ବାତ୍ୟା ପାଇଁ ଅନୁକୂଳ ହେଉଛି ପାଗ, ଯଦି ବାତ୍ୟା ହୁଏ ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ- ପାଣିପାଗ ବିଶେଷଜ୍ଞ

The Sakala Picture
Published On

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଛାଡ଼ିପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଓଡ଼ିଶାର କିଛି ଜିଲ୍ଲାରୁ ମୌସୁମୀ ପ୍ରତ୍ୟାବର୍ତ୍ତମାନ ପାଇଁ ପାଗ ଅନୁକୂଳ ରହିଛି। ଓଡ଼ିଶାରେ ଗତ ୨୪ ଘଣ୍ଟାରେ ବିଶେଷ ବର୍ଷା ହୋଇ ନ ଥିବା ବେଳେ ଆଗାମୀ ୨ ଦିନରେ ମଧ୍ୟ ବିଶେଷ ବର୍ଷା ନ ଥିବା ଜଣାପଡ଼ିଛି। ତେଣୁ ପ୍ରାଥମିକ ପର୍ଯ୍ୟାୟରେ ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶାରୁ ଚଳିତ ବର୍ଷ ମୌସୁମୀ ବିଦାୟ ନେଇପାରେ ବୋଲି ଆକଳନ କରାଯାଇଛି। ସାଧାରଣତଃ ଅକ୍ଟୋବର […]

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଛାଡ଼ିପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଓଡ଼ିଶାର କିଛି ଜିଲ୍ଲାରୁ ମୌସୁମୀ ପ୍ରତ୍ୟାବର୍ତ୍ତମାନ ପାଇଁ ପାଗ ଅନୁକୂଳ ରହିଛି। ଓଡ଼ିଶାରେ ଗତ ୨୪ ଘଣ୍ଟାରେ ବିଶେଷ ବର୍ଷା ହୋଇ ନ ଥିବା ବେଳେ ଆଗାମୀ ୨ ଦିନରେ ମଧ୍ୟ ବିଶେଷ ବର୍ଷା ନ ଥିବା ଜଣାପଡ଼ିଛି। ତେଣୁ ପ୍ରାଥମିକ ପର୍ଯ୍ୟାୟରେ ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶାରୁ ଚଳିତ ବର୍ଷ ମୌସୁମୀ ବିଦାୟ ନେଇପାରେ ବୋଲି ଆକଳନ କରାଯାଇଛି। ସାଧାରଣତଃ ଅକ୍ଟୋବର ୧୦-୧୫ ତାରିଖ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛାଡ଼ିଥାଏ। ଚଳିତ ବର୍ଷ ସ୍ୱାଭାବିକ ତାରିଖ ଯାଇସାରିଥିଲେ ମଧ୍ୟ ଓଡ଼ିଶାରେ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇନାହିଁ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨ ଦିନ ମଧ୍ୟରେ ବିଦର୍ଭ, ଛତିଶଗଡ଼, ଆଭ୍ୟନ୍ତରୀଣ ମହାରାଷ୍ଟ୍ର, ଝାଡ଼ଖଣ୍ଡ ସମେତ ଆଭ୍ୟନ୍ତରୀଣ ଓଡ଼ିଶା ଓ ସମ୍ପୂର୍ଣ୍ଣ ପଶ୍ଚିମ ବଙ୍ଗରୁ ମୌସୁମୀ ବିଦାୟ ନେବାର ସମ୍ଭାବନା ରହିଛି। ଅନ୍ୟପଟେ ଆସନ୍ତା ୧୮ତାରିଖ ବେଳକୁ ଉତ୍ତର-ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିବ। ୨୦ତାରିଖ ବେଳକୁ ଏହା ପ୍ରଭାବରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ରରେ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ରବିବାର ସନ୍ଧ୍ୟା ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରାୟତଃ ପଶ୍ଚିମ ଦିଗରେ ଗତ କରି ୨୦ ବା ୨୧ରେ ଘନୀଭୂତ ହୋଇ ଲଘୁଚାପ ଏବଂ ୨୩ରେ ଅବପାତରେ ପରିଣତ ହେବ। ୨୪ରେ ଏହା ସମୁଦ୍ରରେ ଥିବା ବେଳେ ଏକ ଛୋଟ ଧରଣର ବାତ୍ୟା ହେବାର ସମ୍ଭାବନା ରହିଛି। ଯାହାର ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୬୮ କିମି ହୋଇପାରେ। ୨୫ରେ ଏହା ଆନ୍ଧ୍ର ଉପକୂଳ ବା ସଂଲଗ୍ନ ଓଡ଼ିଶା ଉପକୂଳରେ ପହଞ୍ଚିପାରେ। ଯେତେବେଳେ ଏହା ଦୁର୍ବଳ ହୋଇ ଗଭୀର ଅବପାତ ହୋଇଥିବ, କିନ୍ତୁ ପବନର ଝଟକା (ଗଷ୍ଟିଙ୍ଗ) ଅଧିକ ରହିବ। ରାଜ୍ୟରେ ୨୪ ଓ ୨୫ ଦୁଇ ଦିନ ବର୍ଷା ହୋଇପାରେ। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ୨୨ ତାରିଖରୁ ବାତ୍ୟା ହେବା ପାଇଁ ପାଗ ଅନୁକୂଳ ହେବାର ଆକଳନ କରାଯାଉଛି, ଯଦି ବାତ୍ୟା ହୁଏ ତେବେ ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର