୯ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପୁନର୍ଗଠିତ, ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦରେ ୧୦ ମହିଳାଙ୍କୁ ନିଯୁକ୍ତି

The Sakala Picture
Published On

ଭୁବନେଶ୍ୱର : ଆଦିବାସୀଙ୍କ ବିକାଶକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟର ଲୋକସଂଖ୍ୟାର ଏକ ବଡ଼ ଅଂଶ ଏହି ବର୍ଗ ପ୍ରତିନିଧିତ୍ୱ କରୁଥିବାରୁ ଆଦିବାସୀଙ୍କ ଆର୍ଥିକ ବିକାଶ ଓ ସାମାଜିକ ଅନ୍ତର୍ଭୁକ୍ତିକରଣକୁ ମୁଖ୍ୟମନ୍ତ୍ରୀ ପ୍ରାଥମିକତା ଦେଇ ଆସିଛନ୍ତି। ଏହି କ୍ରମରେ ମଙ୍ଗଳବାର ୯ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୁନର୍ଗଠନ କରିଛନ୍ତି ସରକାର। ୮ ଜିଲ୍ଲାରେ ନୂତନ ଅଧ୍ୟକ୍ଷ ଓ ସମସ୍ତ ୯ଟି ଜିଲ୍ଲାରେ ନୂତନ ଉପାଧ୍ୟକ୍ଷଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସୁନ୍ଦରଗଡ଼ ସ୍ୱତନ୍ତ୍ର ବିକାଶ […]

ଭୁବନେଶ୍ୱର : ଆଦିବାସୀଙ୍କ ବିକାଶକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟର ଲୋକସଂଖ୍ୟାର ଏକ ବଡ଼ ଅଂଶ ଏହି ବର୍ଗ ପ୍ରତିନିଧିତ୍ୱ କରୁଥିବାରୁ ଆଦିବାସୀଙ୍କ ଆର୍ଥିକ ବିକାଶ ଓ ସାମାଜିକ ଅନ୍ତର୍ଭୁକ୍ତିକରଣକୁ ମୁଖ୍ୟମନ୍ତ୍ରୀ ପ୍ରାଥମିକତା ଦେଇ ଆସିଛନ୍ତି। ଏହି କ୍ରମରେ ମଙ୍ଗଳବାର ୯ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୁନର୍ଗଠନ କରିଛନ୍ତି ସରକାର। ୮ ଜିଲ୍ଲାରେ ନୂତନ ଅଧ୍ୟକ୍ଷ ଓ ସମସ୍ତ ୯ଟି ଜିଲ୍ଲାରେ ନୂତନ ଉପାଧ୍ୟକ୍ଷଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସୁନ୍ଦରଗଡ଼ ସ୍ୱତନ୍ତ୍ର ବିକାଶ ପରିଷଦର ବର୍ତ୍ତମାନ ଅଧ୍ୟକ୍ଷଙ୍କୁ ପୁନଃନିଯୁକ୍ତି ମିଳିଛି। ଏନେଇ ଗତକାଲି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟର ଲିଷ୍ଟରୁ ୯.୮ ଲକ୍ଷ ଭୋଟର୍ ବାଦ୍ ପଡ଼ିବା ପ୍ରସଙ୍ଗ: ସିଇଓଙ୍କ ଅଫିସ ଆଗରେ ବିଜେଡିର ପ୍ରତିବାଦ

ମୟୂରଭଞ୍ଜ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ଡ଼ ଦେବାଶିଷ ମାର୍ଣ୍ଡିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। କମଳା ତିରିଆ ଉପାଧ୍ୟକ୍ଷ ଭାବରେ ଅବସ୍ଥାପିତ ହୋଇଛନ୍ତି। ସେହିପରି କେନ୍ଦୁଝର ଜିଲ୍ଲା ଏସ୍‍ଡିସି ଅଧ୍ୟକ୍ଷ ଭାବେ ଲକ୍ଷ୍ମୀ ନାୟକଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ ନାରାୟଣ ପୃଷ୍ଟିଙ୍କୁ ମିଳିଛି ଉପାଧ୍ୟକ୍ଷ ପଦ। ମାଲକାନଗିରି ଏସ୍‍ଡିସି ଅଧ୍ୟକ୍ଷ ରୂପେ ଅଦମା ରବା ଅବସ୍ଥାପିତ ହୋଇଛନ୍ତି ଓ ଉପାଧ୍ୟକ୍ଷ ପଦ ରାଇଲା ନାୟକଙ୍କୁ ପ୍ରଦାନ କରାଯାଇଛି।କୋରାପୁଟ ଏସ୍‍ଡିସିର ଅଧ୍ୟକ୍ଷ ଭାବେ ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ ନିଯୁକ୍ତି ପାଇଛନ୍ତି।

ଆହୁରି ପଢ଼ନ୍ତୁ: ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୪ଜଣ ଆହତ

ସେହିପରି ଲକ୍ଷ୍ମୀ ହନ୍ତାଳଙ୍କୁ ଉପାଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଛି। ନବରଙ୍ଗପୁରରେ ଉପେନ୍ଦ୍ର ଗୋଣ୍ଡ ଅଧ୍ୟକ୍ଷ ଓ ଭାନୁମତୀ ପୂଜାରୀ ଉପାଧ୍ୟକ୍ଷ ରୂପେ ନିଯୁକ୍ତି ପାଇଛନ୍ତି। ରାୟଗଡ଼ାରେ ଅନସୂୟା ମାଝୀ ଅଧ୍ୟକ୍ଷ ଓ ବନମାଳି କାଦରକା ଉପାଧ୍ୟକ୍ଷ ନିଯୁକ୍ତି ପାଇଥିବାବେଳେ ଗଜପତି ଜିଲ୍ଲା ଏସ୍‍ଡ଼ିସି ଅଧ୍ୟକ୍ଷ ପଦରେ ମାରିଆମ ରାଇତୋ ଓ ଉପାଧ୍ୟକ୍ଷ ପଦରେ ଧନେଶ୍ୱର ଭୂୟାଁ ଅବସ୍ଥାପିତ ହୋଇଛନ୍ତି। କନ୍ଧମାଳରେ ରୋଦନ ମଲ୍ଲିକ୍‍ ଅଧ୍ୟକ୍ଷ ଓ ନଳିନୀ କହଁର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ସୁନ୍ଦରଗଡ଼ ଏସ୍‍ଡିସିରେ ପୂର୍ବତନ ଅଧ୍ୟକ୍ଷ ପୁନଃ ନିଯୁକ୍ତି ପାଇଥିବା ବେଳେ ସୁଶୀଳା ଟୋପ୍ନୋଙ୍କୁ ଉପାଧ୍ୟକ୍ଷା ରୂପେ ନିଯୁକ୍ତି ଦିଆଯାଇଛି।ରାଜ୍ୟର ୯ ଆଦିବାସୀବହୁଳ ଜିଲ୍ଲାର ୧୧୭ଟି ବ୍ଲକ ଅନ୍ତର୍ଗତ ୨୦୨୨ ପଂଚାୟତର ୧୮୬୮୭ଟି ଗାଁର ୧୪.୦୫ଲକ୍ଷ ଆଦିବାସୀ ପରିବାରର କଳା,ସଂସ୍କୃତି, ପରମ୍ପରା, କ୍ରୀଡ଼ା ଓ ଅନ୍ୟାନ୍ୟ ବିକାଶ ପାଇଁ ସରକାର ସ୍ୱତନ୍ତ୍ର ଭାବେ ଏସଡିସି ଗଠନ କରିଥିଲେ ।

ଆହୁରି ପଢ଼ନ୍ତୁ: ଭିସୁଟରେ ପୁଣି ରାଗିଂ ଅଭିଯୋଗ, ଅଭିଯୁକ୍ତ ୪ ସିନିଅର ଛାତ୍ରଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କଲା କର୍ତ୍ତୃପକ୍ଷ

28 Sep 2022 By The Sakala

୯ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପୁନର୍ଗଠିତ, ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦରେ ୧୦ ମହିଳାଙ୍କୁ ନିଯୁକ୍ତି

ଭୁବନେଶ୍ୱର : ଆଦିବାସୀଙ୍କ ବିକାଶକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟର ଲୋକସଂଖ୍ୟାର ଏକ ବଡ଼ ଅଂଶ ଏହି ବର୍ଗ ପ୍ରତିନିଧିତ୍ୱ କରୁଥିବାରୁ ଆଦିବାସୀଙ୍କ ଆର୍ଥିକ ବିକାଶ ଓ ସାମାଜିକ ଅନ୍ତର୍ଭୁକ୍ତିକରଣକୁ ମୁଖ୍ୟମନ୍ତ୍ରୀ ପ୍ରାଥମିକତା ଦେଇ ଆସିଛନ୍ତି। ଏହି କ୍ରମରେ ମଙ୍ଗଳବାର ୯ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୁନର୍ଗଠନ କରିଛନ୍ତି ସରକାର। ୮ ଜିଲ୍ଲାରେ ନୂତନ ଅଧ୍ୟକ୍ଷ ଓ ସମସ୍ତ ୯ଟି ଜିଲ୍ଲାରେ ନୂତନ ଉପାଧ୍ୟକ୍ଷଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସୁନ୍ଦରଗଡ଼ ସ୍ୱତନ୍ତ୍ର ବିକାଶ ପରିଷଦର ବର୍ତ୍ତମାନ ଅଧ୍ୟକ୍ଷଙ୍କୁ ପୁନଃନିଯୁକ୍ତି ମିଳିଛି। ଏନେଇ ଗତକାଲି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା।

ମୟୂରଭଞ୍ଜ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ଡ଼ ଦେବାଶିଷ ମାର୍ଣ୍ଡିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। କମଳା ତିରିଆ ଉପାଧ୍ୟକ୍ଷ ଭାବରେ ଅବସ୍ଥାପିତ ହୋଇଛନ୍ତି। ସେହିପରି କେନ୍ଦୁଝର ଜିଲ୍ଲା ଏସ୍‍ଡିସି ଅଧ୍ୟକ୍ଷ ଭାବେ ଲକ୍ଷ୍ମୀ ନାୟକଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ ନାରାୟଣ ପୃଷ୍ଟିଙ୍କୁ ମିଳିଛି ଉପାଧ୍ୟକ୍ଷ ପଦ। ମାଲକାନଗିରି ଏସ୍‍ଡିସି ଅଧ୍ୟକ୍ଷ ରୂପେ ଅଦମା ରବା ଅବସ୍ଥାପିତ ହୋଇଛନ୍ତି ଓ ଉପାଧ୍ୟକ୍ଷ ପଦ ରାଇଲା ନାୟକଙ୍କୁ ପ୍ରଦାନ କରାଯାଇଛି।କୋରାପୁଟ ଏସ୍‍ଡିସିର ଅଧ୍ୟକ୍ଷ ଭାବେ ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ ନିଯୁକ୍ତି ପାଇଛନ୍ତି।

ସେହିପରି ଲକ୍ଷ୍ମୀ ହନ୍ତାଳଙ୍କୁ ଉପାଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଛି। ନବରଙ୍ଗପୁରରେ ଉପେନ୍ଦ୍ର ଗୋଣ୍ଡ ଅଧ୍ୟକ୍ଷ ଓ ଭାନୁମତୀ ପୂଜାରୀ ଉପାଧ୍ୟକ୍ଷ ରୂପେ ନିଯୁକ୍ତି ପାଇଛନ୍ତି। ରାୟଗଡ଼ାରେ ଅନସୂୟା ମାଝୀ ଅଧ୍ୟକ୍ଷ ଓ ବନମାଳି କାଦରକା ଉପାଧ୍ୟକ୍ଷ ନିଯୁକ୍ତି ପାଇଥିବାବେଳେ ଗଜପତି ଜିଲ୍ଲା ଏସ୍‍ଡ଼ିସି ଅଧ୍ୟକ୍ଷ ପଦରେ ମାରିଆମ ରାଇତୋ ଓ ଉପାଧ୍ୟକ୍ଷ ପଦରେ ଧନେଶ୍ୱର ଭୂୟାଁ ଅବସ୍ଥାପିତ ହୋଇଛନ୍ତି। କନ୍ଧମାଳରେ ରୋଦନ ମଲ୍ଲିକ୍‍ ଅଧ୍ୟକ୍ଷ ଓ ନଳିନୀ କହଁର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ସୁନ୍ଦରଗଡ଼ ଏସ୍‍ଡିସିରେ ପୂର୍ବତନ ଅଧ୍ୟକ୍ଷ ପୁନଃ ନିଯୁକ୍ତି ପାଇଥିବା ବେଳେ ସୁଶୀଳା ଟୋପ୍ନୋଙ୍କୁ ଉପାଧ୍ୟକ୍ଷା ରୂପେ ନିଯୁକ୍ତି ଦିଆଯାଇଛି।ରାଜ୍ୟର ୯ ଆଦିବାସୀବହୁଳ ଜିଲ୍ଲାର ୧୧୭ଟି ବ୍ଲକ ଅନ୍ତର୍ଗତ ୨୦୨୨ ପଂଚାୟତର ୧୮୬୮୭ଟି ଗାଁର ୧୪.୦୫ଲକ୍ଷ ଆଦିବାସୀ ପରିବାରର କଳା,ସଂସ୍କୃତି, ପରମ୍ପରା, କ୍ରୀଡ଼ା ଓ ଅନ୍ୟାନ୍ୟ ବିକାଶ ପାଇଁ ସରକାର ସ୍ୱତନ୍ତ୍ର ଭାବେ ଏସଡିସି ଗଠନ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର