ଘରୁ ବାଇକ୍‍ ଯୋଗେ ଅଳିଆ ନେବ ବିଏମ୍‍ସି; ସହରରେ ଡୋରଟୁ ଡୋର୍‍ ଅଳିଆ ସଂଗ୍ରହକୁ ଗୁରୁତ୍ୱ

The Sakala Picture
Published On

ଭୁବନେଶ୍ୱର: ଲୋକଙ୍କ ଘରୁ ବାଇକ୍‍ ଯୋଗେ ଅଳିଆ ନେବ ବିଏମ୍‍ସି। ବର୍ତ୍ତମାନ ସହରରେ ଡୋରଟୁ ଡୋର୍‍ ଅଳିଆ ସଂଗ୍ରହକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବର୍ତ୍ତମାନ ସହରରେ ଅନେକ ଗଳିକନ୍ଦିରେ ଅଳିଆ ଗାଡ଼ି ଯାଇପାରୁ ନାହିଁ। ତେଣୁ ଏହି ଅଭିଯାନରେ ବାଧା ସୃଷ୍ଟି ହେଉଛି। ଏହି ସବୁ ଅଣଓସାରିଆ ରାସ୍ତାରେ ବାଇକ୍‍ ଯିବାରେ ସଫଳ ହେଉଥିବା ବେଳେ ବିଏମସି ଏହି ଯୋଜନା ଆପଣାଇବା ପାଇଁ ନିଷ୍ପତ୍ତି ନେଇଛି। ଶୁକ୍ରବାର ବିଏମସି କମିସନରଙ୍କ ଅଧ୍ୟକ୍ଷତାରେ ପରିମଳ ବ୍ୟବସ୍ଥା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ […]

ଭୁବନେଶ୍ୱର: ଲୋକଙ୍କ ଘରୁ ବାଇକ୍‍ ଯୋଗେ ଅଳିଆ ନେବ ବିଏମ୍‍ସି। ବର୍ତ୍ତମାନ ସହରରେ ଡୋରଟୁ ଡୋର୍‍ ଅଳିଆ ସଂଗ୍ରହକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବର୍ତ୍ତମାନ ସହରରେ ଅନେକ ଗଳିକନ୍ଦିରେ ଅଳିଆ ଗାଡ଼ି ଯାଇପାରୁ ନାହିଁ। ତେଣୁ ଏହି ଅଭିଯାନରେ ବାଧା ସୃଷ୍ଟି ହେଉଛି। ଏହି ସବୁ ଅଣଓସାରିଆ ରାସ୍ତାରେ ବାଇକ୍‍ ଯିବାରେ ସଫଳ ହେଉଥିବା ବେଳେ ବିଏମସି ଏହି ଯୋଜନା ଆପଣାଇବା ପାଇଁ ନିଷ୍ପତ୍ତି ନେଇଛି। ଶୁକ୍ରବାର ବିଏମସି କମିସନରଙ୍କ ଅଧ୍ୟକ୍ଷତାରେ ପରିମଳ ବ୍ୟବସ୍ଥା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ଯୋଜନା ସହ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଏଥିରେ କୁହାଯାଇଛି ଯେ ଅଣଓସାରିଆ ଅଞ୍ଚଳକୁ ଯିବାକୁ ଥିବା ବାଇକ୍‍ ପଛରେ ଜମାଟୋ ଫୁଡ୍‍ ବକ୍ସ ଭଳି ବକ୍ସ ଲଗାଯିବ। ଏହି ବକ୍ସରେ ସଫେଇ କର୍ମଚାରୀମାନେ ଲୋକଙ୍କ ଘରୁ ଅଳିଆ ସଂଗ୍ରହ କରିବେ। ଏହି ଅଳିଆକୁ ଆଣି ମୁଖ୍ୟ ରାସ୍ତାରେ ଥିବା ସଫେଇ ଗାଡ଼ିରେ ଭର୍ତ୍ତି କରିବେ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ଭୁବନେଶ୍ୱର ପରିମଳ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ହେଉଛି। ନୂଆ ନୂଆ ନିୟମ ସହ ଲୋକଙ୍କୁ ଅନ୍ତର୍ଭୁକ୍ତ କରି ଭୁବନେଶ୍ୱରକୁ ସ୍ୱଚ୍ଛ ଭୁବନେଶ୍ୱର କରିବାକୁ ବିଏମସି ଅଣ୍ଟା ଭିଡ଼ିଛି। ଏଥିପାଇଁ ସ୍ୱତନ୍ତ୍ର ଅଭିଯାନ ଚଳାଯାଉଥିବା ବେଳେ ଏଥିରେ ଡିଜିଟାଲ୍‍ ମାଧ୍ୟମକୁ ସୁଦୃଢ଼ କରିଛି। ଏହାସହିତ ଏନଜିଓ ମାନଙ୍କୁ ସଚେତନତା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି। ଡୋରଟୁ ଡୋର୍‍ ଓ ଓଦା ଶୁଖିଲା ଅଲଗା ଅଲଗା ଅଳିଆ ଦେବା ପାଇଁ ସ୍ୱେଚ୍ଛାସେବୀମାନେ ସଚେତନ କରୁଛନ୍ତି। ପୂର୍ବରୁ ଏମାନେ କିଲୋ ମିଟର ହିସାବରେ ଟଙ୍କା ପାଉଥିବା ବେଳେ ଏବେ ଯେତେ ଘର ବୁଲି ସଚେତନ କରିବେ ସେହି ହିସାବରେ ଟଙ୍କା ଦିଆଯିବ ବୋଲି ବିଏମସି କହିଛି। ସେହିପରି ବିଏମସି ବର୍ତ୍ତମାନ ରାତ୍ରିକାଳୀନ ସଫେଇ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିଛି। ଧୀରେ ଧୀରେ ସହରର ବିଭିନ୍ନ ୱାର୍ଡରେ ଏହି ସେବା ଆରମ୍ଭ କରାଯାଉଥିବା ବେଳେ ସବୁ ମୁଖ୍ୟ ରାସ୍ତାରେ ରାତ୍ରିକାଳୀନ ସଫେଇ ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

ସେହିପରି ବିଏମସି ପକ୍ଷରୁ କରାଯାଇଥିବା ‘ସଫା’ ଆପ୍‍ ରେ ‘କ୍ଲିକ୍‍ ଫର କ୍ଲିନ୍‍’ ଥିମ୍‍ ରହିଛି। ଏହି ଆପ୍‍ ରେ ଲୋକମାନେ ସେସ୍‍ପୁଲ୍‍ ଗାଡ଼ି ବୁକ୍‍ କରିପାରିବାର ବ୍ୟବସ୍ଥା ରହିଛି। ଯେଉଁମାନେ ବିବାହ ବ୍ରତ ଉତ୍ସବ ଆଦି କରୁଛନ୍ତି, ସେମାନେ ଆପ୍‍ ଦ୍ୱାରା ବିଏମସିର ସଫେଇ ଗାଡ଼ି ବୁକ୍‍ କରିପାରିବେ। ଅନେକ ସ୍ଥାନରେ ଲୋକମାନେ ନିଜର ନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟ ବାହାରକୁ ନେବା ପାଇଁ ହଇରାଣ ହେଉଛନ୍ତି। ଏହି ଆପ୍‍ ସାହାଯ୍ୟରେ ସେମାନେ ଗାଡ଼ି ବୁକିଂ କରି ଅର୍ଥ ପୈଠ କରିପାରିବେ। ଏହି ବ୍ୟବସ୍ଥା ସହିତ ସଫେଇ ସମ୍ପର୍କିତ ସବୁ ପ୍ରକାର ସୁବିଧା ଏଥିରେ ଉପଲବ୍ଧ କରାଯିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର