ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ମୋ ସରକାର ଏବଂ ୫-ଟି ଉପକ୍ରମ ଆଣିଛି ସଫଳତା : ଇ-ଗଭର୍ଣ୍ଣାନ୍ସରେ ଓଡ଼ିଶା ନମ୍ବର ୱାନ୍‍

The Sakala Picture
Published On

ଭୁବନେଶ୍ୱର : ଦେଶର ଏକାଧିକ ବୃହତ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ଇ-ଗଭର୍ଣ୍ଣାନ୍ସ ପ୍ରଦାନ କ୍ଷେତ୍ରରେ ଏକ ନମ୍ବର ସ୍ଥାନ ହାସଲ କରିଛି। ଓଡ଼ିଶା ପଛକୁ ଏହି ପୁଲ୍‍ରେ ୟୁପି, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନ ଭଳି ରାଜ୍ୟ ରହିଛନ୍ତି। ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ଜାତୀୟ ଇ-ଗଭର୍ଣ୍ଣାସ ସେବା ପ୍ରଦାନ ନିରୀକ୍ଷଣ-୨୦୨୧ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ବିଶେଷ କରି ସଚିବାଳୟ କର୍ମଚାରୀମାନଙ୍କ ସୁବିଧା ପାଇଁ ଓସୱାସ ପଦ୍ଧତି […]

ଭୁବନେଶ୍ୱର : ଦେଶର ଏକାଧିକ ବୃହତ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ଇ-ଗଭର୍ଣ୍ଣାନ୍ସ ପ୍ରଦାନ କ୍ଷେତ୍ରରେ ଏକ ନମ୍ବର ସ୍ଥାନ ହାସଲ କରିଛି। ଓଡ଼ିଶା ପଛକୁ ଏହି ପୁଲ୍‍ରେ ୟୁପି, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନ ଭଳି ରାଜ୍ୟ ରହିଛନ୍ତି। ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ଜାତୀୟ ଇ-ଗଭର୍ଣ୍ଣାସ ସେବା ପ୍ରଦାନ ନିରୀକ୍ଷଣ-୨୦୨୧ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

ଆହୁରି ପଢ଼ନ୍ତୁ: ସତ୍ୟ ଖବର ପ୍ରକାଶ କରିବାରୁ ସାମ୍ବାଦିକଙ୍କ ନାମରେ ମିଥ୍ୟା ମାମଲା, ଦୈନିକ ସକାଳ ଖବର କାଗଜ ପୋଡ଼ି

ବିଶେଷ କରି ସଚିବାଳୟ କର୍ମଚାରୀମାନଙ୍କ ସୁବିଧା ପାଇଁ ଓସୱାସ ପଦ୍ଧତି ବ୍ୟବହାର କରାଯାଉଛି। ବିଭିନ୍ନ ବିଭାଗର ସ୍ୱତନ୍ତ୍ର ଆପ୍‍ ରହିଛି। ସାଧାରଣ ଜନତା କିମ୍ବା କୌଣସି ହିତାଧିକାରୀଙ୍କୁ ଆଉ ସରକାରୀ କାର୍ଯ୍ୟାଳୟକୁ ଦୌଡିବାକୁ ପଡୁନାହିଁ। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ‘୫-ଟି’ ଉପକ୍ରମ ଏବଂ ‘ମୋ ସରକାର’ ଅଧିନରେ ଥାନା, ବ୍ଲକ, ତହସିଲ ଆଦିରେ କର୍ମଚାରୀଙ୍କ ବ୍ୟବହାର, ଦକ୍ଷତା ସାଧାରଣ ଜନତା ମାପୁଛନ୍ତି। ହିତାଧିକାରୀଙ୍କ ଫିଡ୍‍ବ୍ୟାକ୍‍ ତଥା ମତାମତ ଉପରେ ହିଁ ସରକାରୀ କର୍ମଚାରୀଙ୍କ ପଦୋନ୍ନତି ନିର୍ଭର କରୁଛି। କେବଳ ୱେବସାଇଟ୍‍ ଗଠନ ନୁହେଁ, ଏହାର ସୁରକ୍ଷାକୁ ମଧ୍ୟ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ୧୦ ଦିନରେ ଚତୁର୍ଥ ଥର ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ, ଭୁବନେଶ୍ୱରରେ ୧୦୦ ପାର୍ କଲା ଡିଜେଲ

ସହଜରେ ପାଇବା (ଆକ୍ସେସିବିଲିଟି), ବିଷୟ ଉପଲବ୍ଧିତା(କଣ୍ଟେଣ୍ଟ ଆଭେଲେବଲିଟି), ବ୍ୟବହାରରେ ସୁଲଭତା (ଇଜ୍‍ ଅଫ୍‍ ୟୁଜ୍‍)ଏବଂ ଗୋପନୀୟତା (ସିକ୍ୟୁରିଟି/ସିକ୍ରେସି)। ଏହି ଚାରୋଟି ମାପଦଣ୍ଡରେ ଭାରତ ସରକାର ଓ ନାସକମ୍‍ ପ୍ରତିବର୍ଷ ରାଜ୍ୟ ସରକାରଙ୍କ ଦକ୍ଷତା ମାପିଥାନ୍ତି। ୨୦୨୧ ବର୍ଷର ରିପୋର୍ଟରେ ଓଡ଼ିଶା ସବୁ କ୍ଷେତ୍ରରେ ଉଲ୍ଲଖନୀୟ ପ୍ରଦର୍ଶନ କରିଛି। ୯୮ ପ୍ରତିଶତ ସହ ନମ୍ୱର ଓଡ଼ିଶା ନିଜ ପୁଲ୍‍ରେ ନମ୍ବର ୱାନ ହୋଇଛି। ଓଡ଼ିଶା ପଛରେ ଉତ୍ତରପ୍ରଦେଶ ୮୬ ପ୍ରତିଶତରେ ୨ ନମ୍ୱର ସ୍ଥାନରେ ରହିଛି। ଓଡ଼ିଶା ସରକାରଙ୍କ ଇ-ଗଭର୍ଣ୍ଣାନ୍ସ ମଡ଼୍ୟୁଲକୁ ବ୍ୟବହାର କରିବା ଶତ ପ୍ରତିଶତ ସହଜ ହୋଇଥିବା ବେଳେ ଅନ୍ୟ ରାଜ୍ୟର ମଡ଼୍ୟୁଲ ୫୦ ପ୍ରତିଶତରୁ କମ୍‍ ରହିଛି। ଜନସେବା ଅଧିକାର ଆଇନ ଲାଗୁ କରି ବିଭିନ୍ନ ସେବା ଯୋଗାଇବାର ନିର୍ଦ୍ଦିଷ୍ଟ ସମୟ ସୀମା ରଖାଯାଇଛି।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ଆଗରେ ରକ୍ତ ସମ୍ପର୍କ ପଡିଲା ଫିକା: ଦାଦାକୁ ପଥରରେ ଛେଚି ମାରିଲା ପୁତୁରା

ଉଲ୍ଲେଖଯୋଗ୍ୟ, ସାମ୍ପ୍ରତିକ ସମୟରେ ସାଇବର ଅପରାଧ ପୁଲିସ୍‍ ବ୍ୟବସ୍ଥା ପ୍ରତି ବଡ଼ ଆହ୍ୱାନ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଅପ ବ୍ୟବହାର ଅପରାଧିଙ୍କ ପାଇଁ ପ୍ରମୁଖ ମାଧ୍ୟମ ପାଲଟିଛି। ତେଣୁ ସାଇବର ଅପରାଧ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ‘୫-ଟି’ ଉପକ୍ରମରେ ନିକଟରେ ଏକ ବଳିଷ୍ଠ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଗତ ମେ ମାସ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସାଇବର ସୁରକ୍ଷା ପରିଚାଳନା କେନ୍ଦ୍ର(ସିଏସଓସି) ଲୋକାର୍ପଣ କରାଯାଇଛି। ବିଶେଷ କରି ରାଜ୍ୟ ସରକାରଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ହ୍ୟାକରମାନଙ୍କ ଠାରୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଓକାକ୍‍ର ମିଳିତ ଉଦ୍ୟମରେ ଏହା କରାଯାଇଛି।

ରାଜ୍ୟ ପ୍ରଶାସନ ଦ୍ୱାରା ସେବା ଗୁଡ଼ିକ ‘୫-ଟି’ ଉପକ୍ରମ ଦ୍ୱାରା ବହୁମାତ୍ରାରେ ଲୋକାଭିମୁଖି ହୋଇପାରିଛି। ସୂଚନା ଓ ପ୍ରଯୁକ୍ତିବିଦ୍ୟା ହେଉଛି-‘୫-ଟି’ର ପ୍ରମୁଖ ଉପାଦାନ। ରାଜ୍ୟର ଡାଟା ସେଣ୍ଟର, ଷ୍ଟେଟ୍‍ ୱାଇଡ୍‍ ଏରିଆ ନେଟୱାର୍କ ଏବଂ ସଚିବାଳୟ ନେଟୱାର୍କର ସମସ୍ତ ଗତିବିଧିକୁ ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟର ମାଧ୍ୟମରେ ତଦାରଖ କରାଯାଉଛି। ଏହି ସ୍ୱୟଂ ସମ୍ପୂର୍ଣ୍ଣ ଭିତ୍ତିଭୂମି ଦ୍ୱାରା ଓଡ଼ିଶା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିଜର ସ୍ଥିତିକୁ ଆହୁରି ସୁଦୃଢ କରିପାରିଛି। ସାଇବର ସିକ୍ୟୁରିଟି ଅପରେସନ୍‍ ସେଣ୍ଟର ଦ୍ୱାରା ଡାଟା ସୁରକ୍ଷା ସମ୍ବଦ୍ଧୀୟ ଲଗ୍‍ ସଂଗ୍ରହ କରାଯାଇ ତାହାର ଠିକ୍‍ ବିଶେଷ୍ଳଣ କରାଯିବ ବୋଲି ଜଣାପଡ଼ିଛି। ସେହିପରି ବିପଦପୂର୍ଣ୍ଣ ଆଇପି ଗୁଡ଼ିକର ଠିକଣା ଚିହ୍ନଟ ଏବଂ ଏହି ଆଇପି ଦ୍ୱାରା ଅନଧିକାର ପ୍ରବେଶ ତଥା ସାଇବର ଆକ୍ରମଣକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇପାରିବ ବୋଲି ଜଣାପଡ଼ିଛି। ଏହି ପଦକ୍ଷେପ ରାଜ୍ୟ ସରକାରଙ୍କ ଇ-ଗଭର୍ଣ୍ଣାସ ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିଛି।

15 Jun 2022 By The Sakala

ମୋ ସରକାର ଏବଂ ୫-ଟି ଉପକ୍ରମ ଆଣିଛି ସଫଳତା : ଇ-ଗଭର୍ଣ୍ଣାନ୍ସରେ ଓଡ଼ିଶା ନମ୍ବର ୱାନ୍‍

ଭୁବନେଶ୍ୱର : ଦେଶର ଏକାଧିକ ବୃହତ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ଇ-ଗଭର୍ଣ୍ଣାନ୍ସ ପ୍ରଦାନ କ୍ଷେତ୍ରରେ ଏକ ନମ୍ବର ସ୍ଥାନ ହାସଲ କରିଛି। ଓଡ଼ିଶା ପଛକୁ ଏହି ପୁଲ୍‍ରେ ୟୁପି, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନ ଭଳି ରାଜ୍ୟ ରହିଛନ୍ତି। ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ଜାତୀୟ ଇ-ଗଭର୍ଣ୍ଣାସ ସେବା ପ୍ରଦାନ ନିରୀକ୍ଷଣ-୨୦୨୧ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

ବିଶେଷ କରି ସଚିବାଳୟ କର୍ମଚାରୀମାନଙ୍କ ସୁବିଧା ପାଇଁ ଓସୱାସ ପଦ୍ଧତି ବ୍ୟବହାର କରାଯାଉଛି। ବିଭିନ୍ନ ବିଭାଗର ସ୍ୱତନ୍ତ୍ର ଆପ୍‍ ରହିଛି। ସାଧାରଣ ଜନତା କିମ୍ବା କୌଣସି ହିତାଧିକାରୀଙ୍କୁ ଆଉ ସରକାରୀ କାର୍ଯ୍ୟାଳୟକୁ ଦୌଡିବାକୁ ପଡୁନାହିଁ। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ‘୫-ଟି’ ଉପକ୍ରମ ଏବଂ ‘ମୋ ସରକାର’ ଅଧିନରେ ଥାନା, ବ୍ଲକ, ତହସିଲ ଆଦିରେ କର୍ମଚାରୀଙ୍କ ବ୍ୟବହାର, ଦକ୍ଷତା ସାଧାରଣ ଜନତା ମାପୁଛନ୍ତି। ହିତାଧିକାରୀଙ୍କ ଫିଡ୍‍ବ୍ୟାକ୍‍ ତଥା ମତାମତ ଉପରେ ହିଁ ସରକାରୀ କର୍ମଚାରୀଙ୍କ ପଦୋନ୍ନତି ନିର୍ଭର କରୁଛି। କେବଳ ୱେବସାଇଟ୍‍ ଗଠନ ନୁହେଁ, ଏହାର ସୁରକ୍ଷାକୁ ମଧ୍ୟ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇଛନ୍ତି।

ସହଜରେ ପାଇବା (ଆକ୍ସେସିବିଲିଟି), ବିଷୟ ଉପଲବ୍ଧିତା(କଣ୍ଟେଣ୍ଟ ଆଭେଲେବଲିଟି), ବ୍ୟବହାରରେ ସୁଲଭତା (ଇଜ୍‍ ଅଫ୍‍ ୟୁଜ୍‍)ଏବଂ ଗୋପନୀୟତା (ସିକ୍ୟୁରିଟି/ସିକ୍ରେସି)। ଏହି ଚାରୋଟି ମାପଦଣ୍ଡରେ ଭାରତ ସରକାର ଓ ନାସକମ୍‍ ପ୍ରତିବର୍ଷ ରାଜ୍ୟ ସରକାରଙ୍କ ଦକ୍ଷତା ମାପିଥାନ୍ତି। ୨୦୨୧ ବର୍ଷର ରିପୋର୍ଟରେ ଓଡ଼ିଶା ସବୁ କ୍ଷେତ୍ରରେ ଉଲ୍ଲଖନୀୟ ପ୍ରଦର୍ଶନ କରିଛି। ୯୮ ପ୍ରତିଶତ ସହ ନମ୍ୱର ଓଡ଼ିଶା ନିଜ ପୁଲ୍‍ରେ ନମ୍ବର ୱାନ ହୋଇଛି। ଓଡ଼ିଶା ପଛରେ ଉତ୍ତରପ୍ରଦେଶ ୮୬ ପ୍ରତିଶତରେ ୨ ନମ୍ୱର ସ୍ଥାନରେ ରହିଛି। ଓଡ଼ିଶା ସରକାରଙ୍କ ଇ-ଗଭର୍ଣ୍ଣାନ୍ସ ମଡ଼୍ୟୁଲକୁ ବ୍ୟବହାର କରିବା ଶତ ପ୍ରତିଶତ ସହଜ ହୋଇଥିବା ବେଳେ ଅନ୍ୟ ରାଜ୍ୟର ମଡ଼୍ୟୁଲ ୫୦ ପ୍ରତିଶତରୁ କମ୍‍ ରହିଛି। ଜନସେବା ଅଧିକାର ଆଇନ ଲାଗୁ କରି ବିଭିନ୍ନ ସେବା ଯୋଗାଇବାର ନିର୍ଦ୍ଦିଷ୍ଟ ସମୟ ସୀମା ରଖାଯାଇଛି।

ଉଲ୍ଲେଖଯୋଗ୍ୟ, ସାମ୍ପ୍ରତିକ ସମୟରେ ସାଇବର ଅପରାଧ ପୁଲିସ୍‍ ବ୍ୟବସ୍ଥା ପ୍ରତି ବଡ଼ ଆହ୍ୱାନ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଅପ ବ୍ୟବହାର ଅପରାଧିଙ୍କ ପାଇଁ ପ୍ରମୁଖ ମାଧ୍ୟମ ପାଲଟିଛି। ତେଣୁ ସାଇବର ଅପରାଧ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ‘୫-ଟି’ ଉପକ୍ରମରେ ନିକଟରେ ଏକ ବଳିଷ୍ଠ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଗତ ମେ ମାସ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସାଇବର ସୁରକ୍ଷା ପରିଚାଳନା କେନ୍ଦ୍ର(ସିଏସଓସି) ଲୋକାର୍ପଣ କରାଯାଇଛି। ବିଶେଷ କରି ରାଜ୍ୟ ସରକାରଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ହ୍ୟାକରମାନଙ୍କ ଠାରୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଓକାକ୍‍ର ମିଳିତ ଉଦ୍ୟମରେ ଏହା କରାଯାଇଛି।

ରାଜ୍ୟ ପ୍ରଶାସନ ଦ୍ୱାରା ସେବା ଗୁଡ଼ିକ ‘୫-ଟି’ ଉପକ୍ରମ ଦ୍ୱାରା ବହୁମାତ୍ରାରେ ଲୋକାଭିମୁଖି ହୋଇପାରିଛି। ସୂଚନା ଓ ପ୍ରଯୁକ୍ତିବିଦ୍ୟା ହେଉଛି-‘୫-ଟି’ର ପ୍ରମୁଖ ଉପାଦାନ। ରାଜ୍ୟର ଡାଟା ସେଣ୍ଟର, ଷ୍ଟେଟ୍‍ ୱାଇଡ୍‍ ଏରିଆ ନେଟୱାର୍କ ଏବଂ ସଚିବାଳୟ ନେଟୱାର୍କର ସମସ୍ତ ଗତିବିଧିକୁ ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟର ମାଧ୍ୟମରେ ତଦାରଖ କରାଯାଉଛି। ଏହି ସ୍ୱୟଂ ସମ୍ପୂର୍ଣ୍ଣ ଭିତ୍ତିଭୂମି ଦ୍ୱାରା ଓଡ଼ିଶା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିଜର ସ୍ଥିତିକୁ ଆହୁରି ସୁଦୃଢ କରିପାରିଛି। ସାଇବର ସିକ୍ୟୁରିଟି ଅପରେସନ୍‍ ସେଣ୍ଟର ଦ୍ୱାରା ଡାଟା ସୁରକ୍ଷା ସମ୍ବଦ୍ଧୀୟ ଲଗ୍‍ ସଂଗ୍ରହ କରାଯାଇ ତାହାର ଠିକ୍‍ ବିଶେଷ୍ଳଣ କରାଯିବ ବୋଲି ଜଣାପଡ଼ିଛି। ସେହିପରି ବିପଦପୂର୍ଣ୍ଣ ଆଇପି ଗୁଡ଼ିକର ଠିକଣା ଚିହ୍ନଟ ଏବଂ ଏହି ଆଇପି ଦ୍ୱାରା ଅନଧିକାର ପ୍ରବେଶ ତଥା ସାଇବର ଆକ୍ରମଣକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇପାରିବ ବୋଲି ଜଣାପଡ଼ିଛି। ଏହି ପଦକ୍ଷେପ ରାଜ୍ୟ ସରକାରଙ୍କ ଇ-ଗଭର୍ଣ୍ଣାସ ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର