ସମ୍ଭାବ୍ୟ ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ଅପରାହ୍ନ ୪ଟାରେ ୭ ଜିଲ୍ଲାପାଳଙ୍କ ସହ ଏସ୍‌ଆରସିଙ୍କ ଜରୁରୀ ବୈଠକ

The Sakala Picture
Published On

ଭୁବନେଶ୍ବର : ଆସୁଛି ବାତ୍ୟା। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଗତକାଲିର ଘୂର୍ଣ୍ଣିବଳୟ ଆଜି ସକାଳ ସାଢ଼େ ୮ଟାରେ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ୨୨ […]

ଭୁବନେଶ୍ବର : ଆସୁଛି ବାତ୍ୟା। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଗତକାଲିର ଘୂର୍ଣ୍ଣିବଳୟ ଆଜି ସକାଳ ସାଢ଼େ ୮ଟାରେ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତ ରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେବ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଏହି ବାତ୍ୟାର ନାମ ଶୀତରଙ୍ଗ (SI-TRANG) ରଖାଯାଇଛି। ଏହି ବାତ୍ୟାର ନାଁ ଦେଇଛି ଥାଇଲାଣ୍ଡ। ବାତ୍ୟା ନେଇ ଚିତ୍ର ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ, ଏହାପରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବ। ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବ। ୨୨ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗର ଅବପାତର ରୂପ ନେବ। ୨୩ କିମ୍ବା ୨୪ ତାରିଖ ବେଳକୁ ନେବ ବାତ୍ୟାର ରୂପ। ଏହାର ପ୍ରଭାବରେ ପ୍ରଭାବରେ ୨୨ ତାରିଖ ସକାଳୁ ଓଡିଶାରେ ବର୍ଷା ଆରମ୍ଭ ହେବ । ଏହି ସମୟରେ ଘଣ୍ଟା ପ୍ରତି ୪୫ ରୁ ୬୫ କିମି ବେଗରେ ରହିବ ପବନର ବେଗ ଏବଂ ସମୁଦ୍ରରେ ଆସିବ ଉଚ୍ଚ ଜୁଆର, ୨ ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ୨୩ ସକାଳୁ ବଢିବ ବର୍ଷାର ପରିମାଣ। ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ଅନ୍ୟପଟେ ବାତ୍ୟା ନେଇ ଚିତ୍ର ସ୍ପଷ୍ଟ ହେବା ପରେ ଓଡିଶାକୁ ବିପଦ ବଢିଯାଇଛି। କାରଣ ପୂର୍ବରୁ ବିଦେଶ ପାଣିପାଗ ମଡେଲ ଗୁଡିକ ବାତ୍ୟାଟି ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଳ କରିବାର ସମ୍ଭାବନା ଥିବା କହିଥିଲେ। ଯାହାକୁ ନେଇ ସରକାର ସଜାଗ ହୋଇଯାଇଛନ୍ତି।ସମ୍ଭାବ୍ୟ ବାତ୍ୟାକୁ ନେଇ ଅପରାହ୍ଣରେ ବୈଠକ ବସିବ । ଅପରାହ୍ଣ ୪ଟାରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦାୟିତ୍ୱରେ ଥିବା ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ପୂର୍ବ ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ।ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହେବ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସରକାରଙ୍କ ଏହି ଜରୁରୀ ବୈଠକରେ ବରିଷ୍ଠ ଅଧିକାରୀମାନଙ୍କ ସହ ୭ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଯୋଗ ଦେବେ। ବାତ୍ୟା ପାଇଁ ସରକାର ପ୍ରସ୍ତୁତ ଥିବା ରାଜସ୍ୱ ମନ୍ତ୍ରୀ କହିଛନ୍ତି । ପୂର୍ବ ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ବାତ୍ୟା ଆସିଲେ ଉଦ୍ଧାର କାର୍ଯ୍ୟକୁ କିପରି ତ୍ବରାନ୍ବିତ କରାଯିବ, ଗ୍ରାଉଣ୍ଡ ଜିରୋରେ କିଭଳି ଲୋକଙ୍କୁ ସତର୍କ କରାଯିବ, ସେନେଇ ଆଲୋଚନା ହେବ। ତେବେ ଉଦ୍ଧାର କର୍ଯ୍ୟ ପାଇଁ ଓଡ୍ରାଫ୍, ଏନ୍‌ଡିଆରଏଫ୍‌ ସହ ସ୍ଥାନୀୟ ପୋଲିସ ସଜାଗ ରହିବେ। ଜିରୋ କାଜୁଆଲିଟିକୁ ସବୁବେଳେ ଗୁରୁତ୍ବ ଦେଉଥିବା ରାଜ୍ୟ ସରକାର ଏବେଠୁ ସଜାଗ ହୋଇଛନ୍ତି।

ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ସରକାର ସଜାଗ ହୋଇଯିବା ସହ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି। ଉପକୂଳବର୍ତ୍ତୀ ଜିଲ୍ଲା ସହ ଗଜପତି ଜିଲ୍ଲାକୁ ସତର୍କ କରାଯାଇଛି।ଏହି ସବୁ ଜିଲ୍ଲାର ସରକାରୀ ଅଧିକାରୀମାନଙ୍କ ଛୁଟି ବାତିଲ ହୋଇଛି । ସଂପୃକ୍ତ କର୍ମଚାରୀଙ୍କ ଜିଲ୍ଲା ହେଡ୍‌ କ୍ୱାର୍ଟର୍ସ ନଛାଡିବା ନିର୍ଦ୍ଦେଶ । ଆସନ୍ତା ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀଙ୍କ ହେଡ୍‌ କ୍ୱାଟର୍ସରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ମୁକାବିଲା ପାଇଁ ସରକାର ସଜାଗ ଥିବା ରାଜସ୍ବ ସଚିବ କହିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ନେଇ ଆଜି ଅପରାହ୍ନ ୪ଟାରେ ବସୁଛି ଉଚ୍ଚସ୍ତରୀୟ ବୈଠକ । ଅପରାହ୍ନ ବୈଠକରେ ୭ ଜିଲ୍ଲାର ଜିଲ୍ଲାପାଳ ବୈଠକରେ ସାମିଲ ହେବେ ।

18 Oct 2022 By The Sakala

ସମ୍ଭାବ୍ୟ ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ଅପରାହ୍ନ ୪ଟାରେ ୭ ଜିଲ୍ଲାପାଳଙ୍କ ସହ ଏସ୍‌ଆରସିଙ୍କ ଜରୁରୀ ବୈଠକ

ଭୁବନେଶ୍ବର : ଆସୁଛି ବାତ୍ୟା। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଗତକାଲିର ଘୂର୍ଣ୍ଣିବଳୟ ଆଜି ସକାଳ ସାଢ଼େ ୮ଟାରେ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତ ରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେବ।

ଏହି ବାତ୍ୟାର ନାମ ଶୀତରଙ୍ଗ (SI-TRANG) ରଖାଯାଇଛି। ଏହି ବାତ୍ୟାର ନାଁ ଦେଇଛି ଥାଇଲାଣ୍ଡ। ବାତ୍ୟା ନେଇ ଚିତ୍ର ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ, ଏହାପରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବ। ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବ। ୨୨ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗର ଅବପାତର ରୂପ ନେବ। ୨୩ କିମ୍ବା ୨୪ ତାରିଖ ବେଳକୁ ନେବ ବାତ୍ୟାର ରୂପ। ଏହାର ପ୍ରଭାବରେ ପ୍ରଭାବରେ ୨୨ ତାରିଖ ସକାଳୁ ଓଡିଶାରେ ବର୍ଷା ଆରମ୍ଭ ହେବ । ଏହି ସମୟରେ ଘଣ୍ଟା ପ୍ରତି ୪୫ ରୁ ୬୫ କିମି ବେଗରେ ରହିବ ପବନର ବେଗ ଏବଂ ସମୁଦ୍ରରେ ଆସିବ ଉଚ୍ଚ ଜୁଆର, ୨ ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ୨୩ ସକାଳୁ ବଢିବ ବର୍ଷାର ପରିମାଣ। ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଅନ୍ୟପଟେ ବାତ୍ୟା ନେଇ ଚିତ୍ର ସ୍ପଷ୍ଟ ହେବା ପରେ ଓଡିଶାକୁ ବିପଦ ବଢିଯାଇଛି। କାରଣ ପୂର୍ବରୁ ବିଦେଶ ପାଣିପାଗ ମଡେଲ ଗୁଡିକ ବାତ୍ୟାଟି ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଳ କରିବାର ସମ୍ଭାବନା ଥିବା କହିଥିଲେ। ଯାହାକୁ ନେଇ ସରକାର ସଜାଗ ହୋଇଯାଇଛନ୍ତି।ସମ୍ଭାବ୍ୟ ବାତ୍ୟାକୁ ନେଇ ଅପରାହ୍ଣରେ ବୈଠକ ବସିବ । ଅପରାହ୍ଣ ୪ଟାରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦାୟିତ୍ୱରେ ଥିବା ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ପୂର୍ବ ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ।ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହେବ।

ସରକାରଙ୍କ ଏହି ଜରୁରୀ ବୈଠକରେ ବରିଷ୍ଠ ଅଧିକାରୀମାନଙ୍କ ସହ ୭ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଯୋଗ ଦେବେ। ବାତ୍ୟା ପାଇଁ ସରକାର ପ୍ରସ୍ତୁତ ଥିବା ରାଜସ୍ୱ ମନ୍ତ୍ରୀ କହିଛନ୍ତି । ପୂର୍ବ ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ବାତ୍ୟା ଆସିଲେ ଉଦ୍ଧାର କାର୍ଯ୍ୟକୁ କିପରି ତ୍ବରାନ୍ବିତ କରାଯିବ, ଗ୍ରାଉଣ୍ଡ ଜିରୋରେ କିଭଳି ଲୋକଙ୍କୁ ସତର୍କ କରାଯିବ, ସେନେଇ ଆଲୋଚନା ହେବ। ତେବେ ଉଦ୍ଧାର କର୍ଯ୍ୟ ପାଇଁ ଓଡ୍ରାଫ୍, ଏନ୍‌ଡିଆରଏଫ୍‌ ସହ ସ୍ଥାନୀୟ ପୋଲିସ ସଜାଗ ରହିବେ। ଜିରୋ କାଜୁଆଲିଟିକୁ ସବୁବେଳେ ଗୁରୁତ୍ବ ଦେଉଥିବା ରାଜ୍ୟ ସରକାର ଏବେଠୁ ସଜାଗ ହୋଇଛନ୍ତି।

ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ସରକାର ସଜାଗ ହୋଇଯିବା ସହ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି। ଉପକୂଳବର୍ତ୍ତୀ ଜିଲ୍ଲା ସହ ଗଜପତି ଜିଲ୍ଲାକୁ ସତର୍କ କରାଯାଇଛି।ଏହି ସବୁ ଜିଲ୍ଲାର ସରକାରୀ ଅଧିକାରୀମାନଙ୍କ ଛୁଟି ବାତିଲ ହୋଇଛି । ସଂପୃକ୍ତ କର୍ମଚାରୀଙ୍କ ଜିଲ୍ଲା ହେଡ୍‌ କ୍ୱାର୍ଟର୍ସ ନଛାଡିବା ନିର୍ଦ୍ଦେଶ । ଆସନ୍ତା ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀଙ୍କ ହେଡ୍‌ କ୍ୱାଟର୍ସରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ମୁକାବିଲା ପାଇଁ ସରକାର ସଜାଗ ଥିବା ରାଜସ୍ବ ସଚିବ କହିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ନେଇ ଆଜି ଅପରାହ୍ନ ୪ଟାରେ ବସୁଛି ଉଚ୍ଚସ୍ତରୀୟ ବୈଠକ । ଅପରାହ୍ନ ବୈଠକରେ ୭ ଜିଲ୍ଲାର ଜିଲ୍ଲାପାଳ ବୈଠକରେ ସାମିଲ ହେବେ ।

https://www.thesakala.in/latest-odisha-news/government-employee-leave-canceled-due-to-possible-cyclone/article-15836
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର