ଦୁବାଇରୁ ଛୁଟିଲା ନିବେଶର ସୁଅ : ବିଭିନ୍ନ କ୍ଷେତ୍ରରେ ନିବେଶ ହେବ ୨୧ ହଜାର କୋଟି, ସୃଷ୍ଟି ହେବ ୧୯ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ
ଭୁବନେଶ୍ବର : ଦୁବାଇ ଇନଭେଷ୍ଟର୍ସ ମିଟ୍ରୁ ଓଡ଼ିଶାକୁ ଛୁଟିଲା ବିଦେଶୀ ପୁଞ୍ଜିର ସୁଅ। ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ନିବେଶ କରିବେ ଦୁବାଇର ଏକାଧିକ ପ୍ରତିଷ୍ଠିତ କମ୍ପାନୀ । ରାଜ୍ୟରେ ପ୍ରାୟ ୨୧ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ଦୁବାଇରେ ଚାଲିଥିବା ଇନଭେଷ୍ଟର୍ସଙ୍କ ସମ୍ମିଳନୀରେ କମ୍ପାନୀ ମୁଖିଆମାନେ ଏହି ପ୍ରତିଶ୍ରୁତି ଦେଇଛନ୍ତି । ବିଭିନ୍ନ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ଯାହ ଫଳରେ ରାଜ୍ୟରେ ବ୍ୟାପକ ନିବେଶ କରିବାକୁ ଦୁବାଇର […]
ଭୁବନେଶ୍ବର : ଦୁବାଇ ଇନଭେଷ୍ଟର୍ସ ମିଟ୍ରୁ ଓଡ଼ିଶାକୁ ଛୁଟିଲା ବିଦେଶୀ ପୁଞ୍ଜିର ସୁଅ। ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ନିବେଶ କରିବେ ଦୁବାଇର ଏକାଧିକ ପ୍ରତିଷ୍ଠିତ କମ୍ପାନୀ । ରାଜ୍ୟରେ ପ୍ରାୟ ୨୧ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ଦୁବାଇରେ ଚାଲିଥିବା ଇନଭେଷ୍ଟର୍ସଙ୍କ ସମ୍ମିଳନୀରେ କମ୍ପାନୀ ମୁଖିଆମାନେ ଏହି ପ୍ରତିଶ୍ରୁତି ଦେଇଛନ୍ତି । ବିଭିନ୍ନ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ଯାହ ଫଳରେ ରାଜ୍ୟରେ ବ୍ୟାପକ ନିବେଶ କରିବାକୁ ଦୁବାଇର ଏକାଧିକ ପ୍ରତିଷ୍ଠିତ କମ୍ପାନୀ ଇଚ୍ଛା ପ୍ରକାଶ କରିଛନ୍ତି। ଦୁବାଇ ଇନଭେଷ୍ଟର୍ସ ମିଟ୍ରେ ମିଳିଥିବା ପ୍ରତିଶ୍ରୁତି ମୁତାବକ ୨୧ ହଜାର କୋଟିର ପୁଞ୍ଜି ନିବେଶ କରାଗଲେ ରାଜ୍ୟରେ ୧୯ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡ଼ିଛି ।
Here are some highlights from today's Dubai Investor's Meet. Hon'ble Chief Minister of Odisha, Shri Naveen Patnaik along with Indian Ambassador to the UAE, Shri Sunjay Sudhir graced the occasion and shared his thoughts on #Odisha as India's emerging investment destination. pic.twitter.com/38CxFIHT3C
— Invest Odisha (@InvestInOdisha) June 29, 2022
ଆଜି ଦୁବାଇରେ ଆୟୋଜିତ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଶକଙ୍କ ସହ ଆଲୋଚନା କରିଥିଲେ। ପୁଞ୍ଜିନିବେଶ ନିମନ୍ତେ ଓଡ଼ିଶାର ଅନୁକୂଳ ପରିବେଶ ସମ୍ପର୍କରେ ବିଦେଶୀ ନିବେଶକଙ୍କୁ ଅବଗତ କରାଇଥିଲେ। ଗତଦୁଇ ବର୍ଷ କରୋନା ସତ୍ତ୍ବେ ଓଡ଼ିଶା ପୁଞ୍ଜିନିବେଶ ବନ୍ଦ କରିନାହିଁ। ଖଣିଜ ପଦାର୍ଥ, ମାନବ ସମ୍ବଳ, ଦକ୍ଷ ତଥା ପ୍ରଭାବଶାଳୀ ବିନିଯୋଗ ସୁବିଧା ତଥା ଓଡିଶାର ପ୍ରଗତିଶୀଳ ନୀତି ଓ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଛନ୍ତି। ଦେଶରେ ମିଳୁଥିବା କ୍ରୋମାଇଟ୍ ଭଣ୍ଡାରର ୯୬ ପ୍ରତିଶତ,୯୨ ପ୍ରତିଶତ ନିକେଲ୍, ୫୩ ପ୍ରତିଶତ ବକ୍ସାଇଟ୍, ୪୫ ପ୍ରତିଶତ ମାଙ୍ଗାନିଜ୍, ୩୫ ପ୍ରତିଶତ ଲୁହାପଥର ଏବଂ ୨୩ ପ୍ରତିଶତ କୋଇଲା ଓଡ଼ିଶାରେ ରହିଛି। ଭାରତରେ ଯେତେ ଖଣିଜ ସମ୍ପଦ ରହିଛି ତାହାର ସିଂହ ଭାଗ ଓଡ଼ିଶା ପାଖରେ ରହିଛି। ଏହା ଭାରତରେ ଇସ୍ପାତ, ଷ୍ଟେନଲେସ୍ ଷ୍ଟିଲ୍, ଫେରୋ ଆଲୋଇସ୍, ଆଲୁମିନା ଏବଂ ଆଲୁମିନିୟମ୍ ର ସର୍ବ ବୃହତ ଉତ୍ପାଦକ ହୋଇପାରିଛି । ଓଡ଼ିଶାରେ ମଧ୍ୟ ଭାରତର ୧୧ ପ୍ରତିଶତ ଜଳସମ୍ପଦ ରହିଛି। ରାଜ୍ୟରେ୪୮୦ କିଲୋମିଟର ଲମ୍ବା ଉପକୂଳ ଅଛି ଯାହା ବନ୍ଦର ସ୍ଥାପନ ତଥା ଆନ୍ତର୍ଜାତୀୟ ବାଣିଜ୍ୟ ପାଇଁ ପ୍ରଥମ ପସନ୍ଦ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
During the #OdishaInvestorsMeet in #Dubai, Sharaf Group and Hind Terminals Pvt Ltd expressed intent to set up a Logistics Park with an investment of ₹750 crore in #Odisha. #MakeInOdishaDubai pic.twitter.com/zGmkxhd0No
— CMO Odisha (@CMO_Odisha) June 29, 2022
ମୁଖ୍ୟମନ୍ତ୍ରୀ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ରେ ନିବଶେକମାନଙ୍କୁ ଉଦବୋଧନ ଦେବା ପରେ ବିଭିନ୍ନ କମ୍ପାନୀ ମୁଖ୍ରମାନଙ୍କ ସହ ୱାନ ଟୁ ୱାନ ସାକ୍ଷତ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ କେଉଁ କ୍ଷେତ୍ରରେ ନିବେଶ କରିବେ ତାହା ଆଲୋଚନା କରିଛନ୍ତି। କମ୍ପାନୀ ମୁଖ୍ୟମାନଙ୍କ ସହ ଆଲୋଚନା ପରେ ରାଜ୍ୟରେ ବ୍ୟାପକ ନିବେଶ ପ୍ରତିଶ୍ରୁତି ପାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ଟ୍ବିଟ କରି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି।
The Abu Dhabi-based Hospitality Company, Twenty14 Holdings has agreed to set up a 5 star hotel and wellness centre with an investment of ₹500 crore in #Odisha, during the #OdishaInvestorsMeet in #Dubai. #MakeInOdishaDubai pic.twitter.com/IJots3aVxu

ଦୁବାଇ ନିବେଶକ ସମ୍ମିଳନୀରେ ତବ୍ରିଦ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ୟୁସୁଫ ଅଲ୍ ହମ୍ମାଦିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତବ୍ରିଦ ଗ୍ରୁପ ଓଡ଼ିଶାରେ ପୁଞ୍ଜି ନିବେଶ ଲାଗି ଆଗ୍ରହୀ । ଭୁବନେଶ୍ବର ଆଇସିଟି କ୍ୟାମ୍ପସରେ ହଜାରେ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛି ତବ୍ରିଦ ଗ୍ରୁପ । ରାଜ୍ୟ ସରକାର ମଧ୍ୟ ପ୍ରକଳ୍ପ ପାଇଁ ସମସ୍ତ ସହଯୋଗ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଏନବିଟିସି ମଧ୍ୟ ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଘୋଷଣା କରିଛି । କୁଏତର ଏମବିଟିସି କମ୍ପାନୀର ପାର୍ଟନର ଓ ପରିଚାଳନା ନିର୍ଦ୍ଦେଶକ କେ ଜି ଆବ୍ରାହାମଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ଅବସରରେ କମ୍ପାନୀ ଏହି ଘୋଷଣା କରିଛି । ୟୁରିଆ ପ୍ଲାଣ୍ଟ ସ୍ଥାପନ ପାଇଁ କମ୍ପାନୀ ୫ ହଜାର କୋଟି ଟଙ୍କା ନିବେଶ କରିବ ।
During the #OdishaInvestorsMeet in #Dubai, Kuwait-based NBTC expressed intent to set up an Ammonia Urea Plant with an investment of ₹5000 crore in #Odisha. #MakeInOdishaDubai pic.twitter.com/wbj04dfWWP

ଏମିବିଟିସିକୁ ମଧ୍ୟ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଦୁବାଇର ସରାଫ୍ ଗ୍ରୁପ ଓଡ଼ିଶାରେ ପୁଞ୍ଜି ଖଟାଇବ । ଲଜିଷ୍ଟିକ୍ କ୍ଷେତ୍ରରେ ପୁଞ୍ଜି ଲଗାଇବା ସରାଫ୍ ଗ୍ରୁପ୍ । ଗତ ୨ ବର୍ଷରେ ଓଡିଶାରେ ବିନିଯୋଗ ହୋଇଛି ୩ ଲକ୍ଷ ୭୫ ହଜାର କୋଟି । କୋଭିଡ ସତ୍ତ୍ୱେ ରାଜ୍ୟର ବିକାଶକୁ ସରକାର ଗୁରୁତ୍ୱ ଦେଇଛନ୍ତି । ରାଜ୍ୟରେ ୫ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିବ ଶୋଭା ଲିମିଟେଡ । ମେଟାଲ ଓ ହସ୍ପିଟାଲିଟି କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି ଶୋଭା ଗ୍ରୁପ୍ । ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି ଶୋଭା ଲିମିଟେଡର ଅଧ୍ୟକ୍ଷ।
Further strengthening the sectors of Metals & Metallurgy and Hospitality in #Odisha, Dubai-based Sobha Realty has agreed to set up projects worth ₹5000 crore in the State, during the #OdishaInvestorsMeet in #Dubai. #MakeInOdishaDubai pic.twitter.com/wjpvkDyfQJ