ଡାକ୍ତରଙ୍କ ସ୍ୱେଚ୍ଛାକୃତ ଅବସର ସରକାରଙ୍କ ଶିରପୀଡ଼ା: ୨ ବର୍ଷରେ ଭିଆରଏସ୍‍ ନେଲେଣି ୮୦ରୁ ଅଧିକ

The Sakala Picture
Published On

ଭୁବନେଶ୍ୱର: ଡାକ୍ତରଙ୍କୁ ପସନ୍ଦ ନୁହେଁ ସରକାରୀ ଚାକିରୀ। ବ୍ୟକ୍ତିଗତ କାରଣ ହେଉ ଅବା ବୃତ୍ତିଗତ, ଅନେକ ଡାକ୍ତର ସ୍ୱେଚ୍ଛାକୃତ ଅବସର (ଭିଆରଏସ୍‍) ନେଉଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ୮୦ରୁ ଅଧିକ ଡାକ୍ତର ସ୍ୱେଚ୍ଛାକୃତ ଅବସର ନେଇ ସାରିଛନ୍ତି। ଅନୁରୂପ ଭାବରେ ପ୍ରତି ମାସରେ ବହୁ ସଂଖ୍ୟକ ଡାକ୍ତର ଭିଆରଏସ୍‍ ନେବା ଲାଗି ଆବେଦନ କରୁଛନ୍ତି। ସେଥିରୁ କିଛି ମାମଲାରେ ଅନୁମୋଦନ ମିଳୁଛି; କିଛି ଆବେଦନ ଖାରଜ ହେଉଛି। ଗତବର୍ଷ ଏପ୍ରିଲ ମାସରେ ସରକାର ୧୦ ଜଣ […]

ଭୁବନେଶ୍ୱର: ଡାକ୍ତରଙ୍କୁ ପସନ୍ଦ ନୁହେଁ ସରକାରୀ ଚାକିରୀ। ବ୍ୟକ୍ତିଗତ କାରଣ ହେଉ ଅବା ବୃତ୍ତିଗତ, ଅନେକ ଡାକ୍ତର ସ୍ୱେଚ୍ଛାକୃତ ଅବସର (ଭିଆରଏସ୍‍) ନେଉଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ୮୦ରୁ ଅଧିକ ଡାକ୍ତର ସ୍ୱେଚ୍ଛାକୃତ ଅବସର ନେଇ ସାରିଛନ୍ତି। ଅନୁରୂପ ଭାବରେ ପ୍ରତି ମାସରେ ବହୁ ସଂଖ୍ୟକ ଡାକ୍ତର ଭିଆରଏସ୍‍ ନେବା ଲାଗି ଆବେଦନ କରୁଛନ୍ତି। ସେଥିରୁ କିଛି ମାମଲାରେ ଅନୁମୋଦନ ମିଳୁଛି; କିଛି ଆବେଦନ ଖାରଜ ହେଉଛି। ଗତବର୍ଷ ଏପ୍ରିଲ ମାସରେ ସରକାର ୧୦ ଜଣ ଡାକ୍ତରଙ୍କ ଭିଆରଏସ୍‍ ଆବେଦନକୁ ବାତିଲ କରିଥିଲେ। ରାଜ୍ୟରେ ଡାକ୍ତରଙ୍କ ଉତ୍କଟ ଅଭାବ ହେତୁ ଭିଆରଏସ୍‍ ଆବେଦନ ମଞ୍ଜୁର କରିବା ସମ୍ଭବ ନୁହେଁ ବୋଲି କୁହାଯାଇଥିଲା। ରାଜ୍ୟରେ ପ୍ରାୟ ୪୦% ଡାକ୍ତର ପଦବୀ ଖାଲି ଥିବା ବେଳେ ନିୟମିତ ବ୍ୟବଧାନରେ ଭିଆରଏସ୍‍ ଆବେଦନ ସରକାରଙ୍କ ପାଇଁ ଶିରପୀଡ଼ା ପାଲଟିଛି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ରାଜ୍ୟରେ ଡାକ୍ତରମାନଙ୍କର ଅବସର ବୟସ ସୀମା ୬୫ରୁ ୬୨ ବର୍ଷକୁ ହ୍ରାସ କରିବା ପାଇଁ ଓଡ଼ିଶା ମେଡିକାଲ ସର୍ଭିସ୍‍ ଆସୋସିଏସନ୍‍ (ଓମ୍‍ସା) ପକ୍ଷରୁ ଦାବି ହୋଇ ଆସୁଛି। ଏଥିସହ ୬୨ ବର୍ଷ ପରେ ଭିଆରଏସ୍‍ ନେବା ପାଇଁ ମଧ୍ୟ ଅନୁମତି ଦେବା ଲାଗି ଦାବି ହେଉଛି। କୋଭିଡ୍‍-୧୯ ମହାମାରୀ ସମୟରେ ସରକାର ଡାକ୍ତରମାନଙ୍କ ଅବସର ବୟସ ସୀମାକୁ ୬୨ରୁ ୬୫କୁ ବୃଦ୍ଧି କରିଥିଲେ। ଅନ୍ୟାନ୍ୟ ସରକାରୀ ବିଭାଗରେ କର୍ମଚାରୀ, ଅଧିକାରୀମାନେ ଚାକିରୀରୁ ଭିଆରଏସ୍‍ ପାଇଁ ଆବେଦନ କରୁଛନ୍ତି; କିନ୍ତୁ ଡାକ୍ତରଙ୍କ ଭିଆରଏସ୍‍ ଆବେଦନକୁ ମଞ୍ଜୁରୀ ପ୍ରଦାନ କରିବା ସହଜ ହେଉ ନାହିଁ। ଜନସଂଖ୍ୟା ତୁଳନାରେ ଡାକ୍ତରଙ୍କର ଘୋର ଅଭାବ ରହିଛି। ଯଦିଓ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ସହିତ ଡାକ୍ତର ଅଭାବ ଧୀରେ ଧୀରେ ଦୂର ହେବା ଆରମ୍ଭ କରିଛି। ତେବେ ବରିଷ୍ଠ ଡାକ୍ତରମାନେ ଅବସର ବୟସ ପୂର୍ବରୁ ଚାକିରୀ ଛାଡ଼ି ଦେବା ନିଶ୍ଚିତ ଭାବେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବଡ଼ ପ୍ରତିବନ୍ଧକ ସୃଷ୍ଟି କରୁଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଡାକ୍ତରଙ୍କ ଅଭାବ ଦୂର ପାଇଁ ରାଜ୍ୟ ସରକାର ଯଥା ସମ୍ଭବ ଉଦ୍ୟମ କରୁଛନ୍ତି। ନୂଆ ମେଡିକାଲ ଅଫିସରଙ୍କ ନିଯୁକ୍ତି ସହିତ ପଦୋନ୍ନତି ଏବଂ ଆର୍ଥିକ ପ୍ରୋତ୍ସାହନ ଦେବାରେ ଅବହେଳା କରାଯାଉ ନାହିଁ। ତେବେ କୋଭିଡ୍‍ ମହାମାରୀ ପରେ ଡାକ୍ତରଙ୍କ ଆବଶ୍ୟକତା ଯଥେଷ୍ଟ ପରିଲକ୍ଷିତ ହୋଇଛି। ଜଣେ ବରିଷ୍ଠ ଡାକ୍ତର କହିଛନ୍ତି, ମୁଖ୍ୟତଃ ବରିଷ୍ଠ ଡାକ୍ତରମାନେ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଆବେଦନ କରୁଛନ୍ତି। ଯେତେବେଳେ କି ଅଭିଜ୍ଞତା ଦୃଷ୍ଟିରୁ ସେମାନଙ୍କର ଯଥେଷ୍ଟ ଆବଶ୍ୟକତା ରହିଛି। ସ୍ୱେଚ୍ଛାକୃତ ଅବସର ନେବା ପଛରେ ମୁଖ୍ୟ କାରଣ ହେଉଛି ପଦୋନ୍ନତି ଏବଂ ପାରିଶ୍ରମିକରେ ଅସଙ୍ଗତି। ଆମ ଠାରୁ ୧୦ ବର୍ଷ କନିଷ୍ଠ ଥିବା ପ୍ରଶାସନିକ ଅଧିକାରୀଙ୍କ ଅଧୀନରେ କାମ କରିବାକୁ ହେଉଛି। ରୋଗୀ ଦେଖା ସହିତ ପ୍ରଶାସନିକ କାର୍ଯ୍ୟର ଭାର ମଧ୍ୟ କିଛି କମ୍‍ ନାହିଁ। ବରିଷ୍ଠ ଡାକ୍ତର ଚାକିରୀ ଛାଡ଼ି ଘରୋଇ ସେବା କଲେ ବେଶ୍‍ ଭଲ ରୋଜଗାର କରିପାରିବେ। ଏହା ବ୍ୟତୀତ ଜିଲ୍ଲା ସ୍ତରରେ ବରିଷ୍ଠ ଡାକ୍ତର ସିଡିଏମ୍‍ଓ ହେବା ପାଇଁ ଅନିଛା ପ୍ରକାଶ କରୁଛନ୍ତି। ଅତ୍ୟଧିକ କାର୍ଯ୍ୟଭାର ହେତୁ ଅସୁସ୍ଥତା ମଧ୍ୟ ଭିଆରଏସ୍‍ ନେବା ପଛରେ ଆଉ ଏକ ବଡ଼ କାରଣ। ତେଣୁ ସରକାର ଏସବୁ ଦିଗ ପ୍ରତି ଦୃଷ୍ଟି ଦେଇ ପ୍ରତିକାର ବ୍ୟବସ୍ଥା କଲେ ଭିଆରଏସ୍‍ ନେବାରୁ ଡାକ୍ତରଙ୍କୁ ରୋକାଯାଇ ପାରିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

04 Sep 2022 By The Sakala

ଡାକ୍ତରଙ୍କ ସ୍ୱେଚ୍ଛାକୃତ ଅବସର ସରକାରଙ୍କ ଶିରପୀଡ଼ା: ୨ ବର୍ଷରେ ଭିଆରଏସ୍‍ ନେଲେଣି ୮୦ରୁ ଅଧିକ

ଭୁବନେଶ୍ୱର: ଡାକ୍ତରଙ୍କୁ ପସନ୍ଦ ନୁହେଁ ସରକାରୀ ଚାକିରୀ। ବ୍ୟକ୍ତିଗତ କାରଣ ହେଉ ଅବା ବୃତ୍ତିଗତ, ଅନେକ ଡାକ୍ତର ସ୍ୱେଚ୍ଛାକୃତ ଅବସର (ଭିଆରଏସ୍‍) ନେଉଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ୮୦ରୁ ଅଧିକ ଡାକ୍ତର ସ୍ୱେଚ୍ଛାକୃତ ଅବସର ନେଇ ସାରିଛନ୍ତି। ଅନୁରୂପ ଭାବରେ ପ୍ରତି ମାସରେ ବହୁ ସଂଖ୍ୟକ ଡାକ୍ତର ଭିଆରଏସ୍‍ ନେବା ଲାଗି ଆବେଦନ କରୁଛନ୍ତି। ସେଥିରୁ କିଛି ମାମଲାରେ ଅନୁମୋଦନ ମିଳୁଛି; କିଛି ଆବେଦନ ଖାରଜ ହେଉଛି। ଗତବର୍ଷ ଏପ୍ରିଲ ମାସରେ ସରକାର ୧୦ ଜଣ ଡାକ୍ତରଙ୍କ ଭିଆରଏସ୍‍ ଆବେଦନକୁ ବାତିଲ କରିଥିଲେ। ରାଜ୍ୟରେ ଡାକ୍ତରଙ୍କ ଉତ୍କଟ ଅଭାବ ହେତୁ ଭିଆରଏସ୍‍ ଆବେଦନ ମଞ୍ଜୁର କରିବା ସମ୍ଭବ ନୁହେଁ ବୋଲି କୁହାଯାଇଥିଲା। ରାଜ୍ୟରେ ପ୍ରାୟ ୪୦% ଡାକ୍ତର ପଦବୀ ଖାଲି ଥିବା ବେଳେ ନିୟମିତ ବ୍ୟବଧାନରେ ଭିଆରଏସ୍‍ ଆବେଦନ ସରକାରଙ୍କ ପାଇଁ ଶିରପୀଡ଼ା ପାଲଟିଛି।

ରାଜ୍ୟରେ ଡାକ୍ତରମାନଙ୍କର ଅବସର ବୟସ ସୀମା ୬୫ରୁ ୬୨ ବର୍ଷକୁ ହ୍ରାସ କରିବା ପାଇଁ ଓଡ଼ିଶା ମେଡିକାଲ ସର୍ଭିସ୍‍ ଆସୋସିଏସନ୍‍ (ଓମ୍‍ସା) ପକ୍ଷରୁ ଦାବି ହୋଇ ଆସୁଛି। ଏଥିସହ ୬୨ ବର୍ଷ ପରେ ଭିଆରଏସ୍‍ ନେବା ପାଇଁ ମଧ୍ୟ ଅନୁମତି ଦେବା ଲାଗି ଦାବି ହେଉଛି। କୋଭିଡ୍‍-୧୯ ମହାମାରୀ ସମୟରେ ସରକାର ଡାକ୍ତରମାନଙ୍କ ଅବସର ବୟସ ସୀମାକୁ ୬୨ରୁ ୬୫କୁ ବୃଦ୍ଧି କରିଥିଲେ। ଅନ୍ୟାନ୍ୟ ସରକାରୀ ବିଭାଗରେ କର୍ମଚାରୀ, ଅଧିକାରୀମାନେ ଚାକିରୀରୁ ଭିଆରଏସ୍‍ ପାଇଁ ଆବେଦନ କରୁଛନ୍ତି; କିନ୍ତୁ ଡାକ୍ତରଙ୍କ ଭିଆରଏସ୍‍ ଆବେଦନକୁ ମଞ୍ଜୁରୀ ପ୍ରଦାନ କରିବା ସହଜ ହେଉ ନାହିଁ। ଜନସଂଖ୍ୟା ତୁଳନାରେ ଡାକ୍ତରଙ୍କର ଘୋର ଅଭାବ ରହିଛି। ଯଦିଓ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ସହିତ ଡାକ୍ତର ଅଭାବ ଧୀରେ ଧୀରେ ଦୂର ହେବା ଆରମ୍ଭ କରିଛି। ତେବେ ବରିଷ୍ଠ ଡାକ୍ତରମାନେ ଅବସର ବୟସ ପୂର୍ବରୁ ଚାକିରୀ ଛାଡ଼ି ଦେବା ନିଶ୍ଚିତ ଭାବେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବଡ଼ ପ୍ରତିବନ୍ଧକ ସୃଷ୍ଟି କରୁଛି।

ଡାକ୍ତରଙ୍କ ଅଭାବ ଦୂର ପାଇଁ ରାଜ୍ୟ ସରକାର ଯଥା ସମ୍ଭବ ଉଦ୍ୟମ କରୁଛନ୍ତି। ନୂଆ ମେଡିକାଲ ଅଫିସରଙ୍କ ନିଯୁକ୍ତି ସହିତ ପଦୋନ୍ନତି ଏବଂ ଆର୍ଥିକ ପ୍ରୋତ୍ସାହନ ଦେବାରେ ଅବହେଳା କରାଯାଉ ନାହିଁ। ତେବେ କୋଭିଡ୍‍ ମହାମାରୀ ପରେ ଡାକ୍ତରଙ୍କ ଆବଶ୍ୟକତା ଯଥେଷ୍ଟ ପରିଲକ୍ଷିତ ହୋଇଛି। ଜଣେ ବରିଷ୍ଠ ଡାକ୍ତର କହିଛନ୍ତି, ମୁଖ୍ୟତଃ ବରିଷ୍ଠ ଡାକ୍ତରମାନେ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଆବେଦନ କରୁଛନ୍ତି। ଯେତେବେଳେ କି ଅଭିଜ୍ଞତା ଦୃଷ୍ଟିରୁ ସେମାନଙ୍କର ଯଥେଷ୍ଟ ଆବଶ୍ୟକତା ରହିଛି। ସ୍ୱେଚ୍ଛାକୃତ ଅବସର ନେବା ପଛରେ ମୁଖ୍ୟ କାରଣ ହେଉଛି ପଦୋନ୍ନତି ଏବଂ ପାରିଶ୍ରମିକରେ ଅସଙ୍ଗତି। ଆମ ଠାରୁ ୧୦ ବର୍ଷ କନିଷ୍ଠ ଥିବା ପ୍ରଶାସନିକ ଅଧିକାରୀଙ୍କ ଅଧୀନରେ କାମ କରିବାକୁ ହେଉଛି। ରୋଗୀ ଦେଖା ସହିତ ପ୍ରଶାସନିକ କାର୍ଯ୍ୟର ଭାର ମଧ୍ୟ କିଛି କମ୍‍ ନାହିଁ। ବରିଷ୍ଠ ଡାକ୍ତର ଚାକିରୀ ଛାଡ଼ି ଘରୋଇ ସେବା କଲେ ବେଶ୍‍ ଭଲ ରୋଜଗାର କରିପାରିବେ। ଏହା ବ୍ୟତୀତ ଜିଲ୍ଲା ସ୍ତରରେ ବରିଷ୍ଠ ଡାକ୍ତର ସିଡିଏମ୍‍ଓ ହେବା ପାଇଁ ଅନିଛା ପ୍ରକାଶ କରୁଛନ୍ତି। ଅତ୍ୟଧିକ କାର୍ଯ୍ୟଭାର ହେତୁ ଅସୁସ୍ଥତା ମଧ୍ୟ ଭିଆରଏସ୍‍ ନେବା ପଛରେ ଆଉ ଏକ ବଡ଼ କାରଣ। ତେଣୁ ସରକାର ଏସବୁ ଦିଗ ପ୍ରତି ଦୃଷ୍ଟି ଦେଇ ପ୍ରତିକାର ବ୍ୟବସ୍ଥା କଲେ ଭିଆରଏସ୍‍ ନେବାରୁ ଡାକ୍ତରଙ୍କୁ ରୋକାଯାଇ ପାରିବ ବୋଲି ସେ କହିଛନ୍ତି।

https://www.thesakala.in/latest-odisha-news/more-than-80-doctors-have-taken-vrs-in-2-years/article-14677
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର