କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ସସ୍ମିତ ପାତ୍ର: ‘ବରଗଡ-ନୂଆପଡା ରେଳ ପ୍ରକଳ୍ପ ପ୍ରତିଶ୍ରୁତିକୁ ବିତିଛି ୪ବର୍ଷ , ଆଜି ପର୍ଯ୍ଯନ୍ତ ସର୍ଭେ ମଧ୍ୟ ହୋଇପାରିନାହିଁ’

The Sakala Picture
Published On

ଭୁବନେଶ୍ୱର: ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପକୁ ନେଇ ସାଂସଦ ସସ୍ମିତ ପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ । କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ସସ୍ମିତ ପାତ୍ର । ରାଜ୍ୟ ସରକାର ଏହି ରେଳ ପ୍ରକଳ୍ପ ପାଇଁ ଆଗ୍ରହ ପ୍ରକାଶ କରିଥିବାବେଳେ କେନ୍ଦ୍ର ଏଥିପ୍ରତି ଆଗ୍ରହ ପ୍ରକାଶ କରିନାହିଁ । ଏମିତିକି ରାଜ୍ୟ ସରକାର ୩ ଶହ କୋଟି ଆର୍ଥିକ ଅନୁଦାନ ସହ ଜାଗା ଦେବା ପାଇଁ ରାଜି ଅଛନ୍ତି କିନ୍ତୁ କେନ୍ଦ୍ର ସରକାର ଏଥିପ୍ରତି ବୈମାତୃକ ମନୋଭାବ ପ୍ରକାଶ କରିଛନ୍ତି । […]

ଭୁବନେଶ୍ୱର: ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପକୁ ନେଇ ସାଂସଦ ସସ୍ମିତ ପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ । କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ସସ୍ମିତ ପାତ୍ର । ରାଜ୍ୟ ସରକାର ଏହି ରେଳ ପ୍ରକଳ୍ପ ପାଇଁ ଆଗ୍ରହ ପ୍ରକାଶ କରିଥିବାବେଳେ କେନ୍ଦ୍ର ଏଥିପ୍ରତି ଆଗ୍ରହ ପ୍ରକାଶ କରିନାହିଁ । ଏମିତିକି ରାଜ୍ୟ ସରକାର ୩ ଶହ କୋଟି ଆର୍ଥିକ ଅନୁଦାନ ସହ ଜାଗା ଦେବା ପାଇଁ ରାଜି ଅଛନ୍ତି କିନ୍ତୁ କେନ୍ଦ୍ର ସରକାର ଏଥିପ୍ରତି ବୈମାତୃକ ମନୋଭାବ ପ୍ରକାଶ କରିଛନ୍ତି । ଯାହା ଫଳରେ ୪ ବର୍ଷ ପରେ ମଧ୍ୟ ଆଜି ବି ଏହି ପ୍ରକଳ୍ପରେ ଇଟା ଖଣ୍ଡେ ପଡିନାହିଁ ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ପ୍ରତିଶ୍ରୁତିକୁ ୪ବର୍ଷ ବିତିଛି। କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏନେଇ ଘୋଷଣା କରିଥିଲେ । ପ୍ରକଳ୍ପ କଥା ତ ପଛକଥା, ଆଜି ପର୍ଯ୍ଯନ୍ତ ସର୍ଭେ ମଧ୍ୟ ହୋଇପାରିନାହିଁ । ବରଗଡରୁ ନୂଆପଡା ଯାଏଁ ଯଦି ରେଳ ଲାଇନ ହୁଏ, ତେବେ ପଦମପୁର ବାସୀ ଉପକୃତ ହେବେ । ପଦମପୁର ଦେଇ ଯିବ ଏହି ରେଳ ପ୍ରକଳ୍ପ । କିନ୍ତୁ ରାଜ୍ୟର ସତ ଆଗ୍ରହ ସ୍ୱତେ କେନ୍ଦ୍ର ଅବହେଳା ଜଳ ଜଳ ହୋଇ ଦୃଶ୍ୟମାନ ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

୨୦୧୮ରେ ରେଳ ପ୍ରକଳ୍ପ ନେଇ ଟୁଇଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାକୁ ୪ବର୍ଷ ବିତିଯାଇଥିଲେ ବି ପ୍ରତିଶ୍ରୁତି ପୂରଣ କରିନାହାନ୍ତି ଧର୍ମେନ୍ଦ୍ର । ୪ବର୍ଷ ମଧ୍ୟରେ ରେଳଲାଇନ ତ ଦୂରର କଥା ସର୍ଭେ ମଧ୍ୟ ହେଲାନି ବୋଲି କହିଛନନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ରେଳବାଇ କ୍ଷେତ୍ରରେ ଓଡିଶା ପଛରେ ରହିଛି । ୫ବର୍ଷ ହେଲା ଗୋଟିଏ ବି ନୂଆ ରେଳ ଲାଇନ ହୋଇ ନାହିଁ । ଯେଉଁଥିରେ କେନ୍ଦ୍ର ସମ୍ପୂର୍ଣ୍ଣ ଶତ ପ୍ରତିଶତ କରିଛି । ଏନେଇ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ । ରେଳଲାଇନକୁ ତୁରନ୍ତ ମଞ୍ଜୁରୀ ଦେବାକୁ ବିଜେଡି ଦାବି କରୁଛି । ଏହି ପ୍ରସଙ୍ଗ ରାଜ୍ୟସଭା ଏବଂ ଲୋକସଭାରେ ନିଶ୍ଚିତ ଉଠାଇବେ ବୋଲି କହିଛନ୍ତି ସାଂସଦ ସସ୍ମିତ ପାତ୍ର ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

20 Nov 2022 By The Sakala

କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ସସ୍ମିତ ପାତ୍ର: ‘ବରଗଡ-ନୂଆପଡା ରେଳ ପ୍ରକଳ୍ପ ପ୍ରତିଶ୍ରୁତିକୁ ବିତିଛି ୪ବର୍ଷ , ଆଜି ପର୍ଯ୍ଯନ୍ତ ସର୍ଭେ ମଧ୍ୟ ହୋଇପାରିନାହିଁ’

ଭୁବନେଶ୍ୱର: ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପକୁ ନେଇ ସାଂସଦ ସସ୍ମିତ ପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ । କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ସସ୍ମିତ ପାତ୍ର । ରାଜ୍ୟ ସରକାର ଏହି ରେଳ ପ୍ରକଳ୍ପ ପାଇଁ ଆଗ୍ରହ ପ୍ରକାଶ କରିଥିବାବେଳେ କେନ୍ଦ୍ର ଏଥିପ୍ରତି ଆଗ୍ରହ ପ୍ରକାଶ କରିନାହିଁ । ଏମିତିକି ରାଜ୍ୟ ସରକାର ୩ ଶହ କୋଟି ଆର୍ଥିକ ଅନୁଦାନ ସହ ଜାଗା ଦେବା ପାଇଁ ରାଜି ଅଛନ୍ତି କିନ୍ତୁ କେନ୍ଦ୍ର ସରକାର ଏଥିପ୍ରତି ବୈମାତୃକ ମନୋଭାବ ପ୍ରକାଶ କରିଛନ୍ତି । ଯାହା ଫଳରେ ୪ ବର୍ଷ ପରେ ମଧ୍ୟ ଆଜି ବି ଏହି ପ୍ରକଳ୍ପରେ ଇଟା ଖଣ୍ଡେ ପଡିନାହିଁ ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

ପ୍ରତିଶ୍ରୁତିକୁ ୪ବର୍ଷ ବିତିଛି। କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏନେଇ ଘୋଷଣା କରିଥିଲେ । ପ୍ରକଳ୍ପ କଥା ତ ପଛକଥା, ଆଜି ପର୍ଯ୍ଯନ୍ତ ସର୍ଭେ ମଧ୍ୟ ହୋଇପାରିନାହିଁ । ବରଗଡରୁ ନୂଆପଡା ଯାଏଁ ଯଦି ରେଳ ଲାଇନ ହୁଏ, ତେବେ ପଦମପୁର ବାସୀ ଉପକୃତ ହେବେ । ପଦମପୁର ଦେଇ ଯିବ ଏହି ରେଳ ପ୍ରକଳ୍ପ । କିନ୍ତୁ ରାଜ୍ୟର ସତ ଆଗ୍ରହ ସ୍ୱତେ କେନ୍ଦ୍ର ଅବହେଳା ଜଳ ଜଳ ହୋଇ ଦୃଶ୍ୟମାନ ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

୨୦୧୮ରେ ରେଳ ପ୍ରକଳ୍ପ ନେଇ ଟୁଇଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାକୁ ୪ବର୍ଷ ବିତିଯାଇଥିଲେ ବି ପ୍ରତିଶ୍ରୁତି ପୂରଣ କରିନାହାନ୍ତି ଧର୍ମେନ୍ଦ୍ର । ୪ବର୍ଷ ମଧ୍ୟରେ ରେଳଲାଇନ ତ ଦୂରର କଥା ସର୍ଭେ ମଧ୍ୟ ହେଲାନି ବୋଲି କହିଛନନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ରେଳବାଇ କ୍ଷେତ୍ରରେ ଓଡିଶା ପଛରେ ରହିଛି । ୫ବର୍ଷ ହେଲା ଗୋଟିଏ ବି ନୂଆ ରେଳ ଲାଇନ ହୋଇ ନାହିଁ । ଯେଉଁଥିରେ କେନ୍ଦ୍ର ସମ୍ପୂର୍ଣ୍ଣ ଶତ ପ୍ରତିଶତ କରିଛି । ଏନେଇ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ । ରେଳଲାଇନକୁ ତୁରନ୍ତ ମଞ୍ଜୁରୀ ଦେବାକୁ ବିଜେଡି ଦାବି କରୁଛି । ଏହି ପ୍ରସଙ୍ଗ ରାଜ୍ୟସଭା ଏବଂ ଲୋକସଭାରେ ନିଶ୍ଚିତ ଉଠାଇବେ ବୋଲି କହିଛନ୍ତି ସାଂସଦ ସସ୍ମିତ ପାତ୍ର ।

https://www.thesakala.in/latest-odisha-news/bjd-mp-dr-sasmit-patra-press-meet-by-bargarh-nuapada-rail-project/article-16710
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର