ଉଠାଦୋକାନୀଙ୍କ କବ୍‌ଜାରେ ସମୁଦ୍ରକୂଳ; ଭଡ଼ାରେ ଲାଗିଛି ବେଳାଭୂମି, ଚୌକିରେ ବସିଲେ ଘଣ୍ଟାକୁ କୋଡ଼ିଏ ଟଙ୍କା

The Sakala Picture
Published On

ପୁରୀ: ପୁରୀ ସମୁଦ୍ର ବେଳାଭୂମିରେ ଉଠାଦୋକାନୀଙ୍କ ପ୍ରାଦୁର୍ଭାବ ବଢ଼଼ିବାରେ ଲାଗିଛି। ସମୁଦ୍ରକୂଳେ ଚା, ଜଳଖିଆ, ଫାଷ୍ଟଫୁଡ୍‍ ବ୍ୟବସାୟ କରିବା ସହ ପୁରା ବେଳାଭୂମିକୁ ନିଜ ଅକ୍ତିଆର୍‍କୁ ନେଇସାରିଲେଣି। ଜଣେ ଦୋକାନୀ ଅତିକମ୍‍ରେ ୫୦ଟି ଚୌକି ପକାଇ ବେପାର କରୁଛନ୍ତି। ଏହିସବୁ ଦୃଶ୍ୟ ଦେଖି ପ୍ରଶାସନ ଚୁପ୍‍ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। ଚୌକି ପଡ଼ିବା ଦ୍ୱାରା ବେଳାଭୂମୀରେ ଚାଲିକି ଯିବା କଷ୍ଟକର ହୋଇପଡ଼ିଛି। ଏମିତିକି ସ୍ୱର୍ଗଦ୍ୱାର ଠାରୁ ଲାଇଟ୍‍ ହାଉସ୍‍ ମଧ୍ୟରେ ୫୦୦ମିଟର୍‍ ବେଳାଭୂମିକୁ ନିଜ ଅକ୍ତିଆରକୁ […]

ପୁରୀ: ପୁରୀ ସମୁଦ୍ର ବେଳାଭୂମିରେ ଉଠାଦୋକାନୀଙ୍କ ପ୍ରାଦୁର୍ଭାବ ବଢ଼଼ିବାରେ ଲାଗିଛି। ସମୁଦ୍ରକୂଳେ ଚା, ଜଳଖିଆ, ଫାଷ୍ଟଫୁଡ୍‍ ବ୍ୟବସାୟ କରିବା ସହ ପୁରା ବେଳାଭୂମିକୁ ନିଜ ଅକ୍ତିଆର୍‍କୁ ନେଇସାରିଲେଣି। ଜଣେ ଦୋକାନୀ ଅତିକମ୍‍ରେ ୫୦ଟି ଚୌକି ପକାଇ ବେପାର କରୁଛନ୍ତି। ଏହିସବୁ ଦୃଶ୍ୟ ଦେଖି ପ୍ରଶାସନ ଚୁପ୍‍ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। ଚୌକି ପଡ଼ିବା ଦ୍ୱାରା ବେଳାଭୂମୀରେ ଚାଲିକି ଯିବା କଷ୍ଟକର ହୋଇପଡ଼ିଛି। ଏମିତିକି ସ୍ୱର୍ଗଦ୍ୱାର ଠାରୁ ଲାଇଟ୍‍ ହାଉସ୍‍ ମଧ୍ୟରେ ୫୦୦ମିଟର୍‍ ବେଳାଭୂମିକୁ ନିଜ ଅକ୍ତିଆରକୁ ନେଇସାରିଲେଣି ଉଠାଦୋକାନୀ। ମୋଟା ଅଙ୍କର ଅର୍ଥ ମଧ୍ୟ ରୋଜଗାର କରୁଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ବେଳାଭୂମିର ସ୍ୱର୍ଗଦ୍ୱାର ଠାରୁ ଲାଇଟ୍‍ ହାଉସ୍‍ ଛକ ପର୍ଯ୍ୟନ୍ତ ଅନେକ ଉଠାଦୋକାନୀମାନେ ଚା, ଜଳଖିଆ, ଫାଷ୍ଟଫୁଡ୍‍ ଆଦି ବ୍ୟବସାୟ କରିଛନ୍ତି। ନିଜ ଦୋକାନ ଆଗରେ ଅଳ୍ପସଂଖ୍ୟକ ଚେୟାର ପକାଇବା ପରିବର୍ତ୍ତେ ସେମାନେ ଦୋକାନ ସମ୍ମୁଖ ବେଳାଭୂମି ବାଲିରେ ୫୦ରୁ ଅଧିକ ଚେୟାର ପକାଉଛନ୍ତି। ଅଧିକାଂଶ ବଙ୍ଗୀୟ ପର୍ଯ୍ୟଟକମାନେ ଉକ୍ତ ଚେୟାର୍‍ରେ ବସି ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି। ଯାହା ପାଖେ ଟଙ୍କା ନାହିଁ ସେ ଚେୟାରରେ ଟିକେ ବସିପଡ଼ିଲେ ନାନା ଗାଳିମନ୍ଦ ଶୁଣିବାକୁ ପଡୁଛି। ସର୍ବସାଧାରଣସ୍ଥାନରେ ଉଠାଦୋକାନୀଙ୍କ ଏଭଳି କାର୍ଯ୍ୟ ଉଭୟ ପର୍ଯ୍ୟଟକ ଓ ପୁରୀବାସୀଙ୍କୁ କଷ୍ଟ ଦେଉଛି। ଏମିତିକି ସେହି ଅଞ୍ଚଳ ଦେଇ ଚାଲିକି ବୁଲିବା ମଧ୍ୟ କାଠିକର ପାଠ ହୋଇପଡ଼ିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ଶନିବାର ‘ସକାଳ’ ପକ୍ଷରୁ ଏ ନେଇ ଏକ ଅନୁସନ୍ଧାନ କରାଯାଇଥିଲା। ‘ସକାଳ’ର ରିପୋର୍ଟର ପର୍ଯ୍ୟଟକ ସାଜି ସାତଲହଡ଼ି ମଠ ସମ୍ମୁଖ ବେଳାଭୂମିକୁ ଯାଇଥିଲେ। ସେଠାରେ ଚୌକିରେ ବସିବା ପରେ ଜଣେ ଚା’ ଦୋକାନୀ ଆସି ଟଙ୍କା ମାଗିଥିଲେ। ଘଣ୍ଟାଏ ବସିଲେ ୨୦ଟଙ୍କା ଦେବାକୁ ପଡ଼ିବ। ନଚେତ୍‍ ଉଠିଯାନ୍ତୁ ବୋଲି କହି ଦୋକାନୀ କହିଥିଲେ। ଏମିତିକି ଚା, ଜଳଖିଆ ଖାଆନ୍ତୁ, ମାଗଣାରେ ବସିବେ। ନଚେତ୍‍ ଛିଡ଼ା ହେବାକୁ ବାଧ୍ୟ କରିଥିଲେ। ସର୍ବସାଧାରଣସ୍ଥାନରେ ଏଭଳି ଚୌକି ପକାଇବାକୁ କିଏ ଅନୁମତି ଦେଲା ପ୍ରଶ୍ନ କରିବାରୁ ସେମାନେ ଏଡ଼ାଇ ଯାଇଥିଲେ। ଏମିତିକି ଆମ ଅଞ୍ଚଳ ଆମେ ଯାହା କରିବୁ କହି ଧମକାଇଥିଲେ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଏସମ୍ପର୍କରେ ପୁରୀ ମ୍ୟୁନିସିପାଲ୍‍ଟି କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ କହିଛନ୍ତି, କେତେକ ସ୍ଥାନରେ ଲାଇଫ୍‍ ଗାର୍ଡ଼ମାନେ ଏଭଳି ଚୌକି ପକାଉଥିବା ସମ୍ପର୍କରେ ଅବଗତ ଅଛି। ହେଲେ ଉଠାଦୋକାନୀମାନେ ଏଭଳି କରୁଥିବା କଥା ଜାଣିନାହିଁ। ଏନେଇ ମ୍ୟୁନିସିପାଲିଟି ପକ୍ଷରୁ ଯାଞ୍ଚ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ସେହିପରି ପୁରୀ ବାସିନ୍ଦା ରାଜୀବ ଲୋଚନ ସାହୁ କହିଛନ୍ତି, ବେଳାଭୂମୀକୁ ଉଠାଦୋକାନୀମାନେ ପୁରା ଜବରଦଖଲ କରିନେଇଛନ୍ତି। ଚଲାପଥରେ ଚେୟାର ପକାଇ ବେପାର କରୁଛନ୍ତି। ତେଣୁ ପ୍ରଶାସନ ପକ୍ଷରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି ଶ୍ରୀ ସାହୁ ମତ ରଖିଛନ୍ତି।

ଆଇନଜୀବୀ ସତ୍ୟରଞ୍ଜନ ସ୍ୱାଇଁ କହିଛନ୍ତି, ପୁରୀ ସମୁଦ୍ରକୁ ଅନେକ ପର୍ଯ୍ୟଟକ ଆସୁଛନ୍ତି। ଉଠାଦୋକାନୀମାନେ ଏହି ଚେୟାର ପକାଇ ଅର୍ଥ ଉପାର୍ଜନ କରୁଛନ୍ତି। ଫଳରେ ଦିନକୁ ଦିନ ସେମାନଙ୍କ ପତିଆରା ବଢ଼଼ିବାରେ ଲାଗିଛି। ଏମିତିକି ପ୍ରଶାସନ ଚାହିଁଲେ ବେଳାଭୂମିରେ ଚେୟାର ପକାଇ ରାଜସ୍ୱ ମଧ୍ୟ କମାଇ ପାରିବ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର