ପିପିଲି-ଡେଲାଙ୍ଗରେ ନବୀନଙ୍କ ଭର୍ଚୁଆଲ୍ ରାଲି, ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ଜିତାଇବାକୁ କଲେ ଅନୁରୋଧ

The Sakala Picture
Published On

ଭୁବନେଶ୍ୱର: ଚାନ୍ଦୁଆ ସହର ପିପିଲିରେ ଶଙ୍ଖ ଫୁଙ୍କିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ପିପିଲି ମହାସମରରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ଭର୍ଚୁଆଲ୍ ରାଲି କରିଛନ୍ତି ବିଜେଡିର ଏକ ନମ୍ପର ଷ୍ଟାର କ୍ୟାମ୍ପନର ନବୀନ ପଟ୍ଟନାୟକ। ପିପିଲି ବିଜେଡ଼ି ପ୍ରାର୍ଥୀ ରୁଦ୍ର ମହାରଥିଙ୍କୁ ଭୋଟ ଦେଇ ପିପିଲିରେ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ବିକାଶ ରଥକୁ ଆଗେଇ ନେବା ପାଇଁ ଉପସ୍ଥିତ ଭୋଟରଙ୍କୁ ଅନୁରୋଧ କରିଥିଲେ ନବୀନ। ପିପିଲି-ଡେଲାଙ୍ଗର ୬ଟି ଜିଲ୍ଲା ପରିଷଦ ଜୋନବାସୀଙ୍କୁ ସମ୍ବୋଧନ […]

ଭୁବନେଶ୍ୱର: ଚାନ୍ଦୁଆ ସହର ପିପିଲିରେ ଶଙ୍ଖ ଫୁଙ୍କିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ପିପିଲି ମହାସମରରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ଭର୍ଚୁଆଲ୍ ରାଲି କରିଛନ୍ତି ବିଜେଡିର ଏକ ନମ୍ପର ଷ୍ଟାର କ୍ୟାମ୍ପନର ନବୀନ ପଟ୍ଟନାୟକ। ପିପିଲି ବିଜେଡ଼ି ପ୍ରାର୍ଥୀ ରୁଦ୍ର ମହାରଥିଙ୍କୁ ଭୋଟ ଦେଇ ପିପିଲିରେ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ବିକାଶ ରଥକୁ ଆଗେଇ ନେବା ପାଇଁ ଉପସ୍ଥିତ ଭୋଟରଙ୍କୁ ଅନୁରୋଧ କରିଥିଲେ ନବୀନ। ପିପିଲି-ଡେଲାଙ୍ଗର ୬ଟି ଜିଲ୍ଲା ପରିଷଦ ଜୋନବାସୀଙ୍କୁ ସମ୍ବୋଧନ କରି ସୁପ୍ରିମୋ କହିଛନ୍ତି ଏହି ପବିତ୍ର ଐତିହ୍ୟ ସମ୍ପୂର୍ଣ୍ଣ ମାଟିକୁ ମୋର ପ୍ରଣାମ । ପିପିଲିର ସମସ୍ତ ଭାଇ-ଭଉଣୀଙ୍କୁ ନମସ୍କାର ଜଣାଇବା ସହ ଚାନ୍ଦୁଆ ସହର ପିପିଲି ଦେଶ ଓ ବିଦେଶରେ ଓଡ଼ିଶା ପାଇଁ ସୁନାମ ଆଣିଛି । କଳାର ଏହି ପିପିଲି ମାଟି ଧନ୍ୟ ଓ ଏହାର ଇତିହାସ ମଧ୍ୟ ମହାନ ବୋଲି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ନବୀନ ଆହୁରି ମଧ୍ୟ କରିଛନ୍ତି ଯେ ‘ମୋ ପ୍ରତି ଆପଣମାନଙ୍କ ଭଲ ପାଇବା ରହିଛି, ମୁଁ ପିପିଲି ଯିବାକୁ ଆଗ୍ରହୀ କିନ୍ତୁ କୋଭିଡର କଟକଣା ବାଧକ ସାଜିଛି । ଯଦି ପିପିଲି ଯାଇଥାନ୍ତି ତେବେ ବହୁ ସଂଖ୍ୟାରେ ଆପଣ ମାନେ ଏକାଠି ହୋଇ ମୋତେ ଆର୍ଶୀବାଦ କରିଥାନ୍ତେ । ତେବେ କୋଭିଡ ସମୟରେ ଏହା ଉଚିତ ହେବ ନାହିଁ ବୋଲି ଭାବିଲି, ମୋ ପାଇଁ କିଏ ବିପଦରେ ପଡୁ ଏହା ମୁଁ ଚାହୁଁନି । ଯେଉଁଥିପାଇଁ ମୁଁ ଆଜି ଭର୍ଚୁଆଲ ଯୋଗେ ଆପଣମାନଙ୍କୁ ଭେଟୁଛି, କରୋନା କଟକଣା ହଟିବା ପରେ ମୁଁ ନିଶ୍ଚୟ ପିପିଲି-ଡେଲାଙ୍ଗ ଯିବି ଓ ଆପଣ ମାନଙ୍କୁ ଭେଟିବି।  ସେହିପରି ସମ୍ବୋଧନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ପିପିଲି-ଡେଲାଙ୍ଗର ବିକାଶ ଆଗକୁ ଆହୁରି ଆଗେଇବ । ଏହାର ବିକାଶ ଦାୟିତ୍ବ ନିଜେ ନେବାକୁ ମଧ୍ୟ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ପିପିଲି-ଡେଲାଙ୍ଗରେ ଅନେକ ବିକାଶ ହୋଇଛି, ଆଗକୁ ମଧ୍ୟ ଏହି ପ୍ରକ୍ରିୟା ତ୍ବରିତ ହେବ । ଏଥିପାଇଁ ସ୍ବର୍ଗତ ମହାରଥିଙ୍କ ଅବଦାନ ଅତୁଳନୀୟ । ପୁନର୍ବାର ଏହି କାର୍ଯ୍ୟକୁ ଆଗେଇ ନେବା ପାଇଁ ବିଜେଡ଼ି ପ୍ରାର୍ଥୀ ରୁଦ୍ର ମହାରଥିଙ୍କୁ ଭୋଟ୍‌ ଦେବା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ଅନ୍ୟପଟେ ୪ଦଶନ୍ଧି ମଧ୍ୟରେ ପ୍ରଥମଥର ଲାଗି ପ୍ରଦୀପ ମହାରଥୀଙ୍କ ଅବର୍ତ୍ତମାନରେ ବିଜେଡି ଏଠାରେ ଲଢ଼େଇକୁ ବାହାରିଛି। ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ସେନାପତି କରି ପିପିଲି ଦୁର୍ଗରେ ନିଜର ବିଜୟ ପତାକା ଉଡ଼ାଇବାକୁ ବିଜେଡି ରୀତିମତ ରଣନୀତି ପ୍ରସ୍ତୁତ କରିଛି। ବିଜେଡି ପ୍ରତି ସବୁସ୍ତରରେ ଗ୍ରହଣୀୟତା ରହିଛି। ସଂଖ୍ୟାଧିକ ପିପିଲି ଓ ଡ଼େଲାଙ୍ଗବାସୀଙ୍କ ଲାଗି ବିଜେଡି ସଭାପତି ନବୀନ ପଟ୍ଟନାୟକ ହେଉଛନ୍ତି ଆଦର୍ଶ। ନବୀନଙ୍କୁ ଭୁରିଭୁରି ପ୍ରଶଂସା କରିବାରେ କେହି ଥକୁ ନାହାନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ କେବଳ ଦଳର ସଭାପତି ବା ମୁଖ୍ୟମନ୍ତ୍ରୀ ଭାବରେ ପରିଚିତ ନୁହନ୍ତି; ସେ ଏକ ‘ବ୍ରାଣ୍ଡ’ରେ ପରିଣତ ହୋଇଛନ୍ତି। ନବୀନ ଛାପ ହିଁ ରୁଦ୍ରଙ୍କ ପାଇଁ ସବୁଠୁ ବଡ଼ ଆଶୀର୍ବାଦ ହୋଇଛି। ରୁଦ୍ରଙ୍କ ପଛରେ ଠିଆ ହୋଇଛି ନବୀନଙ୍କ ବିଶାଳ ନିରବ ସେନା ତଥା ମହିଳା ଶକ୍ତି। ଗାଁ ଗାଁରେ ଏହି ମହିଳାମାନେ ବିଜେଡିକୁ ବିଜୟୀ କରିବାକୁ ଶପଥ ନେଇଛନ୍ତି। ନିଜ ପକ୍ଷରୁ ମହିଳାମାନେ ଗାଁ ଗାଁରେ ସମାବେଶ ଓ ସଭା ଆୟୋଜନ କରୁଛନ୍ତି। ଗାଁ ଗହଳିରେ ରାସ୍ତାର ଏପଟରୁ ସେପଟ ଝୁଲୁଛି ବିଭିନ୍ନ ଦଳର ପତାକା।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

 

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର