ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲା : ନୟାପଲ୍ଲୀ ଥାନାରେ ହାଜର ହୋଇ ଏପରି କହିଲେ ରଶ୍ମିଙ୍କ ଦ୍ୱିତୀୟ ପ୍ରେମିକ ସନ୍ତୋଷ

The Sakala Picture
Published On

ଭୁବନେଶ୍ବର : ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ମୃତ୍ୟୁ ମାମଲାରେ ଗତକାଲି ପ୍ରଥମ ପୁରୁଷ ବନ୍ଧୁ ରାଜା ଓରଫ ଜ୍ୟୋତିରଞ୍ଜନ ନାଥଙ୍କୁ ନୟାପଲ୍ଲୀ ଥାନା ପୁଲିସ ପଚରାଉଚରା କରିଥିବା ବେଳେ ଆଜି ଦ୍ୱିତୀୟ ପ୍ରେମିକ ସନ୍ତୋଷ ପାତ୍ରଙ୍କୁ ପଚରାଉଚୁରା କରିଛି। ୨୫ ତାରିଖ ଭିତରେ ଥାନାରେ ହଜାର ହେବାକୁ ସନ୍ତୋଷଙ୍କୁ ନୋଟିସ କରିଥିଲା ପୁଲିସ । ସନ୍ତୋଷ ରଶ୍ମିରେଖାଙ୍କ ସହ ଦେଢ଼ ମାସ ହେବ ଲିଭ-ଇନରେ ରହୁଥିଲେ । ରଶ୍ମିରେଖା ଆତ୍ମହତ୍ୟା କରିବାର ୪ ଦିନ ପୂର୍ବରୁ […]

ଭୁବନେଶ୍ବର : ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ମୃତ୍ୟୁ ମାମଲାରେ ଗତକାଲି ପ୍ରଥମ ପୁରୁଷ ବନ୍ଧୁ ରାଜା ଓରଫ ଜ୍ୟୋତିରଞ୍ଜନ ନାଥଙ୍କୁ ନୟାପଲ୍ଲୀ ଥାନା ପୁଲିସ ପଚରାଉଚରା କରିଥିବା ବେଳେ ଆଜି ଦ୍ୱିତୀୟ ପ୍ରେମିକ ସନ୍ତୋଷ ପାତ୍ରଙ୍କୁ ପଚରାଉଚୁରା କରିଛି। ୨୫ ତାରିଖ ଭିତରେ ଥାନାରେ ହଜାର ହେବାକୁ ସନ୍ତୋଷଙ୍କୁ ନୋଟିସ କରିଥିଲା ପୁଲିସ । ସନ୍ତୋଷ ରଶ୍ମିରେଖାଙ୍କ ସହ ଦେଢ଼ ମାସ ହେବ ଲିଭ-ଇନରେ ରହୁଥିଲେ । ରଶ୍ମିରେଖା ଆତ୍ମହତ୍ୟା କରିବାର ୪ ଦିନ ପୂର୍ବରୁ ସନ୍ତୋଷ ଭୁବନେଶ୍ୱର ବାହାରେ ଥିଲେ। ତେବେ ରଶ୍ମିରେଖାକଣ ପାଇଁ ଆତ୍ମହତ୍ୟ କଲେ । ଦୁହିଁଙ୍କ ଭିତରେ କିଛି ଝଗଡା ହୋଇଥିଲା କି। ଏକ୍ସ ବୟଫ୍ରେଣ୍ଡ ରାଜାକୁ ନେଇ ରଶ୍ମିରେଖା ଓ ସନ୍ତୋଷ ମଧ୍ୟରେ ଝଗଡ଼ା ହୋଇଥିଲା କି? ରାଜାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଥିଲା କି? ସେଥିପାଇଁ ମାନସିକ ଚାପରେ ଥିଲେ କି ରଶ୍ମିରେଖା? ଏସବୁ ପ୍ରଶ୍ନ ସନ୍ତୋଷଙ୍କୁ ପଚାରିଛି ପୁଲିସ।

ଆହୁରି ପଢ଼ନ୍ତୁ: କେନ୍ଦୁଝରରେ ବଜ୍ରପାତ ନେଲା ଦୁଇ ଜଣଙ୍କ ଜୀବନ, ଆନନ୍ଦପୁର ଅଞ୍ଚଳରେ ଶୋକର ଛାୟା

ତେବେ ନୟାପଲ୍ଲୀ ଥାନା ପୁଲିସ ପଚରାଉଚୁରା କରିବା ପରେ ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ଦ୍ୱିତୀୟ ପ୍ରେମିକ ସନ୍ତୋଷ ପାତ୍ର ଗଣାମଧ୍ୟକୁ କହିଛନ୍ତି ଯେ ୧୭ ତାରିଖ ରାତିରେ ରଶ୍ମୀରେଖାଙ୍କ ସହ କଥା ହୋଇଥିଲି। ଆଉ ୧୮ ତାରିଖ ସାନ୍ଧ୍ୟାରେ ରଶ୍ମୀରେଖାଙ୍କ ମୃତ୍ୟୁ ଖବର ପାଇଥିଲି। ଆମେ ଆଇନ ଅନୁସାରେ ବାହା ହୋଇନଥିଲୁ। କିନ୍ତୁ ସ୍ୱାମୀ-ସ୍ତ୍ରୀ ପରି ରହୁଥିଲୁ। ଆମେ ଦୁହେଁ ମନ୍ଦିରରେ ବିବାହ କରି ସ୍ୱାମୀସ୍ତ୍ରୀ ଭଳି ଚଳୁଥିଲୁ। ଏହି ମାସ ଶେଷ ଆଡକୁ କୋର୍ଟରେ ମ୍ୟାରେଜ କରିବାର ପ୍ଲାନ ଥିଲା। ହେଲେ କ’ଣ ପାଇଁ ରଶ୍ମୀରେଖା ଆତ୍ମହତ୍ୟା କଲେ, ସେନେଇ କହିପାରିବେନି ବୋଲି ସନ୍ତୋଷ କହିଛନ୍ତି।

ଆହୁରି ପଢ଼ନ୍ତୁ: ଡିଜେ ନିଷେଧ ସତ୍ତ୍ବେ ରାଜରାସ୍ତାରେ ଶବ୍ଦର ତାଣ୍ଡବ; ହାତ ଟେକି ଦେଇଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ତେବେ ସନ୍ତୋଷ ଓ ରଶ୍ମିରେଖା ସ୍ୱାମୀ-ସ୍ତ୍ରୀ ପରି ପହୁଥିବା ସତ୍ବେ ରଶ୍ମିରେଖାଙ୍କ ମୃତ୍ୟୁ ପରେ କଣ ପାଇଁ ଫେରାର ଥିଲେ। ଯଦି ସେ ରଶ୍ମିରେଖାଙ୍କୁ ଭଲ ପାଉଥିଲେ ତାଙ୍କ ମତ୍ୟୁ ପରେ ସେ କେଉଁଠି ଥିଲେ, ପୁଲିସ ନୋଟିସ ପରେ ସାମ୍ନାକୁ ଆସିଲେ , ଆଗରୁ କେଉଁଠି ଥିଲେ ଏପରି ବହୁ ପ୍ରଶ୍ନ ଆଜି ସନ୍ତୋଷକୁ ପଚାରିଛି ପୁଲିସ।

ଆହୁରି ପଢ଼ନ୍ତୁ: MMDR ବିଲ୍ ଓ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ଆସନ୍ତାକାଲି ଯାଏଁ ବିଧାନସଭା ମୁଲତବୀ

ତେବେ ଗତକାଲି ରଶ୍ମିରେଖା ଓଝାଙ୍କ ପ୍ରଥମ ପୁରୁଷ ବନ୍ଧୁ ରାଜା ଓରଫ ଜ୍ୟୋତିରଞ୍ଜନ ନାଥଙ୍କୁ ପାଖାପାଖି ଅଢ଼େଇ ଘଣ୍ଟା ଧରି ପୁଲିସ ତାଙ୍କୁ ଜେରା କରିଛି। କେବେଠୁ ରଶ୍ମିରେଖାଙ୍କ ସହ ତାଙ୍କର ପରିଚୟ ହେଇଥିଲା। ସେମାନଙ୍କ ମଧ୍ୟରେ କିପରି ସମ୍ପର୍କ ଥିଲା ଆଦି ଅନେକ ବିଷୟରେ ତାଙ୍କୁ ପୁଲିସ ପଚରାଉଚରା କରିଛି। ରଶ୍ମିରେଖାଙ୍କ ସହ ତାଙ୍କର ଏକ ସୁଟିଂ ସେଟ୍‍ରେ ପରିଚୟ ହୋଇଥିବା ଓ ପରବର୍ତ୍ତୀ ସମୟରେ ପରସ୍ପରକୁ ଭଲ ପାଉଥିବା ସେ ଉତ୍ତର ଦେଇଛନ୍ତି। ଏପରିକି ତାଙ୍କ ଜନ୍ମଦିନରେ ରଶ୍ମୀରେଖା ହାତରେ ତାଙ୍କ ନାମ ଲେଖିଥିବା ପୁଲିସକୁ କହିଛନ୍ତି ରାଜା।

ରଶ୍ମୀରେଖା ତାଙ୍କୁ ବହୁତ ଭଲ ପାଉଥିଲେ। ବିବାହ ପାଇଁ ଉଭୟ ପରିବାର ରାଜି ହୋଇଥିଲେ। ହେଲେ ଉଭୟ ପରିବାରର ମାନସିକତା ମିଶିଲା ନାହିଁଁ ବୋଲି ରଶ୍ମୀରେଖା ବିବାହ ପାଇଁ ରାଜି ହେଲେ ନାହିଁ ବୋଲି ରାଜା କହିଥିବା ସୂଚନା ମିଳିଛି। ହେଲେ ଦୁଇ ଜଣ ଭଲ ବନ୍ଧୁଭାବେ କଥା ହେଉଥିଲେ। ମୃତ୍ୟୁ ପୂର୍ବରୁ ରଶ୍ମୀରେଖା ତାଙ୍କ ଠାରୁ କିଛି ଟଙ୍କା ଧାର ନେଇଥିଲେ। ଯେଉଁଥି ପାଇଁ ସନ୍ତୋଷ ତାଙ୍କୁ ବାରମ୍ବାର ଫୋନ୍‍ କରୁଥିଲେ। ସେ ସନ୍ତୋଷ ପାତ୍ର ବିଷୟରେ ଜାଣି ନାହାନ୍ତି। ରଶ୍ମୀରେଖା ତାଙ୍କୁ କେବେ ବିବାହ କଲେ, ତାହା ମଧ୍ୟ ସେ ଜାଣି ନାହାନ୍ତି। ଗଣମାଧ୍ୟମରୁ ସେ ରଶ୍ମିରେଖା ବିବାହ ସମ୍ପର୍କରେ ଜାଣିବାକୁ ପାଇଥିଲେ। ତେବେ ପୁଲିସ ଅଭିନେତ୍ରୀ ମୃତ୍ୟୁ ଉପରୁ ରହସ୍ୟ ହଟାଇବା ପାଇଁ ପୁଲିସ ତାଙ୍କ ମୋବାଇଲ୍‍ ଏବଂ ଲାପ୍‍ଟପ୍‍କୁ ରାଜ୍ୟ ଫୋରେନ୍‍ସିକ ଲ୍ୟାବ୍‍କୁ ପଠାଇଛି। ସେଠାରେ ଯାଞ୍ଚ କରାଯିବା ପରେ ରଶ୍ମୀରେଖାଙ୍କ ମୃତ୍ୟୁର କାରଣ ଜଣାପଡ଼ିଛି।

ଅନ୍ୟପଟରେ ମୃତ୍ୟୁ ପୂର୍ବରୁ ରଶ୍ମୀରେଖା ମନଖୋଲି ନାଚିଥିଲେ। କୌଣସି ଏକ ବାର୍‍ରେ ତାଙ୍କର ଧୁମ୍‍ ନାଚର ଏକ ଭିଡିଓ ଭାଇରାଲ ହୋଇଛି। ତାଙ୍କର ଜଣେ ବନ୍ଧୁ ଏହାକୁ ରେକର୍ଡ଼ିଂ କରିଥିବା ମନେ କରାଯାଉଛି। ପୁଲିସ ଏହି ଭିଡିିଓକୁ ସଂଗ୍ରହ କରିଛି ଓ କିଏ ଏହାକୁ ସୋସିଆଲ ମିଡିଆରେ ଅପ୍‍ଲୋଡ୍‍ କରିଛି ସେ ସମ୍ପର୍କରେ ତଦନ୍ତ ଚାଲିଥିବା ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର