ଅଗ୍ନିଶମ ବିଭାଗରେ ଯୋଡ଼ିହେଲା ଅତ୍ୟାଧୁନିକ ଉଦ୍ଧାରକାରୀ ଗାଡ଼ି, ଗୋଟିଏ ଗାଡ଼ିରେ ସବୁ ସୁବିଧା ଉପଲବ୍ଧ ରହିବ

The Sakala Picture
Published On

ଭୁବନେଶ୍ୱର : ବହୁ ସମୟରେ କୌଣସି ସ୍ଥାନରେ ଅଗ୍ନିକାଣ୍ଡ ଘଟିଲେ ଦମକଳ ଗାଡ଼ିକୁ ଡାକିବାକୁ ପଡେ। ହେଲେ ଘର ଭିତରେ ଫିସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅନ୍ୟ ଏକ ଗାଡ଼ିକୁ ଆସିବାକୁ ପଡ଼ିଥାଏ। ଯାହାଫଳରେ ଉଭୟ ଗାଡ଼ି ଆସିବାରେ ଅନେକ ସମୟ ନଷ୍ଟ ହୋଇଥାଏ। ଏହାକୁ ଦୁଷ୍ଟିରେ ରଖି ଓଡ଼ିଶା ଅଗ୍ନିଶମ ବିଭାଗ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଉଦ୍ଧାର ଗାଡ଼ି କ୍ରୟ କରିଛି। ଓଡ଼ିଶା ପାଇଁ ଗୋଟିଏ ଗାଡ଼ିକୁ ୩୫ଲକ୍ଷ ଟଙ୍କା ଦେଇ କିଣାଯାଇଥିବା […]

ଭୁବନେଶ୍ୱର : ବହୁ ସମୟରେ କୌଣସି ସ୍ଥାନରେ ଅଗ୍ନିକାଣ୍ଡ ଘଟିଲେ ଦମକଳ ଗାଡ଼ିକୁ ଡାକିବାକୁ ପଡେ। ହେଲେ ଘର ଭିତରେ ଫିସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅନ୍ୟ ଏକ ଗାଡ଼ିକୁ ଆସିବାକୁ ପଡ଼ିଥାଏ। ଯାହାଫଳରେ ଉଭୟ ଗାଡ଼ି ଆସିବାରେ ଅନେକ ସମୟ ନଷ୍ଟ ହୋଇଥାଏ। ଏହାକୁ ଦୁଷ୍ଟିରେ ରଖି ଓଡ଼ିଶା ଅଗ୍ନିଶମ ବିଭାଗ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଉଦ୍ଧାର ଗାଡ଼ି କ୍ରୟ କରିଛି। ଓଡ଼ିଶା ପାଇଁ ଗୋଟିଏ ଗାଡ଼ିକୁ ୩୫ଲକ୍ଷ ଟଙ୍କା ଦେଇ କିଣାଯାଇଥିବା ସୂଚନା ମିଳିଛି। ଏହା ମୁଖ୍ୟତଃ ଭୁବନେଶ୍ୱର ବରମୁଣ୍ଡା ଫାୟାର ଟ୍ରେନିଂ ଷ୍ଟେସନ ନିକଟରେ ରହିବ ବୋଲି ଜଣାପଡ଼ିଛି। କଟକ-ଭୁବନେଶ୍ୱରର କେଉଁଠି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିବ ସେଠାକୁ ଉକ୍ତ ଗାଡ଼ି ଯିବ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତିର ପୁନଃବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତା ଷଡ଼ଙ୍ଗୀଙ୍କ ନିବେଦନ

ବହୁ ସମୟରେ ବଡ଼ ବଡ଼ ଦୁର୍ଘଟଣାରେ ଲୋକମାନେ ଗାଡ଼ି ଭିତରେ ଫସି ରହିଯାଇଥାନ୍ତି। ଖବର ପାଇ ଫାୟାର ଗାଡ଼ି ସେଠାରେ ପହଞ୍ଚିଲେ ମଧ୍ୟ ଗାଡିର ପ୍ଲେଟ୍‍କୁ କାଟି ଉଦ୍ଧାର କରିପାରେ ନାହିଁ। ଅଗ୍ନିଶମ କର୍ମଚାରୀ ଲୁହା କଟର ସାହାର୍ଯ୍ୟରେ ତାହାକୁ କାଟି ଉଦ୍ଧାର କରିଥାନ୍ତି। ହେଲେ ଏବେ ଏହି ଅତ୍ୟାଧୁନି ଉଦ୍ଧାର କାର କମ୍‍ ସମୟ ମଧ୍ୟରେ ଲୁହାକୁ କାଟି ଆହତଙ୍କୁ ଉଦ୍ଧାର କରିବ। ଯାହାଫଳରେ କମ୍‍ ସମୟ ମଧ୍ୟରେ ଉଦ୍ଧାର କରାଯାଉଥିରୁ ଅନେକଙ୍କ ଜୀବନ ବର୍ତ୍ତି ଯିବ।ଏଭଳି ଅତ୍ୟାଧୁନିକ ଉଦ୍ଧାର ଗାଡ଼ି ଓଡ଼ିଶା ଅଗ୍ନିଶମ ବିଭାଗ ପାଇଁ ଆବଶ୍ୟକ ରହିଥିଲା। ତେଣୁ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ କାର୍ଯ୍ୟରେ ଯୋଗଦେବା ପରେ ସେ ଉକ୍ତ ଗାଡ଼ି କ୍ରୟ କରିବାରେ ଲାଗି ସଫଳ ହୋଇଛନ୍ତି। ଶନିବାର ଦିନ ୧୧ଟା ସମୟରେ ବରମୁଣ୍ଡା ଫାୟାର ଟ୍ରେନିଂ ସେଣ୍ଟରରେ ଏହି ଗାଡ଼ି ପ୍ରଦର୍ଶିତ ହେବ। ଏହାକୁ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ଲୋକାର୍ପିତ କରିବେ।

ଆହୁରି ପଢ଼ନ୍ତୁ: ସିସିଟିଭି ବଳୟରେ ରହିବ ପୁରୀ ରଥଖଳା: ସୁରକ୍ଷା ଉଦ୍ଦେଶ୍ୟରେ ଲାଗିବ ୧୨ଟି କ୍ୟାମେରା

23 Jul 2022 By The Sakala

ଅଗ୍ନିଶମ ବିଭାଗରେ ଯୋଡ଼ିହେଲା ଅତ୍ୟାଧୁନିକ ଉଦ୍ଧାରକାରୀ ଗାଡ଼ି, ଗୋଟିଏ ଗାଡ଼ିରେ ସବୁ ସୁବିଧା ଉପଲବ୍ଧ ରହିବ

ଭୁବନେଶ୍ୱର : ବହୁ ସମୟରେ କୌଣସି ସ୍ଥାନରେ ଅଗ୍ନିକାଣ୍ଡ ଘଟିଲେ ଦମକଳ ଗାଡ଼ିକୁ ଡାକିବାକୁ ପଡେ। ହେଲେ ଘର ଭିତରେ ଫିସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅନ୍ୟ ଏକ ଗାଡ଼ିକୁ ଆସିବାକୁ ପଡ଼ିଥାଏ। ଯାହାଫଳରେ ଉଭୟ ଗାଡ଼ି ଆସିବାରେ ଅନେକ ସମୟ ନଷ୍ଟ ହୋଇଥାଏ। ଏହାକୁ ଦୁଷ୍ଟିରେ ରଖି ଓଡ଼ିଶା ଅଗ୍ନିଶମ ବିଭାଗ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଉଦ୍ଧାର ଗାଡ଼ି କ୍ରୟ କରିଛି। ଓଡ଼ିଶା ପାଇଁ ଗୋଟିଏ ଗାଡ଼ିକୁ ୩୫ଲକ୍ଷ ଟଙ୍କା ଦେଇ କିଣାଯାଇଥିବା ସୂଚନା ମିଳିଛି। ଏହା ମୁଖ୍ୟତଃ ଭୁବନେଶ୍ୱର ବରମୁଣ୍ଡା ଫାୟାର ଟ୍ରେନିଂ ଷ୍ଟେସନ ନିକଟରେ ରହିବ ବୋଲି ଜଣାପଡ଼ିଛି। କଟକ-ଭୁବନେଶ୍ୱରର କେଉଁଠି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିବ ସେଠାକୁ ଉକ୍ତ ଗାଡ଼ି ଯିବ।

ବହୁ ସମୟରେ ବଡ଼ ବଡ଼ ଦୁର୍ଘଟଣାରେ ଲୋକମାନେ ଗାଡ଼ି ଭିତରେ ଫସି ରହିଯାଇଥାନ୍ତି। ଖବର ପାଇ ଫାୟାର ଗାଡ଼ି ସେଠାରେ ପହଞ୍ଚିଲେ ମଧ୍ୟ ଗାଡିର ପ୍ଲେଟ୍‍କୁ କାଟି ଉଦ୍ଧାର କରିପାରେ ନାହିଁ। ଅଗ୍ନିଶମ କର୍ମଚାରୀ ଲୁହା କଟର ସାହାର୍ଯ୍ୟରେ ତାହାକୁ କାଟି ଉଦ୍ଧାର କରିଥାନ୍ତି। ହେଲେ ଏବେ ଏହି ଅତ୍ୟାଧୁନି ଉଦ୍ଧାର କାର କମ୍‍ ସମୟ ମଧ୍ୟରେ ଲୁହାକୁ କାଟି ଆହତଙ୍କୁ ଉଦ୍ଧାର କରିବ। ଯାହାଫଳରେ କମ୍‍ ସମୟ ମଧ୍ୟରେ ଉଦ୍ଧାର କରାଯାଉଥିରୁ ଅନେକଙ୍କ ଜୀବନ ବର୍ତ୍ତି ଯିବ।ଏଭଳି ଅତ୍ୟାଧୁନିକ ଉଦ୍ଧାର ଗାଡ଼ି ଓଡ଼ିଶା ଅଗ୍ନିଶମ ବିଭାଗ ପାଇଁ ଆବଶ୍ୟକ ରହିଥିଲା। ତେଣୁ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ କାର୍ଯ୍ୟରେ ଯୋଗଦେବା ପରେ ସେ ଉକ୍ତ ଗାଡ଼ି କ୍ରୟ କରିବାରେ ଲାଗି ସଫଳ ହୋଇଛନ୍ତି। ଶନିବାର ଦିନ ୧୧ଟା ସମୟରେ ବରମୁଣ୍ଡା ଫାୟାର ଟ୍ରେନିଂ ସେଣ୍ଟରରେ ଏହି ଗାଡ଼ି ପ୍ରଦର୍ଶିତ ହେବ। ଏହାକୁ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ଲୋକାର୍ପିତ କରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର