ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟିର ରାଜ୍ୟ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ
ଭୁବନେଶ୍ୱର: ବିଧାନସଭାରେ ଆଗତ ହେଲା ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ବ୍ୟୟ ଅଟକଳ ୨ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ମୋଟ କାର୍ଯ୍ୟକ୍ରମ ବ୍ୟୟ ବରାଦ ୧ ଲକ୍ଷ କୋଟି ଟଙ୍କା ହେବ । ପ୍ରାରମ୍ଭିକ ବଜେଟ ଭାଷଣରେ ନିରଞ୍ଜନ ପୁଜାରୀ କହିଛନ୍ତି, ମହିଳାଙ୍କ ବିକାଶକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର […]
ଭୁବନେଶ୍ୱର: ବିଧାନସଭାରେ ଆଗତ ହେଲା ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ବ୍ୟୟ ଅଟକଳ ୨ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ମୋଟ କାର୍ଯ୍ୟକ୍ରମ ବ୍ୟୟ ବରାଦ ୧ ଲକ୍ଷ କୋଟି ଟଙ୍କା ହେବ । ପ୍ରାରମ୍ଭିକ ବଜେଟ ଭାଷଣରେ ନିରଞ୍ଜନ ପୁଜାରୀ କହିଛନ୍ତି, ମହିଳାଙ୍କ ବିକାଶକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ମିଶନ ଶକ୍ତି ଜରିଆରେ ମହିଳାଙ୍କ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ରାଜ୍ୟ ସରକାରଙ୍କ ମୋ ସରକାର ଏବଂ ୫ଟି ଆଧାରରେ ସବୁ କ୍ଷେତ୍ରରେ ପରିବର୍ତ୍ତନ କରାଯାଉଛି । କାଳିଆ ଯୋଜନା ଆଧାରରେ କୃଷକଙ୍କୁ ୫୦ ହଜାର ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ ।
ଜାଣନ୍ତୁ କେଉଁ କ୍ଷେତ୍ର ପାଇଁ କେତେ ବ୍ୟୟବରାଦ କରାଯାଇଛି…
ସ୍ୱାସ୍ଥ୍ୟ ପାଇଁ ୧୨୬୨୪ କୋଟି ଟଙ୍କା
-ଉଦ୍ୟାନ କୃଷିକୁ ୩୧୨ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି
-ଜଳ ସେଚନ ପ୍ରକଳ୍ପକୁ ୨୪୯୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି
– BSKY ଯୋଜନାକୁ ୨୬୬୪ କୋଟି
-୨ଲକ୍ଷ ୮୦ ହଜାର ଜମି ଜଳସେଚନ ଲକ୍ଷ୍ଯ
-୨୨ ବର୍ଷରେ ୧୭ ଗୁଣ ବଡିଛି ବଜେଟ୍
– ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନକୁ ୨୩୨୫ କୋଟି
-କାଳିଆ ଯୋଜନାକୁ ୮୭୪ କୋଟି
-କାଳିଆ ଯୋଜନାରେ ଚାଷୀକୁ ୫୦ ହଜାର ଯାଏଁ ଋଣ
-କୁକୁଡା ଚାଷ ପାଇଁ ୧୦୨ କୋଟି
-ଅଣଧାନ ଶସ୍ୟକ୍ରୟ ପାଇଁ ୧୦୦ କୋଟିର କର୍ପସ ପାଣ୍ଠି
-ଶିକ୍ଷା ବିଭାଗ ପାଇଁ ୩୫୮୧ କୋଟି
-ମୋ ସ୍କୁଲ ଅଭିଯାନ ପାଇଁ ୬୪୬ କୋଟି ଟଙ୍କା
-ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୮୫୧ କୋଟି
-ମୋ କଲେଜ ଅଭିଯାନ ପାଇଁ ୧୧ କୋଟି
– ହାଇସ୍କୁଲ ରୂପାନ୍ତରଣ ପାଇଁ ୧୦୦ କୋଟି
– ଅଙ୍ଗନବାଡି କେନ୍ଦ୍ର ପାଇଁ ୨୩୯୭ କୋଟି
-ରାସ୍ତା ରକ୍ଷଣାବେକ୍ଷଣା ପାଇଁ ୨୯୭୦ କୋଟି
-ପୂର୍ତ୍ତ ବିଭାଗ ପାଇଁ ୮୩୮୩ କୋଟି
-ବିଜୁ ଏକ୍ସପ୍ରେସ ୱେକୁ ୩୦୦ କୋଟି
-ସଡକ ଭିତ୍ତିଭୂମି ବିକାଶ ପାଇଁ ୧୪,୪୫୪ କୋଟି
-ବିଜୁ ସେତୁ ଯୋଜନାକୁ ୧୬୮୮ କୋଟି
-୨୮୧ ସେତୁ ନିର୍ମାଣ ଲକ୍ଷ୍ୟ
-ସହରାଞ୍ଚଳ ବାସଗୃହ ମିଶନକୁ ୪୦୦ କୋଟି
-ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ୪୨୦ କୋଟି
-ଛାତ୍ର ବୃତ୍ତି ପାଇଁ ୬୪୨ କୋଟି
-୬୪ ଟି ନୂଆ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ଲକ୍ଷ୍ୟ
-ବିଜୁ ପକ୍କା ଘର ପାଇଁ ୫୯୦୬ କୋଟି
-ମିଶନ ଶକ୍ତି ବିଭାଗକୁ ୨୦୦୦ କୋଟି
-ପଶୁ ଚିକିତ୍ସା ପାଇଁ ୧୯ଟି ଭ୍ରାମ୍ୟବାଣ ୟୁନିଟ ପ୍ରତିଷ୍ଠା ଲକ୍ଷ୍ୟ
-ବସୁଧା ଯୋଜନାକୁ ୧୮୫୦ କୋଟି ବ୍ୟୟବରାଦ ରଖାଯାଇଛି
-ରାସ୍ତା ନଥିବା ଗାଁକୁ ରାସ୍ତା ପାଇଁ ୧୫୦ କୋଟି
-ନୂଆ ସହର ବିକାଶ ପାଇଁ ୩୩୪ କୋଟି
-ମୁଖ୍ୟମନ୍ତ୍ରୀ ସଡକ ଯୋଜନାକୁ ୭୭୪ କୋଟି
-ଶିକ୍ଷା ଓ ଦକ୍ଷତା ବିକାଶ ଲାଗି ୨୭୩୨୪ କୋଟିର ବଜେଟ ବ୍ୟୟବରାଦ