କୁବେର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ

The Sakala Picture
Published On

ଭୁବନେଶ୍ୱର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା କୁବେର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ । ରିମାଣ୍ଡ ଅନୁମତି ଦେଇଛନ୍ତି ଭିଜିଲାନ୍ସ କୋର୍ଟ । କ୍ରିପଟୋ କରେନ୍ସୀରେ ଲାଗିଥିବା କୋଟି କୋଟି ଟଙ୍କାର ଖୋଳତାଡ କରୁଛି ଭିଜିଲାନ୍ସ । ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ(ଆର୍‌ଡବ୍ଲୁଏସ୍‌ଏସ୍‌) ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ହେଉଛନ୍ତି ନିହାର ରଞ୍ଜନ ଦାସ । ଜାମିନ ଆବେଦନ ଖାରଜ ପରେ ଆସନ୍ତା ୧୦ […]

ଭୁବନେଶ୍ୱର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା କୁବେର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ । ରିମାଣ୍ଡ ଅନୁମତି ଦେଇଛନ୍ତି ଭିଜିଲାନ୍ସ କୋର୍ଟ । କ୍ରିପଟୋ କରେନ୍ସୀରେ ଲାଗିଥିବା କୋଟି କୋଟି ଟଙ୍କାର ଖୋଳତାଡ କରୁଛି ଭିଜିଲାନ୍ସ । ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ(ଆର୍‌ଡବ୍ଲୁଏସ୍‌ଏସ୍‌) ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ହେଉଛନ୍ତି ନିହାର ରଞ୍ଜନ ଦାସ । ଜାମିନ ଆବେଦନ ଖାରଜ ପରେ ଆସନ୍ତା ୧୦ ତାରିଖ ଯାଏ ତାଙ୍କୁ ଝାଡପଡା ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ନିହାର ରଞ୍ଜନ ଦାସ କ୍ରିପ୍‌ଟୋ କରେନ୍‌ସିରେ ନିବେଶ କରିଛନ୍ତି କୋଟିଏରୁ ଅଧିକ ଟଙ୍କା । ୩୮ଟି ଓ୍ଵାଲେଟରୁ ଏହି ଟଙ୍କା ମିଳିଛି ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ସୂଚନାଯୋଗ୍ୟ, ଗତ ମାସ ୨୮ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିହାର ଭିଜିଲାନ୍ସ ଦ୍ବାରା ଶନିବାର ଗିରଫ ହୋଇଥିଲେ। କ୍ରିପ୍‌ଟୋ କରେନ୍‌ସି ସହ ଭିଜିଲାନ୍ସ ତାଙ୍କର ୩ କୋଟି ୯୬ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସଂପତ୍ତି ଠାବ କରିଛି । ଯାହା ତାଙ୍କ ଆୟ ଠାରୁ ୨୭୫ ପ୍ରତିଶତ ଅଧିକ । କେବଳ ସମ୍ବଲପୁରରେ ରହିଛି ୮ଟି ପ୍ଲଟ । କେବଳ କ୍ରିପ୍‌ଟୋ ଇନଭେଷ୍ଟମେଣ୍ଟ ନୁହେଁ, ଅନ୍ୟ ଲିକ୍ୟୁଡିଟି ବିନିଯୋଗ ପ୍ଲାଟଫର୍ମରେ ମଧ୍ୟ ଟଙ୍କା ଲଗାଇଛନ୍ତି ନିହାର । ଅନ୍ୟପଟେ ନିହାରଙ୍କ ଲିଙ୍କ୍‌ ନେଇ ସମ୍ବଲପୁରର ଏକାଧିକ ସ୍ଥାନରେ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଥିଲା। ସମ୍ବଲପୁରର ଜଣେ ଠିକାଦାରଙ୍କର ସହ ତାଙ୍କର ଲିଙ୍କ୍‌ ମିଳିବା ପରେ ଭିଜିଲାନ୍ସ ଠିକାଦାରଙ୍କ ଘରେ ଓ କାର୍ଯ୍ୟାଳୟରେ ଚଢ଼ଉକରି ବିଭିନ୍ନ କାଗଜପତ୍ର ଜବତ କରିଛି। ତାଙ୍କୁ ରିମାଣ୍ଡରେ ଆଣି ଏସବୁ ଦିଗରେ ପଚରାଉଚରା କରୁଛି ଭିଜିଲାନ୍ସ ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର