ରାଜ୍ୟ ବିଜେପିକୁ ସଂଗଠନ ଚିନ୍ତା: ଲୋକଙ୍କ ଭରସା ହରାଉଛନ୍ତି ନିର୍ବାଚିତ ଜନପ୍ରତିନିଧି

The Sakala Picture
Published On

ଭୁବନେଶ୍ୱର: ନିକଟରେ ଶେଷ ହୋଇଥିବା ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନରେ ମୁଖ୍ୟ ବିରୋଧୀ ଦଳ ବିଜେପିର ସାଂଘାତିକ ବିପର୍ଯ୍ୟୟ ପରେ ଦଳର ସଂଗଠନ ସଜାଡ଼ିବାକୁ ରାଷ୍ଟ୍ରୀୟ ନେତୃତ୍ୱ ଏବେ ଅଣ୍ଟା ଭିଡ଼ିଛନ୍ତି। ଗତ ଅଗଷ୍ଟରେ ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସି ଦଳର ଛାମୁଆ ନେତାଙ୍କ ସହ ସାଂଗଠନିକ ସ୍ଥିତି ନେଇ ବ୍ୟାପକ ଆଲୋଚନା କରିଥିଲେ। ଶାହାଙ୍କ ଗସ୍ତ ପରେ ଆସନ୍ତା ସେପ୍ଟେମ୍ବର ତୃତୀୟ ସପ୍ତାହରେ ଦଳର ଜାତୀୟ ଅଧ୍ୟକ୍ଷ ଜେ ପି ନଡ୍ଡା, ରାଷ୍ଟ୍ରୀୟ […]

ଭୁବନେଶ୍ୱର: ନିକଟରେ ଶେଷ ହୋଇଥିବା ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନରେ ମୁଖ୍ୟ ବିରୋଧୀ ଦଳ ବିଜେପିର ସାଂଘାତିକ ବିପର୍ଯ୍ୟୟ ପରେ ଦଳର ସଂଗଠନ ସଜାଡ଼ିବାକୁ ରାଷ୍ଟ୍ରୀୟ ନେତୃତ୍ୱ ଏବେ ଅଣ୍ଟା ଭିଡ଼ିଛନ୍ତି। ଗତ ଅଗଷ୍ଟରେ ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସି ଦଳର ଛାମୁଆ ନେତାଙ୍କ ସହ ସାଂଗଠନିକ ସ୍ଥିତି ନେଇ ବ୍ୟାପକ ଆଲୋଚନା କରିଥିଲେ। ଶାହାଙ୍କ ଗସ୍ତ ପରେ ଆସନ୍ତା ସେପ୍ଟେମ୍ବର ତୃତୀୟ ସପ୍ତାହରେ ଦଳର ଜାତୀୟ ଅଧ୍ୟକ୍ଷ ଜେ ପି ନଡ୍ଡା, ରାଷ୍ଟ୍ରୀୟ ମହାସଚିବ ବି ଏଲ୍‍ ସନ୍ତୋଷ ମଧ୍ୟ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି। ତେବେ କେନ୍ଦ୍ରୀୟ ନେତୃବର୍ଗଙ୍କ ଫୋକସ୍‍ରେ ବହୁଦିନରୁ ଓଡ଼ିଶା ରହି ଆସିଥିବା ବେଳେ ରାଜ୍ୟରେ ଦଳକୁ ସେପରି ଆଖିଦୃଶିଆ ସଫଳତା ମିଳୁନି। ବିଶେଷକରି ଦଳରେ ବର୍ତ୍ତମାନ ଗୋଷ୍ଠୀ ବିବାଦ ତୀବ୍ର ହେବାରେ ଲାଗିଥିବା ବେଳେ ତୃଣମୂଳ ସ୍ତରରେ ସାଂଗଠନିକ ସ୍ଥିତି ଦୋହଲି ଗଲାଣି। ଏପରିସ୍ଥଳେ କେନ୍ଦ୍ରୀୟ ନେତାଙ୍କ ଗସ୍ତ ଓଡ଼ିଶା ବିଜେପିକୁ କେତେ ବଳ ଯୋଗାଇବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଗତ ଅଗଷ୍ଟ ମାସରେ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଶାହା ଓଡ଼ିଶାରେ ସାଂଗଠନିକ ସ୍ଥିତିକୁ ନେଇ ବେଶ୍‍ ଅସନ୍ତୋଷ ପ୍ରକାଶ କରିଥିଲେ। ଫଳସ୍ୱରୂପ ଶାହାଙ୍କ ଗସ୍ତର ପରେପରେ ଦଳର ରାଜ୍ୟ ପ୍ରଭାରୀ ବଦଳି ଥିଲେ। ଶାହା ଯେଉଁ ସାଂଗଠନିକ ଅସନ୍ତୋଷକୁ ନେଇ ନିଜର ଅସନ୍ତୋଷ ଝାଡ଼ିଥିଲେ ତାହା ଛିଡ଼ିବା ବଦଳରେ କ୍ରମଶଃ ସାଂଘାତିକ ରୂପ ନେବା ଆରମ୍ଭ କଲାଣି। ବିଶେଷକରି ଭୁବନେଶ୍ୱର ସାଂସଦ ଏବଂ ରାଜ୍ୟ ବିଜେପି ମଧ୍ୟରେ ଛକାପଞ୍ଝା ଏବେ ଚରମ ସୀମାରେ ପହଞ୍ଚିଛି। ଶାହାଙ୍କ ଗସ୍ତ ସମୟରେ ତାଙ୍କ ସମ୍ମୁଖରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିବା ବେଳେ ଏବେ ନିଜ ସଂସଦୀୟ କ୍ଷେତ୍ରରେ ବିଭିନ୍ନ ଅଞ୍ଚଳରେ ବିଜେପି କାର୍ଯ୍ୟକର୍ତ୍ତା ତାଙ୍କ ବିରୋଧରେ ଖୋଲା ମେଳି କଲେଣି। ବେଗୁନିଆରେ ବିଜେପି ମଣ୍ଡଳ ସଭାପତିଙ୍କ ପକ୍ଷରୁ ଏକ ବୈଠକ କରାଯାଇ ଅପରାଜିତାଙ୍କ ମନୋମୁଖୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ବେଗୁନିଆରେ ପୂରାଇ ଦିଆଯିବ ନାହିଁ ବୋଲି ଖୋଲା ଚେତାବନୀ ଦିଆଯାଇଛି। ଯାହା ଆଗାମୀ ଦିନରେ ବିବାଦକୁ ଆହୁରି ସାଂଘାତିକ ରୂପ ଦେବ ବୋଲି ଖୋଦ୍‍ ଦଳୀୟ କର୍ମୀ କହୁଛନ୍ତି। କେବଳ ଅପରାଜିତା ନୁହନ୍ତି ରାଜ୍ୟବାପୀ ବହୁ ବରିଷ୍ଠ ନେତା ଦଳର ସାଂଗଠନିକ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିବା ବେଳେ କିଛି ନେତା ଅନ୍ୟ ଦଳକୁ ଯିବା ପାଇଁ ଭିତିରି ମୂଲଚାଲ କରୁଥିବା ଶୁଣିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

କେବଳ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ନୁହେଁ, ଦେବଗଡ଼, ବାଲେଶ୍ୱର, କଳାହାଣ୍ଡି, ପୁରୀ, ବ୍ରହ୍ମପୁର, ଆସିକା, ବଲାଙ୍ଗୀର, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଆଦି ସଂସଦୀୟ କ୍ଷେତ୍ରରେ ମଧ୍ୟ ଅନୁରୂପ ସ୍ଥିତି। ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ନେଇ ବିଜେପି ଲୋକଙ୍କୁ ପାଖକୁ ଯିବାରେ ବିଫଳ ହୋଇଥିବା ବେଳେ ନକରାତ୍ମକ ରାଜନୀତି ସେମାନଙ୍କୁ ଜନତାଙ୍କଠାରୁ ଆହୁରି ଦୂରେଇ ନେଉଥିବା ରାଜନୈତିକ ବିଶ୍ଳେଷକମାନେ କହିଛନ୍ତି। ନିଜ ଗସ୍ତ ସମୟରେ ଶାହା ବିଭିନ୍ନ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବାକୁ ପରାମର୍ଶ ଦେଇଥିବା ବେଳେ ନିକଟରେ ରାଜ୍ୟରେ ଦେଖାଦେଇଥିବା ବନ୍ୟାରେ ବିଜେପି ନେତାଏ ଏହାର ବିପରୀତ ଆଚରଣ କରୁଥିବା ଦଳରେ ଅସନ୍ତୋଷ ସୃଷ୍ଟି କରିଛି। ଶାସକ ଦଳର ମନ୍ତ୍ରୀ, ବିଧାୟକ ବନ୍ୟ।।ଞ୍ଚଳ ଲଗାତାର ବୁଲି ଲୋକଙ୍କୁ ସାହାଯ୍ୟ, ସହଯୋଗ କରୁଥିବା ବେଳେ ବିଜେପି କ୍ଷେତ୍ରରେ କିନ୍ତୁ ଭିନ୍ନ ଆଚରଣ ଦେଖିବାକୁ ମିଳିଛି। କିଛି ନେତାଙ୍କୁ ଛାଡ଼ିଦେଲା ପରେ ଅଧିକାଂଶ କେବଳ ଗଣମାଧ୍ୟମରେ କେବଳ ସରକାର ବିରୋଧୀ ବିବୃତି ଦେବାରେ ନିଜକୁ ସୀମିତ ରଖିଥିଲେ। ଯାହାକୁ ନେଇ ଲୋକଙ୍କ ମନରେ ନକରାତ୍ମକ ଭାବନା ସୃଷ୍ଟି ହୋଇଛି। ସେହିପରି ବିଜେପିର ନିର୍ବାଚିତ ୨୨ ବିଧାୟକଙ୍କ ମଧ୍ୟରୁ ଅଧିକାଂଶ ବିଧାୟକ ସେପରି ଆଖିଦୃଶିଆ ପ୍ରଦର୍ଶନ କରୁନଥିବା ବେଳେ ସାଧାରଣ ଲୋକଙ୍କଠାରୁ ପ୍ରାୟତଃ ନିଜକୁ ଦୂରେଇ ରଖୁଛନ୍ତି। ଯାହା ଦଳ ପାଇଁ ବେଶ୍‍ କ୍ଷତି ସାବ୍ୟସ୍ତ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି। ବିଶେଷକରି ମୟୂରଭଞ୍ଜର ୬ ବିଧାନସଭା ଆସନ, ଭଦ୍ରକର ଧାମନଗର, ପୁରୀର ବ୍ରହ୍ମଗିରି, ନୀଳଗିରି ସହ ପ୍ରାୟ ୧୨ରୁ ୧୪ଟି ଆସନରେ ଦଳର ପୂର୍ବ ସ୍ଥିତି ଆଉ ନାହିଁ। ଏହି ଆସନ ଗୁଡ଼ିକ ଯଦି ଆସନ୍ତା ନିର୍ବାଚନରେ ଦଳ ହାତରୁ ଖସିଯାଏ, ତାହେଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ମତପ୍ରକାଶ ପାଇଛି। ଏତିକିବେଳେ ଦଳର ଭାବମୂର୍ତ୍ତି ଭରଣା ପାଇଁ ଦଳର ଶୀର୍ଷ ନେତୃତ୍ୱ ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି ଏବଂ ଶାହା ଯେଉଁ ମିଶନ ୧୨୦ର ନାରା ଦେଇ ଆସୁଛନ୍ତି ତାହା ଦଳ ପାଇଁ କେତେ ଫଳପ୍ରଦ ହେବ ସେନେଇ ଆଶଙ୍କା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

01 Sep 2022 By The Sakala

https://www.thesakala.in/latest-odisha-news/organizational-concern-for-state-bjp-elected-representatives-are-losing-peoples-hope/article-14607
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର