ବନ୍ୟା ପରିଚାଳନା ପାଇଁ ଓଡ଼ିଶା ସହ ଆଲୋଚନା କରୁନି ଛତିଶଗଡ଼, ଆଗୁଆ ସୂଚନା ନଦେଇ ମନଇଚ୍ଛା ଛାଡୁଛି ପାଣି

The Sakala Picture
Published On

ଭୁବନେଶ୍ୱର: ଛତିଶଗଡ଼ର ମନମାନି କାରଣରୁ ଅଣମୌସୁମୀ ସମୟରେ ଓଡ଼ିଶାରେ ମରୁଡ଼ି ହେବ, ମୌସୁମୀ ସମୟରେ ବନ୍ୟା ହେବ। ଏହାର ଜଳ୍ୱନ୍ତ ଉଦାହରଣ ନିକଟ ୨-୩ ବର୍ଷ ହେବ ଦେଖିବାକୁ ମିଳୁଛି। ବର୍ତ୍ତମାନ ମହାନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଦେଖାଦେଇଥିବା ବେଳେ ଏଥିପାଇଁ ଛତିଶଗଡ଼ର ଭୁଲ୍‍ ବନ୍ୟା ପରିଚାଳନା ନୀତି ଏବଂ ଅସହଯୋଗ ମନୋଭାବ ହିଁ ଦାୟୀ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁଙ୍କ ଅନୁଯାୟୀ ମହାନଦୀର ଉପର ମୁଣ୍ଡରେ ରହିଥିବା […]

ଭୁବନେଶ୍ୱର: ଛତିଶଗଡ଼ର ମନମାନି କାରଣରୁ ଅଣମୌସୁମୀ ସମୟରେ ଓଡ଼ିଶାରେ ମରୁଡ଼ି ହେବ, ମୌସୁମୀ ସମୟରେ ବନ୍ୟା ହେବ। ଏହାର ଜଳ୍ୱନ୍ତ ଉଦାହରଣ ନିକଟ ୨-୩ ବର୍ଷ ହେବ ଦେଖିବାକୁ ମିଳୁଛି। ବର୍ତ୍ତମାନ ମହାନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଦେଖାଦେଇଥିବା ବେଳେ ଏଥିପାଇଁ ଛତିଶଗଡ଼ର ଭୁଲ୍‍ ବନ୍ୟା ପରିଚାଳନା ନୀତି ଏବଂ ଅସହଯୋଗ ମନୋଭାବ ହିଁ ଦାୟୀ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁଙ୍କ ଅନୁଯାୟୀ ମହାନଦୀର ଉପର ମୁଣ୍ଡରେ ରହିଥିବା ଛତିଶଗଡ଼ର ଡ୍ୟାମ୍‍ଗୁଡ଼ିକରୁ କେତେ ଜଳ ଛଡ଼ାଯାଉଛି ସେ ବିଷୟରେ କୌଣସି ଆଗୁଆ ସୂଚନା ଦିଆଯାଉନି। ଫଳରେ ହୀରାକୁଦ ଡ୍ୟାମ୍‍ର ଜଳ ନିୟନ୍ତ୍ରଣ ଓ ଆମ ରାଜ୍ୟରେ ବନ୍ୟା ନିୟନ୍ତ୍ରଣ କରିବା ନେଇ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏପରି ଦୁଇରାଜ୍ୟ ମଧ୍ୟମରେ ସମନ୍ୱୟ ବୈଠକ ନିୟମିତ ଭାବେ ହେବା ନେଇ ବ୍ୟବସ୍ଥା ରହିଥିଲେ ହେଁ ଏଥିରେ ଛତିଶଗଡ଼ ସରକାର ଅସହଯୋଗ ମନୋଭାବ ପୋଷଣ କରୁଛନ୍ତି ବୋଲି ଶ୍ରୀ ସାହୁ ଗୁରୁତର ଅଭିଯୋଗ ଆଣିଛନ୍ତି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ସେହିପରି ରାଜ୍ୟ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି ଯେ ଛତିଶଗଡ଼ରେ ତ୍ରୁଟିପୂର୍ଣ୍ଣ ବ୍ୟାରେଜ ପରିଚାଳନା ପାଇଁ ସେଠାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ସେଥିପାଇଁ ସେମାନେ ହୀରାକୁଦ ଡ୍ୟାମର ଅଧିକ ଗେଟ୍‍ ଖୋଲିବା ପାଇଁ ଓଡ଼ିଶା ନିକଟରେ ଅନୁରୋଧ କରୁଛନ୍ତି। ତେବେ ଆମେ ସମ୍ପୂର୍ଣ୍ଣ ପରିସ୍ଥିତି ଉପରେ ନଜର ରଖିଛୁ। ଓଡ଼ିଶାରେ ବନ୍ୟା ପରିସ୍ଥିତି ଦେଖି ଗେଟ୍‍ ଖୋଲାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ବନ୍ୟା ପରିଚାଳନା ପାଇଁ ଓଡ଼ିଶା ସରକାରଙ୍କ ଅନୁରୋଧ ସତ୍ତ୍ୱେବି ଅଲୋଚନାକୁ ଆସୁ ନାହାନ୍ତି ଛତ୍ତିଶଗଡ଼ ସରକାର। ବିଗତ ୨/୩ ବର୍ଷ ହେଲା କୋଭିଡ ପାଇଁ ଉଭୟ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସମନ୍ଵୟ ମିଟିଂ ହୋଇପାରିନଥିଲା ବୋଲି ଓଡ଼ିଶା ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର କହିଛନ୍ତି। ଚଳିତ ବର୍ଷ ଆମେ ଆଲୋଚନା ପାଇଁ ଛତିଶଗଡ଼ ସରକାରଙ୍କୁ ଡାକିଥିଲୁ। କିନ୍ତୁ ସେମାନେ ଓଡ଼ିଶାକୁ ଆସି ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପରେ ଶେଷ ମୁହୂର୍ତ୍ତରେ ଆସି ନ ଥିଲେ। ବର୍ଷା ଜଳ ସମ୍ବନ୍ଧୀୟ କୌଣସି ତଥ୍ୟ ସେମାନେ ଅବଗତ କରୁନାହାନ୍ତି। ଆମ ଲୋକ ଯେଉଁମାନେ ଉପର ମୁଣ୍ଡରେ ଅଛନ୍ତି ତାଙ୍କ ତଥ୍ୟ ଅନୁସାରେ କେତେ ଜଳ ନିଷ୍କାସନ ହେବ ଆମେ ତାହା ନିର୍ଧାରଣ କରୁଛୁ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ସୂଚନାଯୋଗ୍ୟ ଛତିଶଗଡ଼ ଉପରେ ମୁଣ୍ଡରେ ପ୍ରବଳ ବନ୍ୟା ଯୋଗୁଁ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀ ସମେତ ସେଠାକାର ଅନ୍ୟ ନଦୀଗୁଡ଼ିକରେ ବନ୍ୟା ଦେଖାଦେବା କାରଣରୁ ସେମାନେ ହଠାତ୍‍ ତଳମୁଣ୍ଡକୁ ବନ୍ୟା ପାଣି ଛାଡ଼ୁଛନ୍ତି। ମାତ୍ର ସମ୍ଭାବ୍ୟ ବନ୍ୟା ପରିସ୍ଥିତି ପାଇଁ ଛତିଶଗଡ଼ ସରକାର କୌଣସି ଆଗୁଆ ପଦକ୍ଷେପ ନନେବା, ତ୍ରୁଟିପୂର୍ଣ୍ଣ ବ୍ୟାରେଜ ପରିଚାଳନା ତଥା ଓଡ଼ିଶାକୁ ବନ୍ୟା ପାଣି ସମ୍ପର୍କିତ କୌଣସି ଆଗୁଆ ସୂଚନା ନଦେବା ଯୋଗୁଁ ଓଡ଼ିଶା ବର୍ତ୍ତମାନ ଅସୁବିଧାର ସମ୍ମୁଖୀନ ହେଉଛି। ଉଲ୍ଲେଖଯୋଗ୍ୟ ଯେ ଦୁଇରାଜ୍ୟ ମଧ୍ୟରେ ଉତ୍ତମ ଭାବେ ମହାନଦୀ ଜଳ ପରିଚାଳନା ପାଇଁ ଶେଷ ସମନ୍ୱୟ ବୈଠକ ୨୦୧୯ରେ ହୋଇଥିଲା। ୨୦୨୦ରେ ଭିଡିଓ କନ୍‍ଫରେନ୍ସିଂ ବୈଠକ କରିବା ବେଳେ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ଛତିଶଗଡ଼ ଡ୍ୟାମ୍‍ କର୍ତ୍ତୃପକ୍ଷ ଅଧାରୁ ଉଠିଗଲେ। ସେବେଠାରୁ କୌଣସି ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇନାହିଁ। ଅନେକ ଥର ହୀରାକୁଦ ଡ୍ୟାମ୍‍ର ଅଧିକାରୀମାନେ ଛତିଶଗଡ଼ ଡ୍ୟାମ୍‍ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଛନ୍ତି। ଚଳିତ ବର୍ଷ ମଧ୍ୟ ଓଡ଼ିଶା ପକ୍ଷରୁ ସମାନ ପ୍ରୟାସ କରାଯାଇଥିଲେ ହେଁ ଛତିଶଗଡ଼ ସରକାର କୌଣସି ସହଯୋଗ କରିଲେ ନାହିଁ। ଗତ ଜୁଲାଇ ୧୩ରେ ବୈଠକ କରିବାକୁ କହି ସେମାନେ ଏଥିରୁ ଓହରି ଯାଇଥିବା ଜଣାପଡ଼ିଛି।

ଏପଟେ ସିଡବ୍ଲ୍ୟୁସି, ମହାନଦୀ ଜଳବିବାଦ ମାମଲାର ଶୁଣାଣି ପାଇଁ ଗଠିତ ହୋଇଥିବା ଟ୍ରିବୁନାଲ ମଧ୍ୟ ବିବାଦର ସମାଧାନ ପରିବର୍ତ୍ତେ ଏହାକୁ ଅଧିକ ଜଟିଳ ଆଡ଼କୁ ଟାଣି ନେଉଛନ୍ତି। ଇତିମଧ୍ୟରେ ମହାନଦୀ ଜଳବିବାଦର ୨୮ଟି ଶୁଣାଣିର ସରଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଟ୍ରିବୁନାଲଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା ପକ୍ଷରୁ ସମସ୍ତ ଆବଶ୍ୟକୀୟ ନଥିପତ୍ର ସମୟାନୁସାରେ ଦାଖଲ କରାଯାଉଥିବା ବେଳେ ଛତିଶଗଡ଼ ଉଦ୍ଦେଶ୍ୟମୂଳକ ଭାବେ ସମୟ ଗଡ଼ାଇ ଚାଲିଛି। ଏପଟେ ମହାନଦୀର ଉପରେ ମୁଣ୍ଡରେ ଲଗାତାର ଭାବେ ବେଆଇନ୍‍ ନିର୍ମାଣ ମଧ୍ୟ ଜାରି ରଖିଛି। ମାମଲା ଟ୍ରିବୁନାଲରେ ବିଚାରଧୀନ ଥିବା ସତ୍ତ୍ବେ ନିକଟ ଅତୀତରେ ମହାନଦୀରେ ଜଳ ପ୍ରବାହକୁ ରୋକିବା ପାଇଁ ଛତିଶଗଡ଼ ସରକାର ପାଖାପାଖି ୫୧୬ରୁ ଅଧିକ ଚେକ ଡ୍ୟାମ ନିର୍ମାଣ କରିଛନ୍ତି। ସେହିପରି ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ପକ୍ଷରୁ ୮ଟି ବୃହତ୍‍ ଏବଂ ୨୯ଟି ମଧ୍ୟମ ଧରଣର ନଦୀବନ୍ଧ ପ୍ରକଳ୍ପ ନିର୍ମାଣ ସରିଥିବା ବେଳେ ୪ଟି ବୃହତ୍‍ ଏବଂ ୩ଟି ମଧ୍ୟମ ଧରଣର ପ୍ରକଳ୍ପ ବର୍ତ୍ତମାନ ନିର୍ମାଣଧୀନ ରହିଛି। ଯାହା ଫଳରେ ଉଭୟ ମୌସୁମୀ ଏବଂ ଅଣମୌସୁମୀ ସମୟରେ ଓଡ଼ିଶାର ଜୀବନରେଖା ମହାନଦୀ ଓଡ଼ିଶାବାସୀଙ୍କ ପ୍ରତି ବିପରୀତ ଆଚରଣ କରୁଛି। ଓଡ଼ିଶାର ଯେଉଁ କ୍ଷତି ହେଉଛି ତାହାର ଭରଣା ଟିବୁନାଲ କରିବେ କି ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଲାଣି।

14 Aug 2022 By The Sakala

https://www.thesakala.in/latest-odisha-news/chhattisgarh-is-not-discussing-with-odisha-for-flood-management-in-mahanadi/article-14134
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର