ଆଜି ଓଡ଼ିଶା ଆସୁଛନ୍ତି ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଜଣାଇବେ କୃତଜ୍ଞତା

The Sakala Picture
Published On

ଭୁବନେଶ୍ୱର: ଆଜିି ଏନ୍‍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସୁଛନ୍ତି । ଏକ ସ୍ୱତନ୍ତ୍ର ବିମାନରେ ଶ୍ରୀମତୀ ମୁର୍ମୁ ସକାଳ ୯.୩୦ ସମୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ଏହି ଅବସରରେ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ତଥା ବିଜେଡିର ବହୁ ବରିଷ୍ଠ ନେତା ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିବେ ବୋଲି ସୂଚନା ମିଳିଛି। ଏହାପରେ ସେ ବିଧାନସଭାରେ ସମ୍ମିଳନୀ କକ୍ଷରେ ବିଜେଡି ବିଧାୟକ, ସାଂସଦମାନଙ୍କୁ ତାଙ୍କ ସପକ୍ଷରେ ଭୋଟ ଦେବାକୁ ଔପଚାରିକ ଅନୁରୋଧ କରିବେ ବୋଲି […]

ଭୁବନେଶ୍ୱର: ଆଜିି ଏନ୍‍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସୁଛନ୍ତି । ଏକ ସ୍ୱତନ୍ତ୍ର ବିମାନରେ ଶ୍ରୀମତୀ ମୁର୍ମୁ ସକାଳ ୯.୩୦ ସମୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ଏହି ଅବସରରେ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ତଥା ବିଜେଡିର ବହୁ ବରିଷ୍ଠ ନେତା ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିବେ ବୋଲି ସୂଚନା ମିଳିଛି। ଏହାପରେ ସେ ବିଧାନସଭାରେ ସମ୍ମିଳନୀ କକ୍ଷରେ ବିଜେଡି ବିଧାୟକ, ସାଂସଦମାନଙ୍କୁ ତାଙ୍କ ସପକ୍ଷରେ ଭୋଟ ଦେବାକୁ ଔପଚାରିକ ଅନୁରୋଧ କରିବେ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଝିଅ ଦ୍ରୌପଦୀଙ୍କୁ ମାଟିର ଗୌରବ ବୋଲି ଉଲ୍ଲେଖ କରି ତାଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି ଏବଂ ଅନ୍ୟ ରାଜନୈତିକ ଦଳର ବିଧାୟକ ଓ ସାଂସଦଙ୍କୁ ଓଡ଼ିଆ ସ୍ୱାଭିମାନ ଲାଗି ଦ୍ରୌପଦୀଙ୍କୁ ସମର୍ଥନ ଦେବାକୁ ଆହ୍ୱାନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦ୍ରୌପଦୀ ତାଙ୍କୁ ସମର୍ଥନ କରିବା ଲାଗି କେବଳ ଔପଚାରିକ ଅନୁରୋଧ ସହ କୃତଜ୍ଞତା ଜ୍ଞାପନ କରିବେ ବୋଲି ସୂଚନା ମିଳିଛି। ବିଧାନସଭାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଦଳର ସମସ୍ତ ବିଧାୟକ ଓ ସାଂସଦମାନଙ୍କୁ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ ନିଜେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିବେ। ଅପରପକ୍ଷେ ଦ୍ରୌପଦୀଙ୍କୁ ସ୍ୱାଗତ ଜଣାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିମାନବନ୍ଦରରୁ ବିଧାନସଭା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଶ୍ରୀମତୀ ମୁର୍ମୁଙ୍କୁ ସ୍ୱାଗତ ଜଣାଇବା ପାଇଁ ବ୍ୟାନର ଲଗାଯାଇଛି। ବିଧାନସଭାରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ଦ୍ରୌପଦୀଙ୍କ ସମର୍ଥନରେ ଅନେକ ଜାତୀୟ ଓ ଆଞ୍ଚଳିକ ଦଳ ଆଗକୁ ଆସିଥିବା ବେଳେ ଓଡ଼ିଶାରୁ ସର୍ବାଧିକ ଭୋଟ ଯୋଗାଡ଼ ପାଇଁ ବିଜେଡି ଉଦ୍ୟମ ଚଳାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ଦୁଇଦିନ ତଳେ କଂଗ୍ରେସ୍‍ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ଫୋନ୍‍ କରି ଶ୍ରୀମତୀ ମୁର୍ମୁଙ୍କ ସପକ୍ଷରେ ଭୋଟ ଦେବା ଲାଗି ନିବେଦନ କରିଥିଲେ। ସେହିପରି ନବୀନଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ୧୦ଟି ପ୍ରତିନିଧି ଦଳ କଂଗ୍ରେସ ଓ ସିପିଏମ୍‍ ବିଧାୟକଙ୍କୁ ଭେଟି ଦ୍ରୌପଦୀଙ୍କୁ ସମର୍ଥନ ଦେବାକୁ ଅନୁରୋଧ କରିଛନ୍ତି। ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦ୍ରୌପଦୀଙ୍କୁ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସିପିଏମ୍‍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ସ୍ପଷ୍ଟ ଭାବରେ କାହାକୁ ସମର୍ଥନ ଦେବାକୁ ଘୋଷଣା କରିନାହାନ୍ତି, ତେବେ ଅନ୍ୟତମ ସ୍ୱାଧୀନ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏନ୍‍ଡ଼ିଏ ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ମତଦାନ କରିବେ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର