ଜମୁଛି ପଦ୍ମପୁର ପ୍ରଚାର : ଧାନ କ୍ଷେତ ଛାଡି ବର୍ଷାଙ୍କୁ ଦେଖିବାକୁ ରୁଣ୍ଡ ହେଉଛନ୍ତି ଲୋକ, ମିଳୁଛି ପ୍ରବଳ ଜନସମର୍ଥନ

The Sakala Picture
Published On

ପାଇକମାଲ : ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନିର୍ବାଚନୀ ତାତି ସେତିକି ବଢି ବଢି ଚାଲିଛି। ବିଧାୟକ ପ୍ରାର୍ଥୀଙ୍କ ପ୍ରଚାର ପ୍ରସାର ସେତିକି ବଢି ଚାଲିଛି।ତିନି ପ୍ରମୁଖ ଦଳ ଜୋରଦାର ପ୍ରଚାର ଚଳାଇଥିବା ବେଳେ ଲୋକଙ୍କ ପାଖରେ ପହଞ୍ଚି ଭୋଟ ନିବେଦନ କରୁଛନ୍ତି ପ୍ରାର୍ଥୀ। ସମସ୍ତ ପ୍ରାର୍ଥୀ ଯେଝା ବାଟରେ ଲୋକଙ୍କ ପାଖକୁ ଯିବାକୁ ଅହରହ ଚେଷ୍ଟା ଚଳାଇଛନ୍ତି। ଏହିକ୍ରମରେ ବିଜେଡିର ପ୍ରାର୍ଥୀ ବର୍ଷା ସିଂ ବରିହା ସମସ୍ତଙ୍କଠାରୁ ଆଗରେ […]

ପାଇକମାଲ : ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନିର୍ବାଚନୀ ତାତି ସେତିକି ବଢି ବଢି ଚାଲିଛି। ବିଧାୟକ ପ୍ରାର୍ଥୀଙ୍କ ପ୍ରଚାର ପ୍ରସାର ସେତିକି ବଢି ଚାଲିଛି।ତିନି ପ୍ରମୁଖ ଦଳ ଜୋରଦାର ପ୍ରଚାର ଚଳାଇଥିବା ବେଳେ ଲୋକଙ୍କ ପାଖରେ ପହଞ୍ଚି ଭୋଟ ନିବେଦନ କରୁଛନ୍ତି ପ୍ରାର୍ଥୀ।

ଆହୁରି ପଢ଼ନ୍ତୁ: କାଠଯୋଡି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ସମସ୍ତ ପ୍ରାର୍ଥୀ ଯେଝା ବାଟରେ ଲୋକଙ୍କ ପାଖକୁ ଯିବାକୁ ଅହରହ ଚେଷ୍ଟା ଚଳାଇଛନ୍ତି। ଏହିକ୍ରମରେ ବିଜେଡିର ପ୍ରାର୍ଥୀ ବର୍ଷା ସିଂ ବରିହା ସମସ୍ତଙ୍କଠାରୁ ଆଗରେ ରହିଥିବା ଦେଖାଯାଉଛି। ବର୍ଷା ସୋମବାର ଦିନ ଗୋଟିଏ ଦିନରେ ୨୮ଗୋଟି କାର୍ଯ୍ୟକ୍ରମରେ ଯୋଗ ଦେଇ ଧୂଆଁଧାର ପ୍ରଚାର କରିଛନ୍ତି। ବରଗଡ ନୂଆପଡା ଜିଲ୍ଲା ସୀମାନ୍ତ ବର୍ତ୍ତୀ ଅଞ୍ଚଳ ଅର୍ଥାତ ଜାମସେଠ ବିଜେଡି କାର୍ଯ୍ୟାଳୟରୁ ପ୍ରଥମେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମେ ଏହି ପଞ୍ଚାୟତର ଚେରେଙ୍ଗାଝେଙ୍ଗ, ପରେ ଖରାମାଲ, ଭେରୁଆମୁଣ୍ଡା, ଡୁଡୁକିଝରିଆ ବୁଲିଥିବାବେଳେ ଝାରବନ୍ଧ ପଞ୍ଚାୟତର ପାତ୍ରଗୁଡା,ଟେମରିମାଲ, ଜଳଗଡ, ଝାରବନ୍ଧ,ଲୁହୁରେନବାହାଲ ଗଞାଡାବର ବୁଲିଥିଲେ। ଏହିଭଳି ଛିନ୍ଦେକେଲା, ମାଣ୍ଡୋସିଲ,କାଁସଡା, ଝିଟକି ଆଦି ୫ଟି ପଞ୍ଚାୟତର ୨୮ଗୋଟି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

କାର୍ଯ୍ୟକ୍ରମରେ ସବୁ ଗାଁରେ ପିଲାଠୁ ବୁଢା ସ୍ୱାଗତ କରୁଥିବା ଦେଖାଯାଇଥିଲା। ବର୍ତମାନ ଧାନ ଚାଷ ଅମଳ ସମୟ ହେତୁ ଗାଁ ଗଣ୍ଡା ଏକ ପ୍ରକାର ଖାଲି ହୋଇପଡିଛି। ତଥାପି ଲୋକେ ଧାନ କ୍ଷେତ ଛାଡି ବର୍ଷାଙ୍କୁ ଦେଖିବାକୁ ଦୌଡୁଛନ୍ତି। ପ୍ରତି ଗାଁରେ ପ୍ରବେଶ କରିବା କ୍ଷଣି ମା’ମାନେ ଫୁଲ ଚନ୍ଦନ ଧରି ବର୍ଷାଙ୍କୁ ପାଛୋଟି ନେଉଥିବାବେଳେ ଏପରିକି ବୁଢାବୁଢିମାନେ ନାଚଗୀତ କରି ସ୍ୱାଗତ କରିଥିଲେ। ଭେରୁଆମୁଣ୍ଡା, ଡୁଡୁକିଝରିଆ ଆଦି ଗାଁରେ ବର୍ଷା ବାପାଙ୍କ କଥା କହିଲାବେଳେ ଭୋ ଭୋ କରି କାନ୍ଦି ପକାଇଥିଲେ। ପରେ ସେହି ସଭାରେ ଯୋଗଦେଇଥିବା ଶତାଧିକ ବୃଦ୍ଧା ମହିଳାମାନେ ମଧ୍ୟ ବର୍ଷାଙ୍କ କାନ୍ଦ ଦେଖି କାନ୍ଦି ପକାଇଥିଲେ। ସେମାନେ ପାଲଟା ବର୍ଷାଙ୍କ ଆଖିରୁ ଲୁହ ପୋଛି ଦେଇଥିଲେ। ବର୍ଷାଙ୍କ ସହ ପରିବହନ ଓ ଜଳସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ, ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବରଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷା ମାନିନି ଭୋଇ, ତାଲଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପ୍ରମୁଖ ସାମିଲଥିବାବେଳେ ପ୍ରତି ସଭାରେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ସ୍ୱାଗତ ଭାଷଣ ଦେଇ ଝିଅବୋଲି ସମ୍ବୋଧନ କରି ବର୍ଷାଙ୍କ ପରିଚୟ ଦେଉଥିଲେ।

ଆହୁରି ପଢ଼ନ୍ତୁ: ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି

21 Nov 2022 By The Sakala

ଜମୁଛି ପଦ୍ମପୁର ପ୍ରଚାର : ଧାନ କ୍ଷେତ ଛାଡି ବର୍ଷାଙ୍କୁ ଦେଖିବାକୁ ରୁଣ୍ଡ ହେଉଛନ୍ତି ଲୋକ, ମିଳୁଛି ପ୍ରବଳ ଜନସମର୍ଥନ

ପାଇକମାଲ : ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନିର୍ବାଚନୀ ତାତି ସେତିକି ବଢି ବଢି ଚାଲିଛି। ବିଧାୟକ ପ୍ରାର୍ଥୀଙ୍କ ପ୍ରଚାର ପ୍ରସାର ସେତିକି ବଢି ଚାଲିଛି।ତିନି ପ୍ରମୁଖ ଦଳ ଜୋରଦାର ପ୍ରଚାର ଚଳାଇଥିବା ବେଳେ ଲୋକଙ୍କ ପାଖରେ ପହଞ୍ଚି ଭୋଟ ନିବେଦନ କରୁଛନ୍ତି ପ୍ରାର୍ଥୀ।

ସମସ୍ତ ପ୍ରାର୍ଥୀ ଯେଝା ବାଟରେ ଲୋକଙ୍କ ପାଖକୁ ଯିବାକୁ ଅହରହ ଚେଷ୍ଟା ଚଳାଇଛନ୍ତି। ଏହିକ୍ରମରେ ବିଜେଡିର ପ୍ରାର୍ଥୀ ବର୍ଷା ସିଂ ବରିହା ସମସ୍ତଙ୍କଠାରୁ ଆଗରେ ରହିଥିବା ଦେଖାଯାଉଛି। ବର୍ଷା ସୋମବାର ଦିନ ଗୋଟିଏ ଦିନରେ ୨୮ଗୋଟି କାର୍ଯ୍ୟକ୍ରମରେ ଯୋଗ ଦେଇ ଧୂଆଁଧାର ପ୍ରଚାର କରିଛନ୍ତି। ବରଗଡ ନୂଆପଡା ଜିଲ୍ଲା ସୀମାନ୍ତ ବର୍ତ୍ତୀ ଅଞ୍ଚଳ ଅର୍ଥାତ ଜାମସେଠ ବିଜେଡି କାର୍ଯ୍ୟାଳୟରୁ ପ୍ରଥମେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମେ ଏହି ପଞ୍ଚାୟତର ଚେରେଙ୍ଗାଝେଙ୍ଗ, ପରେ ଖରାମାଲ, ଭେରୁଆମୁଣ୍ଡା, ଡୁଡୁକିଝରିଆ ବୁଲିଥିବାବେଳେ ଝାରବନ୍ଧ ପଞ୍ଚାୟତର ପାତ୍ରଗୁଡା,ଟେମରିମାଲ, ଜଳଗଡ, ଝାରବନ୍ଧ,ଲୁହୁରେନବାହାଲ ଗଞାଡାବର ବୁଲିଥିଲେ। ଏହିଭଳି ଛିନ୍ଦେକେଲା, ମାଣ୍ଡୋସିଲ,କାଁସଡା, ଝିଟକି ଆଦି ୫ଟି ପଞ୍ଚାୟତର ୨୮ଗୋଟି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ସବୁ ଗାଁରେ ପିଲାଠୁ ବୁଢା ସ୍ୱାଗତ କରୁଥିବା ଦେଖାଯାଇଥିଲା। ବର୍ତମାନ ଧାନ ଚାଷ ଅମଳ ସମୟ ହେତୁ ଗାଁ ଗଣ୍ଡା ଏକ ପ୍ରକାର ଖାଲି ହୋଇପଡିଛି। ତଥାପି ଲୋକେ ଧାନ କ୍ଷେତ ଛାଡି ବର୍ଷାଙ୍କୁ ଦେଖିବାକୁ ଦୌଡୁଛନ୍ତି। ପ୍ରତି ଗାଁରେ ପ୍ରବେଶ କରିବା କ୍ଷଣି ମା’ମାନେ ଫୁଲ ଚନ୍ଦନ ଧରି ବର୍ଷାଙ୍କୁ ପାଛୋଟି ନେଉଥିବାବେଳେ ଏପରିକି ବୁଢାବୁଢିମାନେ ନାଚଗୀତ କରି ସ୍ୱାଗତ କରିଥିଲେ। ଭେରୁଆମୁଣ୍ଡା, ଡୁଡୁକିଝରିଆ ଆଦି ଗାଁରେ ବର୍ଷା ବାପାଙ୍କ କଥା କହିଲାବେଳେ ଭୋ ଭୋ କରି କାନ୍ଦି ପକାଇଥିଲେ। ପରେ ସେହି ସଭାରେ ଯୋଗଦେଇଥିବା ଶତାଧିକ ବୃଦ୍ଧା ମହିଳାମାନେ ମଧ୍ୟ ବର୍ଷାଙ୍କ କାନ୍ଦ ଦେଖି କାନ୍ଦି ପକାଇଥିଲେ। ସେମାନେ ପାଲଟା ବର୍ଷାଙ୍କ ଆଖିରୁ ଲୁହ ପୋଛି ଦେଇଥିଲେ। ବର୍ଷାଙ୍କ ସହ ପରିବହନ ଓ ଜଳସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ, ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବରଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷା ମାନିନି ଭୋଇ, ତାଲଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପ୍ରମୁଖ ସାମିଲଥିବାବେଳେ ପ୍ରତି ସଭାରେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ସ୍ୱାଗତ ଭାଷଣ ଦେଇ ଝିଅବୋଲି ସମ୍ବୋଧନ କରି ବର୍ଷାଙ୍କ ପରିଚୟ ଦେଉଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର