତାବଙ୍କ ସହ ନଜର ଆସିଛନ୍ତି ସୁନିତ୍।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

ଏପରିକି ସାଉଥ୍ ହିରୋ ଧନୁଷ, ସଲମନ୍ ଖାନ୍, ଟାଇଗର ଶର୍ଫ ଭଳି ବହୁ ସୁନାମଧନ୍ୟ କଳାକାରଙ୍କ ସହ ମଧ୍ୟ ସେ କାମ କରିଥିବା ଜଣାପଡ଼ିଛି। ମୁମ୍ବାଇରେ ରହୁଥିବା ସୁନିତ ଏବେ ହିନ୍ଦୀ ତେଲୁଗୁ ଚଳଚ୍ଚିତ୍ରରେ ଜଣେ ଆସିଷ୍ଟାଣ୍ଡ କୋରିଓଗ୍ରାଫର ଭାବରେ ଚର୍ଚ୍ଚାରେ ରହିଛନ୍ତି। ବଲିଉଡ୍ କୋରିଓଗ୍ରାଫର୍ ଇମ୍ରାନ୍ ସୟଦଙ୍କ ଆସିଷ୍ଟାଣ୍ଟ କୋରିଓଗ୍ରାଫର୍ ଭାବେ ନାଗିନ୍, ୟେ ହେ ଚାହାତେ ହେଁ, ପରିଣୀତି ଓ କୁମ୍ କୁମ୍ ଭାଗ୍ୟ ଭଳି ବହୁ ସିରିଅଲରେ କାର୍ଯ୍ୟ କରିଛନ୍ତି। ବଲିଉଡ୍ର ଲୋକପ୍ରିୟ କୋରିଓଗ୍ରାଫ୍ର ରେମୋ ଡିସୁକା, ଅହମ୍ମଦ ଖାନ୍, ଫାରାହା ଖାନ୍, ଫିରୋଜ ଖାନ୍‌ଙ୍କ ଭଳି କୋରିଓଗ୍ରାର୍ଫରଙ୍କ ସହିତ କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ପାଇଛନ୍ତି ସୁନିତ୍।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

ପିଲାଟି ଦିନରୁ ଟିଭି ଦେଖି ଡ୍ୟାନ୍ସ ପ୍ରତି ତାଙ୍କର ଆଗ୍ରହ ବଢିଥିବା ବେଳେ ନବମ ଶ୍ରେଣୀରେ ପଢୁଥିବା ସମୟରେ ୟୁଟ୍ୟୁବ୍ ଦେଖି ଡ୍ୟାନ୍ସ ଶିଖିବା ଆରମ୍ଭ କରିଥିଲେ। ପରେ ମ୍ୟାଟ୍ରିକ୍ ପଢିବା ସମୟରେ ସହରର ରିଦମ୍ ଡ୍ୟାନ୍ସ ଏକାଡେମୀରେ ନୃତ୍ୟଗୁରୁ ଆପନା ମହାରଣାଙ୍କ ଠାରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ ସେ। ପ୍ରିନ୍ସ ଡ୍ୟାନ୍ସ ଗ୍ରୁଫରେ ଯୋଗଦେଇ ବିଭିନ୍ନ ଷ୍ଟେଜ ସୋ ରେ ଅଂଶଗ୍ରହଣ କରୁଥିଲେ। ପାଠପଢା ଶେଷ ପରେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଶେଷ କରି ୨୦୧୩ ରେ ସୁନିତ୍ ଚାଲିଯାଇଥିଲେ ମୁମ୍ବାଇ। ସେଠାରେ ଏକ ଇଭେଣ୍ଟରେ କୋରିଓଗ୍ରାଫର ଭାବେ ସୁଯୋଗ ମିଳିବାରୁ ଦିଲ୍ଲୀ ଯାଇଥିଲେ। ହେଲେ ପୁଣି ୨୦୧୬ରେ ବସ୍କୋ ସିଜର୍ ଡ୍ୟାନ୍ସ କମ୍ପାନୀରେ ଯୋଗ ଦେବା ପାଇଁ ମୁମ୍ବାଇ ଫେରିଥିଲେ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

ସେହିଠାରୁ ଆରମ୍ଭ ହୋଇଥିଲା ସୁନିତଙ୍କ ବଲିଉଡର ଯାତ୍ରା। ବ୍ରହ୍ମପୁର ସହରର ଶକ୍ତିନଗର ତୃତୀୟ ଲାଇନରେ ରହୁଥିବା ସୁନିତଙ୍କ ପରିବାର ନିଜ ପୁଅର ସଫଳତାକୁ ନେଇ ବେଶ ଖୁସି ଅଛନ୍ତି। ବ୍ରହ୍ମପୁର ସହରର ମେଡିକାଲ କ୍ୟାମ୍ପାସ୍ ହାଇସ୍କୁଲରୁ ମ୍ୟାଟ୍ରିକ ପାସ୍ କରିବା ପରେ ସୁନିତ୍ ଟେକ୍ନୋ ଆଇଟିଆଇରେ ଟେକ୍ନିକାଲ କୋର୍ସ ଏବଂ ଜାଭିୟର୍ କଲେଜ ଅଫ୍ ହୋଟେଲ ମ୍ୟାନେଜମେଣ୍ଟରେ ହସପିଟାଲିଟି ଓ ମ୍ୟାନେଜମେଣ୍ଟରେ ଡିପ୍ଲୋମା କରିବା ସହ କୋରିଓଗ୍ରାଫି ସହ ବଳକା ସମୟରେ ସେ ଫିଟନେସ୍ କୋଚ୍ ଭାବେ ତାଲିମ୍ ଦିଅନ୍ତି। ବଲିଉଡରେ କାମ କରିଲେ ମଧ୍ୟ ଓଡିଆ ପୁଅ ହୋଇଥିବା ଯୋଗୁଁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାର ଇଚ୍ଛା ରଖିଥିବା ବେଳେ ସୁଯୋଗ ମିଳିଲେ ନିଶ୍ଚିତ କାମ କରିବେ ବୋଲି କହନ୍ତି ଏହି ଯୁବ କୋରିଓଗ୍ରାଫର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର