ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ସ୍ବାମୀ ଅଟକ

The Sakala Picture
Published On

ରାୟଗଡ଼ା: ପାରିବାରିକ କଳହର କରୁଣା ପରିଣତି । ସ୍ତ୍ରୀକୁ ଅତି ନୃଶଂସଭାବେ ଟାଙ୍ଗିଆରେ ହାଣିଲା ସ୍ବାମୀ । ସ୍ବାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଧମୁନିପଙ୍ଗା ପଞ୍ଚାୟତ କତାଗୁଡା ଗ୍ରାମରେ । ମୃତ ସ୍ତ୍ରୀଙ୍କ ନାମ ରାଧା କୌଶଲ୍ୟା ବୋଲି ଜଣାପଡିଛି । ଅଭିଯୁକ୍ତ ସ୍ବାମୀ ନିଳକଣ୍ଠ କୌଶଲ୍ୟାକୁ ଥାନାରେ ଅଟକ ରଖିଛି ପୁଲିସ। ସୂଚନା ଅନୁସାରେ, ପୂର୍ବରୁ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ […]

ରାୟଗଡ଼ା: ପାରିବାରିକ କଳହର କରୁଣା ପରିଣତି । ସ୍ତ୍ରୀକୁ ଅତି ନୃଶଂସଭାବେ ଟାଙ୍ଗିଆରେ ହାଣିଲା ସ୍ବାମୀ । ସ୍ବାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଧମୁନିପଙ୍ଗା ପଞ୍ଚାୟତ କତାଗୁଡା ଗ୍ରାମରେ । ମୃତ ସ୍ତ୍ରୀଙ୍କ ନାମ ରାଧା କୌଶଲ୍ୟା ବୋଲି ଜଣାପଡିଛି । ଅଭିଯୁକ୍ତ ସ୍ବାମୀ ନିଳକଣ୍ଠ କୌଶଲ୍ୟାକୁ ଥାନାରେ ଅଟକ ରଖିଛି ପୁଲିସ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ସୂଚନା ଅନୁସାରେ, ପୂର୍ବରୁ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର କଳହ ଲାଗିରହୁଥିବାରୁ ସ୍ବାମୀ ନୀଳକଣ୍ଠ କୌଶଲ୍ୟା (୪୨) ସ୍ତ୍ରୀ ରାଧା କୌଶଲ୍ୟା(୩୬)ଙ୍କୁ ବାପ ଘରେ ଛାଡ଼ିଆସିଥିଲା। କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗତକାଲି ସନ୍ଧ୍ୟାରେ ଶଶୁର ଘରକୁ ଯାଇ ନିଜ ଘରକୁ ସ୍ତ୍ରୀଙ୍କୁ ଆଣିଥିଲେ । ମାତ୍ର ଆଜି ସକାଳୁ କୋଣସି କାରଣରୁ ସ୍ବାମୀ ନୀଳକଣ୍ଠ ଏକ ଟାଙ୍ଗିଆରେ ସ୍ତ୍ରୀଙ୍କୁ ହାଣି ଦେଇଥିବା ଶଶୁର ଘର ପରିବାର ଲୋକ ଅଭିଯୋଗ କରିଛନ୍ତି। ଶଶୁର ଘର ପରିବାର ଲୋକ ଆସିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରେ କଲ୍ୟାଣସିଂହପୁର ପୁଲିସ ପହଞ୍ଚି ସ୍ବାମୀ ତଦନ୍ତ ଆରମ୍ଭ କରିବା ସହ ସ୍ୱାମୀ ନୀଳକଣ୍ଠକୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର